PM recalled the exceptional hospitality accorded during his state visit to Bhutan in March 2024
The leaders reaffirmed their commitment to further strengthen the exemplary partnership between India and Bhutan
*PM reiterated India’s strong commitment to economic development of Bhutan*
The meeting underscored the tradition of regular high-level exchanges between the two countries
PM hosted a lunch in honour of the King and the Queen

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଭୁଟାନର ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ୍ ଏବଂ ଭୁଟାନର ରାଣୀ ଜେତ୍‌ସୁନ୍ ପେମା ୱାଙ୍ଗ୍‌ଚୁକ୍‌ଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମହାରାଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ମାର୍ଚ୍ଚ ୨୦୨୪ରେ ତାଙ୍କର ଗସ୍ତ ସମୟରେ ସରକାର ଏବଂ ଭୁଟାନର ଲୋକମାନେ ଦେଇଥିବା ଭବ୍ୟ ଆତିଥ୍ୟକୁ ମନେ ପକାଇଥିଲେ ।

 

ପ୍ରଧାନମନ୍ତ୍ରୀ ଓ ମହାରାଜା ବିକାଶ ସହଯୋଗ, ସ୍ୱଚ୍ଛ ଶକ୍ତି ସହଭାଗିତା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ମହାକାଶ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଦ୍ୱିପାକ୍ଷିକ ସମ୍ପର୍କର ଉତ୍କୃଷ୍ଟ ସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ସମସ୍ତ କ୍ଷେତ୍ରରେ ଏହି ଆଦର୍ଶ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ।

 

ନେତାମାନେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସଂଯୋଗକୁ ବଢ଼ାଇବା ପାଇଁ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭୁଟାନର ବିକାଶକୁ ଅନୁଧ୍ୟାନ କରିବା ଏବଂ ଭାରତର ସୀମାନ୍ତବର୍ତ୍ତୀ ଅଞ୍ଚଳ ସହିତ ସମ୍ପର୍କକୁ ମଜବୁତ କରିବାକୁ ତାଙ୍କ ମହାରାଜଙ୍କ ଦ୍ୱାରା ପରିଚାଳିତ ଏକ ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ ଗେଲଫୁ ମାଇଣ୍ଡଫୁଲ୍‌ନେସ୍ ସିଟି ପଦକ୍ଷେପ ଉପରେ ମତ ବିନିମୟ କରିଥିଲେ ।

 

ଭୁଟାନରେ ଅର୍ଥନୈତିକ ବିକଶ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇବା ସହ ଭୁଟାନକୁ ୧୩ତମ ପଞ୍ଚବାର୍ଷିକ ଯୋଜନା ପାଇଁ ଭାରତର ବିକାଶ ସମର୍ଥନକୁ ଦ୍ୱିଗୁଣିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଖୁସି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଭୁଟାନର ଆକାଂକ୍ଷାକୁ ନିରନ୍ତର ସମର୍ଥନ କରିଥିବାରୁ ତାଙ୍କ ମହାରାଜା ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ବୈଠକ ପରେ ରାଜା ଏବଂ ତାଙ୍କ ରାଣୀଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା ।

 

ଏହି ବୈଠକରେ ଭାରତ ଏବଂ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନପ୍ରଦାନର ପରମ୍ପରା ଦର୍ଶାଯାଇଛି, ଯାହା ପାରସ୍ପରିକ ବିଶ୍ୱାସ, ସହଯୋଗ ଏବଂ ଗଭୀର ବୁଝାମଣାର ଭାବନା ପ୍ରତିଫଳିତ ହୋଇଛି । ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆ ଅଟେ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Space Economy Takes Off As Private Sector Gains Momentum

Media Coverage

India’s Space Economy Takes Off As Private Sector Gains Momentum
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Space Day
August 23, 2026

The Prime Minister, Shri Narendra Modi, has extended greetings on the occasion of National Space Day.

The Prime Minister called for dreaming even bigger, innovating more and pushing newer frontiers.

The Prime Minister wrote on X;

“Happy National Space Day! 🛰️

Here’s to dreaming even bigger, innovating more and pushing newer frontiers....”