ସୃଜନାତ୍ମକ କ୍ଷେତ୍ରରେ ଯୁବବର୍ଗଙ୍କ ଆଗ୍ରହ ଓ ଧ୍ୟାନ ଦେଖିବା ଆନନ୍ଦଦାୟକ: ପ୍ରଧାନମନ୍ତ୍ରୀ
ତୁମର ଭାବନା, ତୁମର ପେଣ୍ଟିଂ ପରି ଅତିସୁନ୍ଦର: ଶ୍ରୀ ମୋଦୀ
ଟିକାଦାନ ଅଭିଯାନ ଓ ଅନୁଶାସନ ସହିତ ୧୩୦କୋଟି ଭାରତୀୟଙ୍କର ଉଦ୍ୟମ ମହାମାରୀ ବିରୋଧରେ ଲଢିବାକୁ ଆମକୁ ବଳ ଯୋଗାଉଛି: ପ୍ରଧାନମନ୍ତ୍ରୀ
ଆଶା କରୁଛି ଲୋକେ ଷ୍ଟିଭେନଙ୍କ ଉଦ୍ୟମ ଦ୍ୱାରା ଅନୁପ୍ରାଣିତ ହୋଇ ସକାରାତ୍ମକ ବାର୍ତ୍ତା ପ୍ରଚାର କରିବେ: ଶ୍ରୀ ମୋଦୀ
ଷ୍ଟିଭେନ ହ୍ୟାରିସ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଚିଠି ଲେଖିବା ସହ ଶ୍ରୀ ମୋଦୀଙ୍କ ଦୁଇଟି ପେଣ୍ଟି ପଠାଇଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର ଜଣେ ୨୦ବର୍ଷ ବୟସ୍କ ଛାତ୍ରଙ୍କ ନିକଟରୁ ଚିଠି ଲେଖି ତାଙ୍କ ଦ୍ୱାରା ପ୍ରସ୍ତୁତ ନିଜର ଦୁଇଟି ପେଣ୍ଟିଂର ଉଚ୍ଚପ୍ରଶଂସା କରିଛନ୍ତି । ଏହି ଛାତ୍ର ଷ୍ଟିଭେନ ହ୍ୟାରିସ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ନିଜ ଦ୍ୱାରା ପ୍ରସ୍ତୁତ ମୋଦୀଙ୍କର ଦୁଇଟି ସୁନ୍ଦର ପେଣ୍ଟିଂ ପଠାଇବା ସହ ଏକ ଚିଠି ମଧ୍ୟ ଲେଖିଥିଲେ । ଏହା ପାଇବା ପରେ ପ୍ରଧାନମନ୍ତ୍ରୀ ସେହି ଛାତ୍ରଙ୍କୁ ଉତ୍ସାହିତ କରି ତାଙ୍କ ପାଖକୁ ଏକ ପତ୍ର ଲେଖି ତାଙ୍କ ପେଣ୍ଟିଂ ଓ ଉଦ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି ।

ସେ ଚିଠିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ସୃଜନାତ୍ମକ କ୍ଷେତ୍ରରେ ଯୁବକଯୁବତୀଙ୍କର ଆଗ୍ରହ ଓ ଧ୍ୟାନକୁ ଦେଖିବା ବେଶ୍ ଆନନ୍ଦଦାୟକ । “ତୁମ ପେଣ୍ଟିଂ ତୁମର ଗଭୀର ଅନୁଭବର ପ୍ରତିଭାକୁ ସୂଚାଉଛି । ଏଥିରେ ଯେଉଁ ସୂକ୍ଷ୍ମ କଳାତ୍ମକ ପ୍ରଦର୍ଶନ ଅତ୍ୟନ୍ତ ନିଖୁଣଭାବେ ହୋଇଛି ତାହା ବେଶ୍ ହୃଦୟସ୍ପର୍ଶୀ ।

ସାଂମ୍ପ୍ରତିକ ଜଟିଳ ପରିସ୍ଥିତିରେ ଏହି ଯୁବ କଳାକାର ଜଣକ ଜନସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଯେଉଁ ମତାମତ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ତାହାର ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି,, “ ଟିକାଦାନ ଅଭିଯାନ ଓ ଅନୁଶାସନ ସହିତ ୧୩୦କୋଟି ଭାରତୀୟଙ୍କ ସାମୁହିକ ଉଦ୍ୟମ ମହାମାରୀ ବିରୋଧୀ ଲଢେଇରେ ଆମକୁ ବଳ ଦେଇଛି” । ସକାରରାତ୍ମକ ବାର୍ତ୍ତା ପ୍ରଚାର ପାଇଁ ଷ୍ଟିଭେନଙ୍କ ଉଦ୍ୟମ ଦ୍ୱାରା ଲୋକେ ଅନୁପ୍ରାଣିତ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଷ୍ଟିଭେନ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ ଯେ ସେ ୧୫ବର୍ଷ ଧରି ପେଣ୍ଟିଂ କରି ଆସୁଛନ୍ତି ଏବଂ ବିଭିନ୍ନ ସ୍ତରରେ  ୧୦୦ରୁ ଅଧିକ ପୁରସ୍କାର ପାଇଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରେରଣାର ଉତ୍ସ ଭାବେ ଉଲ୍ଲେଖ କରିବା ସହିତ କରୋନାର  ମୁକାବିଲା ପାଇଁ ଚାଲିଥିବା ଟିକାଦାନ ଅଭିଯାନକୁ ପ୍ରଶଂସା କରିଛନ୍ତି ।

ଷ୍ଟିଭେନ ହ୍ୟାରିସ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଦୁଇଟି  ପେଣ୍ଟିଂ କରିଛନ୍ତି ତା’ର ଫଟୋ ତଳେ ଦିଆଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India