ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେଲବୋର୍ଣ୍ଣର ମାର୍ଭେଲ୍ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆସ୍ଥିତ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। ଏକ ବିଶେଷ ସଦ୍‌ଭାବପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନି ଆଲବାନିଜ୍ ମଧ୍ୟ ଏହି ପ୍ରବାସୀ ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମିଳିଥିବା ଆନ୍ତରିକ ଓ ଭବ୍ୟ ସ୍ୱାଗତ ପାଇଁ କୃତଜ୍ଞତା ଜଣାଇଥିଲେ। ସେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍‌ଙ୍କ ଉପସ୍ଥିତି ପାଇଁ ମଧ୍ୟ ଧନ୍ୟବାଦ ଜଣାଇବା ସହ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ଉନ୍ନତି ଏବଂ ପ୍ରବାସୀ ଭାରତୀୟମାନଙ୍କ କଲ୍ୟାଣ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତାର ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଗତ ଦଶ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ଭାଗୀଦାରିରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତିକୁ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଉଭୟ ଦେଶର ଅର୍ଥନୀତି ମଧ୍ୟରେ ଥିବା ପରସ୍ପର ପରିପୂରକତା ଭାରତ ଓ ଅଷ୍ଟ୍ରେଲିଆକୁ ଏକ ସୁରକ୍ଷିତ, ସମୃଦ୍ଧ ଓ ସ୍ଥିର ଭାଗୀଦାରି ଗଠନରେ ସ୍ୱାଭାବିକ ସହଯୋଗୀ ଭାବେ ପ୍ରତିଷ୍ଠିତ କରିଛି।

 

ପ୍ରଧାନମନ୍ତ୍ରୀ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ସୁଦୃଢ଼ କରିବାରେ ଅଷ୍ଟ୍ରେଲିଆସ୍ଥିତ ଭାରତୀୟ ପ୍ରବାସୀ ସମୁଦାୟଙ୍କ ଅବଦାନର ପ୍ରଶଂସା କରି ସେମାନଙ୍କୁ ଦୁଇ ଦେଶ ମଧ୍ୟରେ ଏକ ‘ଜୀବନ୍ତ ସେତୁ’ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଅଷ୍ଟ୍ରେଲିଆର ସାମାଜିକ ଜୀବନରେ ସକ୍ରିୟ ଭୂମିକା ନିର୍ବାହ କରିବା ସହିତ ଏହି ସମୁଦାୟ ନିଜର ସାଂସ୍କୃତିକ ପରମ୍ପରାକୁ ଅକ୍ଷୁଣ୍ଣ ରଖିଛନ୍ତି ଏବଂ ସ୍ଥାନୀୟ ଲୋକଙ୍କ ସହ ଭାରତୀୟ ସଂସ୍କୃତିର ରଙ୍ଗ, ଆନ୍ତରିକତା ଓ ସଜୀବତାକୁ ବାଣ୍ଟୁଛନ୍ତି। ଅଷ୍ଟ୍ରେଲିଆରେ ବହୁ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଏବଂ ଭାରତରେ କ୍ୟାମ୍ପସ ଖୋଲିବା ପାଇଁ ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବର୍ଦ୍ଧିତ ସଂଖ୍ୟା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷା ହେଉଛି ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭମାନଙ୍କ ମଧ୍ୟରୁ ଅନ୍ୟତମ।

 

ପ୍ରଧାନମନ୍ତ୍ରୀ ଭାରତରେ ଉଚ୍ଚ ଆର୍ଥିକ ଅଭିବୃଦ୍ଧି, ନୀତିଗତ ସଂସ୍କାର, ଡିଜିଟାଲ୍ ବିପ୍ଳବ ଏବଂ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ବିକାଶ ଆଧାରରେ ଘଟୁଥିବା ଦ୍ରୁତ ପ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, ସ୍ମାର୍ଟଫୋନ୍ ଉତ୍ପାଦନ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଭାରତ ନୂଆ ମାଇଲଖୁଣ୍ଟ ସ୍ଥାପନ କରୁଛି। ସେ ଆହୁରି କହିଥିଲେ ଯେ, ଭାରତର ଗଣତାନ୍ତ୍ରିକ ଶକ୍ତି, ଦେଶର ପ୍ରତିଭା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷମତା ସହ ମିଶି ବିଶ୍ୱସ୍ତରୀୟ ଭାଗୀଦାରମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଭାରତର ଦୃଷ୍ଟିକୋଣ କେବଳ ନିଜର ପ୍ରଗତିରେ ସୀମିତ ହୋଇ ରହିନାହିଁ; ବରଂ ନିଜର ବନ୍ଧୁ ଓ ଭାଗୀଦାର ଦେଶମାନଙ୍କ ସହ ହାତ ମିଳାଇ ସାମୂହିକ ଉନ୍ନତିର ପଥରେ ଆଗେଇବା ଏହାର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ଗଠନର ଲକ୍ଷ୍ୟ ହାସଲ କରିବାରେ ନିଜର ଚିନ୍ତାଧାରା, ଦକ୍ଷତା ଓ ଅଭିଜ୍ଞତା ସହ ଅବଦାନ ରଖିବାକୁ ଆହ୍ୱାନ ଜଣାଇଥିଲେ।

 

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବିଭିନ୍ନ କ୍ଷେତ୍ରର ବୃତ୍ତିଗତ, ଉଦ୍ୟୋଗୀ, ଗବେଷକ, ସମ୍ପ୍ରଦାୟର ନେତୃବୃନ୍ଦ ଏବଂ ସାଂସ୍କୃତିକ ସଂଗଠନର ପ୍ରତିନିଧିଙ୍କ ସମେତ ବିଭିନ୍ନ କ୍ଷେତ୍ରର ପ୍ରବାସୀ ଭାରତୀୟମାନେ ଉପସ୍ଥିତ ଥିଲେ। ଏହି ବିଶାଳ ସମାବେଶ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ପରିଚାୟକ ସୁଦୃଢ଼ ପାରସ୍ପରିକ ଜନସମ୍ପର୍କର ଗଭୀରତାକୁ ପ୍ରତିଫଳିତ କରିଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆରେ ପ୍ରାୟ ୧୦ ଲକ୍ଷ ଭାରତୀୟ ବଂଶୋଦ୍ଭବ ବାସ କରୁଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 'chalta hai' to 'badal sakta hai': Decoding PM Modi's Punctuality narrative

Media Coverage

From 'chalta hai' to 'badal sakta hai': Decoding PM Modi's Punctuality narrative
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 23, 2026
August 23, 2026

From Free Coaching to 400+ Space Startups — India’s Atmanirbhar Leap Under PM Modi