ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି.ଭି. ନରସିଂହ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବରରେ ସେ ଦେଶର ଅର୍ଥନୈତିକ ଏବଂ ରାଜନୈତିକ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭାରତର ବିକାଶ ପଥ ଗଠନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ଶ୍ରୀ ପି.ଭି. ନରସିଂହ ରାଓଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରୁଛି । ଆମ ବିକାଶ ପଥର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ତାଙ୍କର ପ୍ରଭାବଶାଳୀ ନେତୃତ୍ୱ ପାଇଁ ଭାରତ ତାଙ୍କ ପ୍ରତି କୃତଜ୍ଞ । ତାଙ୍କର ବୁଦ୍ଧି, ଜ୍ଞାନ ଏବଂ ବିଦ୍ୱାନ ସ୍ୱଭାବ ମଧ୍ୟ ବ୍ୟାପକ ଭାବରେ ପ୍ରଶଂସିତ ।”
Remembering Shri PV Narasimha Rao Garu on his birth anniversary. India is grateful to him for his effective leadership during a crucial phase of our development trajectory. His intellect, wisdom and scholarly nature are also widely admired.
— Narendra Modi (@narendramodi) June 28, 2025


