ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ-ଲେନକୁ ନବୀକରଣ ପାଇଁ ସଡକ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି
ଉଦୟପୁର ରେଳ ଷ୍ଟେସନର ପୁନଃନିର୍ମାଣ ଏବଂ ଗେଜ୍ ରୂପାନ୍ତର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି
“ରାଜ୍ୟର ବିକାଶ ସହିତ ଦେଶର ବିକାଶ ମନ୍ତ୍ର ଉପରେ ଭାରତ ସରକାର ବିଶ୍ୱାସ କରନ୍ତି”
“ଜୀବନର ସହଜତା”ବୃଦ୍ଧି ପାଇଁ ଆମେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରୁଛୁ ”
ଅତୀତର ସ୍ୱଳ୍ପକାଳୀନ ଚିନ୍ତାଧାରା ଦେଶ ପାଇଁ ବହୁ ମୂଲ୍ୟରେ ଭିତ୍ତିଭୂମି ନିର୍ମାଣରେ ଅବହେଳା ସୃଷ୍ଟି କରିଛି
ଆଗାମୀ 25 ବର୍ଷରେ ବିକଶିତ ଭାରତର ସଙ୍କଳ୍ପ ପଛରେ ଆଧୁନିକ ଭିତ୍ତିଭୂମି ଏକ ଶକ୍ତି ରୂପରେ ସୃଷ୍ଟି ହେଉଛି
“ଆଜିର ଭାରତ ଏକ ଆକାଂକ୍ଷିତ ସମାଜ ଅଟେ”
ଖୁବ୍ ଶୀଘ୍ର ରାଜସ୍ଥାନ 100 ପ୍ରତିଶତ ରେଳ ବିଦ୍ୟୁତିକରଣର ରାଜ୍ୟ ମଧ୍ୟରୁ ଗୋଟିଏ ହେବ
“ସରକାର ଏକ ସେବା ଭାବନା ସହିତ କାର୍ଯ୍ୟ କରୁଛନ୍ତି ଏବଂ ଏହାକୁ ଭକ୍ତି ଭାବନା ଭଳି କରୁଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ନାଥଦ୍ୱାରରେ 5500 କୋଟି ରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଓ ଲୋକାର୍ପଣ କରିଛନ୍ତି। ବିକାଶ ପ୍ରକଳ୍ପଗୁଡ଼ିକ ସେହି ଅଞ୍ଚଳରେ ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥାଏ ଯେଉଁଠାରେ ରେଳ ଏବଂ ସଡ଼କ ପ୍ରକଳ୍ପଗୁଡ଼ିକ ସାମଗ୍ରୀ ଏବଂ ସେବାଗୁଡିକର ଗତିପଥକୁ ସୁବିଧାଜନକ କରିବ, ଯାହାଦ୍ୱାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ ଏବଂ ଏହି ଅଞ୍ଚଳର ଲୋକମାନଙ୍କର ସାମାଜିକ-ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆସିବ।

 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀନାଥଙ୍କ ଗୌରବମୟ ଭୂମି ମେୱାର ଦର୍ଶନ କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଦିନକ ପୂର୍ବରୁ ନାଥଦ୍ୱାରର ଶ୍ରୀନଥଜୀ ମନ୍ଦିରରେ ଦର୍ଶନ ଓ ପୂଜା କରିବା କଥା ମନେ ପକାଇ ଆଜାଦି କା ଅମୃତ କାଳରେ ଏକ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଆଶୀର୍ବାଦ କାମନା କରିଥିଲେ।

ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଛି ଓ ଯେଉଁ ପ୍ରକଳ୍ପ ଗୁଡ଼ିକର ଆଜି ଶିଳାନ୍ୟାସ କରାଯାଇଛି, ସେ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନର ସଂଯୋଗକୁ ବଢ଼ାଇବ। ଯେଉଁଠାରେ ଉଦୟପୁରରୁ ଜାତୀୟ ରାଜପଥର ଶ୍ୟାମଲାଜୀ ବିଭାଗ ପର୍ଯ୍ୟନ୍ତ ଛଅଟି ଲେନ୍ ଉଦୟପୁର, ଡୁଙ୍ଗରପୁର ଏବଂ ବାସୱାଡ଼ା ଉପକୃତ ହେବ। ସେହିପରି ଏନଏଚ-25 ର ବିଲାର-ଯୋଧପୁର ବିଭାଗ ଯୋଧପୁରରୁ ସୀମାନ୍ତ ଅଞ୍ଚଳକୁ ପ୍ରବେଶକୁ ସହଜ କରିବ। ସେ କହିଛନ୍ତି ଯେ ଜୟପୁର-ଯୋଧପୁର ମଧ୍ୟରେ ଯାତ୍ରା ପାଇଁ ନିଆଯାଇଥିବା ସମୟ ତିନି ଘଣ୍ଟା ହ୍ରାସ ପାଇବ ଏବଂ କୁମ୍ବଲଗଡ ଓ ହଳଦି ଘାଟି ଭଳି ବିଶ୍ୱ ଐତିହ୍ୟ ସ୍ଥଳରେ ପହଞ୍ଚିବା ଅଧିକ ସହଜ ହେବ। ସେ କହିଛନ୍ତି ଯେ, ଶ୍ରୀ ନାଥୱାରା ଠାରୁ ନୂତନ ରେଳ ଲାଇନ ମେୱାରକୁ ମାରୱାର ସହିତ ସଂଯୋଗ କରିବ ଏବଂ ମାର୍ବଲ, ଗ୍ରାନାଇଟ୍ ଏବଂ ଖଣି ଶିଳ୍ପ ଭଳି କ୍ଷେତ୍ରକୁ ସାହାଯ୍ୟ କରିବ।

 

“ରାଜ୍ୟର ବିକାଶ ସହିତ ଦେଶର ବିକାଶ ମନ୍ତ୍ର ଉପରେ ଭାରତ ସରକାର ବିଶ୍ବାସ କରନ୍ତି” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ରାଜସ୍ଥାନ ହେଉଛି ଭାରତର ଅନ୍ୟତମ ବୃହତ୍ତମ ରାଜ୍ୟ। ରାଜ୍ୟ ହେଉଛି ଭାରତର ସାହସ, ଐତିହ୍ୟ ଏବଂ ସଂସ୍କୃତିର ବାହକ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିକାଶର ଗତି ରାଜସ୍ଥାନର ବିକାଶ ସହିତ ସିଧାସଳଖ ଜଡିତ। ସେ କହିଛନ୍ତି ଯେ ରାଜ୍ୟରେ ଆଧୁନିକ ଭିତ୍ତିଭୂମି ଉପରେ କେନ୍ଦ୍ର ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଆଧୁନିକ ଭିତ୍ତିଭୂମି କେବଳ ରେଳ ଏବଂ ସଡ଼କ ପଥରେ ସୀମିତ ନୁହେଁ ବରଂ ଏହା ଗ୍ରାମ ଏବଂ ସହର ମଧ୍ୟରେ ସଂଯୋଗକୁ ମଧ୍ୟ ବଢ଼ାଇଥାଏ, ସୁବିଧାକୁ ବଢ଼ାଇଥାଏ ଏବଂ ସମାଜକୁ ଯୋଡିଥାଏ, ଡିଜିଟାଲ ସଂଯୋଗ ବୃଦ୍ଧି କରି ଲୋକଙ୍କ ଜୀବନକୁ ସହଜ କରିଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଧୁନିକ ଭିତ୍ତିଭୂମି କେବଳ ଭୂମିର ଐତିହ୍ୟକୁ ପ୍ରୋତ୍ସାହିତ କରେ ନାହିଁ ବରଂ ବିକାଶକୁ ମଧ୍ୟ ଉତ୍ସାହିତ କରିଥାଏ। ଆଗାମୀ 25 ବର୍ଷରେ ବିକାଶ ଭାରତର ସମାଧାନ ପଛରେ ଶକ୍ତି ଭାବରେ ଆଧୁନିକ ଭିତ୍ତିଭୂମି ଉତ୍ପନ୍ନ ହେଉଛି ବୋଲି ଦେଶର ପ୍ରତ୍ୟେକ ଆଧୁନିକ ଭିତ୍ତିଭୂମି ତଥା ବିକାଶର ଅଦ୍ଭୁତପୂର୍ବ ଗତି ଉପରେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରେଳବାଇ, ବାୟୁପଥ କିମ୍ବା ରାଜପଥ ହେଉ କେନ୍ଦ୍ର ସରକାର ପ୍ରତ୍ୟେକ ଭିତ୍ତିଭୂମି କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ନିବେଶ କରୁଛନ୍ତି। ଭିତ୍ତିଭୂମି ଉପରେ 10 ଲକ୍ଷ କୋଟି ଟଙ୍କାର ଏହି ବଜେଟର ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଭିତ୍ତିଭୂମିରେ ଏହି ପୁଞ୍ଜି ବିନିଯୋଗ କରାଯାଏ, ଏହା ସିଧାସଳଖ ଅଞ୍ଚଳର ବିକାଶ ଏବଂ ଚାକିରିର ସୁଯୋଗ ଉପରେ ପ୍ରଭାବ ପକାଇଥାଏ | ସେ କହିଛନ୍ତି ଯେ ଭାରତ ସରକାରଙ୍କ ଏହି ଯୋଜନାଗୁଡିକ ଅର୍ଥନୀତିକୁ ଏକ ନୂଆ ଗତି ପ୍ରଦାନ କରିଛି।

