ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେଲାୱେରଠାରେ କ୍ୱାଡ୍ ଶିଖର ସମ୍ମିଳନୀ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ୍ ବାଇଡେନଙ୍କ ସହ ସାକ୍ଷାତ କରିଥିଲେ । ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ରାଷ୍ଟ୍ରପତି ବାଇଡେନ ୱିଲମିଙ୍ଗଟନରେ ଥିବା ତାଙ୍କ ବାସଭବନରେ ଏହି ବୈଠକର ଆୟୋଜନ କରିଥିଲେ ।

 

ଭାରତ-ଆମେରିକା ଭାଗିଦାରୀକୁ ପ୍ରୋତ୍ସାହିତ କରିବାରେ ରାଷ୍ଟ୍ରପତି ବାଇଡେନ୍ ଙ୍କ ଅତୁଳନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ଜୁନ୍ ୨୦୨୩ରେ ତାଙ୍କର ଆମେରିକା ଗସ୍ତ ଏବଂ ସେପ୍ଟେମ୍ବର ୨୦୨୩ରେ ରାଷ୍ଟ୍ରପତି ବାଇଡେନ୍ ଙ୍କ ଜି-୨୦ ସମ୍ମିଳନୀ ପାଇଁ ଭାରତ ଗସ୍ତକୁ ସ୍ମରଣ କରିଥିଲେ। ଏହି ଗସ୍ତ ଭାରତ-ଆମେରିକା ଭାଗିଦାରୀକୁ ଅଧିକ ଗତିଶୀଳତା ଏବଂ ଗଭୀରତା ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଆଜି ଏକ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଉପଭୋଗ କରୁଛନ୍ତି ଯାହା ମାନବ ପ୍ରୟାସର ସମସ୍ତ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ, ଯାହା ଅଂଶୀଦାର ଗଣତାନ୍ତ୍ରିକ ମୂଲ୍ୟବୋଧ, ସ୍ୱାର୍ଥର ସମନ୍ୱୟ ଏବଂ ଜନସାଧାରଣଙ୍କ ମଧ୍ୟରେ ଜୀବନ୍ତ ସମ୍ପର୍କ ଦ୍ୱାରା ପରିଚାଳିତ ।

 

ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ପନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବଢ଼ାଇବା ଉପରେ ଆଲୋଚନା କରିଥିଲେ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ଏହା ବାହାରେ ଥିବା ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ । ସେମାନେ ସମ୍ପର୍କର ଦୃଢ଼ତା ଏବଂ ନିରନ୍ତର ସ୍ଥିରତା ଉପରେ ଆସ୍ଥା ପ୍ରକଟ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ମାନବ ପ୍ରୟାସର ସମସ୍ତ କ୍ଷେତ୍ରରେ ଏହାର ଗୁରୁତ୍ୱ ଉପରେ ସେମାନଙ୍କର ବିଶ୍ୱାସ ବ୍ୟକ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How Bigger, Quieter & Deadlier INS Aridhaman Is A Game-Changer For India's Nuclear Deterrence

Media Coverage

How Bigger, Quieter & Deadlier INS Aridhaman Is A Game-Changer For India's Nuclear Deterrence
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
April 05, 2026

Prime Minister Narendra Modi will share 'Mann Ki Baat' on Sunday, April 26th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.