ପ୍ରଧାନମନ୍ତ୍ରୀ ଦାତୋ ସେରି ଅନୱର ଇବ୍ରାହିମ,

ଉଭୟ ପ୍ରତିନିଧି ମଣ୍ଡଳୀର ସଦସ୍ୟ,

ଗଣମାଧ୍ୟମର ବନ୍ଧୁମାନେ,

ନମସ୍କାର!

ପ୍ରଧାନମନ୍ତ୍ରୀ ହେବା ପରେ ଅନୱର ଇବ୍ରାହିମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ । ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି ।

 

ବନ୍ଧୁଗଣ,

ଭାରତ ଏବଂ ମାଲେସିଆ ମଧ୍ୟରେ ଉନ୍ନତ ରଣନୈତିକ ଭାଗିଦାରୀ ଏକ ଦଶନ୍ଧି ପୂରଣ କରୁଛି । ଗତ ଦୁଇ ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସମର୍ଥନରେ, ଆମର ଭାଗିଦାରୀ ଏକ ନୂତନ ଗତି ଏବଂ ଶକ୍ତି ହାସଲ କରିଛି । ଆଜି ଆମେ ପାରସ୍ପରିକ ସହଯୋଗର ସମସ୍ତ କ୍ଷେତ୍ର ଉପରେ ବିସ୍ତୃତ ଭାବେ ଆଲୋଚନା କରିଛୁ । ଆମେ ଲକ୍ଷ୍ୟ କରିଛୁ ଯେ ଆମର ଦ୍ୱିପାକ୍ଷିକ ବାଣିଜ୍ୟ ନିରନ୍ତର ଅଗ୍ରଗତି କରୁଛି । ଭାରତ ଓ ମାଲେସିଆ ମଧ୍ୟରେ ବାଣିଜ୍ୟ ଏବେ ଭାରତୀୟ ଟଙ୍କା (ଆଇଏନଆର) ଏବଂ ମାଲେସିଆ ରିଙ୍ଗିଟ୍ସ (ଏମୱାଇଆର)ରେ ଧାର୍ଯ୍ୟ ହୋଇପାରିବ । ଗତ ବର୍ଷ ମାଲେସିଆରୁ ଭାରତକୁ ୫ ବିଲିୟନ ଡଲାରର ପୁଞ୍ଜିନିବେଶ ଉପରେ କାର୍ଯ୍ୟ ହୋଇଥିଲା । ଆଜି ଆମେ ଆମର ଭାଗିଦାରୀକୁ "ବ୍ୟାପକ ରଣନୈତିକ ଭାଗିଦାରୀ"ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ବିଶ୍ୱାସ କରୁ ଯେ ଅର୍ଥନୈତିକ ସହଯୋଗରେ ଏବେ ବି ବହୁତ ସମ୍ଭାବନା ରହିଛି । ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ସମ୍ପ୍ରସାରଣ କରାଯିବା ଉଚିତ୍ । ସେମିକଣ୍ଡକ୍ଟର, ଫିନଟେକ୍‌, ପ୍ରତିରକ୍ଷା ଶିଳ୍ପ, ଏଆଇ ଏବଂ କ୍ୱାଣ୍ଟମ ଭଳି ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗ ବୃଦ୍ଧି କରିବା ଉଚିତ । ଭାରତ ଓ ମାଲେସିଆ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ଚୁକ୍ତିର ସମୀକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ଆମେ ଗୁରୁତ୍ୱାରୋପ କରିଛୁ । ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ପାଇଁ ଡିଜିଟାଲ କାଉନସିଲ ଗଠନ ଏବଂ ଷ୍ଟାର୍ଟଅପ୍ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତର ୟୁପିଆଇ ଏବଂ ମାଲେସିଆର ପେନେଟ୍ କୁ ସଂଯୋଗ କରିବା ପାଇଁ ମଧ୍ୟ କାମ କରାଯିବ । ସିଇଓ ଫୋରମର ଆଜିର ବୈଠକ ନୂଆ ସମ୍ଭାବନାକୁ ସାମ୍ନାକୁ ଆଣିଛି । ପ୍ରତିରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗର ନୂତନ ସମ୍ଭାବନା ଉପରେ ମଧ୍ୟ ଆମେ ଆଲୋଚନା କରିଛୁ । ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ଲଢ଼େଇ ଉପରେ ମଧ୍ୟ ଆମେ ଏକମତ ।

 

ବନ୍ଧୁଗଣ,

ଭାରତ ଓ ମାଲେସିଆ ଶହ ଶହ ବର୍ଷ ଧରି ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି । ମାଲେସିଆରେ ରହୁଥିବା ପ୍ରାୟ ୩ ନିୟୁତ ଭାରତୀୟ ପ୍ରବାସୀ ଦୁଇ ଦେଶ ମଧ୍ୟରେ ଏକ ଜୀବନ୍ତ ସେତୁ ଅଟନ୍ତି । ଭାରତୀୟ ସଙ୍ଗୀତ, ଖାଦ୍ୟ ଓ ପର୍ବପର୍ବାଣୀ ଠାରୁ ଆରମ୍ଭ କରି ମାଲେସିଆର "ତୋରଣ ଦ୍ୱାର" ପର୍ଯ୍ୟନ୍ତ ଆମ ଲୋକମାନେ ଏହି ବନ୍ଧୁତାକୁ ଭଲ ପାଉଛନ୍ତି । ଗତ ବର୍ଷ ମାଲେସିଆରେ ପାଳିତ 'ପି.ଆଇ.ଓ' ଦିବସ ଏକ ଅତ୍ୟନ୍ତ ସଫଳ ଓ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା । ଯେତେବେଳେ ଆମର ନୂତନ ସଂସଦ ଭବନରେ ସେଙ୍ଗୋଲ ସ୍ଥାପନ କରାଯାଇଥିଲା, ସେହି ଐତିହାସିକ ମୁହୂର୍ତ୍ତର ଉତ୍ସାହ ମାଲେସିଆରେ ମଧ୍ୟ ଅନୁଭୂତ ହୋଇଥିଲା । ଶ୍ରମିକଙ୍କ ନିଯୁକ୍ତି ନେଇ ଆଜିର ଚୁକ୍ତି ଭାରତରୁ ଶ୍ରମିକ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ସ୍ୱାର୍ଥରକ୍ଷା କରିବ । ଲୋକଙ୍କ ଗମନାଗମନକୁ ସୁଗମ କରିବା ପାଇଁ ଆମେ ଭିସା ପ୍ରକ୍ରିୟାକୁ ସରଳ କରିଛୁ । ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଏବଂ ସରକାରୀ ଅଧିକାରୀଙ୍କୁ ତାଲିମ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । ଏବେ ସାଇବର ସିକ୍ୟୁରିଟି ଓ ଏଆଇ ଭଳି ଅତ୍ୟାଧୁନିକ ପାଠ୍ୟକ୍ରମ ପାଇଁ ଆଇଟିଇସି ସ୍କଲାରସିପ୍ ଅଧୀନରେ ମାଲେସିଆ ପାଇଁ ସ୍ୱତନ୍ତ୍ର ଭାବେ ୧୦୦ ଆସନ ଆବଣ୍ଟନ କରାଯିବ । ମାଲେସିଆର ୟୁନିଭରସିଟି ଟୁଙ୍କୁ ଅବଦୁଲ ରେହମାନରେ ଏକ ଆୟୁର୍ବେଦ ଚେୟାର ପ୍ରତିଷ୍ଠା କରାଯାଉଛି । ଏହାବ୍ୟତୀତ ୟୁନିଭରସିଟି ମଲାୟାରେ ତିରୁଭଲ୍ଲୁଭର ଚେୟାର ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ସବୁ ସ୍ୱତନ୍ତ୍ର ପଦକ୍ଷେପରେ ସହଯୋଗ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଅନୱର ଏବଂ ତାଙ୍କ ଗୋଷ୍ଠୀକୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

 

ବନ୍ଧୁଗଣ,

ମାଲେସିଆ ଏସିଆନ ଏବଂ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଏସିଆନକୁ ଭାରତ ପ୍ରାଥମିକତା ଦେଉଛି । ଭାରତ ଏବଂ ଏସିଆନ ମଧ୍ୟରେ ଏଫ୍‌ଟିଏର ସମୀକ୍ଷା ଠିକ୍ ସମୟରେ ଶେଷ ହେବା ଉଚିତ ବୋଲି ଆମେ ସହମତ । ୨୦୨୫ରେ ମାଲେସିଆର ସଫଳ ଏସିଆନ୍ ଅଧ୍ୟକ୍ଷତାକୁ ଭାରତ ପୂର୍ଣ୍ଣ ସମର୍ଥନ କରିବ । ଆମେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ନୌବହନ ଏବଂ ବିମାନ ଉଡାଣର ସ୍ୱାଧୀନତା ପାଇଁ ପ୍ରତିଶ୍ରୁତିବଦ୍ଧ । ଏବଂ , ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପରାମର୍ଶ ଦେଉଛୁ ।

ମହାମହିମ,

ଆପଣଙ୍କ ବନ୍ଧୁତା ଏବଂ ଭାରତ ସହ ସମ୍ପର୍କ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ । ଆପଣଙ୍କ ଗସ୍ତ ଆଗାମୀ ଦଶନ୍ଧି ପାଇଁ ଆମ ସମ୍ପର୍କକୁ ଏକ ନୂତନ ଦିଗ ଦେଇଛି । ପୁଣି ଥରେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

ସ୍ୱୀକରଣ - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଆନୁମାନିକ ଅନୁବାଦ । ମୂଳ ମନ୍ତବ୍ୟ ହିନ୍ଦୀରେ ପ୍ରଦାନ କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s auto sales hit record high in Q1; PVs log 26% growth: SIAM

Media Coverage

India’s auto sales hit record high in Q1; PVs log 26% growth: SIAM
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings of Lord Jagannath
July 16, 2026

The Prime Minister, Shri Narendra Modi, shared a Sanskrit Subhashitam, seeking blessings of Lord Jagannath on the sacred occasion of Rath Yatra:

“देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥"

Shri Modi also expressed the hope that the divine grace of Lord Jagannath would infuse new energy into the lives of all countrymen.

The Prime Minister posted on X:

महाप्रभु जगन्नाथ की रथ यात्रा के पावन अवसर पर मेरी कामना है कि उनका आशीर्वाद हम सभी पर सदैव बना रहे। उनकी दिव्य कृपा से सभी देशवासियों के जीवन में नई ऊर्जा का संचार हो।

देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