ମହାମହିମ ପ୍ରଧାନମନ୍ତ୍ରୀ ୱଙ୍ଗ,

ଉଭୟ ଦେଶର ପ୍ରତିନିଧିଗଣ,

ଗଣମାଧ୍ୟମ ବନ୍ଧୁଗଣ,

 

ନମସ୍କାର !

ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ପ୍ରଥମ ଭାରତ ଗସ୍ତ ପାଇଁ, ମୁଁ ତାଙ୍କୁ ସହୃଦୟ ସ୍ୱାଗତ କରୁଛି। ଏହି ଗସ୍ତ ଆହୁରି ସ୍ୱତନ୍ତ୍ର, କାରଣ ଏହି ବର୍ଷ ଆମେ ଆମର ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରୁଛୁ ।

 

ବନ୍ଧୁଗଣ,

ଗତ ବର୍ଷ, ମୋର ସିଙ୍ଗାପୁର ଯାତ୍ରା ସମୟରେ, ଆମେ ଆମର ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗୀତା(Comprehensive Strategic Partnership)ର ମର୍ଯ୍ୟାଦା ଦେଇଥିଲୁ। ଏହି ଗୋଟିଏ ବର୍ଷରେ, ଆମର ଆଲୋଚନା ଓ ସହଯୋଗରେ ଗତି ଓ ଗଭୀରତା ଆସିଛି।

 

ଆଜି, ଦକ୍ଷିଣ ପୂର୍ବ ଏସିଆ କ୍ଷେତ୍ରରେ, ସିଙ୍ଗାପୁର ଆମର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର। ସିଙ୍ଗାପୁରରୁ ଭାରତ ପର୍ଯ୍ୟନ୍ତ ବୃହତ ପରିମାଣରେ ପୁଞ୍ଜିନିବେଶ ହୋଇଛି। ଆମର ପ୍ରତିରକ୍ଷା ସମ୍ପର୍କ ନିରନ୍ତର ସୁଦୃଢ ହେଉଛି। ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଗଭୀର ଏବଂ ଜୀବନ୍ତ ରହିଛି।

 

ଆଜି ଆମେ ଆମର ଭବିଷ୍ୟତରେ ସହଭାଗୀତା ପାଇଁ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛୁ। ଆମର ସହଯୋଗ କେବଳ ପାରମ୍ପରିକ କ୍ଷେତ୍ର ମଧ୍ୟରେ ସୀମିତ ରହିବ ନାହିଁ। ପରିବର୍ତ୍ତିତ ସମୟ ସହିତ ତାଳ ଦେଇ, ଉନ୍ନତ ଉତ୍ପାଦନ, ସବୁଜ ପରିବହନ, ଦକ୍ଷତା, ବେସାମରିକ ପରମାଣୁ ଏବଂ ସହରାଞ୍ଚଳ ଜଳ ପରିଚାଳନା ଭଳି କ୍ଷେତ୍ରଗୁଡ଼ିକ ମଧ୍ୟ ଆମ ସହଯୋଗର କେନ୍ଦ୍ରବିନ୍ଦୁ ପାଲଟିଯିବ।

 

ଆମେ ନିଷ୍ପତ୍ତି ନେଇଛୁ ଯେ, ପାରସ୍ପରିକ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଦ୍ୱିପାକ୍ଷିକ ବ୍ୟାପକ ଆର୍ଥିକ ସହଯୋଗ ଚୁକ୍ତିନାମା (Comprehensive Economic Cooperation Agreement) ଏବଂ ଏସିଆନ୍‌ ସହିତ ଆମର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (Free Trade Agreement)କୁ ସମୟାନୁସାରେ ସମୀକ୍ଷା କରାଯିବ।

 

ଭାରତ-ସିଙ୍ଗାପୁର ସମ୍ପର୍କରେ ଆମର ରାଜ୍ୟଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହେବେ। ଜାନୁଆରୀରେ, ଯେତେବେଳେ ରାଷ୍ଟ୍ରପତି ଥରମାନ୍ ଭାରତ ଗସ୍ତରେ ଆସିଥିଲେ, ସେ ମଧ୍ୟ ଓଡ଼ିଶା ଗସ୍ତ କରିଥିଲେ। ଗତ ଗୋଟିଏ ବର୍ଷ ମଧ୍ୟରେ, ଓଡ଼ିଶା, ତେଲେଙ୍ଗାନା, ଆସାମ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ସିଙ୍ଗାପୁର ଗସ୍ତ କରିଛନ୍ତି। ଗୁଜରାଟର ଗିଫ୍ଟ ସିଟି ଆମର ଷ୍ଟକ୍ ବଜାରକୁ ସଂଯୋଗ କରିବା ପାଇଁ ଆଉ ଏକ ନୂତନ ସେତୁ ପାଲଟିଛି।

 

ବନ୍ଧୁଗଣ,

ଗତ ବର୍ଷ ସ୍ୱାକ୍ଷରିତ ହୋଇଥିବା ସେମିକଣ୍ଡକ୍ଟର ଇକୋସିଷ୍ଟମ ସହଭାଗୀତା ଚୁକ୍ତିନାମା ମଧ୍ୟ ଗବେଷଣା ଏବଂ ବିକାଶକୁ ଏକ ନୂତନ ମାର୍ଗଦର୍ଶନ ଦେଇଛି। 'ସେମିକନ୍ ଇଣ୍ଡିଆ' ସମ୍ମିଳନୀରେ ସିଙ୍ଗାପୁର କମ୍ପାନୀଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ପାରସ୍ପରିକ କ୍ଷେତ୍ର ପାଇଁ ଏକ ବହୁତ ବଡ଼ କଥା।

 

ଚେନ୍ନାଇରେ, ସିଙ୍ଗାପୁର ଦକ୍ଷତା ପାଇଁ ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାରେ ସହାୟତା କରିବ। ଏହି କେନ୍ଦ୍ର ଉନ୍ନତ ଉତ୍ପାଦନ କ୍ଷେତ୍ରରେ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ କରିବ।

 

ବନ୍ଧୁଗଣ,

ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆମର ସହଭାଗୀତାର ଦୃଢ଼ ସ୍ତମ୍ଭ। ଆମେ ଏଆଇ, କ୍ୱାଣ୍ଟମ୍ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ। ଆଜି ମହାକାଶ କ୍ଷେତ୍ରରେ ହୋଇଥିବା ଚୁକ୍ତିନାମା ମହାକାଶ ବିଜ୍ଞାନ କ୍ଷେତ୍ରରେ ସହଯୋଗରେ ଏକ ନୂତନ ଅଧ୍ୟାୟ ସାମିଲ କରିଛି। ଆମେ ନିଷ୍ପତ୍ତି ନେଇଛୁ ଯେ, ଆମର ଯୁବପିଢ଼ିଙ୍କ ପ୍ରତିଭାକୁ ସାମିଲ କରିବା ପାଇଁ ଭାରତ-ସିଙ୍ଗାପୁର ହାକାଥନର ପରବର୍ତ୍ତୀ ପର୍ଯ୍ୟାୟ ଚଳିତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ହେବ।

 

'ୟୁପିଆଇ (UPI)' ଏବଂ 'ପେ ନାଓ’ (Pay Now)' ଆମର ଡିଜିଟାଲ ସଂଯୋଗୀକରଣର ସଫଳ ଉଦାହରଣ। ଏହା ଖୁସିର ବିଷୟ ଯେ ୧୩ଟି ନୂତନ ଭାରତୀୟ ବ୍ୟାଙ୍କ ଏଥିରେ ସାମିଲ ହୋଇଛନ୍ତି ।

 

ଆଜି ସବୁଜ ଏବଂ ଡିଜିଟାଲ ସିପିଂ କରିଡର ପାଇଁ ଚୁକ୍ତିନାମା, ସାମୁଦ୍ରିକ କ୍ଷେତ୍ରରେ ସବୁଜ ଇନ୍ଧନ ଯୋଗାଣ ଶୃଙ୍ଖଳ ଏବଂ ଡିଜିଟାଲ ପୋର୍ଟ କ୍ଲିୟରାନ୍ସକୁ ସୁଦୃଢ କରିବ। ଭାରତ ଏହାର ବନ୍ଦର ଭିତ୍ତିଭୂମି ବିକାଶରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଏଥିରେ ସିଙ୍ଗାପୁରର ଅଭିଜ୍ଞତା ଅତ୍ୟନ୍ତ ଉପଯୋଗୀ। ଆଜି ଆମେ ସିଙ୍ଗାପୁରର କମ୍ପାନୀ ଏସ୍‌ପିଏ ଇଣ୍ଟରନ୍ୟାସନାଲ ଦ୍ୱାରା ବିକଶିତ ଭାରତ ମୁମ୍ବାଇ କଣ୍ଟେନର ଟର୍ମିନାଲ ଫେଜ୍ -୨କୁ ଉଦଘାଟନ କରିଛୁ। ଏହା ଆମର କଣ୍ଟେନର ପରିଚାଳନା କ୍ଷମତାକୁ ଆହୁରି ବୃଦ୍ଧି କରିବ।

 

ବନ୍ଧୁଗଣ,

ସିଙ୍ଗାପୁର ଆମର ‘ଆକ୍ଟ ଇଷ୍ଟ ପଲିସି’ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ପାଇଁ ଆମର ମିଳିତ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଆମେ ଏସିଆନ ସହିତ ମିଳିତ ଭାବରେ କାମ କରିବୁ।

 

ଆତଙ୍କବାଦ ବିଷୟରେ ଆମର ଚିନ୍ତାଧାରା ସମାନ। ଆମେ ବିଶ୍ୱାସ କରୁ ଯେ, ଏକତା ସହିତ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ସମସ୍ତ ମାନବତାବାଦୀ ଦେଶମାନଙ୍କର କର୍ତ୍ତବ୍ୟ। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମୁଁ ଭାରତର ଜନସାଧାରଣଙ୍କ ପ୍ରତି ମୋର ସମବେଦନା ପ୍ରକାଶ କରୁଛି, ଏବଂ ଆତଙ୍କବାଦ ବିରୁଦ୍ଧରେ ଆମର ଲଢ଼େଇରେ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ୱାଙ୍ଗ ଏବଂ ସିଙ୍ଗାପୁର ସରକାରଙ୍କ ପ୍ରତି ମୋର କୃତଜ୍ଞତା ଜଣାଉଛି।

 

ମହାମହିମ,

ଆମର ସମ୍ପର୍କ କୂଟନୀତିଠାରୁ ବହୁତ ଊର୍ଦ୍ଧ୍ୱରେ ।

 

ଏହା ଏକ ଉଦ୍ଦେଶ୍ୟପୂର୍ଣ୍ଣ ସହଭାଗୀତା,

ଯାହା ସାଧାରଣ ମୂଲ୍ୟବୋଧର ମୂଳ,

ପାରସ୍ପରିକ ସ୍ୱାର୍ଥ ଉଦ୍ଦେଶ୍ୟରେ ପରିଚାଳିତ ଏବଂ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ ।

 

ଆମର ସହଭାଗୀତା ପ୍ରତି ଆପଣଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"