“ଉତ୍ତର ପୂର୍ବାଂଚଳର ବିକାଶ ପଥରେ ଆସୁଥିବା ସମସ୍ତ ବାଧା ଗୁଡିକୁ ସରକାର ଲାଲ୍ କାର୍ଡ ଦେଖାଇଛନ୍ତି ”
“ସେହି ଦିନ ବେଶି ଦୂର ନୁହେଁ, ଯେତେବେଳେ ଭାରତ ଏଭଳି ବିଶ୍ୱକପ ଟୁର୍ନାମେଂଟ ଆୟୋଜନ କରିବ ଏବଂ ପ୍ରତ୍ୟେକ ଭାରତୀୟ ମଧ୍ୟ ଆମ ଦଳର ଉତ୍ସାହକୁ ବୃଦ୍ଧି କରିବେ”
“ବିକାଶ କେବଳ ବଜେଟ୍‌, ଟେଣ୍ଡର, ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନ ମଧ୍ୟରେ ସୀମିତ ନୁହେଁ ”
“ଆଜି ଆମେ ଯେଉଁ ପରିବର୍ତ୍ତନ ଦେଖୁଛୁ, ତାହା ଆମର ଉଦ୍ଦେଶ୍ୟ, ସଂକଳ୍ପ, ପ୍ରାଥମିକତା ଏବଂ ଆମର କାର୍ଯ୍ୟ ସଂସ୍କୃତିର ପରିବର୍ତ୍ତନର ଫଳାଫଳ ଅଟେ”
“କେନ୍ଦ୍ର ସରକାର ଚଳିତ ବର୍ଷ କେବଳ ଭିତ୍ତିଭୂମି ପାଇଁ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୮ ବର୍ଷ ପୂର୍ବେ ଏହି ଖର୍ଚ୍ଚର ପରିମାଣ ୨ ଲକ୍ଷ କୋଟି ଟଙ୍କାରୁ ମଧ୍ୟ କମ୍ ଥିଲା ବୋଲି ସେ କହିଛନ୍ତି”
ପିଏମ୍ – ଡିଭାଇନ୍ ଅଧୀନରେ ଆସନ୍ତା ୩ ରୁ ୪ ବର୍ଷ ପାଇଁ ୬,୦୦୦ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରା ଯାଇଛି ”
“ଆଦିବାସୀ ସମାଜର ପରମ୍ପରା, ଭାଷା ଏବଂ ସଂସ୍କୃତିକୁ ବଜାୟ ରଖିବା ସହିତ ଆଦିବାସୀ କ୍ଷେତ୍ରର ବିକାଶ ସରକାରଙ୍କ ପ୍ରାଥମିକତା ଅଟେ
“ଉତ୍ତର ପୂର୍ବାଂଚଳ ପାଇଁ ପୂର୍ବ ସରକାରଙ୍କର ଏକ ବିଭେଦ ଆଭିମୁଖ୍ୟ ଥିଲା, କିନ୍ତୁ ଆମ ସରକାର ‘ଐଶ୍ୱରୀୟ ଉଦ୍ଦେଶ୍ୟ’ ନେଇ ଆସିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟର ଶିଲଂ ଠାରେ ଆଜି ୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଉଦ୍‌ଘାଟନ କରିଛନ୍ତି ଏବଂ ଦେଶ ଊଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶିଲଂରେ ଥିବା ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଉତ୍ତର ପୂର୍ବାଂଚଳ ପରିଷଦର ବୈଠକରେ ଯୋଗ ଦେଇ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ।

ଏକାଧିକ ଉଦ୍‌ଘାଟିତ ୪ଜି ମୋବାଇଲ୍ ଟାୱାର ପ୍ରକଳ୍ପ ଗୁଡିକ ମଧ୍ୟରୁ ୩୨୦ ସଂପୂର୍ଣ୍ଣ ହୋଇଛି ଏବଂ ୮୯୦ ନିର୍ମାଣାଧୀନ ରହିଛି । ଉମସାୱଲିରେ ଆଇଆଇଏମ୍ ଶିଲଙ୍ଗର ନୂତନ କ୍ୟାମ୍ପସ୍‌, ଶିଲଙ୍ଗ - ଡିଏଙ୍ଗପାସୋ ରୋଡ୍ ନୂତନ ଶିଲଂ ସାଟେଲାଇଟ୍ ଟାଉନସିପ୍ ଏବଂ ତିନୋଟି ରାଜ୍ୟ, ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶର ଅନ୍ୟ ଚାରିଟି ସଡ଼କ ପ୍ରକଳ୍ପ ସହିତ ଉନ୍ନତ ସଂଯୋଗ ଯୋଗାଇବ ।

