Both our societies share deep rooted historical ties and civilizational linkages: PM Modi to Nepalese PM
As immediate neighbours and close friendly nations, peace, stability, and economic prosperity of Nepal is our shared objective: PM
At every step of Nepal's development journey and economic progress, we have been privileged to be your partner: PM Modi
Open borders between our countries provide great opportunities for cooperation and interaction among our people: PM Modi to Nepalese PM
India’s initiatives for open sky, cross-border power trade, transit routes, cross-border connectivity would directly benefit Nepal: PM

ମହାନୁଭବ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ମ କମଲ ଦହଲ “ପ୍ରଚଣ୍ଡ”
ନେପାଳରୁ ଆସିଥିବା ବିଶିଷ୍ଟ ପ୍ରତିନିଧିଗଣ,

ଗଣମାଧ୍ୟମର ବନ୍ଧୁଗଣ

ଆମ ବନ୍ଧୁତାର ଇତିହାସରେ ଆଜି ଏକ ମହତ୍ୱପୂର୍ଣ୍ଣ ଦିବସ ।

ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ମହାମହୀମ “ପ୍ରଚଣ୍ଡ” ମହୋଦୟ ଏବଂ ତାଙ୍କର ଅନ୍ୟ ପ୍ରତିନିଧିମାନଙ୍କୁ ଭାରତକୁ ସ୍ୱାଗତ କରିବା ମୋ ପକ୍ଷେ ଏକ ସୌଭାଗ୍ୟର କଥା ।

ବନ୍ଧୁଗଣ,

ଆଉ ଉଭୟ ରାଷ୍ଟ୍ର ମଧ୍ୟରେ ଏକ ଗଭୀର ଐତିହାସିକ ବନ୍ଧନ ଏବଂ ସଭ୍ୟତାର ସମ୍ପର୍କ ରହିଛି ।

ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରବାହିତ ନଦୀ, ମୁକ୍ତ ସୀମାନ୍ତ, ଦୁଇ ଦେଶର ଲୋକଙ୍କ ମଧ୍ୟରେ କାହିଁ ପ୍ରାଚୀନ କାଳରୁ ଥିବା ସମ୍ପର୍କ ଆମ ଦୁଇ ରାଷ୍ଟ୍ରକୁ ଘନିଷ୍ଠତା ସୂତ୍ରରେ ବାନ୍ଧି ରଖିଛି ।

ଆମ ଦୁଇ ଦେଶର ସରକାର ମଧ୍ୟରେ ଥିବା ସମ୍ପର୍କ ସହ ଆମର ସାମାଜିକ ଘନିଷ୍ଠତା ଉଭୟ ରାଷ୍ଟ୍ର ମଧ୍ୟରେ ସହଭାଗୀତାର ଗଭୀରତା ଓ ଚରିତ୍ରକୁ ପ୍ରତିପାଦିତ କରେ ।

ଜଟିଳ ସମୟରେ ଆମେ ଆମ ସମସ୍ୟାକୁ ସମାନ ଭାବେ ମୁଣ୍ଡାଉ, ଯେମିତି ଆମେ ପରସ୍ପରର ସଫଳତାକୁ ବାଣ୍ଟୁଛୁ ।

ଏକଥା ସୁନିଶ୍ଚିତ ଯେ ଆମ ବନ୍ଧୁତା ସମୟର କଷଟିରେ ପରୀକ୍ଷିତ ଓ ସ୍ୱତନ୍ତ୍ର ।

ଘନିଷ୍ଠ ପ୍ରତିବେଶୀ ଓ ଘନିଷ୍ଠ ବନ୍ଧୁ ରାଷ୍ଟ୍ର ଭାବେ, ନେପାଳର ଶାନ୍ତି, ସ୍ଥିରତା ଓ ଆର୍ଥିକ ସମୃଦ୍ଧି ହେଲା ଆମର ସହଭାଗୀ ଉଦ୍ଦେଶ୍ୟ ।

