ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୃକ୍ଷରୋପଣ ଅଭିଯାନରେ ଭାଗ ନେଲେ ଏବଂ ଦିଲ୍ଲୀର ଭଗବାନ ମହାବୀର ବନସ୍ଥଳୀେ ଉଦ୍ୟାନରେ ଏକ ଚାରାରୋପଣ କରି ‘ଏକ ପେଡ଼ ମା କେ ନାମ’ (ମା’ଙ୍କ ନାମରେ ଏକ ଗଛ) ଅଭିଯାନକୁ ଆଗକୁ ବଢ଼ାଇବା ଉଦେ୍ଦଶ୍ୟରେ ଏହି ଅଭିଯାନକୁ ବ୍ୟାପକ ବନାଇବାକୁ ସଂକଳ୍ପ ନେଲେ ।

 

ଶ୍ରୀ ମୋଦୀ ଆରାବଳୀ ଗ୍ରୀନ ୱାଲ ପ୍ରକଳ୍ପ ଅନ୍ତର୍ଗତ ଆରାବଳୀ ପର୍ବତ ଶୃଙ୍ଖଳାରେ ପୁନଃବୃକ୍ଷରୋପଣର ମହତ୍ୱକୁ ବି ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ବିଶ୍ୱର ସବୁଠାରୁ ପ୍ରାଚୀନ ପର୍ବତମାଳା ମଧ୍ୟରେ ଅନ୍ୟତମ ଆରାବଳୀ ପର୍ବତମାଳା ଗୁଜରାଟ, ରାଜସ୍ଥାନ, ହରିଆନାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି ।

ଏହି ଅଞ୍ଚଳ ଅନେକ ପରିବେଶଗତ ଆହ୍ୱାନର ସମ୍ମୁଖୀନ ହେଉଥିବା ବେଳେ ଏହାର ସମାଧାନ ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି କି, ଆରାବଳୀ ପର୍ବତମାଳା ଏବଂ ଏହାର ପରିପାଶ୍ୱର୍ରେ ପାରମ୍ପରିକ ଚାରାରୋପଣ ସହିତ ଆମେ ନୂଆ ଟେକନିକକୁ ପ୍ରୋତ୍ସାହିତ କରିବୁ, ବିଶେଷ କରି କମ୍ ଜାଗା ଥିବା ସହର ଓ ଅର୍ଦ୍ଧ-ସହରାଞ୍ଚଳରେ । ଶ୍ରୀ ମୋଦୀ କହିଛନ୍ତି କି ଚାରାରୋପଣ ପ୍ରକ୍ରିୟାକୁ ଜିଓ ଟ୍ୟାଗ କରାଯିବ ଏବଂ ମେରୀ ଲାଇପ ପୋର୍ଟାଲ ଜରିଆରେ ଏହା ଉପରେ ନଜର ରଖାଯିବ ।

 

ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ିଙ୍କୁ ଏହି ଆନେ୍ଦାଳନରେ ସକ୍ରିୟ ଭାବେ ଭାଗ ନେବା ସହ ପୃଥିବୀରେ ସବୁଜ ଆବରଣ ବିସ୍ତାର କରିବା ଦିଗରେ ଯୋଗଦାନ ସକାଶେ ଆହ୍ୱାନ ଦେଇଛନ୍ତି ।

 

ଏକ୍ସରେ ଅନେକ ଗୁଡ଼ିଏ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି:

