ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ବହୁରାଷ୍ଟ୍ରୀୟ ନିଗମ କ୍ୱାଲକମର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ କ୍ରିଷ୍ଟିୟାନୋ ଆର. ଅମୋନଙ୍କୁ ଭେଟି ଆଲୋଚନା କରିଛନ୍ତି । କୃତ୍ରିମ ବୁଦ୍ଧିମତା (ଏଆଇ), ନବାଚାର ଏବଂ କୌଶଳ ବିକାଶରେ ଭାରତର ପ୍ରଗତି ଉପରେ ଏହି ଅବସରରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ସେମିକଣ୍ଡକ୍ଟର ଏବଂ ଏଆଇ ମିସନ ପ୍ରତି କ୍ୱାଲକମର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି କି, ଭାରତ ଏପରି ଏକ ପ୍ରଯୁକ୍ତିର ନିର୍ମାଣ ପାଇଁ ଅନନ୍ୟ ପ୍ରତିଭା ଏବଂ ମାନକ ପ୍ରଦାନ କରୁଛି ଯାହାକି ଉତ୍ତମ ଭବିଷ୍ୟତକୁ ରୂପ ଦେବ ।

କ୍ୱାଲକମର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ କ୍ରିଷ୍ଟିୟାନୋ ଆର. ଅମୋନ ଭାରତ-ଏଆଇ, ଭାରତ-ସେମିକଣ୍ଡକ୍ଟର ମିଶନ ସମର୍ଥନରେ କ୍ୱାଲକମ ଏବଂ ଭାରତ ମଧ୍ୟରେ ସହଭାଗିତାକୁ ମଜବୁତ କରିବା ପାଇଁ ୬ଜିରେ ପରିବର୍ତ୍ତନ ଉପରେ ହୋଇଥିବା ଉପଯୋଗୀ ଚର୍ଚ୍ଚା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେ ଏଆଇ ସ୍ମାର୍ଟଫୋନ, ପିସି, ସ୍ମାର୍ଟ ଗ୍ଲାସ,ଅଟୋମୋଟିଭ, ଔଦ୍ୟୋଗିକ କ୍ଷେତ୍ରରେ ଏକ ଭାରତୀୟ ଇକୋସିଷ୍ଟମର ବିକାଶ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ଶ୍ରୀ କ୍ରିଷ୍ଟିୟାନୋ ଆର. ଅମୋନଙ୍କ ସହ ଏହା ଏକ ଅଦ୍ଭୁତ ବୈଠକ ଥିଲା ଏବଂ ଏଆଇ, ନବାଚାର ଏବଂ କୌଶଳ ବିକାଶରେ ଭାରତର ପ୍ରଗତି ଉପରେ ଆଲୋଚନା ହେଲା । ଭାରତର ସେମିକଣ୍ଡକ୍ଟର ଏବଂ ଏଆଇ ମିସନ ପ୍ରତି କ୍ୱାଲକମର ପ୍ରତିବଦ୍ଧତା ଦେଖି ଖୁସି ଲାଗିଲା । ଭାରତ ଏପରି ଏକ ପ୍ରଯୁକ୍ତିର ନିର୍ମାଣ ପାଇଁ ଅନନ୍ୟ ପ୍ରତିଭା ଏବଂ ମାନକ ପ୍ରଦାନ କରୁଛି ଯାହାକି ଉତ୍ତମ ଭବିଷ୍ୟତକୁ ରୂପ ଦେବ ।

@cristianoamon

@Qualcomm”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Major Ports Handled Record 915 Million Tonnes Cargo In FY26, Surpass Annual Target

Media Coverage

India's Major Ports Handled Record 915 Million Tonnes Cargo In FY26, Surpass Annual Target
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 6, 2026
April 06, 2026

India’s Golden Chapter: PM Modi Turns Vision into Records From Ports to People, From Naxal to Naval