ଜଳ ଜୀବନ ମିଶନ ଅଧୀନରେ ସେ ୟାଦଗୀର ଠାରେ ବହୁମୁଖୀ ଗ୍ରାମ୍ୟ ପାନୀୟଜଳ ଯୋଜନାର ଶିଳାନ୍ୟାସ କରିଛନ୍ତି
ନାରାୟଣପୁର ବାମ ପାର୍ଶ୍ବର କେନାଲ -ସମ୍ପ୍ରସାରଣ, ପୁନର୍ବିନ୍ୟାସ ଓ ଆଧୁନିକୀକରଣ ପ୍ରକଳ୍ପର ଉଦଘାଟନ
ଏନଏଚ-୧୫ଠସି ବଡ଼ଡାଲରୁ ମାରାଡାଗି ଏସ ଆଂଦୋଲା ଗ୍ରୀନଫିଲ୍ଡ ହାଇୱେର ୬୫.୫ କିଲୋମିଟର ଦୀର୍ଘ ଛଅ ଲେନ୍ ରାସ୍ତାର ଶିଳାନ୍ୟାସ
“ଅମୃତ କାଳରେ ଆମକୁ ବିକଶିତ ଭାରତ ନିର୍ମାଣ କରିବାକୁ ହେବ”
“ଏପରିକି ଦେଶର ଗୋଟିଏ ବି ଜିଲ୍ଲା ବିକାଶର ପରିମାପକରେ ପଛେଇ ଗଲେ ଦେଶ ଉନ୍ନତ ହୋଇପାରିବ ନାହିଁ”
“ସେ ଶିକ୍ଷା ହେଉ ବା ସ୍ୱାସ୍ଥ୍ୟ ବା ସଂଯୋଗୀକରଣ ୟାଦଗୀର ଆକାଂକ୍ଷିତ ଜିଲ୍ଲା କାର୍ଯ୍ୟକ୍ରମର ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ରହିଛି”
“ଡବଲ ଇଞ୍ଜିନ ସରକାର ସଦିଚ୍ଛା ଓ ଏକତ୍ରୀକରଣ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛି”
“ୟାଦଗୀରର ପ୍ରାୟ ୧.୨୫ ଲକ୍ଷ ଚାଷୀ ପରିବାର ପିଏମ କିଷାନ ନିଧି ଜରିଆରେ ୨୫ଠ କୋଟି ଟଙ୍କା ପାଇଛନ୍ତି”
“ଦେଶର କୃଷି ନୀତିରେ କ୍ଷୁଦ୍ର ଚାଷୀମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଉଛି”
“ଡବଲ ଇଞ୍ଜିନ ସରକାରଙ୍କ ଭିତ୍ତିଭୂମୀ ଓ ସଂସ୍କାର ଉପରେ ଧ୍ୟାନ ଯୋଗୁ କର୍ଣ୍ଣାଟକ ନିବେଶକମାନଙ୍କ ପସନ୍ଦ ପାଲଟିଛି”

କର୍ଣ୍ଣାଟକର ୟାଦଗୀର ଓ କୋଡ଼େକାଲରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳସେଚନ, ପାନୀୟ ଜଳ ଓ ଏକ ଜାତୀୟ ରାଜପଥ ପ୍ରକଳ୍ପ ସମେତ ଅନେକ ଯୋଜନାର (ଆଜି ୧୯-୧-୨୦୨୩) ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୟାଦଗୀର ଠାରେ ଜଳ ଜୀବନ ମିଶନ ଅଧୀନରେ ବହୁମୁଖୀ ପାନୀୟ ଜଳ ଯୋଗାଣ ଯୋଜନାର ଶିଳାନ୍ୟାସ, ୬୫.୫ କିଲୋମିଟର ସୁରତ-ଚେନ୍ନାଇ ଏକ୍ସପ୍ରେସ ୱେ ଏନଏଚ-୧୫ଠସି ଅନ୍ତର୍ଗତ (ବଡ଼ାଡାଲରୁ ମାରାଡାଗି ଏସ ଆଂଦୋଲା) ସେକ୍ସନ ଶିଳାନ୍ୟାସ ଓ ନାରାୟଣପୁର ବାମପାଶ୍ୱର୍ କେନାଲର ସମ୍ପ୍ରସାରଣ, ପୁନର୍ବିନ୍ୟାସ ଓ ଆଧୁନିକୀକରଣ ପ୍ରକଳ୍ପ (ଏନଏଲବିସି-ଇଆରଏମ) ଉଦଘାଟନ ଅନ୍ତର୍ଭୁକ୍ତ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକବାସୀଙ୍କ ସ୍ନେହ ଓ ସମର୍ଥନ ଉପରେ ଆଲୋକପାତ କରି ଏହାକୁ ବିରାଟ ଶକ୍ତିର ଉତ୍ସ ବୋଲି ବର୍ଣ୍ଣନା କରିଥିଲେ । ୟାଦଗୀରର ସମୃଦ୍ଧ ଇତିହାସ ଅବତାରଣା କରି ରାତିହାଲୀର ପ୍ରାଚୀନ ଦୁର୍ଗ ଆମ ପୂର୍ବ ଆମ ପୂର୍ବ ପୁରୁଷମାନଙ୍କ ସାମର୍ଥ୍ୟର ପ୍ରତୀକ ତଥା ଏଥିରେ ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଥାଏ ବୋଲି କହିଥିଲେ । ସମଗ୍ର ଦେଶରେ ଉତ୍ତମ ପ୍ରଶାସନ ଓ ସ୍ୱରାଜ ଚିନ୍ତାଧାରା ପାଇଁ ପ୍ରସିଦ୍ଧ ମହାରାଜା ଭେଙ୍କଟାପ୍ପା ନାୟକଙ୍କ କଥା ମଧ୍ୟ କହିଥିଲେ । “ଆମେ ସମସ୍ତେ ଏହି ଐତିହ୍ୟ ପାଇଁ ଗର୍ବ କରୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଯେଉଁ ପ୍ରକଳ୍ପଗୁଡ଼ିକର ଉଦଘାଟନ ବା ଶିଳାନ୍ୟାସ ହୋଇଛି ସେଗୁଡ଼ିକ ସେ ଅଞ୍ଚଳର ଜନସାଧାରଣଙ୍କୁ ଅନେକ ସୁବିଧା ଯୋଗାଇବ ବୋଲି କହିଥିଲେ । ସୁରତ-ଚେନ୍ନାଇ କରିଡରର କର୍ଣ୍ଣାଟକ ସେକ୍ସନ ୟାଦଗୀର, ରାୟଚୁର ଓ କୁଲବର୍ଗୀ ଅଞ୍ଚଳର ଜନସାଧାରଣଙ୍କ ଜୀବନମାନ ଉନ୍ନତ କରିବା ସହ ନିଯୁକ୍ତି ସୁଯୋଗ ଓ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି କରିବ । ଉତ୍ତର କର୍ଣ୍ଣାଟକର ବିକାଶ ଲାଗି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ମନେପକାଇ ଦେଇଥିଲେ ଯେ ଆଗାମୀ ୨୫ ବର୍ଷ ଦେଶ ଓ ସମସ୍ତ ରାଜ୍ୟ ପାଇଁ ଅମୃତ କାଳ । “ଏହି ଅମୃତ କାଳରେ ଆମକୁ ବିକଶିତ ଭାରତ ସୃଷ୍ଟି କରିବାକୁ ପଡ଼ିବ । ତାହା କେବଳ ସମ୍ଭବ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି, ପରିବାର ଓ ରାଜ୍ୟ ଏହି ଅଭିଯାନରେ ସଂଶ୍ଳିଷ୍ଟ ହେବେ । ଯେତେବେଳେ ଚାଷୀ ଓ ଉଦ୍ୟୋଗପତିର ଜୀବନରେ ଉନ୍ନତି ଘଟିବ ସେତେବେଳେ ଯାଇ ଭାରତ ଉନ୍ନତି କରିପାରିବ । ଫସଲ ଭଲ ହେବା ସହ କାରଖାନାର ଉତ୍ପାଦନରେ ବୃଦ୍ଧି ଘଟିଲେ ଭାରତର ବିକାଶ ଘଟିବ । ଏହା ଅତୀତର ଖରାପ ନୀତି ଓ ନକାରାତ୍ମକ ଅଭିଜ୍ଞତାରୁ ଆମେ ଜାଣିପାରିଛୁ” ବୋଲି ସେ କହିଥିଲେ । ଉତ୍ତର କର୍ଣ୍ଣାଟକର ୟାଜଗୀରର ଉଦାହରଣ ଦେଇ ଏହି ଅଞ୍ଚଳ ଅତୀତରେ ବିକାଶ ବାଧାପ୍ରାପ୍ତ ହୋଇ ଅଞ୍ଚଳ ପଛୁଆ ହୋଇଥିବାରୁ ତା’ର ସମାଲୋଚନା କରିଥିଲେ । ସେ ସବୁ ଅଞ୍ଚଳର ସାମର୍ଥ୍ୟ ସତ୍ତ୍ୱେ ପୂର୍ବ ସରକାରଗଣ ୟାଜଗୀର ଓ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକୁ ଅନଗ୍ରସର ବୋଲି କହି ଚୁପ୍ ହୋଇ ବସିଗଲେ ବୋଲି ସେ କହିଥିଲେ । ପୂର୍ବ ସରକାରମାନେ କେବଳ ଭୋଟ ବ୍ୟାଙ୍କ ରାଜନୀତିରେ ଲିପ୍ତ ରହି ବିଜୁଳି, ସଡ଼କ ଓ ପାଣି ଭଳି ମୌଳିକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଲେ ନାହିଁ । ବର୍ତ୍ତମାନ ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କେବଳ ବିକାଶ ଓ ଭୋଟ ବ୍ୟାଙ୍କ ରାଜନୀତି ନୁହେଁ ବୋଲି କହିଥିଲେ । “ଏପରିକି ଦେଶର ଗୋଟିଏ ଜିଲ୍ଲା ବିକାଶର ପରିମାପକର ପଛରେ ରହିଗଲେ ଦେଶ ମଧ୍ୟ ବିକଶିତ ହୋଇପାରିବ ନାହିଁ” ବୋଲି ସେ କହିଥିଲେ । ବର୍ତ୍ତମାନର ସରକାର ହିଁ ସବୁଠାରୁ ଅନଗ୍ରସର ଅଞ୍ଚଳ ପ୍ରତି ପ୍ରାଧାନ୍ୟ ଦେଇ ୟାଦଗୀର ସମେତ ଦେଶର ଶହେଟି ଆକାଂକ୍ଷିତ ଜିଲ୍ଲା ଅଭିଯାନ ଚଳାଇଥିଲେ । ଏହି ସବୁ ଅଞ୍ଚଳର ଉତ୍ତମ ପ୍ରଶାସନ ଓ ବିକାଶ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟାଦଗୀର ଶତ ପ୍ରତିଶତ ଶିଶୁ ଟିକାକରଣ ଲକ୍ଷ୍ୟ ହାସଲ କରିଥିବା ବେଳେ, ଅପପୁଷ୍ଟି ଶିଶୁଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଛି । ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ସଡ଼କ ସଂଯୋଗ ଦେବା ସହ ଡିଜିଟାଲ ସେବା ପ୍ରଦାନ ନିମନ୍ତେ ପ୍ରତି ଗ୍ରାମପଞ୍ଚାୟତରେ ସର୍ବସାଧାରଣ ସେବା କେନ୍ଦ୍ର ପ୍ରତିଷ୍ଠା ହୋଇଛି । “ସେ ଶିକ୍ଷା ହେଉ ବା ସ୍ୱାସ୍ଥ୍ୟ କିମ୍ବା ସଂଯୋଗୀକରଣ ୟାଜଗୀର ଦେଶର ଆକାଂକ୍ଷିତ ଜିଲ୍ଲାଗୁଡ଼ିକ ମଧ୍ୟରେ ପ୍ରଥମ ଦଶଜଣଙ୍କ ଭିତରେ ରହିଛି” ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନକୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ।

 

ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ନିମନ୍ତେ ଜଳ ସୁରକ୍ଷା ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ପ୍ରଧାନ୍ୟ ଦିଆଯାଉଥିବା ସୀମା, ଉପକୂଳ ଓ ଆଭ୍ୟନ୍ତରୀଣ ସୁରକ୍ଷା ବିଷୟର ସମକକ୍ଷ ବୋଲଇ କହିଥିଲେ । “ଡବଲ ଇଞ୍ଜିନ ସରକାରର ସଦ୍ଦିଚ୍ଛା ଓ ଏକୀକରଣର ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛି” ବୋଲି କହି ୨୦୧୪ ମସିହାରେ ବାକି ରହିଥିବା ୯୯ଟି ଜଳ ସେଚନ ଯୋଜନା ମଧ୍ୟରୁ ୫୦ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଯୋଜନା ସମ୍ପ୍ରସାରିତ ହୋଇଛି ବୋଲି କହିଥିଲେ । କର୍ଣ୍ଣାଟକରେ ମଧ୍ୟ ଏହିପରି ଅନେକ ଯୋଜନାର କାର୍ଯ୍ୟ ଜାରି ରହିଛି । ନାରାୟଣପୁର ବାମପାଶ୍ୱର୍ କେନାଲ-ସମ୍ପ୍ରସାରଣ ପୁନର୍ବିନ୍ୟାସ ଓ ଆଧୁନିକୀକରଣ ପ୍ରକଳ୍ପ (ଏନଏଲବିସି-ଇଆରଏମ) ଯାହାର ୧୦ ହଜାର ଘନଫୁଟ ଜଳ ପରିବହନ କ୍ଷମତା ରହିଛି ତାହା ଆଗୁଆ ଅଞ୍ଚଳର ୪.୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିପାରିବ ବୋଲି ସେ କହିଥିଲେ । ଶ୍ରୀ ମୋଦୀ ମଧ୍ୟ ଅଣୁ ଜଳସେଚନ ଉପରେ ଅଦ୍ଭୁତପୂର୍ବ ଗୁରୁତ୍ୱ ଆରୋପ କରାଯାଇ ‘ପ୍ରତି ବୁନ୍ଦା ଜଳ ଅଧିକ ଶସ୍ୟ’ ଆଭିମୁଖ୍ୟ ନେଇ ଗତ ସାତରୁ ଆଠ ବର୍ଷ ମଧ୍ୟରେ ୭୦ ଲକ୍ଷ ହେକ୍ଟରରୁ ଅଧିକ ଜମି ଅଣୁ ଜଳସେଚନ ଅଧୀନକୁ ଅଣାଯାଇଥିବା ପ୍ରକାଶ କରିଥିଲେ । ଆଜିର ପ୍ରକଳ୍ପ କର୍ଣ୍ଣାଟକରେ ୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବା ସହ ଏହାକୁ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ ।

“ଡବଲ ଇଞ୍ଜିନ ସରକାର ଯୋଗୁ ହୋଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଢ଼େ ତିନିବର୍ଷ ପୂର୍ବେ ଯେତେବେଳେ ଜଳଶକ୍ତି ମିଶନ ଆରମ୍ଭ ହେଲା ଅଠର କୋଟି ଗ୍ରାମାଞ୍ଚଳ ପରିବାର ମଧ୍ୟରୁ କେବଳ ତିନି କୋଟି ପରିବାରର ପାଇପ ଜଳ ସଂଯୋଗ ଥିଲା । ଆଜି ସେ ସଂଖ୍ୟା ଏଗାର କୋଟି ଗ୍ରାମାଞ୍ଚଳ ପରିବାରକୁ ବୃଦ୍ଧି ପାଇଛି” ବୋଲି କହି “ସେଥିରୁ କେବଳ କର୍ଣ୍ଣାଟକରେ ୩୫ ଲକ୍ଷ ପରିବାର ଅଛନ୍ତି” ବୋଲି ପ୍ରକାଶ କରିଥିଲେ । ଦେଶ ଓ କର୍ଣ୍ଣାଟକ ତୁଳନାରେ ୟାଦଗୀର ଓ ରାୟଚୁରରେ ପରିବାର ପିଛା ଜଳ ଯୋଗାଣ ଅଧିକ ବୋଲି ସେ କହିଥିଲେ ।

ଆଜି ଉଦଘାଟିତ ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟାଦଗୀରର ପ୍ରତି ଘରକୁ ପାନୀୟ ଜଳ ଯୋଗାଣରେ ଉନ୍ନତି ଘଟିବ । ଭାରତର ଜଳଜୀବନ ମିଶନର ପ୍ରଭାବ ଯୋଗୁ ପ୍ରତିବର୍ଷ ଦେଶରେ ୧.୨୫ ଲକ୍ଷ ଶିଶୁଙ୍କ ଜୀବନ ବଞ୍ଚାଯାଇ ପାରିବ । ‘ହର ଘର ଜଲ’ ଅଭିଯାନର ଆଭିମୁଖ୍ୟ ଉପରେ ଦୃଷ୍ଟି ନିକ୍ଷେପ କରି ସେ କହିଥିଲେ ଯେ କେନ୍ଦ୍ର ସରକାର ପିଏମ କିଶାନ ସମ୍ମାନ ନିଧି ଯୋଜନାରେ ପ୍ରତି ଚାଷୀଙ୍କୁ ଛଅ ହଜାର ଲେଖାଏଁ ଟଙ୍କା ଦେଉଥିବା ବେଳେ କର୍ଣ୍ଣାଟକ ସରକାର ଏ ବାବଦ ଆଉ ଚାରି ହଜାର ମିଶାଇବା ଫଳରେ କୃଷକକୁ ଦୁଇଗୁଣା ଲାଭ ମିଳୁଛି । “ୟାଦଗୀରର ୧.୨୫ ଲକ୍ଷ କୃଷକ ପରିବାର କିଏମ କିଷାନ ନିଧିରୁ ପ୍ରାୟ ୨୫ଠ କୋଟି ଟଙ୍କା ପାଇଛନ୍ତି” ବୋଲି ସେ କହିଥିଲେ ।

 

ଡବଲ ଇଞ୍ଜିନ ସରକାରଙ୍କ ଗତି ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ କେନ୍ଦ୍ର ନୂତନ ଶିକ୍ଷାନୀତି ଆରମ୍ଭ କରିଥିବା ବେଳେ, କର୍ଣ୍ଣାଟକ ସରକାର ଗରୀବ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟା ନିଧି ଯୋଜନାରେ ସାହାଯ୍ୟ କରୁଛନ୍ତି। କେନ୍ଦ୍ର ପ୍ରଗତିର ଚକ୍ର ଗତିଶୀଳ କରୁଥିବା ବେଳେ କର୍ଣ୍ଣାଟକ ନିବେଶକମାନଙ୍କୁ ରାଜ୍ୟକୁ ଅକୃଷ୍ଟ କରୁଛି । “କର୍ଣ୍ଣାଟକ ସରକାର ମୁଦ୍ରା ଯୋଜନାରେ ବୁଣାକାରମାନଙ୍କୁ ସାହାଯ୍ୟ କରୁଛନ୍ତି” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଯଦି ଜଣେ ବ୍ୟକ୍ତି ବଞ୍ଚôତ ଶ୍ରେଣୀ ବା ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଅବହେଳିତ ରହିଛି, ତେବେ ବର୍ତ୍ତମାନର ସରକାର ସେମାନଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ଆମ ଦେଶର କୋଟି କୋଟି କ୍ଷୁଦ୍ରଚାଷୀ ଯୁଗ ଯୁଗ ଧରି ପ୍ରତ୍ୟେକ ସୁଖ ସ୍ୱାଚ୍ଛନ୍ଦ୍ୟରୁ ବଞ୍ଚôତ ହୋଇଥିଲେ ମଧ୍ୟ ଅତୀତରେ ସେମାନଙ୍କ ପାଇଁ କୌଣସି ନୀତି ଗ୍ରହଣ କରାଯାଇ ନ ଥିଲା । ଆଜି ଏହି କ୍ଷୁଦ୍ର ଚାଷୀମାନେ ଦେଶୀ କୃଷି ନୀତିରେ ଅଗ୍ରାଧିକାର ପାଇଛନ୍ତି । କୃଷକମାନଙ୍କୁ ଯନ୍ତ୍ରପାତି ଯୋଗାଣ ସହ ସେମାନଙ୍କୁ ଅତ୍ୟାଧୁନିକ ପ୍ରଯୁକ୍ତି ବା ଡ୍ରୋନ ସୁବିଧା, ରାସାୟନିକ ସାର ବା ନାନୋ ୟୁରିଆର ସୁବିଧା ସହ ପ୍ରାକୃତିକ କୃଷି ପାଇଁ ପ୍ରୋତ୍ସାହିତ କରାଯାଇଛି । କ୍ଷୁଦ୍ର ଚାଷୀମାନଙ୍କ କିଷାନ କ୍ରେଡିଟ କାର୍ଡ ସହ ପଶୁପାଳନ, ମାଛ ଓ ମହୁମାଛି ପାଳନ ପାଇଁ ମଧ୍ୟ ସମର୍ଥନ ଦିଆଯାଉଛି ।

 

ପ୍ରଧାନମନ୍ତ୍ରୀ ସ୍ଥାନୀୟ କୃଷକମାନଙ୍କୁ ଦେଶକୁ ବିଦେଶ ଉପରେ ଡାଲି ଜାତୀୟ ଶସ୍ୟ ଉପରେ ନିର୍ଭର ନ କରି ପର୍ଯ୍ୟାପ୍ତ ଡାଲି ଉତ୍ପାଦନ କରୁଥିବାରୁ ପ୍ରଶଂସା କରିଥିଲେ । ଗତ ଆଠ ବର୍ଷ ମଧ୍ୟରେ ଏମଏସପି ଜରିଆରେ ଅଶୀଗୁଣ ଡାଲିର ସଂଗ୍ରହ କରାଯାଇଛି । ୨୦୧୪ ମସିହା ପୂର୍ବରୁ ଡାଲି ଚାଷୀମାନେ ମାତ୍ର କେତେ ଶହ କୋଟି ଟଙ୍କା ପାଇଥିବା ବେଳେ ଗତ ଆଠ ବର୍ଷ ମଧ୍ୟରେ ୬ଠ ହଜାର କୋଟି ଯଙ୍କା ପାଇଛନ୍ତି ବୋଲି ସେ କହିଥିଲେ ।

 

ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଘୋଷଣା କରାଯାଇଥିବାରୁ ମାଣ୍ଡିଆ ଓ ଯଅ ଭଳି ବଗଡ଼ା ଶସ୍ୟ କର୍ଣ୍ଣାଟକରେ ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଡବଲ ଇଞ୍ଜିନ ସରକାର ପୁଷ୍ଟିକର ବଗଡ଼ା ଶସ୍ୟର ଉତ୍ପାଦନ ବଢ଼ାଇ ଏହାକୁ ବିଶ୍ୱବ୍ୟାପୀ କରିବା ପାଇଁ ଅଙ୍ଗୀକାରବଦ୍ଧ । ଏହି ପଦକ୍ଷେପକୁ ଆଗେଇ ନେବାକୁ କର୍ଣ୍ଣାଟକର ଚାଷୀମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାପୋଷଣ କରିଥିଲେ ।

କର୍ଣ୍ଣାଟକରେ ସଂଯୋଗୀକରଣ ନେଇ ଡବଲ ଇଞ୍ଜିନ ସରକାରର ସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କୃଷି, ଶିଳ୍ପ ଓ ପର୍ଯ୍ୟଟନ ପାଇଁ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ସୁରତ-ଚେନ୍ନାଇ ଆର୍ଥିକ କରିଡର ନିର୍ମାଣ ହେଲେ କର୍ଣ୍ଣାଟକରେ ଅଧିକାଂଶ ଭାଗ ଲାଭାନ୍ୱିତ ହେବ । ଏଥିପାଇଁ ଦେଶର ଅନ୍ୟତମ ଭାଗରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ଆଗମନ ହେବା ସହ ହଜାର ହଜାର ନିଯୁକ୍ତି ଓ ଆତ୍ମନିଯୁକ୍ତି ସଂଯୋଗ ଯୁବଗୋଷ୍ଠୀଙ୍କୁ ମିଳିପାରିବ। ଡବଲ ଇଞ୍ଜିନ ସରକାରଙ୍କ ଭିତ୍ତିଭୂମୀ ଓ ସଂସ୍କାର ଉପରେ ଗୁରୁତ୍ୱ ଯୋଗୁ କର୍ଣ୍ଣାଟକ ନିବେଶକମାନଙ୍କ ପସନ୍ଦର ସ୍ଥଳ ପାଲଟିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଏହି ନିବେଶ ଭବିଷ୍ୟତରେ ଆହୁରି ବୃଦ୍ଧି ପାଇବ ବୋଲି କହିଥିଲେ ।

କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱରଚାନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ଶ୍ରୀ ବାସବ ରାଜ ବୋମ୍ମାଇ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭଗୱନ୍ତ ଖୁବା ଓ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀଗଣ ଏଥିରେ ଉପସ୍ଥିତ ଥବଲେ ।

 

ପୃଷ୍ଠଭୂମି

ପ୍ରତ୍ୟେକ ପରିବାରକୁ ପିଇବା ପାଣି ସୁବିଧା ଯୋଗାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଅଂଶବିଶେଷ ଭାବେ ଜଳ ଜୀବନ ମିଶନ ଅଧୀନରେ ୟାଜଗୀର ବହୁମୁଖୀ ଗ୍ରାମାଞ୍ଚଳ ଜଳ ଯୋଗାଣ ଯୋଜନା ଜିଲ୍ଲାର କୋଡ଼େକାଲ ଠାରେ ଉଦଘାଟିତ ହୋଇଛି । ଏହି ଯୋଜନା ଅଧିନରେ ଏକ ୧୧୭ ଏମଏଲଡିର ଜଳ ପରିଚାଳନା ପ୍ଲାଣ୍ଟ ମଧ୍ୟ ଉଦଘାଟିତ ହେବ । ୨୦୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ୨.୩ ଲକ୍ଷ ଘର ଓ ୭୦୦ ପଡ଼ା ଗ୍ରାମ ସମେତ ଜିଲ୍ଲାର ତିନିଟି ସହରକୁ ପାନୀୟ ଜଳ ଯୋଗା ଯାଇପାରିବ ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ନାରାୟଣପୁର ବାମପାଶ୍ୱର୍ କେନାଲକୁ ଉଦଘାଟନ କରିଥିଲେ । ଏହା ୪.୫ ଲକ୍ଷ ହେକ୍ଟର କମାଣ୍ଡ ଏରିଆରେ ଜଳସେଚନ ସୁବିଧା ଯୋଗାଇବ ଏବଂ ଏହାର ୧୦,୦୦୦ କ୍ୟୁସେକ୍ କ୍ଷମତା ରହିଛି।  ସହ କୁଲବର୍ଗୀ, ୟାଦଗୀର ଓ ବିଜୟପୁର ଜିଲ୍ଲାର ୫୬୦ ଗ୍ରାମର ୩ ଲକ୍ଷ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବ। ଏହି ପ୍ରକଳ୍ପର ସମୁଦାୟ ମୂଲ୍ୟ ହେଉଛି ଟ.୪୭୦୦ କୋଟି।

ପ୍ରଧାନମନ୍ତ୍ରୀ ମଧ୍ୟ ଏନଏଚ-୧୫୦ସି ଅନ୍ତର୍ଗତ ୬୫.୫ କିଲୋମିଟର ସେକ୍ସନ ସଡ଼କର ଶିଳାନ୍ୟାସ କରିଛନ୍ତି । ପ୍ରାୟ ୨୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ରାଜପଥ ସୁରତ-ଚେନ୍ନାଇ ଏକ୍ସପ୍ରେସ ୱେର ଅଂଶବିଶେଷ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New farm-sector scheme gives thrust to 100 laggard districts

Media Coverage

New farm-sector scheme gives thrust to 100 laggard districts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Shri Biju Patnaik Ji on his birth anniversary
March 05, 2026

The Prime Minister, Shri Narendra Modi paid tributes to former Chief Minister of Odisha, Shri Biju Patnaik on his birth anniversary and remembered him for his passion towards furthering the progress of Odisha.

The Prime Minister wrote on X;

“On his birth anniversary today, I pay tributes to Shri Biju Patnaik Ji and remember his passion towards furthering the progress of Odisha.”