ଶ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଦ୍ୱାରା ମିଳିତଭାବେ ଉଦ୍‌ଘାଟିତ
ଏହା ସହିତ ଅଗଲେଖା ଦ୍ୱୀପରେ ଛ’ଟି ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପକୁ ଉଦ୍‌ଘାଟନ କଲେ ଦୁଇ ପ୍ରଧାନମନ୍ତ୍ରୀ
“ମରିସସ ଭାରତର ଏକ ମହତ୍ୱପୂର୍ଣ୍ଣ ଓ ମୂଲ୍ୟବାନ ବନ୍ଧୁ ରାଷ୍ଟ୍ର, ଆଜି ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପମାନ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ଅଧିକ ସୁଦୃଢ ଏବଂ ନିବିଡ କରିବ”
“ଆମ ପଡୋଶୀ ପ୍ରଥମ ନୀତିରେ ମରିସସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର”
“ଭାରତ ସର୍ବଦା ତାହାର ମିତ୍ର ମରିସସ କଥାକୁ ପ୍ରଥମେ ଶୁଣି ପଦକ୍ଷେପ ଗ୍ରହଣ କରିଥାଏ”
“ଭାରତ ଓ ମରିସସ୍ ଦୁହେଁ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ଦୁହିଁଙ୍କର ସ୍ୱାଭାବିକ ମିତ୍ର” “ମରିସସ ବିଶ୍ୱର ପ୍ରଥମ ରାଷ୍ଟ୍ରଭାବେ ଭାରତର ଜନ ଔଷଧୀ ଯୋଜନାରେ ସାମିଲ ହେବ; ଏହା ଫଳରେ ମରିସସର ଲୋକେ ଭାରତରେ ତିଆରି ଉତ୍ତମ ମାନର ଜେନେରିକ୍ ଔଷଧର ଲାଭ ପାଇବେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମରିସସ ପ୍ରତିପକ୍ଷ ଶ୍ରୀ ପ୍ରବିନ୍ଦ ଜଗନ୍ନାଥ ମିଳିତଭାବେ ସେଠାକାର ଅଗଲେଖା ଦ୍ୱୀପରେ ନବନିର୍ମିତ ଏକ ଏୟାର ଷ୍ଟ୍ରିପ୍ ଓ ସେଣ୍ଟ ଜେମ୍‌ସ ଜେଟ୍ଟିକୁ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଆଜି ଉଦ୍‌ଘାଟନ କରିଛନ୍ତି । ଏହା ସହିତ ଅଗଲେଖା ଦ୍ୱୀପରେ ନିର୍ମିତ ଛ’ଟି ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ମଧ୍ୟ ଦୁଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମିଳିତଭାବେ ଉଦ୍‌ଘାଟିତ ହୋଇଛି ।

ଏହି ସବୁ ପ୍ରକଳ୍ପର ଉଦ୍‌ଘାଟନ ଦୁଇ ଦେଶ ମଧ୍ୟରେ ଥିବା ଦଶକ ଦଶକରୁ ପୁରୁଣା ଉତ୍ତମ ବିକାଶମୂଳକ ଅଂଶୀଦାରୀର ନିଦର୍ଶନ । ଏହି ନବ ନିର୍ମିତ ପ୍ରକଳ୍ପ ଦ୍ୱାରା ମରିସସର ମୁଖ୍ୟ ଭୂଖଣ୍ଡ ଏବଂ ଅଗଲେଖା ଦ୍ୱୀପ ମଧ୍ୟରେ ସଂଯୋଗ ବ୍ୟବସ୍ଥା ସୁଦୃଢ ଏବଂ ସାମୁଦ୍ରିକ ନିରାପତ୍ତା ଅଧିକ ମଜବୁତ ହେବ । ଏହା ଦ୍ୱାରା ମଧ୍ୟ ସେହି ଆଫ୍ରିକୀୟ ଦେଶ ରାଷ୍ଟ୍ରର ସାମାଜିକ, ଅର୍ଥନୀତିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଏଠାରେ ସୂଚନା ଯୋଗ୍ୟ ଯେ ନିକଟରେ ଭାରତ ଓ ମରିସସ୍‌ର ମଧ୍ୟରେ ମଜବୁତ ହେବ । ଏହା ଦ୍ୱାରା ମଧ୍ୟ ସେହି ଆଫ୍ରିକୀୟ ଦ୍ୱୀପ ରାଷ୍ଟ୍ରର ସାମାଜିକ-ଅର୍ଥନୈତିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ  ହୋଇପାରିବ । ଏଠାରେ ସୂଚନାଯୋଗ୍ୟ ଯେ ନିକଟରେ ଭାରତ ଓ ମରିସସ୍ ମଧ୍ୟରେ ୟୁପିଆଇ ଓ ରୂପେ କାର୍ଡ ପ୍ରବର୍ତ୍ତନ କରାଯାଇଛି । ଦୁଇ ଦେଶର ପ୍ରଧାନମନ୍ତ୍ରୀ ମିଳିତଭାବେ ୨୦୨୪ଫେବୃୟାରୀ ୧୨ରେ ଏହି ଦୁଇ ସେବାର ଶୁଭାରମ୍ଭ କରିଥିଲେ ।

ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ  ଏହି ଅବସରରେ କହିଛନ୍ତି ଯେ ଆଜିର ମିଳିତ ଉଦ୍‌ଘାଟନ ଫଳରେ ଉଭୟ ଭାରତ ଓ ମରିସସ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଏହା ଫଳରେ ଅଗଲେଖା ଦ୍ୱୀପକୁ ଉଭୟ ବିମାନ ଓ ଜାହାଜ ସେବା ମିଳିବ । ଏହା ଦ୍ୱାରା ସେହି ଦ୍ୱୀପରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ନୂଆ କରି ଉଦ୍‌ଘାଟିତ ଛ’ଟି ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଅଗଲେଖା ଦ୍ୱୀପର ଅଧିବାସୀଙ୍କ ଜୀବନ ଜୀବିକାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ଜଗନ୍ନାଥ ଉଦାହରଣୀୟ ପ୍ରତୀକ ଭାବେ ଉଲ୍ଲେଖ କରି ଏଥି ପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ ଏଭଳି ସହଯୋଗ ଭାରତ-ମରିସସ ସମ୍ପର୍କକୁ ଏକ  ନୂଆ ଦିଗ୍‌ଦର୍ଶନ ଦେଇଛି । ଭାରତର ସହଯୋଗରେ ଏସବୁ କାମ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀକୁ କୃତଜ୍ଞତା ଜଣାଇଛନ୍ତି । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତରେ କ୍ଷମତାକୁ ଆସିବା  ପରଠାରୁ ମରିସସ ସହିତ ସମ୍ପର୍କକୁ ନିରନ୍ତର ଭାବେ ସୁଦୃଢ କରି ଆସୁଛନ୍ତି । ମରିସସ ଓ ଏହାର ଜନତାଙ୍କ ବିକାଶ ପାଇଁ ମୋଦୀଜୀଙ୍କ ସ୍ୱତନ୍ତ୍ର ଦରଦ ତଥା ଓ ପ୍ରୟାସ ରହିଛି ।

 

ଶ୍ରୀ ଜଗନ୍ନାଥ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଥିଲେ । ସେ ଏବେ ସମଗ୍ର ବିଶ୍ୱରେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ଜଗନ୍ନାଥ ବିଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ଜ୍ଞାନ, ବୁଦ୍ଧି, ସଫଳତାର ଉଚ୍ଚ ପ୍ରଶଂସା କରିଥିଲେ । ସେ ଆହୁରି କହିଥିଲେ ଯେ ଭାରତୀୟମାନେ ଏବେ ସମଗ୍ର ବିଶ୍ୱର ‘ପାୱାର ହାଉସ’ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ସେମାନଙ୍କ ଜ୍ଞାନ, ବୁଦ୍ଧି ଓ ସଫଳତାର ପଟ୍ଟାନ୍ତର ନାହିଁ । ମରିସସ୍ ବିଶ୍ୱର ପ୍ରଥମ ରାଷ୍ଟ୍ରଭାବେ ଭାରତୀୟ ଜନଔଷଧୀ କାର୍ଯ୍ୟକ୍ରମକୁ ଗ୍ରହଣ କରିଛି ବୋଲି ଶ୍ରୀ ଜଗନ୍ନାଥ ଏହି ଅବସରରେ ସୂଚନା ଦେଇଥିଲେ। ଏହା ଫଳରେ ମରିସସ୍ ଭାରତରୁ ପ୍ରାୟ ୨୫୦ ପ୍ରକାରର ଉଚ୍ଚମାନର ଜେନେରିକ ଔଷଧ ତାହାର ନାଗରିକଙ୍କ  ବ୍ୟବହାର ପାଇଁ ପାଇବ । ଏହା ଦ୍ୱାରା ମରିସସ୍ ବାସୀ ଶସ୍ତାରେ ଉତ୍ତମମାନର ଔଷଧ ପାଇଁ ବିଶେଷ ଉପକୃତ ହେବେ । ଏହା ଦ୍ୱାରା ଦୁଇ ଦେଶର ଅଂଶୀଦାରୀ ଅଧିକ ନିବିଡ ହେବ ବୋଲି ସେ କହିଥିଲେ । ଦ୍ୱୀପ ରାଷ୍ଟ୍ର ମରିସସ୍‌ର ସାମୁଦ୍ରିକ ନିରାପତ୍ତା ଓ ପ୍ର୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଲୋକଙ୍କ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଓ ସେମାନଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବାକୁ ଭାରତର ସହାୟତାରେ ନିର୍ମିତ ପ୍ରକଳ୍ପଗୁଡିକ ବିଶେଷ ସହାୟକ ହେବ ବୋଲି ଉଲ୍ଲେଖ କରି ଏଥି ପାଇଁ ଶ୍ରୀ ଜଗନ୍ନାଥ  ଭାରତ ଏବଂ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପୁନର୍ବାର ଧନ୍ୟବାଦ ତଥା କୃତଜ୍ଞତା ଜଣାଇ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଭାଷଣରେ କହିଥିଲେ ଯେ ଗତ ଛ’ମାସେ ମଧ୍ୟରେ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ସହ ତାଙ୍କର ଏହା ପଞ୍ଚମ ବୈଠକ । ଏଥିରୁ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କର ନିବି଼ଡତା ଓ ସ୍ୱତନ୍ତ୍ରତାର ପରିିଚୟ ମିଳେ ।  ସେ କହିଥିଲେ ଯେ ଭାରତର “ପଡୋଶୀ ପ୍ରଥମ” ନୀତିରେ ମରିସସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ।  ‘ଗ୍ଲୋବାଲ ସାଉଥ’ର ସଦସ୍ୟଭାବେ ଆମର ଅଗ୍ରାଧିକାର କ୍ଷେତ୍ର ସମାନ । ବିଗତ ୧୦ବର୍ଷ ମଧ୍ୟରେ ଆମର ଦ୍ୱିପାକ୍ଷିକ ୧୦ବର୍ଷ ମଧ୍ୟରେ ଆମର ଦ୍ୱିପାକ୍ଷିକ ସମ୍ପର୍କରେ ଅଭୂତପୂର୍ବ ଉନ୍ନତି ଘଟିଛି । ମିତ୍ରତା ଓ ସହଯୋଗ ନୂଆ ଶିଖରରେ ପହଞ୍ଚିଛି । ଶ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ପ୍ରାଚୀନ ଭାଷା ଓ ସଂସ୍କୃତିଗତ ସମ୍ପର୍କ  ବିଷୟରେ ଉଲ୍ଲେଖ କରିବା ସହିତ ନିକଟରେ ଆରମ୍ଭ ହୋଇଥିବା ୟୁପିଆଇ ଓ ରୁପେ କାର୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ଦୁଇ ଦେଶ ମଧ୍ୟରେ ଆଧୁନିକ ଡିଜିଟାଲ ସଂଯୋଗ ଓ ସମ୍ପର୍କର ଏକ ନୂଆ ଅଧ୍ୟାୟ ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ବିକାଶ ଅଂଶଦାରୀ, ରାଜନୀତିକ ଅଂଶୀଦାରୀର ଆଧାର ଖମ୍ବ। ମରିସସର ଅଗ୍ରାଧିକାର ଓ ଆବଶ୍ୟକତାକୁ ଦେଖି ଭାରତ ବିକାଶମୂଳକ ସହାୟତା ଏବଂ ସହଯୋଗ ଯୋଗାଉଛି । ଏହି ସହଯୋଗ ଇଇଜେଡ୍‌, ସ୍ୱାସ୍ଥ୍ୟ ନିରାପତ୍ତା ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଅବ୍ୟାହତ ରହିଛି । ଭାରତ ସର୍ବଦା ମରିସସ୍‌ର ଆବଶ୍ୟକତାକୁ ସମ୍ମାନ ଦେଇ ଆସିଛି ଏବଂ ପ୍ରଥମ ରାଷ୍ଟ୍ରଭାବେ ଏହାକୁ ପୂରଣ କରି ଆସୁଛି । କୋଭିଡ ମହାମାରୀ ଠାରୁ ଆରମ୍ଭ କରି ସମୁଦ୍ରରେ ତୈଳ ଆସ୍ତରଣ ଜନିତ ଜରୁରୀ ସ୍ଥିତି ଭଳି ପ୍ରତ୍ୟେକ ସଙ୍କଟ କାଳରେ ଭାରତ ପ୍ରଥମ ଦେଶ ଭାବେ ମରିସସ୍ ପାଖରେ ସାହାଯ୍ୟ ସହଯୋଗର ହାତ ବଢାଇ ଛିଡା ହୋଇଛି । ଦ୍ୱୀପ ରାଷ୍ଟ୍ର ମରିସସ୍‌ର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସୁ ଏହା ଭାରତର ପ୍ରଥମ ଲକ୍ଷ୍ୟ । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ମରିସସକୁ ୧୦୦୦ ନିୟୁତ ଡଲାର ଋଣ ଓ ୪୦୦ ନିୟୁତ ଡଲାରର ଅର୍ଥ ସହାୟତା ଦେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ । ମରିସସ୍‌ରେ ମେଟ୍ରୋ ରେଲଲାଇନ ନିର୍ମାଣ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ, ସାମାଜିକ ଆବାସ ଯୋଜନା, ଇଏନ୍‌ଟି ହସ୍‌ପିଟାଲ ପ୍ରତିଷ୍ଠା, ସିଭିଲ ସର୍ଭିସ କଲେଜ ନିର୍ମାଣ, କ୍ରୀଡା ଭିତ୍ତିଭୂମି ଓ ଅନ୍ୟାନ୍ୟ ଉନ୍ନତିମୂଳକ ପ୍ରକଳ୍ପ ନିର୍ମାଣରେ ସାହାଯ୍ୟ ସହଯୋଗ ଯୋଗାଇ ଭାରତ ନିଜକୁ ଧନ୍ୟ ମନେ କରୁଛି ।

 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ୨୦୧୫ରେ ସେ ଅଗଲେଖା ଦ୍ୱୀପର ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଜି ତାହା ପୂରଣ ହୋଇଥିବାରୁ ବିଶେଷ ଆନନ୍ଦିତ । “ଆଜିକାଲି ଏହାକୁ ଭାରତରେ ମୋଦୀଙ୍କ ଗ୍ୟାରେଣ୍ଟି କୁହାଯାଉଛି ।” ଆଜି ମରିସସରେ ଯେଉଁ ସବୁ ପ୍ରକଳ୍ପ ଉଦ୍‌ଘାଟିତ ହେଲା ତାହା ଦ୍ୱାରା ସେଠାକାର ଲୋକଙ୍କ ଜୀବନଯାପନ ସୁଗମ ହେବ । ଏହା ଦ୍ୱାରା ମରିସସ୍‌ର ଉତ୍ତର ଓ ଦକ୍ଷିଣ ଭାଗ ମଧ୍ୟରେ ସଂଯୋଗ ବ୍ୟବସ୍ଥାର ଯଥେଷ୍ଟ ଉନ୍ନତି ଆସିବ । ଦେଶର ମୁଖ୍ୟ ଭାଗ ସହିତ ଅନ୍ୟ ଅଞ୍ଚଳର ପ୍ରଶାସନିକ ସଂଯୋଗରେ ଉନ୍ନତି ଘଟିବ । ରୋଗୀଙ୍କୁ ଡାକ୍ତରଖାନା ଓ ପିଲାଙ୍କୁ ସ୍କୁଲ ନେବା ଅଧିକ ସହଜ ହେବ ।

 ଭାରତ ମହାସାଗରର ପାରମ୍ପରିକ ଓ ଅଣପାରମ୍ପରିକ ଆହ୍ୱାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଉଭୟ ଭାରତ ଓ ମରିସସ ପ୍ରାକୃତିକ ଅଂଶୀଦାର  । ଏହି ଅଂଶୀଦାରୀ ସାମୁଦ୍ରିକ ନିରାପତ୍ତାରେ ପ୍ରଦର୍ଶିତ । ସାଗରରୁ ଯେଉଁ ଆହ୍ୱାନ ଆସୁଛି ତାହାର ସଫଳ ମୁକାବିଲା କରିବାକୁ ଆମେ ସକ୍ରିୟତାର ସହିତ କାମ କରୁଛୁ । ଆମ ନିରାପତ୍ତାକୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଉଛି । ଭାରତ ମହାସାଗର ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ସୁନିଶ୍ଚିତ କରିବାକୁ ଆମେ ମିଳିତ ଭାବେ କାମ କରୁଛୁ । ଇଇଜେଡ୍‌ର କାର୍ଯ୍ୟ ତଦାରଖ, ମିଳିତ ପ୍ରହରା ବ୍ୟବସ୍ଥା, ଜଳରାଶୀ ବିଜ୍ଞାନ, ମାନବିକ ସହାୟତା ଓ ବିପର୍ଯ୍ୟୟ ରିଲିଫ ଆଦି କାମକୁ ଅଗ୍ରାଧିକାର ଦିଆଯାଉଛି । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଆଜି ଅଗଲେଖା ଉଦ୍‌ଘାଟିତ ହୋଇଥିବା ଏୟାର ଷ୍ଟ୍ରିପ ଓ ଜେଟ୍ଟି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ନିବିଡ ଓ ବ୍ୟାପକ କରିବ । ଏହା ଦ୍ୱାରା ମରିସସର ନୀଳ ଅର୍ଥନୀତିକୁ ଲାଭ ମିଳିବ ।

 ମରିସସରେ ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ସେଠାକାର ପ୍ରଧାନମନ୍ତ୍ରୀ ଶ୍ରୀ ଜଗନ୍ନାଥ କରିଥିବା ଘୋଷଣାକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ବିଶ୍ୱର ପ୍ରଥମ ଦେଶ ଭାବେ ମରିସସ୍ ଭାରତର ଜନ ଔଷଧୀ କାର୍ଯ୍ୟକ୍ରମରେ ସାମିଲ ହେବ । ଏହା ଦ୍ୱାରା ସେ ଦେଶ ଲୋକେ ଅଳ୍ପ ମୂଲ୍ୟରେ ଉଚ୍ଚମାନର ଜେନେରିକ ଔଷଧ ପାଇ  ଉପକୃତ ହେବେ । ନିଜର ଭାଷଣ ଶେଷ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ମରିସସ ପ୍ରତିପକ୍ଷଙ୍କୁ ତାଙ୍କ ଦୂରଦୃଷ୍ଟି ଓ ଉତ୍ତମ ନେତୃତ୍ୱ ପାଇଁ ଅଭିନନ୍ଦନ ଜଣାଇଥିଲେ । ଭାରତ ଓ ମରିସସର ସମ୍ପର୍କ ଆଗାମୀ ଦିନରେ ନୂଆ ଶିଖର ସ୍ପର୍ଶ କରିବ ବୋଲି ଶ୍ରୀ ମୋଦୀ ଦୃଢତା ପ୍ରକାଶ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government eases defence export SOP to help local manufacturers tap global market

Media Coverage

Government eases defence export SOP to help local manufacturers tap global market
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”