ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସ୍ୱଚ୍ଛ ଭାରତ ନିର୍ମାଣ ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଦାଦ୍ରା ଓ ନଗର ହାଭେଲିକୁ ପ୍ରଶଂସା କରିଛନ୍ତି ।
ମାତ୍ର ଏକ ବର୍ଷ ମଧ୍ୟରେ ଓଡିଏଫ+ ଗାଁଗୁଡିକର ସଂଖ୍ୟାରେ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଦାଦ୍ରା ଓ ନଗର ହାଭେଲି ତଥା ଦାମନ ଓ ଦିଉ ବାସିନ୍ଦାଙ୍କ ପାଇଁ ଗର୍ବିତ । ସ୍ୱଚ୍ଛ ଭାରତ ନିର୍ମାଣ ପାଇଁ ସେମାନେ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ।”
Proud of the people of Andaman and Nicobar islands, Lakshadweep, Dadra and Nagar Haveli, as well as Daman and Diu. They have shown remarkable commitment to build a clean India. https://t.co/NipUA1wnvC
— Narendra Modi (@narendramodi) April 1, 2023


