ପ୍ରଧାନମନ୍ତ୍ରୀ ୧୫ ଜୁଲାଇ, ୨୦୨୩ ରେ ଆବୁଧାବି ଠାରେ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମାନ୍ୟବର ଶେଖ ମହମ୍ମଦ ବିନ୍‍ ଜାଏଦ ଅଲ ନାହ୍ୟାନଙ୍କ ସହିତ ପ୍ରତିନିଧିସ୍ତରୀୟ ଏବଂ ବ୍ୟକ୍ତିଗତ ଭାବେ ବୈଠକ କରିଥିଲେ ।

ଉଭୟ ନେତା ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଫିନ୍‍ଟେକ୍‌, ଶକ୍ତି, ଅକ୍ଷୟଶକ୍ତି, ଜଳବାୟୁ କାର୍ଯ୍ୟଯୋଜନା, ଉଚ୍ଚଶିକ୍ଷା ଏବଂ ଲୋକ ସମ୍ପର୍କ ଥିବା ଦ୍ୱିପାକ୍ଷିକ ସହଭାଗୀତାର ବିଭିନ୍ନ ଦିଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା ।

ଦୁଇ ନେତାଙ୍କ ଉପସ୍ଥିତିରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର ହୋଇଥିଲା ।

ସୀମାପାର କାରବାର ପାଇଁ ସ୍ଥାନୀୟ ମୁଦ୍ରା (ଆଇଏନଆର - ଏଇଡି) ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ଏବଂ ୟୁଏଇ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟରେ ରାଜିନାମା ।

ସେମାନଙ୍କ ଦେୟ ଏବଂ ମେସେଜିଂ ସିଷ୍ଟମକୁ ଲିଙ୍କ୍ କରିବାରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଆରବିଆଇ ଏବଂ ୟୁଏଇ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟରେ ରାଜିନାମା । 

ୟୁଏଇରରେ ଅଇଆଇଟି ଦିଲ୍ଲୀ - ଆବୁ ଧାବି ପ୍ରତିଷ୍ଠା ସକାଶେ ଭାରତର ଶିକ୍ଷା ମନ୍ତ୍ରଣାଳୟ, ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗ ଏବଂ ଆଇଆଇଟି ଦିଲ୍ଲୀ ମଧ୍ୟରେ ରାଜିନାମା ।

ବୈଠକ ପରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା । ଜଳବାୟୁ ପରିବର୍ତ୍ତନ ଉପରେ ଏକ ପୃଥକ ମିଳିତ ବିବୃତ୍ତି ମଧ୍ୟ ଜାରି କରାଯାଇଥିଲା । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026-27 lays blueprint for a future-ready digital ecosystem

Media Coverage

Budget 2026-27 lays blueprint for a future-ready digital ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 2, 2026
February 02, 2026

Citizens Celebrate PM Modi's Roadmap to Prosperity: Budget 2026 Drives Investment, Jobs, and Sustainable Growth for Every Indian