ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ସାକ୍ଷାତ କରିଛନ୍ତି । ଜାନୁଆରୀରେ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ଭାରତ ଗସ୍ତ ପରେ ଏବଂ ଜୁନ୍ ମାସରେ ଇଟାଲୀରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀ ପରେ, ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଏହା ତୃତୀୟ ବୈଠକ ଥିଲା ।

 

ଏହି ବୈଠକରେ ଦୁଇ ନେତା ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀକୁ ଆଗକୁ ବଢ଼ାଇବା ସହିତ ଦ୍ୱିପାକ୍ଷିକ ସହଯୋଗ ତଥା ଅନ୍ତର୍ଜାତୀୟ ଭାଗିଦାରୀ  ପାଇଁ ସେମାନଙ୍କର ସହଭାଗୀ ଦୃଷ୍ଟିକୋଣକୁ ପୁନଃପ୍ରତିପାଦିତ କରିଛନ୍ତି, ଯାହା ହୋରିଜନ୍ ୨୦୪୭ ରୋଡମ୍ୟାପ ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ ଘୋଷଣାରେ ଦର୍ଶାଯାଇଛି । ପ୍ରତିରକ୍ଷା, ମହାକାଶ ଏବଂ ନାଗରିକ ଆଣବିକ ଶକ୍ତି ଭଳି ରଣନୀତିକ କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସହଯୋଗରେ ହାସଲ ହୋଇଥିବା ଅଗ୍ରଗତିକୁ ସେମାନେ ପ୍ରଶଂସା କରିଥିଲେ ଏବଂ ରଣନୀତିକ ସ୍ୱାଧୀନତା ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେମାନେ ମଧ୍ୟ ଭାରତର ଜାତୀୟ ସଂଗ୍ରହାଳୟ ପ୍ରକଳ୍ପ ସମ୍ବନ୍ଧିତ ସହଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ।

ଦୁଇ ନେତା ଡିଜିଟାଲ୍ ପ୍ରଯୁକ୍ତି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ୍ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ ଉପରେ ଭାରତ-ଫ୍ରାନ୍ସ ସହଭାଗିତା ସହ ବାଣିଜ୍ୟ, ପୁଞ୍ଜି ନିବେଶ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଜବୁତ ସମ୍ପର୍କକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଫ୍ରାନ୍ସରେ ଆଗାମୀ ଏଆଇ ଆକ୍ସନ ସମ୍ମିଳନୀର ଆୟୋଜନ ପାଇଁ ରାଷ୍ଟ୍ରପତି ମାକ୍ରୋନଙ୍କ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।

 

ଭାରତ-ପ୍ରଶାନ୍ତ କ୍ଷେତ୍ର ସମେତ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଥିଲେ । ବହୁପକ୍ଷବାଦକୁ ପୁନର୍ଜୀବିତ କରିବା ଏବଂ ସେଥିରେ ସୁଧାର ଆଣିବା ଏବଂ ଏକ ସ୍ଥିର ଅନ୍ତର୍ଜାତୀୟ ଶୃଙ୍ଖଳା ଗଢ଼ିବାରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ସେମାନେ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister thanks President Emmanuel Macron for Holi greetings
March 04, 2026

The Prime Minister, Shri Narendra Modi, today thanked the President of the French Republic, H.E. Emmanuel Macron, for his Holi greetings.

Responding to the X post of French President about Holi Greetings, Shri Modi posted on X;

“बहुत-बहुत धन्यवाद, मेरे मित्र!

होली के पावन अवसर पर आपको और फ्रांस के लोगों को ढेर सारी खुशियां और समृद्धि की हार्दिक शुभकामनाएं।”