ଆଜି ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି । ଏହା ଏକ ପ୍ରମୁଖ ପଦକ୍ଷେପ ଯାହା ବ୍ୟକ୍ତିଗତ ଘରୋଇ ଟ୍ୟାପ ସଂଯୋଗ ମାଧ୍ୟମରେ ନିରାପଦ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରି ସମଗ୍ର ଭାରତରେ ଲକ୍ଷ ଲକ୍ଷ ପରିବାରରେ ପରିବର୍ତ୍ତନ ଆଣିଛି ।

୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ମାତ୍ର କିଛି ବର୍ଷ ମଧ୍ୟରେ ୧୫ କୋଟିରୁ ଅଧିକ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ସରକାରଙ୍କ ପ୍ରତିବଦ୍ଧତାର ଆଧାର ପାଲଟିଛି । ଫଳରେ ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ସମ୍ପ୍ରଦାୟ ସଶକ୍ତ ହୋଇଛି ଏବଂ ଅଗଣିତ ସ୍ୱପ୍ନ ସାକାର ହୋଇଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଯୋଜନା କେବଳ ଗ୍ରାମୀଣ ଭାରତରେ ଜୀବନକୁ ଉନ୍ନତ କରିନାହିଁ ବରଂ ସ୍ୱାସ୍ଥ୍ୟସେବାକୁ ମଧ୍ୟ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି, ବିଶେଷକରି ମହିଳାମାନେ – ଦେଶର ନାରୀ ଶକ୍ତି ଲାଭାନ୍ୱିତ ହୋଇଛନ୍ତି ।

ଏକ୍ସରେ ମାଇଗଭ୍‌ଇଣ୍ଡିଆ ପକ୍ଷରୁ କରାଯାଇଥିବା ପୃଥକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;

“ଆମେ ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତୀ ପାଳନ କରୁଛୁ । ଏହା ଏପରି ଏକ ଯୋଜନା ଯାହା ମର୍ଯ୍ୟାଦା ଏବଂ ଜୀବନକୁ ପରିବର୍ତ୍ତନ କରିବା ଉପରେ କେନ୍ଦୀତ । ଏହା ବିଶେଷକରି ଆମର ନାରୀ ଶକ୍ତି ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ମଧ୍ୟ ସୁନିଶ୍ଚିତ କରିଛି ।”

“ସମଗ୍ର ଭାରତରେ ଜଳ ଜୀବନ ମିଶନର ସ୍ଥାୟୀ ପ୍ରଭାବର ଏକ ଝଲକ ।

#6YearsOfJalJeevanMission”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 06, 2026
August 06, 2026

New India Defies the Storm: Multi-Front Progress Under PM Modi