ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ନାସିକସ୍ଥିତ କଳାରାମ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀରାମ କୁଣ୍ଡରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ସେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । 

 

ଆଜି ନାସିକରେ ପରମ୍ପରା ଓ ପ୍ରଯୁକ୍ତି ବିଦ୍ୟାର ଏକ ଉଲ୍ଲେଖନୀୟ ସମାଗମ ହୋଇଥିଲା । ପ୍ରଧାନମନ୍ତ୍ରୀ ରାମାୟଣର ମହାକାବ୍ୟ କାହାଣୀ, ବିଶେଷ କରି 'ଯୁଦ୍ଧ କାଣ୍ଡ' ବିଭାଗ ଶୁଣିଥିଲେ, ଯେଉଁଥିରେ ଭଗବାନ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ଦର୍ଶାଯାଇଛି । ଏହା ମରାଠୀରେ ଉପସ୍ଥାପିତ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ଏଆଇ ଅନୁବାଦ ମାଧ୍ୟମରେ ହିନ୍ଦୀ ସଂସ୍କରଣ ଶୁଣିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ନାସିକର ଶ୍ରୀ କଳାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲି । ଦିବ୍ୟ ବାତାବରଣରେ ଅବିଶ୍ୱସନୀୟ ଆଶୀର୍ବାଦ ଅନୁଭବ କରୁଛି । ପ୍ରକୃତରେ ଏକ ନମ୍ର ଏବଂ ଆଧ୍ୟାତ୍ମିକ ଅନୁଭୂତି । ମୁଁ ମୋର ସାଥୀ ଭାରତୀୟଙ୍କ ଶାନ୍ତି ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲି ।

 

 

ନାସିକର ରାମକୁଣ୍ଡରେ ଏକ ପୂଜାରେ ଭାଗ ନେଇଥିଲି ।

"ଶ୍ରୀ କଳାରାମ ମନ୍ଦିରରେ ସନ୍ଥ ଏକନାଥ ଜୀଙ୍କ ଦ୍ୱାରା ମରାଠୀ ଭାଷାରେ ଲିଖିତ ଭାବାର୍ଥ ରାମାୟଣର କଥା ଶୁଣିବାର ଗଭୀର ଅନୁଭୂତି ପାଇଥିଲି, ଯେଉଁଥିରେ ପ୍ରଭୁ ଶ୍ରୀରାମଙ୍କ ବିଜୟୀ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ବିଷୟରେ ବର୍ଣ୍ଣନା କରାଯାଇଥିଲା । ଭକ୍ତି ଓ ଇତିହାସରେ ପରିପୂର୍ଣ୍ଣ ଏହି ପାଠ ଏକ ସ୍ୱତନ୍ତ୍ର ଅନୁଭୂତି ଥିଲା ।

 

ସେ ନାସିକରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର କାଳଜୟୀ ଚିନ୍ତାଧାରା ଓ ଦୂରଦୃଷ୍ଟି ଆମକୁ ପ୍ରେରଣା ଦେଉଛି ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance