ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୪ ଜଣ ଅଗ୍ରଣୀ ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟ (ଭାରତୀୟ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷକ) ଏବଂ ଭାରତୀୟ ଇତିହାସ ଓ ବିଚାରଧାରାର ବିଦ୍ୱାନଙ୍କୁ ଭେଟିଛନ୍ତି । ସେ ବୌଦ୍ଧ ଦର୍ଶନର ପଣ୍ଡିତ ତଥା ଭାଷାବିତ୍ ଡକ୍ଟର ବିର୍ଗିତ କେଲନର; ଆଧୁନିକ ଦକ୍ଷିଣ ଏସିଆର ପଣ୍ଡିତ ପ୍ରଫେସର ମାର୍ଟିନ ଗେନ୍ସଜଲ; ଭିଏନା ବିଶ୍ୱବିଦ୍ୟାଳୟର ଦକ୍ଷିଣ ଏସୀୟ ଅଧ୍ୟୟନ ବିଭାଗର ପ୍ରଫେସର ଡ. ବୋରାୟିନ୍ ଲାରିଓସ୍; ଏବଂ ଭିଏନା ବିଶ୍ୱବିଦ୍ୟାଳୟର ଇଣ୍ଡୋଲୋଜି ବିଭାଗର ମୁଖ୍ୟ ଡ. କାରିନ୍ ପ୍ରିସେଣ୍ଡାଞ୍ଜଙ୍କ ସହ କଥାବାର୍ତ୍ତା କରିଥିଲେ।

ଭାରତୀୟ ଇତିହାସ, ଦର୍ଶନ, କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ପ୍ରଧାନମନ୍ତ୍ରୀ ଏହି ବିଦ୍ୱାନ ତଥା ଗବେଷକମାନଙ୍କ ସହ ମତ ବିନିମୟ କରିଥିଲେ । ସେ ଅଷ୍ଟ୍ରିଆରେ ଇଣ୍ଡୋଲୋଜିର ଉତ୍ପତି ଏବଂ ବୌଦ୍ଧିକ ଅନୁସନ୍ଧିତ୍ସା ଓ ପାଣ୍ଡିତ୍ୟ ଉପରେ ଏହାର ପ୍ରଭାବ ବିଷୟରେ ପଚାରି ବୁଝିଥିଲେ । ଗବେଷକମାନେ ମତ ବିନିମୟ କାଳରେ ଭାରତ ସହ ସେମାନଙ୍କର ଶିକ୍ଷାଗତ ଓ ଗବେଷଣାଭିତ୍ତିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India on track to becoming third-largest economy by FY31: S&P report

Media Coverage

India on track to becoming third-largest economy by FY31: S&P report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 20, 2024
September 20, 2024

Appreciation for PM Modi’s efforts to ensure holistic development towards Viksit Bharat