ଗୁଜୁରାଟର ଭାଲସାଦର ଧରମପୁରରେ ଶ୍ରୀମଦ୍ ରାଜଚନ୍ଦ୍ର ଡାକ୍ତରଖାନାର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
ଗୁଜୁରାଟର ଭାଲସାଦରେ ମହିଳାମାନଙ୍କ ପାଇଁ ଶ୍ରୀମଦ୍ ରାଜଚନ୍ଦ୍ର ଉତ୍କର୍ଷ କେନ୍ଦ୍ର ଏବଂ ଶ୍ରୀମଦ୍ ରାଜଚନ୍ଦ୍ର ପ୍ରାଣୀ ଚିକିତ୍ସାଳୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ
“ନୂତନ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବକା ପ୍ରୟାସର ଆବେଗକୁ ମଜବୁତ କରିବ”
“ନାରୀ ଶକ୍ତି କୁ ରାଷ୍ଟ୍ର ଶକ୍ତି” ଭାବରେ ସାମ୍ନାକୁ ଆଣିବା ଆମର ଦାୟିତ୍ୱ”
“ମହିଳା, ଆଦିବାସୀ, ବଞ୍ଚିତ ବର୍ଗର ସଶକ୍ତିକରଣ ପାଇଁ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନେ ଦେଶର ଚେତନାକୁ ବଞ୍ଚାଇ ରଖିଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟର ଭାଲସାଦ ଜିଲ୍ଲାର ଧରମପୁର ଠାରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନ୍ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡାକ୍ତରଖାନା ପ୍ରକଳ୍ପ ମହିଳା ତଥା ସମାଜର ଅନ୍ୟାନ୍ୟ ଅଭାବୀ ବର୍ଗଙ୍କ ପାଇଁ ମହତ୍ୱପୂର୍ଣ୍ଣ ସେବା ଯୋଗାଇବ । ସେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ନିରବ ସେବାର ଆବେଗକୁ ପ୍ରଶଂସା କରିଥିଲେ ।

ମିଶନ୍ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସେମାନଙ୍କର ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଆଜିର ଆଜାଦୀ କା ଅମୃତ ମହୋତ୍ସବ ସମୟରେ ଏହି କର୍ତ୍ତବ୍ୟର ଆବେଗ ହେଉଛି ସମୟର ଆବଶ୍ୟକତା । ଗୁଜୁରାଟର ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂଜ୍ୟ ଗୁରୁଦେବଙ୍କ ନେତୃତ୍ୱରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନ ଦ୍ୱାରା କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଗରିବଙ୍କ ସେବା ପ୍ରତି ମିଶନର ପ୍ରତିବଦ୍ଧତା ନୂତନ ଡାକ୍ତରଖାନା ଦ୍ୱାରା ଦୃଢ ହୋଇଛି । ଏହି ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ସମସ୍ତଙ୍କ ପାଇଁ ସୁଲଭ ଗୁଣବତ୍ତା ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବ । ଏହା ‘ଅମୃତ କାଳ'ରେ ଏକ ସୁସ୍ଥ ଭାରତର ଲକ୍ଷ୍ୟକୁ ଶକ୍ତି ପ୍ରଦାନ କରିବାକୁ ଯାଉଛି । ଏହା ମଧ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବକା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) ର ଆବେଗକୁ ମଜବୁତ କରେ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଆଜାଦୀ କା ଅମୃତ ମହୋତ୍ସବରେ ଦେଶ ନିଜ ପିଲାମାନଙ୍କୁ ମନେ ରଖିଛି, ଯେଉଁମାନେ ଭାରତକୁ ଦାସତ୍ୱରୁ ମୁକ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ଶ୍ରୀମଦ୍ ରାଜଚନ୍ଦ୍ର ଜୀ ଏପରି ଜଣେ ସାଧୁ ଥିଲେ ଯାହାଙ୍କର ମହାନ ଅବଦାନ ଏହି ଦେଶର ଇତିହାସର ଏକ ଅଂଶ ।  ସେ ଶ୍ରୀମଦ୍ ରାଜଚନ୍ଦ୍ର ଜୀଙ୍କ ପାଇଁ ମହାତ୍ମା ଗାନ୍ଧୀଙ୍କ ପ୍ରଶଂସା ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ । ଶ୍ରୀମଦ କାର୍ଯ୍ୟ ଜାରି ରଖିଥିବାରୁ ସେ ଶ୍ରୀ ରାକେଶ ଜୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ବ୍ୟକ୍ତି ଯେଉଁମାନେ ନିଜ ଜୀବନକୁ ମହିଳା, ଆଦିବାସୀ ତଥା ବଞ୍ଚିତ ବର୍ଗର ସଶକ୍ତିକରଣ ପାଇଁ ଉତ୍ସର୍ଗ କରିଛନ୍ତି ସେମାନେ ଦେଶର ଚେତନାକୁ ବଞ୍ଚାଇ ରଖିଛନ୍ତି । ମହିଳାମାନଙ୍କ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଆକାରରେ ଏକ ବଡ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀମଦ୍ ରାଜଚନ୍ଦ୍ର ଜୀ ଶିକ୍ଷା ଏବଂ କୌଶଳ ମାଧ୍ୟମରେ ଝିଅମାନଙ୍କର ସଶକ୍ତିକରଣ ଉପରେ ଅତ୍ୟଧିକ ଗୁରୁତ୍ୱ ଦେଉଥିଲେ । ଖୁବ୍ କମ୍ ବୟସରେ ମହିଳା ସଶକ୍ତିକରଣ ବିଷୟରେ ଶ୍ରୀମଦ୍ ଆନ୍ତରିକତାର ସହ କହିଥିଲେ । ଆଜାଦୀ କା ଅମୃତ ମହୋତ୍ସବରେ ଜାତୀୟ ଶକ୍ତି ଆକାରରେ ଦେଶରେ ମହିଳା ଶକ୍ତିକୁ ସାମ୍ନାକୁ ଆଣିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ କେନ୍ଦ୍ର ସରକାର ଭଉଣୀ ଓ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇବାକୁ ଚେଷ୍ଟା କରୁଛନ୍ତି, ଯାହା ସେମାନଙ୍କୁ ଆଗକୁ ବଢିବାରେ ପ୍ରତିବନ୍ଧକ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆଜି ଭାରତ ଅନୁସରଣ କରୁଥିବା ସ୍ୱାସ୍ଥ୍ୟ ନୀତି ଆମ ଆଖପାଖରେ ଥିବା ପ୍ରତ୍ୟେକ ଜୀବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ । ଭାରତ କେବଳ ମାନବଙ୍କ ପାଇଁ ନୁହେଁ ପଶୁମାନଙ୍କ ପାଇଁ ମଧ୍ୟ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଚଳାଉଛି ।

ପ୍ରକଳ୍ପ ବିଷୟରେ

ଭାଲସାଦର ଧରମପୁରରେ ଥିବା ଶ୍ରୀମଦ୍ ରାଜଚନ୍ଦ୍ର ଡାକ୍ତରଖାନାର ପ୍ରକଳ୍ପ ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା । ଏହା ଏକ ୨୫୦ ଶଯ୍ୟା ବିଶିଷ୍ଟ ବହୁମୁଖୀ ଡାକ୍ତରଖାନା ଯାହାକି ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ସହିତ ବିଶ୍ୱ ସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବ, ବିଶେଷ କରି ଦକ୍ଷିଣ ଗୁଜୁରାଟ ଅଞ୍ଚଳର ଲୋକଙ୍କୁ ।

ଶ୍ରୀମଦ୍ ରାଜଚନ୍ଦ୍ର ପ୍ରାଣୀ ଚିକିତ୍ସାଳୟ ୧୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହେବାକୁ ଯାଉଛି ଏବଂ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ଏହା ର୍ନିମାଣ କରାଯିବ । ଏହା ଶୀର୍ଷ ଶ୍ରେଣୀର ସୁବିଧା ଏବଂ ପ୍ରାଣୀ ଚିକିତ୍ସକ ଏବଂ ଆନୁଷଙ୍ଗିକ କର୍ମଚାରୀଙ୍କର ଏକ ଉତ୍ସର୍ଗୀକୃତ ଦଳ ସହିତ କାର୍ଯ୍ୟ କରିବ । ପଶୁମାନଙ୍କର ଯତ୍ନ ଏବଂ ରକ୍ଷଣାବେକ୍ଷଣ ପାଇଁ ପାରମ୍ପାରିକ ଔଷଧ ସହିତ ଡାକ୍ତରଖାନା ସାମଗ୍ରିକ ଚିକିତ୍ସା ସେବା ଯୋଗାଇବ ।

ମହିଳାମାନଙ୍କ ପାଇଁ ଶ୍ରୀମଦ୍ ରାଜଚନ୍ଦ୍ର ଉତ୍କର୍ଷ କେନ୍ଦ୍ର ଆନୁମାନିକ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଏଥିରେ ମନୋରଞ୍ଜନ ପାଇଁ ସୁବିଧା, ଆତ୍ମ-ବିକାଶ ଅଧିବେଶନ ପାଇଁ ଶ୍ରେଣୀଗୃହ ଏବଂ ବିଶ୍ରାମ ସ୍ଥାନ ଆଦି ରହିବ । ଏହା ୭୦୦ ରୁ ଅଧିକ ଆଦିବାସୀ ମହିଳାଙ୍କୁ ନିୟୋଜିତ କରିବ ଏବଂ ପରବର୍ତ୍ତୀ ସମୟରେ ହଜାର ହଜାର ଲୋକଙ୍କୁ ଜୀବିକା ଯୋଗାଇବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Slovakia
June 15, 2026

PM Modi arrived in Bratislava, Slovakia, marking an important milestone in India-Slovakia relations. He was warmly welcomed upon arrival..

The visit provides an opportunity to further deepen bilateral ties between India and Slovakia and explore new avenues of cooperation across key sectors. It also reflects the growing engagement between the two countries and their shared commitment to strengthening the partnership for mutual growth and development.

During the visit, PM Modi will hold meetings with President Peter Pellegrini and PM Robert Fico to review and discuss ways to further expand collaborations.