 

ଦେଶରେ ପ୍ରୋତ୍ସାହନ ଦିଆଯାଉଥିବା ନକାରାତ୍ମକତା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସେହି ସବୁ ସମାଲୋଚକଙ୍କ ବିଷୟରେ କହିଥିଲେ ଯେଉଁମାନେ ଅଟା ଏବଂ ଡାଟା, ସଡ଼କ-ସାଟେଲାଇଟ୍ ମଧ୍ୟରେ ପ୍ରାଥମିକତା ଉପରେ ପ୍ରଶ୍ନ କରନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମୌଳିକ ସୁବିଧା ସହିତ ଆଧୁନିକ ଭିତ୍ତିଭୂମି ସୃଷ୍ଟି ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଭୋଟ୍ ରାଜନୀତି ଦେଶର ଭବିଷ୍ୟତ ପାଇଁ ଯୋଜନା କରିବା ଅସମ୍ଭବ କରି ଦେଇଥାଏ। ଛୋଟ ସମ୍ପତ୍ତି ସୃଷ୍ଟି କରିବାର ସେ ସ୍ୱଳ୍ପ ମିଆଦି ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯାହା ବଢ଼ୁଥିବା ଆବଶ୍ୟକତାକୁ ପୂରଣ କରିବାରେ ବିଫଳ ହୋଇଥାଏ।  ଏହି ଚିନ୍ତାଧାରା ଦେଶ ପାଇଁ ବହୁ ମୂଲ୍ୟ ଦେବାକୁ ହୋଇଛି ଓ ଭିତ୍ତିଭୂମି ନିର୍ମାଣରେ ଅବହେଳା ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ଦେଶର ଭିତ୍ତିଭୂମି ପାଇଁ ଭବିଷ୍ୟତର ଦୃଷ୍ଟିକୋଣର ଅଭାବ ହେତୁ ରାଜସ୍ଥାନ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଲୋକଙ୍କ ସମ୍ମୁଖୀନ ହେଉଥିବା ଅସୁବିଧା କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ମଧ୍ୟରେ ସୀମିତ ନୁହେଁ ବରଂ କୃଷି, ବ୍ୟବସାୟ ଏବଂ ଶିଳ୍ପଗୁଡିକ ସହ ଜଡିତ ଅଛି।  2000 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାର ବାଜପେୟୀଙ୍କ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମିନ ସଡ଼କ ଯୋଜନା ଆରମ୍ଭ ହୋଇଥିବା ଉଲ୍ଲେଖ କରି ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ 2014 ପର୍ଯ୍ୟନ୍ତ ପ୍ରାୟ 3 ଲକ୍ଷ 80 ହଜାର କିଲୋମିଟର ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ହୋଇଥିବାବେଳେ ବର୍ତ୍ତମାନର ସରକାର ଗତ 9 ବର୍ଷ ମଧ୍ୟରେ ପ୍ରାୟ 3 ଲକ୍ଷ 50 ହଜାର କିଲୋମିଟର ସଡ଼କ ନିର୍ମାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏଥିମଧ୍ୟରୁ ରାଜସ୍ଥାନର ଗ୍ରାମଗୁଡିକରେ 70 ହଜାର କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଦେଶର ଅଧିକାଂଶ ଗ୍ରାମ ପକ୍କା ରାସ୍ତା ଦ୍ୱାରା ସଂଯୁକ୍ତ ହୋଇପାରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଗ୍ରାମକୁ ରାସ୍ତା ନେବା ସହ ସହରଗୁଡ଼ିକୁ ଆଧୁନିକ ରାଜପଥ ସହ ସଂଯୋଗ କରୁଛନ୍ତି। 2014 ପୂର୍ବ ଦିନ ତୁଳନାରେ ଦୁଇଗୁଣ ବେଗରେ ଜାତୀୟ ରାଜପଥ ନିର୍ମାଣ କରାଯାଉଛି । ସେ ଦିଲ୍ଲୀ - ମୁମ୍ବାଇ ଏକ୍ସପ୍ରେସୱେର ଏକ ସେକ୍ସନର ନିକଟରେ ଉତ୍ସର୍ଗୀକୃତ ହୋଇଥିବା କଥା ମନେ ପକାଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିର ଭାରତ ଏକ ଆକାଂକ୍ଷିତ ସମାଜ ଅଟେ ଏବଂ ଲୋକମାନେ କମ୍ ସମୟ ମଧ୍ୟରେ ଅଧିକ ସୁବିଧା ପାଇବାକୁ ଚାହାଁନ୍ତି | ଭାରତ ଏବଂ ରାଜସ୍ଥାନର ଆକାଂକ୍ଷା ପୂରଣ କରିବା ଆମର ଦାୟିତ୍ବ ବୋଲି ସେ କହିଛନ୍ତି।

 

ସାଧାରଣ ନାଗରିକଙ୍କ ଜୀବନରେ ରେଳର ଗୁରୁତ୍ୱ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆଧୁନିକ ଟ୍ରେନ୍, ରେଳ ଷ୍ଟେସନ୍ ଏବଂ ଟ୍ରାକ୍ ପରି ବହୁମୁଖୀ ପଦକ୍ଷେପ ମାଧ୍ୟମରେ ରେଳବାଇକୁ ଆଧୁନିକୀକରଣ କରିବାର ଯୋଜନା ଉପରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ରାଜସ୍ଥାନ ଏହାର ପ୍ରଥମ ବନ୍ଦେ ଭାରତ ପାଇସାରିଛି। ମାୱଲି ମାରୱାର ବିଭାଗର ଗେଜ୍ ପରିବର୍ତ୍ତନ ଏବଂ ଅହମ୍ମଦାବାଦ ଏବଂ ଉଦୟପୁର ରେଳ ମାର୍ଗର ବଡ଼ ଲାଇନକୁ ପରିବର୍ତ୍ତନର କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। 

