Takes a metro ride from Freedom Park Metro Station to Khapri Metro Station

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧-୧୨-୨୦୨୨) ନାଗପୁର ମେଟ୍ରୋ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଖାପ୍ରୀରୁ ଅଟୋମୋଟିଭ ଛକ ଓ ପ୍ରଜାପ୍ରତି ନଗରରୁ ଲୋକମାନ୍ୟ ନଗର ମଧ୍ୟରେ ଦୁଇଟି ମେଟ୍ରୋ ଚଳାଚଳର ଶୁଭାରମ୍ଭ କରିଛନ୍ତି । ନାଗପୁର ମେଟ୍ରୋ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୮୬୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ହୋଇଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ବାବଦକୁ ୬୭୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । 

ନାଗପୁର ମେଟ୍ରୋରେ ଫ୍ରିଡମ ପାର୍କା ମେଟ୍ରୋ ଷ୍ଟେସନରୁ ମେଟ୍ରୋ ଯୋଗେ ପ୍ରଧାନମନ୍ତ୍ରୀ ଖାପ୍ରୀ ଷ୍ଟେସନରେ ପହଞ୍ôଚଥିଲେ । ଫ୍ରିଡମ ପାର୍କ ମେଟ୍ରୋ ଷ୍ଟେସନରେ ଟ୍ରେନ ଧରିବା ପୂର୍ବରୁ ଶ୍ରୀ ମୋଦୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପ ବୁଲିବା ସହ ସେଠାରେ ଆୟୋଜିତ “ସପ୍‌ନେ ସେ ବେହ୍‌ତ୍ତର “ ପ୍ରଦର୍ଶନୀ ଦେଖିଥିଲେ । ପ୍ରଧାନମନ୍ତ୍ରୀ ନିଜେ ଏଏଫସି ଗେଟରୁ ଏକ ଇ-ଟିକେଟ କିଣିବା ସହ ଛାତ୍ରଛାତ୍ରୀ, ନାଗରିକ ଓ କର୍ମଚାରୀ ମାନଙ୍କ ସହ ଯାତ୍ରା କରିଥିଲେ । ସେ ମଧ୍ୟ ସେମାନଙ୍କ ସହ ମତ ବିନିମୟ କରିଥିଲେ । 

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଥିଲେ ଯେ :

“ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ଅବସରରେ ମୁଁ ନାଗପୁରବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଦୁଇଟି ମେଟ୍ରୋ ଟ୍ରେନର ପତାକା ଦେଖାଇ ଯାତ୍ରାରମ୍ଭ କରାଇବା ସହ ମୁଁ ମଧ୍ୟ ମେଟ୍ରୋରେ ଯାତ୍ରା କରିଛି । ଏହି ମେଟ୍ରୋ ଆରାମଦାୟକ ଓ ସୁବିଧାଜନକ ।” 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Northeast’s first Emergency Landing Facility in Moran. Why it matters?

Media Coverage

PM Modi inaugurates Northeast’s first Emergency Landing Facility in Moran. Why it matters?
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 15, 2026
February 15, 2026

Visionary Leadership in Action: From AI Global Leadership to Life-Saving Reforms Under PM Modi