ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସରେ ଏଆଇ ଆକ୍ସନ ସମ୍ମିଳନୀରେ ଏଷ୍ଟୋନିୟାର ରାଷ୍ଟ୍ରପତି ଶ୍ରୀ ଅଲାର୍ କାରିସ୍‌ଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା ।

 

ଭାରତ ଏବଂ ଏଷ୍ଟୋନିୟା ମଧ୍ୟରେ ମଧୁର ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଣତନ୍ତ୍ର, ଆଇନର ଶାସନ ଏବଂ ସ୍ୱାଧୀନତା ତଥା ବହୁମୁଖୀତ ପ୍ରତି ସେମାନଙ୍କର ସହଭାଗୀ ପ୍ରତିବଦ୍ଧତା ଉପରେ ଆଧାରିତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଶ୍ରୀ କାରିସ୍ ଗୁରୁତ୍ୱାରୋପ କରିଛନ୍ତି । ବାଣିିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଆଇଟି ଏବଂ ଡିଜିଟାଲ, ସଂସ୍କୃତି, ପର୍ଯ୍ୟଟନ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଛନ୍ତି । ସାଇବର ସୁରକ୍ଷା କ୍ଷେତ୍ରରେ ଚାଲିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସେମାନେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଏଷ୍ଟୋନିୟା ସରକାର ଏବଂ କମ୍ପାନୀମାନଙ୍କୁ ଭାରତରେ ବିକାଶ ସମ୍ବନ୍ଧିତ ସୁଯୋଗର ଅନୁସନ୍ଧାନ କରିବା ଏବଂ ଡିଜିଟାଲ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମର ଲାଭ ଉଠାଇବାକୁ ନିମନ୍ତ୍ରଣ କରିଥିଲେ ।

ଉଭୟ ନେତା ଭାରତ-ୟୁରୋପୀୟ ସଂଘର ରଣନୀତିକ ଭାଗିଦାରୀ ପ୍ରସଙ୍ଗରେ ମଧ୍ୟ ଭାରତ-ଏଷ୍ଟୋନିୟା ସହଭାଗୀତାର ଗୁରୁତ୍ୱକୁ ଉଲ୍ଲେଖ କରିଛନ୍ତି । ଭାରତ-ନର୍ଡିକ-ବାଲ୍ଟିକ ଫର୍ମାଟରେ ମନ୍ତ୍ରୀସ୍ତରୀୟ ଆଦାନପ୍ରଦାନ ଆରମ୍ଭକୁ ସ୍ୱାଗତ କରିଥିଲେ। ନେତାମାନେ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଏବଂ ମିଳିତ ଜାତିସଂଘରେ ସହଯୋଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।

 

ଭାରତ ଏବଂ ଏଷ୍ଟୋନିୟା ମଧ୍ୟରେ ବୃଦ୍ଧି ପାଉଥିବା ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଦୁଇ ନେତା ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ଏଷ୍ଟୋନିୟାରେ, ଯୋଗ ପ୍ରତି ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 15, 2026
July 15, 2026

Rooted in Tradition, Built for Tomorrow: PM Modi’s Blueprint for a Developed India