“ଆଜି ବିଶ୍ୱ ପରିବେଶ ଦିବସ  #WorldEnvironmentDay ଅବସରରେ ଆମେ ଏକ ବିଶେଷ ବୃକ୍ଷରୋପଣ ଅଭିଯାନ ସହିତ ଏକ ପେଡ଼ ମା କେ ନାମ #EkPedMaaKeNaam ପଦକ୍ଷେପକୁ ମଜବୁତ୍ କରିଛୁ  । ମୁଁ ଦିଲ୍ଲୀର ଭଗବାନ ମହାବୀର ବନସ୍ଥଳୀ ଉଦ୍ୟାନରେ ଏକ ଚାରା ରୋପଣ କରିଛି । ଆରାବଳୀ ପର୍ବତମାଳାରେ ପୁନର୍ବାର ବନୀକରଣ କାର୍ଯ୍ୟ-ଆରାବଳୀ ଗ୍ରୀନ ୱାଲ ପ୍ରକଳ୍ପର ଏକ ଅଂଶବିଶେଷ ମଧ୍ୟ ।”

“ଏହା ସମସ୍ତଙ୍କୁ ଜଣା ଯେ ଆରାବଳୀ ପର୍ବତାମାଳା ବିଶ୍ୱର ସର୍ବପୁରାତନ ପର୍ବତମାଳା ମଧ୍ୟରୁ ଅନ୍ୟତମ, ଯେଉଁଥିରେ କି ଗୁଜରାଟ, ରାଜସ୍ଥାନ, ହରିଆନା ଏବଂ ଦିଲ୍ଲୀ ସାମିଲ ଅଛି । ବିଗତ କିଛି ବର୍ଷ ମଧ୍ୟରେ ଏହି ପର୍ବତମାଳା ଅନେକ ଗୁଡ଼ିଏ ପରିବେଶଗତ ଆହ୍ୱାନର ସମ୍ମୁଖିନ ହୋଇଛି, ଯାହାର ସମାଧାନ ପାଇଁ ଆମ ସରକାର ପ୍ରତିବଦ୍ଧ । ଏହି ପର୍ବତମାଳା ସହ ଜଡ଼ିତ ଅଞ୍ଚଳର କାୟାକଳ୍ପରେ ପରିବର୍ତ୍ତନ ଆମର ଲକ୍ଷ୍ୟ । ଆମେ ସ୍ଥାନୀୟ ପ୍ରଶାସନ ସହ ମିଶି କାମ କରିବାକୁ ଯାଉଛୁ ଏବଂ ଏହା ଅନ୍ତର୍ଗତ ଜଳ ପ୍ରଣାଳୀରେ ସୁଧାର, ଧୂଳିଝଡ଼ ହ୍ରାସ, ପୂର୍ବଭାଗକୁ ବିସ୍ତାରିତ ହେଉଥିବା ଥର୍ ମରୁଭୂମିକୁ ରୋକିବା ଆଦିକୁ ଗୁରୁତ୍ୱ ଦେଉଛୁ ।”

“ଆରାବଳୀ ପର୍ବତମାଳା ଏବଂ ଏହାର ପରିପାଶ୍ୱର୍ରେ ପାରମ୍ପରିକ ଚାରା ରୋପଣ ସହିତ ଆମେ ନୂଆ ଟେକନିକକୁ ପ୍ରୋତ୍ସାହିତ କରିବୁ, ବିଶେଷ କରି କମ୍ ଜାଗା ଥିବା ସହର ଓ ଅର୍ଦ୍ଧ-ସହରାଞ୍ଚଳରେ । ଚାରାରୋପଣ ପ୍ରକ୍ରିୟାକୁ ଜିଓ ଟ୍ୟାଗ କରାଯିବ ଏବଂ ମେରୀ ଲାଇପ ପୋର୍ଟାଲ ଜରିଆରେ ଏହା ଉପରେ ନଜର ରଖାଯିବ । ମୁଁ ଆମ ଦେଶର ଯୁବପିଢ଼ିଙ୍କୁ ଏହି ଆନେ୍ଦାଳନରେ ସକ୍ରିୟ ଭାବେ ଭାଗ ନେବା ସହ ପୃଥିବୀରେ ସବୁଜ ଆବରଣ ବିସ୍ତାର କରିବା ଦିଗରେ ଯୋଗଦାନ ସକାଶେ ଆହ୍ୱାନ ଦେଉଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional