ପୋର୍ଟ ଅଫ ସ୍ପେନରେ ଆୟୋଜିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦର ଗାୟକ ଶ୍ରୀ ରାଣା ମୋହିପଙ୍କୁ ଭେଟିଛନ୍ତି । ଶ୍ରୀ ମୋହିପ କିଛି ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହରେ ‘ବୈଷ୍ଣବ ଜନ ତୋ’ ଗାଇଥିଲେ ।
ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତି ପ୍ରତି ଶ୍ରୀ ମୋହିପଙ୍କ ଆଗ୍ରହକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ପୋର୍ଟ ଅଫ ସ୍ପେନରେ ଆୟୋଜିତ ରାତ୍ରଭୋଜନରେ ଶ୍ରୀ ରାଣା ମୋହିପଙ୍କୁ ଭେଟିଲି, ଯିଏକି କିଛି ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ‘ବୈଷ୍ଣବ ଜନ ତୋ’ ଗାଇଥିଲେ । ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତି ପ୍ରତି ତାଙ୍କ ଆଗ୍ରହ ଅତ୍ୟନ୍ତ ପ୍ରଶଂସନୀୟ ।”
At the dinner in Port of Spain, met Mr. Rana Mohip, who had sung ‘Vaishnava Jana To’ when we marked the 150th Jayanti of Mahatma Gandhi a few years ago. His passion towards Indian music and culture is appreciable. https://t.co/urbfBqKARJ pic.twitter.com/achEXirWP9
— Narendra Modi (@narendramodi) July 4, 2025


