ଲାଓସ ଠାରେ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ଜାପାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ଶିଗେରୁ ଇଶିବାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଇଶିବାଙ୍କୁ ତାଙ୍କର ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ଜାପାନଙ୍କୁ ଶୀର୍ଷ ସ୍ଥାନକୁ ନେବା ପାଇଁ ତାଙ୍କ ସଫଳତା କାମନା କରିଥିଲେ । ସେ ଗୁରୁତ୍ୱ ଦେଇ କହିଥିଲେ, ଭାରତ ଏକ ବିଶ୍ୱସନୀୟ ବନ୍ଧୁ ଏବଂ ରଣନୀତିକ ସହଯୋଗୀ ଭାବେ ଜାପାନ ସହ ସମ୍ବନ୍ଧକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଜାରି ରଖିବ ।

ଉଭୟ ନେତା ବାଣିଜ୍ୟ ଏବଂ ନିବେଶ, ମୌଳିକ ଢାଞ୍ଚାର ବିକାଶ, ରକ୍ଷା ଏବଂ ସୁରକ୍ଷା, ସେମିକଣ୍ଡକ୍ଟର, ଦକ୍ଷତା, ସଂସ୍କୃତି ଏବଂ ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରି ଭାରତ-ଜାପାନ ବିଶେଷ ରଣନୀତିକ ଏବଂ ବୈଶ୍ୱିକ ସହଯୋଗ ଦିଗରେ ସମ୍ପର୍କ ବୃଦ୍ଧି ନେଇ ପ୍ରତିବଦ୍ଧତା ଦୋହରାଇଥିଲେ ।

ଉଭୟ ନେତା ଏହା ଉପରେ ଜୋର୍ ଦେଇଥିଲେ କି, ଭାରତ ଏବଂ ଜାପାନ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସମୃଦ୍ଧ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ଅପରିହାର୍ଯ୍ୟ ଭାଗିଦାରୀ ଏବଂ ଏହି ଲକ୍ଷ୍ୟ ହାସଲ କରିବାକୁ ମିଳିମିଶି କାମ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।

ଉଭୟ ନେତା ଆଗାମୀ ଭାରତ-ଜାପାନ ଶିଖର ସମ୍ମିଳନୀ ପାଇଁ ଉତ୍ସୁକ ଅଛନ୍ତି ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
FDI inflows into India cross $1 trillion, establishes country as key investment destination

Media Coverage

FDI inflows into India cross $1 trillion, establishes country as key investment destination
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 9, 2024
December 09, 2024

Appreciation for Innovative Solutions for Sustainable Development in India under PM Modi