ନେପାଳର ବିକାଶ ଯାତ୍ରା ଓ ଆର୍ଥିକ ପ୍ରଗତିର ପ୍ରତିଟି ପଦକ୍ଷେପରେ, ଆମେ ଆପଣଙ୍କର ସହଭାଗୀ ହେବାର ସୌଭାଗ୍ୟ ଲାଭ କରିଛୁ ।

ନେପାଳରେ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢ଼ୀକରଣ ଲାଗି ଆପଣ ବ୍ୟକ୍ତିଗତ ଭାବେ ଗ୍ରହଣ କରିଥିବା ଭୂମିକାକୁ ମଧ୍ୟ ଆମେ ପ୍ରଶଂସା କରୁଛୁ ।

ନେପାଳର ଶାନ୍ତି ପ୍ରତିଷ୍ଠା ସକାଶେ ଆପଣ ହେଉଛନ୍ତି ଏକ ବିଶେଷ ସହାୟକ ଶକ୍ତି । ମୋର ଦୃଢ଼ ବିଶ୍ୱାସ ଯେ ଆପଣଙ୍କ ନେତୃତ୍ୱରେ ନେପାଳ ସଫଳତାର ସହ ଦେଶର ସମସ୍ତ ବର୍ଗର ଲୋକଙ୍କ ସହ ସମାବେଶୀ ଆଲୋଚନା ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ସମ୍ବିଧାନକୁ କାର୍ଯ୍ୟକାରୀ କରାଯାଇପାରିବ ।

ଏହି ଉଦ୍ୟମରେ ମୁଁ ଆପଣଙ୍କର ସର୍ବ ଶୁଭ କାମନା କରେ ।

ବନ୍ଧୁଗଣ,

ଆଜି ଆମ ମଧ୍ୟରେ ହୋଇଥିବା ବିସ୍ତୃତ ଓ ଉପାଦେୟ ଆଲୋଚନାରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏବଂ ମୁଁ ଦ୍ୱିପାକ୍ଷିକ ସହଯୋଗ ଉପରେ ବ୍ୟାପକ ଭାବେ ମତ ବିନିମୟ କରିଛୁ ।

ମୁଁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ଅବଗତ କରାଇଛି ଯେ ନେପାଳ ସହ ବିକାଶ ସହଯୋଗୀତାରେ ସାମିଲ ହେବାକୁ ଭାରତ ସଦାସର୍ବଦା ପ୍ରସ୍ତୁତ ଅଛି ।

ଏବଂ, ନେପାଳବାସୀ ଓ ସରକାରଙ୍କ ଆବଶ୍ୟକତା ଓ ଗୁରୁତ୍ୱ ଅନୁସାରେ ଆମେ ତାହା କରିବୁ ।

ଏହି ପରିପ୍ରେକ୍ଷୀରେ, ଆଜି ଆମେ ନେପାଳରେ ଭୂମିକମ୍ପ ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟ ସକାଶେ 750 ନିୟୁତ ଡଲାର ଋଣ ଯୋଗାଇ ଦେବାକୁ ଏକ ରାଜିନାମା ସ୍ୱାକ୍ଷର କରିଛୁ ।

ମୋର ଦୃଢ଼ ବିଶ୍ୱାସ ଗତ ବର୍ଷ ନେପାଳରେ ସଂଘଟିତ ପ୍ରଳୟଙ୍କରୀ ଭୂମିକମ୍ପରେ ପ୍ରଭାବିତ ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା ଯୋଗାଇବାରେ ଏହା ସହାୟକ ହେବ ।

ସେହିଭଳି ତରାଇ ରୋଡ, ଫେଜ-୨, ବିଜୁଳି ସରବରାହ ଲାଇନ, ସବଷ୍ଟେସନ ଏବଂ କାସ୍ମିଠାରେ ଏକ ପଲିଟେକନିକ ପ୍ରତିଷ୍ଠା ଭଳି ନୂତନ ପ୍ରକଳ୍ପ ନିମନ୍ତେ ଭାରତ ଅତିରିକ୍ତ ଋଣ ସହାୟତା ଯୋଗାଇ ଦେବାକୁ ରାଜି ହୋଇଛି ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଓ ମୁଁ ସ୍ୱୀକାର କରୁ ଯେ ଆମ ଉଭୟ ସମାଜର ନିରାପତ୍ତା ଆମ ସହଭାଗୀ ବିକାଶ ଲକ୍ଷ୍ୟ ସାଧନ ଏବଂ ଦୃଢ଼ ଆର୍ଥିକ ବିକାଶ ନିମନ୍ତେ ଏକାନ୍ତ ଜରୁରୀ ।

ଆମେ ମଧ୍ୟ ଏକମତ ଯେ ଆମର ନିରାପତ୍ତା ସ୍ୱାର୍ଥ ପରସ୍ପର ସହ ଘନିଷ୍ଠ ଭାବେ ଜଡିତ ।

ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ମୁକ୍ତ ସୀମାନ୍ତ ଆମ ଲୋକମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଓ ପାରସ୍ପରିକ ଭାବ ଆଦାନପ୍ରଦାନ ସକାଶେ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରେ ।

କିନ୍ତୁ, ଆମର ସୀମାକୁ ଅପବ୍ୟବହାର କରିବା ଲାଗି ଚେଷ୍ଟା କରୁଥିବା ତତ୍ତ୍ଵଙ୍କ ପ୍ରତି ମଧ୍ୟ ଆମକୁ ସଚେତନ ରହିବାକୁ ପଡିବ ।

ତେଣୁ, ଆମ ପ୍ରତିରକ୍ଷା ଓ ନିରାପତ୍ତା ଏଜେନ୍ସୀ ମଧ୍ୟରେ ଥିବା ସହଯୋଗକୁ ଜାରି ରଖିବା ସହ ଆମର ବର୍ଦ୍ଧିଷ୍ଣୁ ବାଣିଜ୍ୟ, ଆର୍ଥିକ, ସାଂସ୍କୃତିକ ଓ ବିକାଶ ସହଭାଗୀତାକୁ ଆଗେଇ ନେବା ଅତୀବ ଗୁରୁତ୍ୱପୂର୍ଣ୍ଣ । ଏବଂ ଏହା ଆମ ଦୁଇ ଦେଶର ନାଗରିକଙ୍କ ହିତସାଧନ କରିବ ।



ବନ୍ଧୁଗଣ,

ବାଣିଜ୍ୟ, ସଂଯୋଗ, ବିକାଶ ପ୍ରକଳ୍ପମାନଙ୍କର ସାମଗ୍ରୀକ ଉନ୍ନତି ଓ ପାରସ୍ପରିକ ନିବେଶ ନେପାଳ ସହ ଆମ ସମ୍ପର୍କର ମୁଖ୍ୟ ଆଧାର ।

ମୁକ୍ତ ଆକାଶ, ସୀମାପାର ଶକ୍ତି ବାଣିଜ୍ୟ, ଟ୍ରାଞ୍ଜିଟ ରୁଟ, ସୀମାପାର ସଂଯୋଗ ଦିଗରେ ଭାରତର ପ୍ରୟାସ ନେପାଳବାସୀଙ୍କୁ ସିଧାସଳଖ ସୁଫଳ ପ୍ରଦାନ କରିବ ଏବଂ ଆମ ଆର୍ଥିକ ସହଭାଗୀତାକୁ ସୁଦୃଢ଼ କରିବ ।

ନେପାଳ ଓ ଭାରତ ଆର୍ଥିକ ସହଯୋଗୀତାର ଅନେକ କ୍ଷେତ୍ରରେ ଘନିଷ୍ଠ ଭାବେ କାର୍ଯ୍ୟରତ ଏବଂ ଏଥିରେ ବିଜୁଳି ଶକ୍ତି ଏବଂ ଜଳସମ୍ପଦ ସେକ୍ଟର ସାମିଲ ।

