ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ ମନ୍ତ୍ରୀ ପରିଷଦ ଅଧ୍ୟକ୍ଷ ମହାମହି ଜିଓର୍ଜିଆ ମେଲୋନିଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ବିଗତ ଦୁଇ ବର୍ଷ ମଧ୍ୟରେ ଏହା ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପଞ୍ଚମ ଭେଟ । ୨୦୨୪ ଜୁନ୍‌ରେ ଇଟାଲୀର ପୁଗଲିଆ ଠାରେ ପ୍ରଧାନମପନ୍ତ୍ରୀ ମେଲୋନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଶେଷ ଥର ଭେଟ ହୋଇଥିଲା । ଏକ ଆହ୍ୱାନପୂର୍ଣ୍ଣ ସମୟରେ ଜି-୭ର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

ପୁଗଲିଆରେ ହୋଇଥିବା ଚର୍ଚ୍ଚା ପରେ ଦୁଇ ନେତା ଭାରତ-ଇଟାଲୀ ରଣନୀତିକ ସହଭାଗିତାକୁ ଆଗକୁ ବଢ଼ାଇବାକୁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଏକ ଯୁଗ୍ମ ରଣନୀତିକ କାର୍ଯ୍ୟଯୋଜନା-୨୦୨୫-୨୯ର ଘୋଷଣା କରିଥିଲେ । ଏଥିରେ ଆଗାମୀ ପାଞ୍ଚ ବର୍ଷ ପାଇଁ ନିଜର ଦୃଷ୍ଟିକୋଣକୁ ରେଖାଙ୍କିତ କରାଯାଇଥିଲା । କାର୍ଯ୍ୟଯୋଜନା ବ୍ୟବସାୟ ଏବଂ ନିବେଶ, ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ, ନୂତନ ଏବଂ ଅଭ୍ୟୁତ୍ଥିତ ପ୍ରଯୁକ୍ତି, ସ୍ୱଚ୍ଛା ଶକ୍ତି, ଅନ୍ତରୀକ୍ଷ, ପ୍ରତିରକ୍ଷା, ପରିବହନ ସମ୍ପର୍କର ସୁବିଧା ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ମିଳିତ ସହଯୋଗ, କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ ଆଗକୁ ବଢ଼ାଇବ ।

 

ଦୁଇ ପକ୍ଷ ନିୟମିତ ଅନେକ ପ୍ରସଙ୍ଗରେ ମନ୍ତ୍ରୀ ଓ ଅଧିକାରୀକ ସ୍ତରରେ ଆଲୋଚନା ଜାରି ରହିବ । ସହ-ଉତ୍ପାଦନ, ଧାର୍ଯ୍ୟ ଉଦ୍ୟୋଗ ଓ ସଂସ୍ଥା ମଧ୍ୟରେ ସହଯୋଗ, ନବାଚାର ଏବଂ ଯାତାୟାତ ଆଦି ଦ୍ୱିପାକ୍ଷିକ ସହଯୋଗ ଅଧିକ ସୁଦୃଢ଼ କରିବା ଏବଂ ଦୁଇ ଦେଶ ଲୋକଙ୍କ ଆର୍ଥିକ ସ୍ଥିତିକୁ ଫାଇଦା ଦେବ ।

ଦୁଇ ନେତା ଭବିଷ୍ୟତରେ ଆଲୋଚନା ଜାରି ରଖିବା ସହ ବହୁପକ୍ଷୀୟ ଓ ବୈଶ୍ୱିକ ପ୍ଲାଟଫର୍ମରେ ଗଣତନ୍ତ୍ର, ଆଇନର ଶାସନ ଏବଂ ଶତତ ବିକାଶ ଦିଗରେ ନିଜର ମୂଲ୍ୟବୋଧକୁ ବଞ୍ଚାଇ ରଖିବାକୁ ମିଳିମିଶି କାମ କରିବେ । ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ, ଦୁଇ ଦେଶ ସଦସ୍ୟ ଥିବା ଭାରତ-ମଧ୍ୟପୂର୍ବ-ୟୁରୋପ ଆର୍ଥିକ କ୍ଷେତ୍ର ଏବଂ ବହୁପକ୍ଷୀୟ ରଣନୀତିର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ମିଳିମିଶି କାମ କରିବାକୁ ଦୁଇ ନେତା ସହମତ ହୋଇଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Infra spend up six-fold since 2014, crosses Rs 12 lakh crore: PM Modi

Media Coverage

Infra spend up six-fold since 2014, crosses Rs 12 lakh crore: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 15, 2026
April 15, 2026

From Temples to Turbines: PM Modi’s Blueprint for a Culturally Rooted, Economically Explosive Viksit Bharat