ଭାରତର ଇତିହାସରେ ବର୍ତ୍ତମାନ ଏପରି ଏକ ସମୟ ଯେତେବେଳେ ଦେଶ ପ୍ରଗତି ଦିଗରେ ଏକ ବଡ଼ ଲମ୍ଫ ପ୍ରଦାନ କରିବାକୁ ଯାଉଛି
‘‘ଭାରତ ପାଇଁ ଏହା ହେଉଛି ଉପଯୁକ୍ତ ସମୟ (ୟହି ସମୟ ହେ, ସହି ସମୟ ହୈ)’’
‘‘ଯେତେବେଳେ ଜାତୀୟ ପ୍ରୟାସ- ସ୍ୱାଧୀନତା ଉପରେ କେନ୍ଦ୍ରୀଭୂତ ହେଲା ସେତେବେଳେ ଆମର ସ୍ୱାଧୀନତା ସଂଗ୍ରାମ ଆମ ପାଇଁ ଏକ ବିରାଟ ପ୍ରେରଣା ସାଜିଲା’’
‘‘ଆଜି ଆପଣଙ୍କ ଲକ୍ଷ୍ୟ, ସଂକଳ୍ପ କେବଳ ଗୋଟିଏ ହେବା ଦରକାର- ବିକଶିତ ଭାରତ’’
ଯେମିତି ‘ଆଇଡିଆ’ ‘ଆଇ’ ରୁ ଏବଂ ‘ଇଣ୍ଡିଆ’ ‘ଆଇ’ ବା ‘ମୁଁ’ରୁ ଆରମ୍ଭ ହୁଏ, ସେମିତି ବିକାଶ ପ୍ରୟାସ ନିଜଠାରୁ ଆରମ୍ଭ ହୋଇପାରିବ’’
‘‘ନାଗରିକମାନେ ଯେକୌଣସି ଭୂମିକାରେ ରହି ନିଜର କର୍ତ୍ତବ୍ୟ ପାଳନ କରିବା ଆରମ୍ଭ କଲେ ଦେଶ ଆଗକୁ ବଢ଼ିଥାଏ’’
‘‘ଦେଶର ନାଗରିକ ହିସାବରେ ଆମ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆମ ସାମ୍ନାରେ ଅମୃତ କାଳର ୨୫ ବର୍ଷ ଅଛି । ଆମକୁ ଦିନକୁ ୨୪ ଘଣ୍ଟା କାମ କରିବାକୁ ପଡ଼ିବ’’
‘‘ଯୁବଶକ୍ତି ଉଭୟ ପରିବର୍ତ୍ତନର ବାହକ ଏବଂ ପରିବର୍ତ୍ତନର ହିତାଧିକାରୀ’’
‘‘ପ୍ରଗତିର ରୋଡମ୍ୟାପ୍ କେବଳ ସରକାର ହିଁ ସ୍ଥିର କରିବେ ନାହିଁ ବରଂ ଦେଶ ନିର୍ଦ୍ଧାରଣ କରିବ। କେବଳ ସବ୍‌କା ପ୍ରୟାସ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ କରିବାକୁ ପଡ଼ିବ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍ (ଯୁବବର୍ଗଙ୍କ ସ୍ୱର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିଭିନ୍ନ ରାଜଭବନରେ ଆୟୋଜିତ କର୍ମଶାଳାରେ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରି ବିକଶିତ ଭାରତର ବିକାଶ ପାଇଁ ଆଜିର କର୍ମଶାଳା ଆୟୋଜନ କରିଥିବାରୁ ସମସ୍ତ ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ଏହି ସଂକଳ୍ପ ନେବା ପାଇଁ ଆଜି ଏକ ସ୍ୱତନ୍ତ୍ର ମୁହୂର୍ତ୍ତ । ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ କରିବାରେ ଦେଶର ଯୁବବର୍ଗଙ୍କୁ ମାର୍ଗଦର୍ଶନ ଦେବା ଦାୟିତ୍ୱରେ ଥିବା ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବାରେ ରାଜ୍ୟପାଳମାନଙ୍କ ଅବଦାନକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏକ ରାଷ୍ଟ୍ର କେବଳ ସେଠାକାର ଲୋକଙ୍କ ବିକାଶ ଦ୍ୱାରା ବିକଶିତ ହୋଇଥାଏ। ସାମ୍ପ୍ରତିକ ଯୁଗରେ ବ୍ୟକ୍ତିତ୍ୱ ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭଏସ୍ ଅଫ୍ ୟୁଥ୍ କର୍ମଶାଳାର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ରାଷ୍ଟ୍ରର ଜୀବନରେ ଇତିହାସ ଏକ ସମୟ ପ୍ରଦାନ କରିଥାଏ ଯେତେବେଳେ ଦେଶ ତା'ର ବିକାଶ ଯାତ୍ରାରେ ଦ୍ରୁତ ଗତିରେ ଅଗ୍ରଗତି କରିପାରିବ । ଭାରତ ପାଇଁ "ଏହି ଅମୃତ କାଳ ଜାରି ରହିଛି" ଏବଂ "ଭାରତର ଇତିହାସରେ ବର୍ତ୍ତମାନ ଏପରି ଏକ ସମୟ ଯେତେବେଳେ ଦେଶ ପ୍ରଗତି ଦିଗରେ ଏକ ବଡ଼ ଧରଣର ଲମ୍ଫ ପ୍ରଦାନ କରିବାକୁ ଯାଉଛି"। ସେ ନିକଟବର୍ତ୍ତୀ କେତେକ ଦେଶର ଉଦାହରଣ ଦେଇଥିଲେ ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବ୍ୟାପକ ମାତ୍ରାରେ ପ୍ରଗତି ଦିଗରେ ଆଗକୁ ବଢ଼ି ବିକଶିତ ରାଷ୍ଟ୍ରରେ ପରିଣତ ହୋଇଥିଲେ। "ଭାରତ ପାଇଁ ଏହା ହେଉଛି ଉପଯୁକ୍ତ ସମୟ (ୟହି ସମୟ ହେ, ସହି ସମୟ ହୈ)", ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ଅମୃତ କାଳର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଯୋଗ କରାଯିବା ଉଚିତ୍ ।

ସ୍ୱାଧୀନତା ପାଇଁ ଗୌରବମୟ ସଂଘର୍ଷକୁ ପ୍ରେରଣାର ଉତ୍ସ ଭାବେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ତତ୍କକାଳନୀ ସମୟରେ ସତ୍ୟାଗ୍ରହ, ବିପ୍ଳବୀ ପଥ, ଅସହଯୋଗ, ସ୍ୱଦେଶୀ ଏବଂ ସାମାଜିକ ଓ ଶିକ୍ଷାଗତ ସଂସ୍କାର ଭଳି ପ୍ରତ୍ୟେକ ପ୍ରୟାସ ସ୍ୱାଧୀନତା ଦିଗରେ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଥିଲେ। ଏହି ସମୟରେ କାଶୀ, ଲକ୍ଷ୍ନୌ, ବିଶ୍ୱ ଭାରତୀ, ଗୁଜରାଟ ବିଦ୍ୟାପୀଠ, ନାଗପୁର ବିଶ୍ୱବିଦ୍ୟାଳୟ, ଆନ୍ନାମଲାଇ, ଆନ୍ଧ୍ର ଏବଂ କେରଳ ବିଶ୍ୱବିଦ୍ୟାଳୟ ଦେଶର ଚେତନାକୁ ସୁଦୃଢ଼ କରିଥିଲେ । ଦେଶର ସ୍ୱାଧୀନତା ପାଇଁ ଉତ୍ସର୍ଗୀକୃତ ଯୁବଗୋଷ୍ଠୀର ଏକ ସମଗ୍ର ପିଢ଼ି ସୃଷ୍ଟି ହେଲା ଯାହାର ପ୍ରତ୍ୟେକ ପ୍ରୟାସ ସ୍ୱାଧୀନତା ଲକ୍ଷ୍ୟ ଦିଗରେ ଉଦ୍ଦିଷ୍ଟ ଥିଲା । ଆଜି ପ୍ରତ୍ୟେକ ଅନୁଷ୍ଠାନ ଓ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେଇ ଆଗକୁ ବଢ଼ିବା ଦରକାର ଯେ ପ୍ରତ୍ୟେକ ପ୍ରୟାସ ଓ କାର୍ଯ୍ୟ ବିକଶିତ ଭାରତ ପାଇଁ ହେବ । ଆପଣମାନଙ୍କ ଲକ୍ଷ୍ୟ, ତୁମର ସଂକଳ୍ପ କେବଳ ଗୋଟିଏ ହେବା ଉଚିତ୍ - ବିକଶିତ ଭାରତ"। ଭାରତକୁ ଦ୍ରୁତ ଗତିରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଉପାୟ ଖୋଜିବା ଏବଂ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ର ଚିହ୍ନଟ କରିବା ଉପରେ ଶିକ୍ଷକ ଓ ବିଶ୍ୱବିଦ୍ୟାଳୟମାନେ ଚିନ୍ତା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ‘ବିକଶିତ ଭାରତ’ର ମିଳିତ ଲକ୍ଷ୍ୟ ହାସଲ ଦିଗରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଯୁବକମାନଙ୍କ ଶକ୍ତିକୁ ନିୟୋଜିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଚାରର ବିବିଧତାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତ ଗଠନ ଦିଗରେ ସମସ୍ତ ଧାରାକୁ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ ସମସ୍ତଙ୍କୁ ନିଜ ସୀମା ଅତିକ୍ରମ କରି ବିକଶିତ ଭାରତ@୨୦୪୭ ପରିକଳ୍ପନାରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅଭିଯାନ ମାଧ୍ୟମରେ ଅଧିକରୁ ଅଧିକ ଯୁବକଯୁବତୀଙ୍କୁ ଯୋଡ଼ିବା ପାଇଁ ଦେଶର ପ୍ରତ୍ୟେକ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ବତନ୍ତ୍ର ଅଭିଯାନ ଚଳାଇବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସମ୍ବନ୍ଧୀୟ ଆଇଡିଆ ପୋର୍ଟାଲର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସୂଚନା ଦେଇଥିଲେ ଯେ ୫ଟି ଭିନ୍ନ ଭିନ୍ନ ବିଷୟ ଉପରେ ପରାମର୍ଶ ଦିଆଯାଇପାରିବ । ଶ୍ରେଷ୍ଠ ୧୦ଟି ପରାମର୍ଶ ପାଇଁ ପୁରସ୍କାରର ବ୍ୟବସ୍ଥା କରାଯାଇଛି। ଆପଣ ମାଇଗଭରେ ମଧ୍ୟ ନିଜର ପରାମର୍ଶ ଦେଇପାରିବେ। ଯେମିତି ‘ଆଇଡିଆ’ ‘ଆଇ’ ରୁ ଏବଂ ‘ଇଣ୍ଡିଆ’ ‘ଆଇ’ ବା ‘ମୁଁ’ରୁ ଆରମ୍ଭ ହୁଏ, ସେମିତି ବିକାଶ ପ୍ରୟାସ ନିଜଠାରୁ ଆରମ୍ଭ ହୋଇପାରିବ’’

 

ପରାମର୍ଶ ଲୋଡ଼ିବା ପ୍ରକ୍ରିୟା ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଏକ ଅମୃତ ପିଢ଼ି ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥାଏ । ଶିକ୍ଷା ଓ ଦକ୍ଷତା ଠାରୁ ଆଗକୁ ବଢ଼ିବା ଉପରେ ସେ ଗୁରୁତ୍ୱାରୋପ କରିବା ସହ ନାଗରିକମାନଙ୍କ ମଧ୍ୟରେ ଜାତୀୟ ସ୍ୱାର୍ଥ ଓ ନାଗରିକ ଭାବନା ପାଇଁ ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ନାଗରିକମାନେ ଯେକୌଣସି ଭୂମିକାରେ ନିଜର କର୍ତ୍ତବ୍ୟ ପାଳନ କରିବା ଆରମ୍ଭ କରନ୍ତି, ସେତେବେଳେ ଦେଶ ଆଗକୁ ବଢ଼ିଥାଏ । ଜଳ ସଂରକ୍ଷଣ, ବିଦ୍ୟୁତ ସଂରକ୍ଷଣ, ଚାଷରେ କମ୍ ରାସାୟନିକ ପଦାର୍ଥ ବ୍ୟବହାର ଓ ସର୍ବସାଧାରଣ ପରିବହନ ବ୍ୟବହାର ମାଧ୍ୟମରେ ପ୍ରାକୃତିକ ସମ୍ପଦର ସଂରକ୍ଷଣର ଉଦାହରଣ ଦେଇଥିଲେ। ସ୍ୱଚ୍ଛତା ଅଭିଯାନକୁ ନୂତନ ଶକ୍ତି ପ୍ରଦାନ, ଜୀବନଶୈଳୀ ସମସ୍ୟାର ମୁକାବିଲା ଏବଂ ଯୁବବର୍ଗଙ୍କ ଦ୍ୱାରା ମୋବାଇଲ୍‌ ଫୋନ୍ ବ୍ୟତୀତ ବିଶ୍ୱର ଅନୁସନ୍ଧାନର ଉପାୟ ପରାମର୍ଶ ଦେବାକୁ ସେ ଶିକ୍ଷାବିତ୍ ମାନଙ୍କୁ କହିଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ହେବାକୁ ସେ କହିଥିଲେ। ପ୍ରଶାସନରେ ମଧ୍ୟ ସାମାଜିକ ଚିନ୍ତାଧାରା ପ୍ରତିଫଳିତ ହେଉଛି ବୋଲି ସେ କହିଥିଲେ। ଡିଗ୍ରୀଧାରୀଙ୍କ ପାଖରେ ଅତି କମରେ ଗୋଟିଏ ଧନ୍ଦାମୂଳକ ଦକ୍ଷତା ରହିବା ଉଚିତ ବୋଲି ସେ ଉପସ୍ଥିତ ଜନତାଙ୍କୁ କହିଥିଲେ। ପ୍ରତ୍ୟେକ ସୀମା, ପ୍ରତ୍ୟେକ ଅନୁଷ୍ଠାନ ଏବଂ ରାଜ୍ୟ ସ୍ତରରେ ଏହି ବିଷୟ ଉପରେ ବିଚାରବିମର୍ଶ କରିବାର ଏକ ବ୍ୟାପକ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଦରକାର ବୋଲି ସେ କହିଛନ୍ତି।

‘ବିକଶିତ ଭାରତ’ର ବିକାଶ ସମୟର ତୁଳନା କରି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ, ପ୍ରସ୍ତୁତି ଏବଂ ସମର୍ପଣ ସହିତ ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ଶୃଙ୍ଖଳା ବଜାୟ ରଖିବାରେ ପରିବାରର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ଦେଶର ନାଗରିକ ହିସାବରେ ଆମ ପାଇଁ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି ବୋଲି ସେ ମନ୍ତବ୍ୟ ଦେଇଥିଲେ। ‘‘ଆମ ସାମ୍ନାରେ ଅମୃତ କାଳର ୨୫ ବର୍ଷ ଅଛି । ବିକଶିତ ଭାରତର ଲକ୍ଷ୍ୟ ପାଇଁ ଆମକୁ ଦିନକୁ ୨୪ ଘଣ୍ଟା କାମ କରିବାକୁ ପଡ଼ିବ। ଏହା ହେଉଛି ଏକ ପରିବାର ଭାବରେ ଆମକୁ ସୃଷ୍ଟି କରିବାକୁ ଥିବା ପରିବେଶ’’ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ।

ଦେଶର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଯୁବବର୍ଗଙ୍କ ଦ୍ୱାରା ସଶକ୍ତ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଆଗାମୀ ୨୫-୩୦ ବର୍ଷ ପାଇଁ କର୍ମଜୀବୀ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦୁନିଆରେ ଅଗ୍ରଣୀ ହେବାକୁ ଯାଉଛି ଏବଂ ବିଶ୍ୱ ଏହାକୁ ସ୍ୱୀକାର କରୁଛି । ଯୁବଶକ୍ତି ଉଭୟ ପରିବର୍ତ୍ତନର ବାହକ ଏବଂ ପରିବର୍ତ୍ତନର ହିତାଧିକାରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଆଗାମୀ ୨୫ ବର୍ଷ ଆଜିର କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁବପିଢ଼ିଙ୍କ କ୍ୟାରିୟର ପାଇଁ ନିର୍ଣ୍ଣାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତରେ ଯୁବପିଢ଼ି ହିଁ ନୂଆ ପରିବାର ଓ ନୂଆ ସମାଜ ଗଠନ କରିବାକୁ ଯାଉଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତ କିପରି ହେବା ଦରକାର ତାହା ସ୍ଥିର କରିବାର ଅଧିକାର ସେମାନଙ୍କ ପାଖରେ ରହିଛି। ଏହି ଭାବନା ସହିତ ଦେଶର ପ୍ରତ୍ୟେକ ଯୁବକଙ୍କୁ ଏକ ବିକଶିତ ଭାରତର କାର୍ଯ୍ୟ ଯୋଜନା ସହିତ ଯୋଡ଼ିବାକୁ ସରକାର ଚାହୁଁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏକ ବିକଶିତ ଭାରତ ଗଠନ ପାଇଁ ନୀତି ରଣନୀତିରେ ଦେଶର ଯୁବବର୍ଗଙ୍କ ସ୍ୱରକୁ ଗଢ଼ିତୋଳିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଯୁବକମାନଙ୍କ ସହ ସର୍ବାଧିକ ଯୋଗାଯୋଗ ବଜାୟ ରଖିବାରେ ଶିକ୍ଷାନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ ।

 

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଗତିର ରୋଡ୍ ମ୍ୟାପ୍ କେବଳ ସରକାର ହିଁ ସ୍ଥିର କରିବେ ନାହିଁ ବରଂ ଦେଶ ନିର୍ଦ୍ଧାରଣ କରିବ। ‘‘ଦେଶର ପ୍ରତ୍ୟେକ ନାଗରିକଏଥିରେ ଇନପୁଟ୍ ଏବଂ ସକ୍ରିୟ ଅଂଶଗ୍ରହଣ କରିବେ’’, ଶ୍ରୀ ମୋଦୀ କହିଥିଲେ ଯେ ସବୁଠାରୁ ବଡ ସଂକଳ୍ପ ମଧ୍ୟ ସବକା ପ୍ରୟାସ ମନ୍ତ୍ର ଅର୍ଥାତ୍ ଜନଭାଗିଦାରୀ ଦ୍ୱାରା ସମ୍ପୂର୍ଣ୍ଣ ହୋଇପାରିବ । ସ୍ୱଚ୍ଛ ଭାରତ ଅଭିଯାନ, ଡିଜିଟାଲ ଇଣ୍ଡିଆ ଅଭିଯାନ, କରୋନା ମହାମାରୀ ସମୟରେ ସ୍ଥିରତା ଏବଂ ଭୋକାଲ୍ ଫର୍ ଲୋକାଲର ଉଦାହରଣ ଦେଇ ସେ ସବକା ପ୍ରୟାସର ଶକ୍ତିକୁ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ‘‘ବିକଶିତ ଭାରତ କେବଳ ସବକା ପ୍ରୟାସ ମାଧ୍ୟମରେ ନିର୍ମାଣ କରିବାକୁ ହେବ।’’ ଏହି ଅବସରରେ ଉପସ୍ଥିତ ବିଦ୍ୱାନମାନଙ୍କ ଠାରୁ ଅଧିକ ଆଶା ରହିଥିବା କଥା ଶ୍ରୀ ମୋଦୀ ଦୋହରାଇଥିଲେ କାରଣ ସେମାନେ ହିଁ ଦେଶର ବିକାଶର ପରିକଳ୍ପନା କରନ୍ତି ଏବଂ ଯୁବ ଶକ୍ତିକୁ ପରିଚାଳିତ କରନ୍ତି । ‘‘ଦେଶର ଭବିଷ୍ୟତ ଲେଖିବା ପାଇଁ ଏହା ଏକ ମହାନ ଅଭିଯାନ’’, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଏବଂ ବିକଶିତ ଭାରତର ଭବ୍ୟତାକୁ ଆହୁରି ବଢ଼ାଇବା ପାଇଁ ସେମାନଙ୍କ ପରାମର୍ଶକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ ।

ପୃଷ୍ଠଭୂମି

ଦେଶର ଜାତୀୟ ଯୋଜନା, ପ୍ରାଥମିକତା ଏବଂ ଲକ୍ଷ୍ୟ ପ୍ରଣୟନରେ ଦେଶର ଯୁବକମାନଙ୍କୁ ସକ୍ରିୟ ଭାବରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ‘ବିକଶିତ ଭାରତ @୨୦୪୭: ଯୁବ ବର୍ଗଙ୍କ ସ୍ୱର' କାର୍ଯ୍ୟକ୍ରମ ଦେଶର ଯୁବକମାନଙ୍କୁ ବିକଶିତ ଭାରତ @୨୦୪୭ର ପରିକଳ୍ପନାକୁ ସାକାର କରିବାରେ ଯୋଗଦାନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ । ଏହି କର୍ମଶାଳା ବିକଶିତ ଭାରତ @୨୦୪୭ ପାଇଁ ଯୁବକମାନଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ପରାମର୍ଶ ବାଣ୍ଟିବା ପାଇଁ ନିୟୋଜିତ କରିବା ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ସ୍ୱାଧୀନତାର ୧୦୦ ତମ ବର୍ଷ ପୂର୍ତ୍ତି ବା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହେଉଛି ବିକଶିତ ଭାରତ @୨୦୪୭ । ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି, ପରିବେଶ ନିରନ୍ତରତା ଏବଂ ସୁଶାସନ ସମେତ ବିକାଶର ବିଭିନ୍ନ ଦିଗକୁ ଏହି ପରିକଳ୍ପନାରେ ଅନ୍ତର୍ଭୁକ୍ତ କରାଯାଇଛି ।

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.