“ହିତାଧିକାରୀ ସରକାରଭ୍କ ପଛରେ ଗୋଡ଼ାଇବା ଅନାବଶ୍ୟକ । ବରଂ ସରକାର ନିଶ୍ଚିତ ଭାବେ ହିତାଧିକାରୀଙ୍କ ନିକଟରେ ପହଞ୍ଚôବେ”
“ବିକଶିତ ଭାରତ ସଂକଳ୍ପ ଯାତ୍ରା ମୋ ପାଇଁ ଗୋଟେ ପରୀକ୍ଷା । ଯଦି ଆକାଂକ୍ଷିତ ଫଳାଫଳ ଓ ସଫଳତା ହାସଲ ହୋଇଛି ମୁଁ ତାହା ଲୋକଙ୍କ ପାଖରୁ ଶୁଣିବାକୁ ଚାହେଁ”
“ସଫଳ ଯୋଜନା ନାଗରିକମାନଙ୍କ ମଧ୍ୟରେ ମାଲିକାନାସତ୍ତ୍ୱ ମନୋଭାବ ସୃଷ୍ଟି କରେ”
“ଯଦି ବିକଶିତ ଭାରତର ମଞ୍ଜି ବୁଣାଯାଏ, ଆଗାମୀ ୨୫ ବର୍ଷ ମଧ୍ୟରେ ଭବିଷ୍ୟତପିଢ଼ି ତା’ର ଫସଲ ଅମଳ କରିବେ”
“ବିକଶିତ ଭାରତ ସମସ୍ତ ବାଧାବିଘ୍ନରୁ ମୁକ୍ତି ପାଇବାର ପଥ”

 ଉତ୍ତର ପ୍ରଦେଶର ବାରାଣାସୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଯାତ୍ରାର ମଣ୍ଡପଗୁଡ଼ିକୁ ବୁଲି ଦେଖିବା ସହ ଏହାର ବାହନ ଓ କ୍ରୁଜ୍ କାର୍ଯ୍ୟକ୍ରମ ମଧ୍ୟ ବୁଲି ଦେଖିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ବାର୍ତ୍ତା ବିନିମୟ କରିବା ସହ ଉଦବୋଧନ ମଧ୍ୟ ଦେଇଥିଲେ । କାର୍ଯ୍ୟକ୍ରମ କାଳରେ ବିକଶିତ ଭାରତ ସଂକଳ୍ପ ଶପଥ ପାଠ ମଧ୍ୟ କରାଯାଇଥିଲା ।

 

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ସମସ୍ତ ସଂସଦ ସଦସ୍ୟ ସେମାନଙ୍କ ନିଜ ନିଜ ନିର୍ବାଚନମଣ୍ଡଳୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରୁଛନ୍ତି । ସେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ରେ ଅଂଶଗ୍ରହଣ କରିବାକୁ ଜଣେ ସାଂସଦ ଓ ନଗରୀର ସେବକ ଭାବେ ବାରାଣାସୀ ଆସିଛନ୍ତି । ବିଭିନ୍ନ ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀମାନଙ୍କ ନିକଟରେ ସମୟାନୁସାରେ ପହଞ୍ଚôବାକୁ ସୁନିଶ୍ଚିତ କରାଇବା ଦରକାର ଓ ଏଥିରେ କେହି ହଇରାଣ ହରକତ ହେବା ଅନୁଚିତ ବୋଲି କହି ସେ କହିଥିଲେ ଯେ “ହିତାଧିକାରୀମାନେ ସରକାରଙ୍କ ପଛରେ ଗୋଡ଼ାଇବା ଅନୁଚିତ, ବରଂ ସରକାର ସେମାନଙ୍କ ନିକଟରେ ନିଶ୍ଚୟ ପହଞ୍ଚôବ ।” ପିଏମ୍ଏୱାଇର ଅଧୀନରେ ଦେଶର ଚାରିକୋଟି ପକ୍କା ଘର ଯୋଗାଇ ଦିଆଯାଇଥିବା ପ୍ରକାଶ କରି ଯେକୌଣସି ଯୋଜନାର ସମ୍ପୂର୍ଣ୍ଣ କାର୍ଯ୍ୟକାରୀତାରୁ ବାକି ରହିଯାଇଥିବା ଅବଶିଷ୍ଟ ହିତାଧିକାରୀଙ୍କ ନିକଟରେ ପହଞ୍ଚôବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ହିତାଧିକାରୀମାନଙ୍କ ଅଭିଜ୍ଞତାକୁ ରେକର୍ଡ କରିବା ସହ ପଛରେ ରହିଯାଇଥିବା ବ୍ୟକ୍ତିଙ୍କୁ ଏଥିରେ ସାମିଲ କରିବା ହେଉଛି ଭିବିଏସୱାଇର ଲକ୍ଷ୍ୟ । “ବିକଶିତ ଭାରତ ସଂକଳ୍ପ ଯାତ୍ରା ମୋ ପାଇଁ ଏକ ପରୀକ୍ଷା” ବୋଲି କହି ପ୍ରଧାନମନ୍ତ୍ରୀ ପ୍ରକୃତରେ ଜନସାଧାରଣ ଏହାର ଆକାଂକ୍ଷିତ ଫଳ ପାଉଛନ୍ତି କି ନାହିଁ ତାହା ଜନତାଙ୍କ ପାଖରୁ ତାହା ଶୁଣିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । କିଛି ସମୟ ପୂର୍ବରୁ ତାଙ୍କର ହିତାଧିକାରୀମାନଙ୍କ ସହ ହୋଇଥିବା କଥାବାର୍ତ୍ତାକୁ ସ୍ମରଣ କରି ଆୟୁଷ୍ମାନ ଭାରତ ଓ ଆୟୁଷ୍ମାନ କାର୍ଡ କଥା ସେ କହିଥିଲେ । ତୃଣମୂଳସ୍ତରରେ ସରକାରୀ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରୁଥିବା ଅଧିକାରୀମାନଙ୍କ ସକାରାତ୍ମକ କାର୍ଯ୍ୟର ପ୍ରଭାବ ସେମାନଙ୍କୁ ବାରବାର ଉତ୍ସାହିତ କରୁଥିବା ପ୍ରକାଶ କରିଥିଲେ । ତୃଣମୂଳସ୍ତରରେ ସରକାରୀ ଯୋଜନାକୁ ତ୍ୱରାନ୍ୱିତ କରୁଥିବା ଅଧିକାରୀମାନଙ୍କ ମଧ୍ୟରେ ପ୍ରଚଣ୍ଡ ପ୍ରଭାବ ପଡ଼ିଛି ଓ ବିକଶିତ ଭାରତ ସଂକଳ୍ପ ଯାତ୍ରା ଯୋଗୁ ଏହା ସମ୍ଭବ ହେଉଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିବା ସହ ଯୋଜନାଗୁଡ଼ିକର ପ୍ରଭାବ ଯୋଗୁ କ୍ଷମତାର କିପରି ଅବସ୍ଥାନ୍ତର ଘଟୁଛି ତାହାର ବର୍ଣ୍ଣନା କରିଥିଲେ । ଯୋଜନାଗୁଡ଼ିକ ରୋଷେଇ ଘରକୁ ଧୂଅାଁମୁକ୍ତ କରିବା, ପକ୍କା ଘର ଯୋଗୁ ଆତ୍ମବିଶ୍ୱାସ ବୃଦ୍ଧି, ଗରୀବମାନେ ସଶକ୍ତ ନିଜକୁ ମନେ କରିବା ଓ ଧନୀ-ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ହ୍ରାସ ଇତ୍ୟାଦି ବିରାଟ ସନ୍ତୋଷର ଉତ୍ସ ବୋଲି ସେ କହିଥିଲେ । ସଫଳ ଯୋଜନା ନାଗରିକମାନଙ୍କ ମଧ୍ୟରେ ଏକ ମାଲିକାନାସତ୍ତ୍ୱ ମନୋଭାବ ସୃଷ୍ଟିକରେ ବୋଲି ଶ୍ରୀ ମୋଦୀ କହିଥିଲେ । ଯେଉଁ ଜଣେ ବ୍ୟକ୍ତି ଋଣ ଓ ଅନ୍ୟାନ୍ୟ ସୁବିଧା ପାଏ ସେ ଏ ଦେଶର ବୋଲି ତାହାର ଏକ ଭାବନା ଜାଗ୍ରତ ହୁଏ । ତା’ର ରେଳବାଇ, ତା’ର କାର୍ଯ୍ୟାଳୟ, ତାହାର ହସ୍ପିଟାଲ କିଛିଟା ଏହିପରି ଭାବନା ସୃଷ୍ଟି ହୋଇଥାଏ । ଯେତେବେଳେ ମାଲିକାନାସତ୍ତ୍ୱ ଭାବନା ବୃଦ୍ଧିପାଏ, ସେତେବେଳେ ଦେଶ ପାଇଁ କିଛି କରିବା ପାଇଁ ଭାବନା ମଧ୍ୟ ଜାଗ୍ରତ ହୁଏ ବୋଲି ଶ୍ରୀ ମୋଦୀ କହିଥିଲେ । ଏହା ଭାବୀ ବଂଶଧରମାନଙ୍କ ନିମନ୍ତେ କଛି କରିବାକୁ ଜନସାଧାରଣଙ୍କୁ ଆତ୍ମବିଶ୍ୱାସ ଦେଇଥାଏ ।

ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପୂର୍ବ ଦିନଗୁଡ଼ିକର ସ୍ମରଣ କରି ସେତେବେଳେ ଦେଶ ପାଇଁ ଯେଉଁ ପଦକ୍ଷେପ ନିଆଯାଇଥିଲା ତାହାର ଏକ ସାଧାରଣ ଲକ୍ଷ୍ୟ ଥିଲା ଭାରତର ସ୍ୱାଧୀନତା ବୋଲି କହିଥିଲେ । “ପ୍ରତ୍ୟେକ ନାଗରିକ ନିଜର ସ୍ୱଭାବ ସୁଲଭ ଢଙ୍ଗରେ ଦେଶର ସ୍ୱାଧୀନତା ପାଇଁ ଅବଦାନ ରଖିଥିଲେ” ବୋଲି କହି ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ଏହା ଏକ ଏକତାର ବାତାବରଣ ସୃଷ୍ଟି କରି ଇଂରେଜମାନଙ୍କୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା । ଦେଶକୁ ଆଗକୁ କଢ଼େଇ ନେବା ଓ ସଂକଳ୍ପ ସାକାର କରିବା ନିମନ୍ତେ ବିକଶିତ ଭାରତ ମଧ୍ୟ ସେହିଭଳି ଏକ ଅଭିଯାନ । ଥରେ ବିକଶିତ ଭାରତର ମଞ୍ଜି ବୁଣାଗଲେ ଆଗାମୀ ୨୫ ବର୍ଷ ଆମର ପରବର୍ତ୍ତୀ ପିଢ଼ି ଏହାର ଫସଲ ଅମଳ କରିବେ ।” “ଆଜି ପ୍ରତ୍ୟେକ ଭାରତୀୟଙ୍କ ଚିନ୍ତାଧାରା ଓ ସଂକଳ୍ପ ତାହା ହିଁ ହେବା ଆବଶ୍ୟକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ସେ କହିଥିଲେ ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ହେଉଛି ଏକ ଜାତୀୟ ପ୍ରୟାସ, ଏହା କୌଣସି ରାଜନୀତିକ ଦଳର ନୁହଁ, ଏ ପବିତ୍ର କର୍ତ୍ତବ୍ୟ । ଜନସାଧାରଣ ପରୋକ୍ଷ ଭାବେ ଏଥିରେ ସାମିଲ ହେବା ଦରକାର । “ଯଦି ଜଣେ କେବଳ ଖବରକାଗଜ ପଢ଼ି ଏଥିନେଇ ସନ୍ତୋଷ ଲାଭ କରେ, ବୁଝିବାକୁ ହେବ ଯେ ସେ କିଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରୁଛି” ବୋଲି ଶ୍ରୀ ମୋଦୀ କହିଥିଲେ । ଯାତ୍ରାରେ ବିଭିନ୍ନ ଦୃଷ୍ଟିକୋଣରୁ ଯୋଗଦେଇ ସେ ବ୍ୟକ୍ତିଗତ ସନ୍ତୋଷ ପ୍ରକାଶ କରିଥିଲେ ।

ସେ ହିତାଧିକାରୀ ଓ ନାଗରିକମାନଙ୍କୁ ସକାରାତ୍ମକ ଯାତ୍ରାର ପ୍ରଚାର କରିବାକୁ କହି ସକାରାତ୍ମକ ବାତାବରଣ ସୃଷ୍ଟିକରେ ବୋଲି କହିଥିଲେ । ଭିବିଏସୱାଇକୁ ଏକ ଭବ୍ୟ ସଂକଳ୍ପ ବୋଲି କହି ପ୍ରଧାନମନ୍ତ୍ରୀ ଏହା ସବକା ପ୍ରୟାସ ଜରିଆରେ ସାକାର ହେବ ବୋଲି କହିଥିଲେ । ଆର୍ଥିକ ଦୃଷ୍ଟିରୁ ମଜଭୁତ ହେବାକୁ ଥିବା ବିକଶିତ ଭାରତ ନାଗରିକମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିପାରିବେ । “ସମସ୍ତ ବାଧାବିଘ୍ନରୁ ମୁକ୍ତି ବିକଶିତ ଭାରତ ସଂକଳ୍ପ ଜରିଆରେ ମିଳିପାରିବ । ମୁଁ କାଶୀବାସୀଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆପଣମାନଙ୍କ ପ୍ରତିନିଧି ଓ ଜାତୀୟ ଦାୟିତ୍ୱ ଯାହା ଆପଣମାନେ ମୋ ଉପରେ ନ୍ୟସ୍ତ କରିଛନ୍ତି ସେଥିରେ ମୁଁ କୌଣସି ଅବହେଳା କରିବି ନାହିଁ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

 

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour