“ଭଗବାନ କୃଷ୍ଣଙ୍କ ପାଦ ପଙ୍କଜରେ ନତମସ୍ତକ ହୋଇ ମୁଁ ଗୀତା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି”
“ମୁଁ ସଦ୍‌ଗୁରୁ ସଦାଫଲଜୀଙ୍କ ଆଧ୍ୟାତ୍ମିକ ଉପସ୍ଥିତିକୁ ପ୍ରଣିପାତ କରୁଛି”
“ଯେତେବେଳେ ବି ଖରାପ ସମୟ ଆସେ କେହି ନା କେହି ମହାତ୍ମା ଆବିର୍ଭାବ ହୋଇ ଆମର ଦେଶର ସମୟ ସ୍ରୋତକୁ ବଦଳାଇ ଦିଅନ୍ତି । ଭାରତରେ ସ୍ୱାଧୀନତାର ସର୍ବୋଚ୍ଚ ନାୟକ ମହାତ୍ମା ବିଶ୍ୱବିଦିତ”
“ଯେତେବେଳେ ଆମେ ବନାରସର ବିକାଶ କଥା କହୁ, ସେତେବେଳେ ଆମ ଆଗରେ ସମଗ୍ର ଭାରତର ବିକାଶର ମାନଚିତ୍ର ଉଭା ହୋଇଥାଏ”
“ପ୍ରାଚୀନତାକୁ ପରିତ୍ୟାଗ ନ କରି ନୂତନତ୍ୱକୁ ଗ୍ରହଣ କରି ବନାରସ ଦେଶକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଛି”
“ଆଜି ସ୍ଥାନୀୟ ବ୍ୟବସାୟ, କର୍ମନିଯୁକ୍ତି ଏବଂ ଦେଶୀୟ ସାମଗ୍ରୀ ନୂତନ ଶକ୍ତି ପାଉଛି, ସ୍ଥାନୀୟ ବୈଶ୍ୱିକ ହେଉଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୪.୧୨.୨୧) ଉତ୍ତରପ୍ରଦେଶର ଉମରାହ ଗ୍ରାମ ସ୍ୱରଭେଦ ମହିମା ମନ୍ଦିର ଧାମଠାରେ ସଦଗୁରୁ ସଦାଫଲଦେଓ ବିହଙ୍ଗମ ଯୋଗ ସଂସ୍ଥାନର ୯୮ତମ ବାର୍ଷିକ ଉତ୍ସବରେ ଯୋଗଦେଇଛନ୍ତି । 

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତକାଲି ମହାଦେବ ପଦଯୁଗଳରେ ବିଶ୍ୱନାଥ ଧାମ ଉତ୍ସର୍ଗର ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ କାଶୀର ଶକ୍ତି କେବଳ ଚିରନ୍ତନ ନୁହଁ । ଏହା ଅନେକ ନୂତନ ଗତି ଦେଇଥାଏ । ସେ ମଧ୍ୟ ଗୀତା ଜୟନ୍ତୀ ଅବସରରେ ଭଗବାନ କୃଷ୍ଣଙ୍କ ପଦପଙ୍କଜ ତଳେ ନତମସ୍ତକ ହୋଇଥିଲେ । “ ଏ ଦିନ ଯେତେବେଳେ କୁରୁକ୍ଷେତ୍ରର ଯୁଦ୍ଧ କ୍ଷେତ୍ରରେ ସୈନ୍ୟବାହିନୀ ସାମ୍ନାସାମ୍ନି ହୋଇଥିଲେ, ମାନବ ସମାଜ ଯୋଗ, ଅଧ୍ୟାତ୍ମିକତା ଓ ପରାମାର୍ଥର୍ର ଚରମ ସନ୍ଦେଶ ପାଇଥିଲା । ଏହି ଅବସରରେ ଭଗବାନ କୃଷ୍ଣଙ୍କ ଚରଣରେ ନତମସ୍ତକ ହୋଇ ମୁଁ ଆପଣ ସମସ୍ତଙ୍କୁ ଓ ଦେଶବାସୀଙ୍କୁ ଗୀତ ଜୟନ୍ତୀର ଶୁଭକାମନା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ସଦଗୁରୁ ସଦାଫଲଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ “ ମୁଁ ତାଙ୍କର ଆଧ୍ୟାତ୍ମିକ ଉପସ୍ଥିତିକୁ ପ୍ରଣାମ କରୁଛି । ମୁଁ ମଧ୍ୟ ଶ୍ରୀ ସ୍ୱତନ୍ତ୍ର ଦେବଜୀ ମହାରାଜ ଓ ବିଜ୍ଞାନ ଦେବଜୀ ମହରାଜଙ୍କୁ ମୋ କୃତଜ୍ଞତା ଜଣାଉଛି । ଯେଉଁମାନେ ପରମ୍ପରାକୁ ଉଦ୍‌ଜୀବିତ ରଖିବା ସହ ଏହାକୁ ଆଗକୁ ବଢାଉଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନର ସ୍ମୃତିଚାରଣ କରି ବିଭିନ୍ନ ସମୟରେ ଭାରତରେ ସାଧୁସନ୍ଥଙ୍କ ମହାନ କାର୍ଯ୍ୟ ସମ୍ପର୍କରେ ଅବତାରଣା କରିଥିଲେ । ଆମ ଦେଶ ଏପରି କୌତୂହଳ ପୂର୍ଣ୍ଣ ଯେତେବେଳେ ଦେଶ ଖରାପ ସମୟ ଦେଇ ଗତି କରୁଥାଏ, କେହି ନା କେହି ସାଧୁ ମହାତ୍ମା ଆବିର୍ଭାବ ହୋଇ ସମୟ ସ୍ରୋତକୁ ବଦଳାଇ ଦେଇଥାନ୍ତି । ସେ ଦୃଷ୍ଟିରୁ ଭାରତର ସବୁଠାରୁ ମହାନ୍ ନାୟକଙ୍କୁ ବିଶ୍ୱ ମହାତ୍ମା ଆଖ୍ୟା ଦେଇଛି” ବୋଲି ସେ କହିଥିଲେ ।

 ପ୍ରଧାନମନ୍ତ୍ରୀ କାଶୀର ଗୌରବ ଓ ଗୁରୁତ୍ୱର ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ବନାରସ ଭଳି ନଗରୀ ଦେଶର ପରିଚୟ, କଳା ଔଦ୍ୟୋଗିକତାର ମଞ୍ଜିକୁ ଖରାପ ସମୟରେ ମଧ୍ୟ ଉଦ୍‌ଜୀବିତ କରି ରଖିଛି ।’ ଯେଉଁଠି ମଞ୍ଜିଥାଏ, ସେଠାରୁ ବୃକ୍ଷ ବିସ୍ତାର ଲାଭ କରେ । ତେଣୁ ଆଜି ଆମେ ଯେତେବେଳେ ବନାରସର ବିକାଶ କଥା କହୁ, ଏହା ସମଗ୍ର ଦେଶ ବିକାଶର ମାନଚିତ୍ର ଆଖି ଆଗରେ ଭାସି ଉଠେ” ବୋଲି ସେ କହିଥିଲେ ।

ଦୁଇଦିନିଆ କାଶୀଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଗତ ବିଳମ୍ବିତ ରାତ୍ରିରେ ନଗରୀର ପ୍ରମୁଖ ଉନ୍ନୟନ ପ୍ରକଳ୍ପଗୁଡିକର ନିରୀକ୍ଷଣ କରିଥିଲେ । ବନାରସରେ ହେଉଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତିକୁ ନେଇ ସେ ନିରବଚ୍ଛିନ୍ନ ନଜର ରଖିଥିବା ପ୍ରକାଶ କରିଥିଲେ । “ଗତ ରାତି ୧୨ଟା ପରେ ଯେତେବେଳେ ମୁଁ ସୁଯୋଗ ପାଇଲି ମୁଁ ପୁଣି ଥରେ ଯାଇ ମୋ କାଶୀରେ ଚାଲିଥିବା କାର୍ଯ୍ୟ କ’ଣ ହୋଇଛି ଦେଖିବାକୁ ଗଲି ବୋଲି ସେ କହିଥିଲେ । ଗଡୋଲିଆରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯାହା ହୋଇଛି ଦେଖିଲେ ଆଖି ଖୋସି ହୋଇଯିବ ବୋଲି ସେ କହିଥିଲେ । “ମୁଁ ସେଠାରେ ଅନେକ ଲୋକଙ୍କ ସହ ମତ ବିନିମୟ କଲି । ମୁଁ ମଧ୍ୟ ମନଦୁଆଧିରେ ବନାରସ ରେଳଷ୍ଟେସନ ଦେଖିଲି । ଷ୍ଟେସନର ପୁନର୍ବିନ୍ୟାସ ହୋଇଛି । ପ୍ରାଚୀନତାକୁ ପରିତ୍ୟାଗ ନ କରି ନୂତନତ୍ୱକୁ ଗ୍ରହଣ କରି ବନାରସ ଦେଶକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ସଦ୍‌ଗୁରୁଙ୍କ ସ୍ୱଦେଶୀ ମନ୍ତ୍ରର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସ୍ୱାଧୀନତା ସଂଗ୍ରାମର ଏପରି ସମୟରେ ସ୍ୱଦେଶୀ ମନ୍ତ୍ର ଦେଇଥିଲେ ଯାହାକୁ ଉପଜୀବୀ କରି ଆଜି ଦେଶ “ ଆତ୍ମନିର୍ଭର ଭାରତ ଅଭିଯାନ” ଆରମ୍ଭ କରିଛି । ଆଜି ସ୍ଥାନୀୟ ବ୍ୟବସାୟ, କର୍ମନିଯୁକ୍ତି ଏବଂ ଦେଶୀୟ ସାମଗ୍ରୀ ନୂତନ ଶକ୍ତି ପାଉଛି, ସ୍ଥାନୀୟ ବୈଶ୍ୱିକ ହେଉଛି” । 

“ସବକା ପ୍ରୟାସ’ ଉଦ୍ଦୀପନା ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପ୍ରତ୍ୟେକଙ୍କୁ କିଛି ନା କିଛି ସଂକଳ୍ପ ନେବାକୁ ନିବେଦନ କରିଥିଲେ । ସେ କହିଥିଲେ ଯେ ଏହି ସଂକଳ୍ପଗୁଡିକ ଏପରି ହେବା ଦରକାର ଯାହାଫଳରେ ସଦଗୁରୁଙ୍କ ସଂକଳ୍ପଗୁଡିକ ମଧ୍ୟ ପ୍ରତିଫଳିତ ହେଉଥିବ ଓ ତାହା ଦେଶର ଆକାଂକ୍ଷା ମଧ୍ୟ ପୂରଣ କରିବ । ଏହି ସଂକଳ୍ପ ଗୁଡିକ ଗତିଶୀଳ ହୋଇ ଯେପରି ଆଗାମୀ ଦୁଇବର୍ଷ ମଧ୍ୟରେ ସଫଳତା ଦେବ । ପ୍ରଥମ ସଂକଳ୍ପ ହେଲା କନ୍ୟା ଶିକ୍ଷା ଓ ସେମାନଙ୍କ ମଧ୍ୟରେ କୌଶଳ ବିକାଶ । “ନିଜ ପରିବାର ସହ ଯେଉଁମାନେ ସମାଜରେ ଦାୟିତ୍ୱ ନେଇ ଜଣେ ବା ଦୁଇଜଣ ଗରିବ ଝିଅଙ୍କ କୌଶଳ ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ । ଅନ୍ୟ ଏକ ସଂକଳ୍ପ ହେଲା ପାଣି ବଂଚାଅ” ଆମକୁ ନଦୀସମୂହ, ଗଙ୍ଗାଜୀ ଓ ସମସ୍ତ ଜଳ ଉତ୍ସକୁ ସ୍ୱଚ୍ଛ ରଖିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank