ୱାଶିଂଟନ ଡିସି ସ୍ଥିତ ନେସନାଲ ସାଇନ୍ସ ସେଣ୍ଟର ଠାରେ ଆୟୋଜିତ ‘‘ଭାରତ ଓ ଆମେରିକା : ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍‌ ବାଇଡେନ୍‌ ଅଂଶଗ୍ରହଣ କରିଛନ୍ତି।

ସମାଜର ବିଭିନ୍ନ ବର୍ଗରେ ଉନ୍ନତ ମାନର ଶିକ୍ଷାକୁ ସମ୍ପ୍ରସାରିତ ଓ ପରିବର୍ଦ୍ଧିତ କରିବା ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନରେ କର୍ମଶକ୍ତି ପୁନଃବିକାଶ ଉପରେ କାର୍ଯ୍ୟକ୍ରମରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା।

ଶିକ୍ଷା, ଦକ୍ଷତା ବିକାଶ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଲାଭି ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଭାରତ ଓ ଆମେରିକାର ଶିକ୍ଷା ଓ ଗବେଷଣା ଇକୋସିଷ୍ଟମ ମଧ୍ୟରେ ବର୍ତ୍ତମାନ ଜାରି ରହିଥିବା ଦ୍ୱିପାକ୍ଷିକ ଶିକ୍ଷାଗତ ବିନିମୟ ଓ ସହଭାଗିତାକୁ ସେ ପ୍ରଶଂସା କରିଥିଲେ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଭାରତ-ଆମେରିକା ସହଭାଗିତାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ୫-ସୂତ୍ରୀ ପ୍ରସ୍ତାବ ଦେଇଥିଲେ। ସେଗୁଡ଼ିକ ହେଲା :

  1. ସରକାର, ଉଦ୍ୟୋଗ ଏବଂ ଶିକ୍ଷାକ୍ଷେତ୍ରକୁ ଏକତ୍ରିତ କରି ସମନ୍ୱିତ ଦୃଷ୍ଟିକୋଣ ଆପଣାଇବା
  2. ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିନିମୟକୁ ପ୍ରୋତ୍ସାହିତ କରିବା
  3. ଦୁଇ ଦେଶ ମଧ୍ୟରେ ବିଭିନ୍ନ ବିଷୟବସ୍ତୁ ଉପରେ ହ୍ୟାକାଥନ୍‌ ଆୟୋଜନ
  4. ଧନ୍ଦାମୂଳକ ଶିକ୍ଷା ଯୋଗ୍ୟତାକୁ ଆପୋସ ମାନ୍ୟତା
  5. ଶିକ୍ଷା ଓ ଗବେଷଣା କ୍ଷେତ୍ର ସହ ଜଡ଼ିତ ଲୋକମାନଙ୍କ ଗସ୍ତକୁ ପ୍ରୋତ୍ସାହନ

ଏହି କାର୍ଯ୍ୟକ୍ରମରେ ନର୍ଦର୍ଣ୍ଣ ଭର୍ଜିନିଆ କମ୍ୟୁନିଟୀ କଲେଜର ଅଧ୍ୟକ୍ଷ, ଆମେରିକୀୟ ବିଶ୍ୱବିଦ୍ୟାଳୟ ସଂଘର ସଭାପତି, ମାଇକ୍ରନ୍‌ ଟେକ୍ନୋଲୋଜିର ସଭାପତି ଓ ସିଇଓ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing outlook remains resilient despite global headwinds; machine tools, metals and auto lead optimism

Media Coverage

India's manufacturing outlook remains resilient despite global headwinds; machine tools, metals and auto lead optimism
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 1, 2026
July 01, 2026

PM Modi's Vision: Driving Digital Empowerment, Inclusive Development and India's Global Rise