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମାନବ ବିହୀନ ଫାଟକ ହଟାଇବା ପରେ ଦେଶରେ ସମଗ୍ର ରେଳ ନେଟୱାର୍କର ବିଦ୍ୟୁତିକରଣ ଉପରେ ସରକାର ଧ୍ୟାନ ଦେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଶହ ଶହ ରେଳ ଷ୍ଟେସନର ଆଧୁନିକୀକରଣ ମଧ୍ୟ ଉଦୟପୁର ରେଳ ଷ୍ଟେସନ ଭଳି କରାଯାଉଛି ଏବଂ ପରିଦର୍ଶକ ପରିଚାଳନା କ୍ଷମତା ବୃଦ୍ଧି କରାଯାଉଛି। ମାଲବାହୀ ଟ୍ରେନ୍ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ସ୍ୱତନ୍ତ୍ର ଟ୍ରାକ୍, ଏକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ନିର୍ମାଣ କରାଯାଉଛି। ସେ ଦର୍ଶାଇଛନ୍ତି ଯେ 2014 ତୁଳନାରେ ରାଜସ୍ଥାନର ରେଳ ବଜେଟ୍ ଚଉଦ ଗୁଣା ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ରାଜସ୍ଥାନର ରେଳ ନେଟୱାର୍କର 75 ପ୍ରତିଶତ ବିଦ୍ୟୁତକରଣ ହୋଇସାରିଛି ଯେଉଁଠାରେ ଡଙ୍ଗରପୁର, ଉଦୟପୁର, ଚିତ୍ତୋର, ପାଲି, ସିରୋହି ଏବଂ ରାଜସମନ୍ଦ ଭଳି ଗେଟ୍ ପରିବର୍ତ୍ତନ ଓ ଲାଇନର ଦୋହରୀକରଣର ଲାଭ ଉଠାଇଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜସ୍ଥାନ ଶତପ୍ରତିଶତ ରେଳ ବିଦ୍ୟୁତିକରଣ ସହ ରାଜ୍ୟ ମଧ୍ୟରୁ ଗୋଟିଏ ହେବ।

 

ରାଜସ୍ଥାନରେ ପର୍ଯ୍ୟଟନ ତଥା ଲୋକଙ୍କ ଆସ୍ଥା ରହିଥିବା ସ୍ଥାନଗୁଡିକ ପାଇଁ ସଂଯୋଗ ବୃଦ୍ଧି ହେବାର ଲାଭ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ମହାରାଣା ପ୍ରତାପଙ୍କ ବୀରତ୍ୱ, ଭାମାଶାହଙ୍କ ଉଦାରତା ଏବଂ ଭୀର ପନ୍ନାଧ୍ୟାୟଙ୍କ ତ୍ୟାଗର ଗାଥାକୁ ମନେ ପକାଇଲେ। ସେ ଗତକାଲି ତାଙ୍କ ଜୟନ୍ତୀରେ ଦେଶ ଦ୍ବାରା ମହାରଣା ପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବିଷୟରେ କହିଥିଲେ। ଦେଶର ଐତିହ୍ୟ ରକ୍ଷା ପାଇଁ ସରକାର ବିଭିନ୍ନ ସର୍କିଟ ଉପରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭଗବାନ କୃଷ୍ଣଙ୍କ ସହ ଜଡିତ ତୀର୍ଥସ୍ଥାନଗୁଡିକ ସଂଯୋଗ କରାଯାଉଛି । ରାଜସ୍ଥାନରେ ଗୋବିନ୍ଦ ଦେବ ଜୀ, ଖାଟୁ ଶ୍ୟାମ ଜୀ ଏବଂ ଶ୍ରୀ ନାଥ ଜୀ ଙ୍କ ଦର୍ଶନ ସହଜ କରିବାକୁ କୃଷ୍ଣ ସର୍କିଟ ବିକାଶ କରାଯାଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ସରକାର ଏକ ସେବା ଭାବନା ସହିତ କାର୍ଯ୍ୟ କରୁଛନ୍ତି ଏବଂ ଏହାକୁ ଭକ୍ତି ଭାବନା ସହିତ କରୁଛନ୍ତି। ସେ ନିଷ୍କର୍ଷ ଭାବରେ କହିଛନ୍ତି ଜନତା ଜନାର୍ଦ୍ଦ ପାଇଁ ଜୀବନ ଯାପନକୁ ସହଜ କରିବା ଆମର ସରକାରଙ୍କ ପ୍ରାଥମିକତା ଅଟେ।

ଏହି ଅବସରରେ ରାଜସ୍ଥାନର ରାଜ୍ୟପାଳ ଶ୍ରୀ କାଲରାଜ ମିଶ୍ର, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋଟ୍, ସଂସଦର ସଦସ୍ୟ ଏବଂ ରାଜସ୍ଥାନ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ-ଲେନକୁ ବିକାଶ କରିବା ପାଇଁ ସଡକ ନିର୍ମାଣ ପ୍ରକଳ୍ପ ନିମନ୍ତେ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଜନସାଧାରଣଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଉଦୟପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେ ଗେଜ୍ ରୂପାନ୍ତର ପ୍ରକଳ୍ପ ତଥା ରାଜସମନ୍ଦରେ ନାଥଦ୍ୱାରାରୁ ନାଥଦ୍ବାର ସହର ପର୍ଯ୍ୟନ୍ତ ଏକ ନୂତନ ଲାଇନ ସ୍ଥାପନ ପାଇଁ ଶିଳାନ୍ୟାସ କରିଛନ୍ତି।

ଏହା ସହିତ, ପ୍ରଧାନମନ୍ତ୍ରୀ ଦେଶକୁ ତିନିଟି ଜାତୀୟ ରାଜପଥକୁ ଉତ୍ସର୍ଗ କରିଛନ୍ତି। ଏଥିରେ ରହିଛି ଏନଏଚ-48 ରେ 114 କିମିର ଛଅ ଲେନ୍ ଉଦୟପୁରରୁ ସାମଲାଜି ସେକ୍‌ସନ, ଏନଏଚ- 25 ରେ ବାର-ବିଲାରା-ଜୋଧପୁର ସେକ୍ସନରେ 110 କିମି ଦୀର୍ଘ ପ୍ରଶସ୍ତିକରଣ ଓ ଦୃଢ଼ୀକରଣ ସହିତ 4 ଲେନ୍ ପେଭଡ୍‌ ସୋଲ୍‌ଡର ଓ ଏନଏଚ 58ଇ ରେ ପେଭ୍‌ଡ ସୋଲ୍‌ଡର ସେକ୍‌ସନ ସହିତ 47 କିମି ଲମ୍ବର ଦୁଇ ଲେନ୍ ସଡ଼କ ପ୍ରକଳ୍ପ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikram-1 launch fills every citizen with pride; young innovators have accomplished something unimaginable: PM Modi

Media Coverage

Vikram-1 launch fills every citizen with pride; young innovators have accomplished something unimaginable: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets all CRPF personnel on their Raising Day
July 27, 2026

Prime Minister Shri Narendra Modi today extended his greetings to all CRPF personnel on their Raising Day. He stated that the CRPF has distinguished itself through its unwavering courage and commitment to duty.

Shri Modi noted that from safeguarding internal security to serving citizens during challenging situations, CRPF personnel have always placed the nation first. He highlighted that their efforts in eliminating the menace of Maoism are particularly notable and have contributed to peace and progress in the lives of several people.

In a post on X, the Prime Minister shared:

"Greetings to all CRPF personnel on their Raising Day. The CRPF has distinguished itself through its unwavering courage and commitment to duty. From safeguarding internal security to serving citizens during challenging situations, CRPF personnel have always placed the nation first. Their efforts in eliminating the menace of Maoism are particularly notable and have contributed to peace and progress in the lives of several people.

@crpfindia"