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଓ ମୁଁ ଏବେ କାର୍ଯ୍ୟକାରୀ ହେଉଥିବା ଜଳବିଦ୍ୟୁତ ପ୍ରକଳ୍ପର ସଫଳ ଓ ତ୍ୱରିତ ପ୍ରବର୍ତ୍ତନ ତଥା ବିଜୁଳି ସରବରାହ ଲାଇନର ବିକାଶ ଓ ପ୍ରବର୍ତ୍ତନ ନିମନ୍ତେ ସହମତ ହୋଇଛୁ ।

ଏହା ନେପାଳ ପାଇଁ ଅତି ଆବଶ୍ୟକ ବିଜୁଳି ଶକ୍ତି ଓ ରାଜସ୍ୱ ସୃଷ୍ଟିରେ ସହାୟକ ହେବ ।

ଆମ ଦୁଇ ଦେଶର ସମାଜ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଘନିଷ୍ଠ ଓ ସକ୍ରିୟ କରିବା ସକାଶେ ଆମେ ରାଜି ହୋଇଛିୁ ।

ଆମର ବୌଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବା ସହ, ଆୟୁର୍ବେଦ ଏବଂ ଅନ୍ୟ ପାରମ୍ପରିକ ଚିକିତ୍ସା ପଦ୍ଧତିର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ ଲାଗି ଆମେ ସହମତ ହୋଇଛୁ ।

ପ୍ରଧାନମନ୍ତ୍ରୀ ଓ ମୁଁ ଦୃଢ଼ ବିଶ୍ୱାସୀ ଯେ ଆଜି ଆମେ ଗ୍ରହଣ କରିଥିବା ନିଷ୍ପତ୍ତି ଆମର ଆର୍ଥିକ ସହଯୋଗୀତାକୁ ସୁଦୃଢ଼ କରିବା ସହ ଏହାକୁ ଏକ ନୂଆ ଶୀର୍ଷରେ ପହଞ୍ଚାଇବ ।

ମହାନୁଭବ,

ଆପଣଙ୍କର ଗସ୍ତ ବେଶ ସମୟୋଚିତ ।

ଏବଂ, ଆମ ସମ୍ପର୍କର ଏକ ନୂତନ ଓ ଉଜ୍ଜ୍ୱଳ ଅଧ୍ୟାୟ ରଚନା କରିବ ।

ପୁଣି ଥରେ, ମହାନୁଭବ, ଭାରତକୁ ମୁଁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ମୋର ବିଶ୍ୱାସ, ଭାରତରେ ଆପଣଙ୍କର ଅବସ୍ଥାନ ସୁଖପ୍ରଦ ଓ ସଫଳ ହେବ ।

ଆପଣମାନଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto sector reports strong sales momentum; SUVs and exports drive growth across industry

Media Coverage

Auto sector reports strong sales momentum; SUVs and exports drive growth across industry
NM on the go

Nm on the go

Always be the first to hear from the PM. Get the App Now!
...
First Deputy PM of Russia Denis Manturov calls on PM Modi
April 02, 2026
First Deputy PM Manturov briefs PM on progress in trade, fertilizers, connectivity and people-to-people ties
PM recalls the successful visit of President Putin to India in December 2025
PM expresses satisfaction at the sustained efforts towards implementation of the Summit outcomes
PM extends warm greetings to President Putin

The First Deputy Prime Minister of the Russian Federation, H.E. Denis Manturov, called on Prime Minister Shri Narendra Modi today.

First Deputy PM Manturov briefed PM on the progress in various areas of mutually beneficial cooperation, including trade and economic partnership, fertilizers, connectivity and people-to-people ties.

PM recalled the successful visit of President Putin to India in December 2025 for the 23rd India-Russia Annual Summit.

He expressed satisfaction at the sustained efforts being made by both sides towards implementation of the outcomes from the Annual Summit, aimed at further strengthening the India- Russia Special and Privileged Strategic Partnership.

PM extended warm greetings to President Putin and said that he looked forward to their continued exchanges.