 ପ୍ରଧାନମନ୍ତ୍ରୀ ମେଘାଳୟରେ ଛତୁ ବିକାଶ କେନ୍ଦ୍ର ଏବଂ ସମନ୍ୱିତ ମହୁମାଛି ବିକାଶ କେନ୍ଦରେ ସ୍ପନ୍ ଲାବୋରେଟୋରୀ ଉଦ୍‌ଘାଟନ କରିଛନ୍ତି । ଏବଂ ଏହା ସହିତ ମିଜୋରାମ, ମଣିପୁର, ତ୍ରିପୁରା ଏବଂ ଆସାମର ୨୧ ଟି ହିନ୍ଦୀ ଲାଇବ୍ରେରୀର ଉଦଘାଟନ ମଧ୍ୟ କରିଛନ୍ତି । ଆସାମ, ମେଘାଳୟ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ରାଜ୍ୟ ଗୁଡିକରେ ୬ଟି ସଡକ ପ୍ରକଳ୍ପ ଗୁଡିକର ଭିତ୍ତିପସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ । ସେ ତୁରା ଏବଂ ଶିଲଂ ଟେକ୍ନୋଲୋଜି ପାର୍କ ପର୍ଯ୍ୟାୟ - ୨ରେ ସମନ୍ୱିତ ଆତିଥ୍ୟ ଏବଂ ସମ୍ମିଳନୀ କେନ୍ଦ୍ରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମେଘାଳୟ ଏମିତି ଏକ ରାଜ୍ୟ ଯାହା ପ୍ରକୃତି ଏବଂ ସଂସ୍କୃତିରେ ସମୃଦ୍ଧ ଏବଂ ଏହି ସମୃଦ୍ଧତା ଲୋକ ମାନଙ୍କର ଉତ୍ସାହ ଏବଂ ସ୍ୱାଗତ କରିବାର ପ୍ରକୃତିରେ ପ୍ରତିଫଳିତ ହୋଇଥାଏ । ସେ ମେଘାଳୟର ନାଗରିକ ମାନଙ୍କୁ ରାଜ୍ୟରେ ଅଧିକ ବିକାଶ ପାଇଁ ସଂଯୋଗ, ଶିକ୍ଷା, ଦକ୍ଷତା ଏବଂ ରୋଜଗାର ଠାରୁ ଆରମ୍ଭ କରି ଅନେକ ଆଗକୁ ହେବାକୁ ଥିବା ତଥା ନୂତନ ଉଦ୍‌ଘାଟିତ ପ୍ରକଳ୍ପ ଗୁଡିକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଫୁଟବଲ ବିଶ୍ୱକପ ଚାଲିଥିବା ସମୟରେ ଆଜିର ସଭା କାର୍ଯ୍ୟକ୍ରମ ଏକ ଫୁଟବଲ ପଡ଼ିଆରେ ଚାଲିଥିବାର ସଂଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । “ଗୋଟିଏ ପଟେ, ଫୁଟବଲ ପ୍ରତିଯୋଗିତା ଚାଲିଥିବାବେଳେ ଏଠାରେ ଆମେ ଫୁଟବଲ କ୍ଷେତ୍ରରେ ବିକାଶ ପ୍ରତିଯୋଗିତାର ନେତୃତ୍ୱ ନେଉଛୁ । ଯଦିଓ କାତାରରେ ଫୁଟବଲ ବିଶ୍ୱକପ ଅନୁଷ୍ଠିତ ହେଉଛି, ଏଠାରେ ଥିବା ଲୋକଙ୍କ ଉତ୍ସାହ ମଧ୍ୟ କମ୍ ନୁହେଁ ବୋଲି ସେ କହିଛନ୍ତି । ଫୁଟବଲରେ ଦେଖା ଯାଉଥିବା ଲାଲ୍ କାର୍ଡ ସମ୍ପର୍କରେ ସେ କହିଛନ୍ତି ଯେ, ଖେଳୁଆଡ୍ ମନୋଭାବ ବିରୁଦ୍ଧରେ ଯାଉଥିବା ବ୍ୟକ୍ତିଙ୍କୁ ଯେପରି ଫୁଟବଲ୍‌ରେ ଲାଲ୍ କାର୍ଡ ପ୍ରଦର୍ଶନ କରା ଯାଇଥାଏ, ତାହାର ଅନୁରୂପ ଏକ ଚିତ୍ର ଆଙ୍କି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଂଚଳର ବିକାଶ ପଥରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ସରକାର ଲାଲ୍ କାର୍ଡ ଦେଖାଇଛନ୍ତି । ସେ କହିଛନ୍ତି ଯେ “ଦୁର୍ନୀତି, ଭେଦଭାବ, ପ୍ରିୟାପ୍ରୀତି ତୋଷଣ, ହିଂସା କିମ୍ବା ଭୋଟ୍ ବ୍ୟାଙ୍କ ରାଜନୀତି ହେଉ, ଯେଉଁ ସବୁ କାରଣ ଏହି ଅଂଚଳର ବିକାଶରେ ବାଧା ସୃଷ୍ଟି କରୁଛି, ତାହାର ମୂଳୋତ୍ପାଟନ ପାଇଁ ଆମେ ଉତ୍ସର୍ଗୀକୃତ ଭାବନାର ସହିତ ଏବଂ ସଚ୍ଚୋଟତାର ସହ କାର୍ଯ୍ୟ କରୁଛୁ ।” ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଯଦିଓ ଏହିପରି ଖରାପ ଚିନ୍ତାଧାରାର ଚେର ବହୁତ ଗଭୀର ଭାବରେ ମାଡି ଯାଇଛି, ତାହାର ମୂଳୋତ୍ପାଟନ ଦିଗରେ ଆମକୁ କାର୍ଯ୍ୟ କରିବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଉଦ୍ୟମ ସକାରାତ୍ମକ ଫଳାଫଳ ଦେଖାଉଛି ।

କ୍ରୀଡ଼ା ବିକାଶ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଛନ୍ତି ଯେ , କେନ୍ଦ୍ର ସରକାର ଏକ ନୂତନ ଆଭିମୁଖ୍ୟ ସହିତ ଆଗକୁ ବଢ଼ୁଛନ୍ତି ଏବଂ ଏହାର ଲାଭ ଉତ୍ତର ପୂର୍ବ ଅଂଚଳରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯିବ । ସେ ସୂଚନା ଦେଇଛନ୍ତି ଯେ ଭାରତର ପ୍ରଥମ କ୍ରୀଡା ବିଶ୍ୱ ବିଦ୍ୟାଳୟ ବ୍ୟତୀତ, ଉତ୍ତର ପୂର୍ବାଂଚଳ କ୍ଷେତ୍ର ବହୁଉଦ୍ଦେଶୀୟ ହଲ୍‌, ଫୁଟବଲ୍ ପଡିଆ ଏବଂ ଆଥଲେଟିକ୍ସ ଟ୍ରାକ୍ ପରି ଏକାଧିକ ଭିତ୍ତିଭୂମି ଗୁଡିକ ସହିତ ସୁସଜ୍ଜିତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହିପରି ନବେ ଗୋଟି ପ୍ରକଳ୍ପ ଗୁଡିକ ଉପରେ କାର୍ଯ୍ୟ ଚାଲୁ ରହିଛି । ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି ଯେ ଯଦିଓ ଆମେ କାତାର ଠାରେ ଫୁଟବଲ ବିଶ୍ୱକପରେ ଖେଳୁଥିବା ଅନ୍ତର୍ଜାତୀୟ ଦଳ ମାନଙ୍କୁ ଏବେ ଦେଖୁଛୁ, ତଥାପି ଦେଶର ଯୁବଶକ୍ତି ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି ଏବଂ ସେ ମନ୍ତବ୍ୟ ଦେଇଛନ୍ତି ଯେ ସେହି ସମୟ ଆଉ ବେଶି ଦୂର ନୁହେଁ, ଯେତେବେଳେ ଭାରତ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଂଟ ଆୟୋଜନ କରିବ । ଏବଂ ପ୍ରତ୍ୟେକ ଭାରତୀୟ ମଧ୍ୟ ଏଥିରେ ଅଂଶଗ୍ରହଣ କରୁଥିବା ଆମ ଦଳକୁ ଉତ୍ସାହିତ କରିବେ ।

“ବିକାଶ କେବଳ ବଜେଟ୍‌, ଟେଣ୍ଡର, ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନୀ ଉତ୍ସବ ଭିତରେ ସୀମିତ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୨୦୧୪ ପୂର୍ବରୁ ଏମିତି ବିଚାରଧାରା ଥିଲା, “ଆଜି ଆମେ ଯେଉଁ ପରିବର୍ତ୍ତନ ଦେଖୁଛୁ, ତାହା ଆମର ଉଦ୍ଦେଶ୍ୟର ପରିବର୍ତ୍ତନର ଫଳାଫଳ, ସଂକଳ୍ପ, ପ୍ରାଥମିକତା ଏବଂ ଆମର କାର୍ଯ୍ୟ ସଂସ୍କୃତି, ଯାହାର ଫଳାଫଳ ଆମ ପ୍ରକ୍ରିୟାରେ ଦେଖିବାକୁ ମିଳେ । ” ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ କହିଛନ୍ତି, “ ଆମର ଆଧୁନିକ ଭିତ୍ତିଭୂମି, ଆଧୁନିକ ସଂଯୋଗ ସହିତ ଏକ ବିକଶିତ ଭାରତ ଗଠନ କରିବାର ସଂକଳ୍ପ ରହିଛି । ଉଦ୍ଦେଶ୍ୟ ହେଉଛି ଭାରତର ପ୍ରତ୍ୟେକ ଅଂଚଳ ଏବଂ ବିଭାଗକୁ ସବ୍‌କା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) ମାଧ୍ୟମରେ ଦ୍ରୁତ ବିକାଶର ଲକ୍ଷ୍ୟ ସହିତ ସଂଯୋଗ କରିବା । ଆମର ପ୍ରାଥମିକତା ହେଉଛି ଅଭାବ ଅନଟନକୁ ଦୂର କରିବା, ବ୍ୟବଧାନକୁ ହ୍ରାସ କରିବା, ଦକ୍ଷତା ବିକାଶରେ ନିୟୋଜିତ ହେବା ଏବଂ ଯୁବକ ମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବା । ଏବଂ କାର୍ଯ୍ୟ ସଂସ୍କୃତିର ପରିବର୍ତ୍ତନ ଏହା ସୂଚିତ କରିଥାଏ ଯେ , ପ୍ରତ୍ୟେକ ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବ । ” ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ଚଳିତ ବର୍ଷ କେବଳ ଭିତ୍ତିଭୂମି ପାଇଁ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୮ ବର୍ଷ ପୂର୍ବେ ଏହି ଖର୍ଚ୍ଚ ୨ ଲକ୍ଷ କୋଟି ଟଙ୍କାରୁ ମଧ୍ୟ କମ୍ ଥିଲା । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଭିତ୍ତିଭୂମି ବୃଦ୍ଧି ପାଇଁ ରାଜ୍ୟମାନେ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଲାଗିଛନ୍ତି ।

ଉତ୍ତର ପୂର୍ବାଂଚଳର ଭିତ୍ତିଭୂମି ବିକାଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଶିଲଂ ସମେତ ଉତ୍ତର ପୂର୍ବର ସମସ୍ତ ରାଜଧାନୀ ମାନଙ୍କୁ ରେଳ ସେବା ସହିତ ଯୋଡିବା ଏବଂ ୨୦୧୪ ପୂର୍ବରୁ ସାପ୍ତାହିକ ବିମାନ ଉଡାଣ ସଂଖ୍ୟା ୯୦୦ ରହିଥିବା ବେଳେ ଏହାର ସଂଖ୍ୟା ୧୯୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଦ୍ରୁତ ଗତିରେ ଚାଲିଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଉଡାଣ ଯୋଜନା ଅନୁଯାୟୀ ମେଘାଳୟର ୧୬ ଟି ମାର୍ଗରେ ବିମାନ ଚଳାଚଳ କରୁଛି ଏବଂ ଏହାର ଫଳାଫଳ ହେଉଛି ମେଘାଳୟର ଲୋକ ମାନଙ୍କ ପାଇଁ ବିମାନ ଭଡା ଶସ୍ତା ହୋଇଛି । ମେଘାଳୟ ଏବଂ ଉତ୍ତର ପୂର୍ବର କୃଷକ ମାନଙ୍କ ପାଇଁ ହେଉଥିବା ଲାଭ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏଠାରେ ଉତ୍ପାଦିତ ହେଉଥିବା ଫଳ ଓ ପନିପରିବା କୃଷି ଉଡାଣ ଯୋଜନା ମାଧ୍ୟମରେ ଦେଶ ତଥା ବିଦେଶର ବଜାର ମାନଙ୍କରେ ସହଜରେ ଉପଲବ୍ଧ ହୋଇ ପାରିବ ।

ଆଜି ଉଦ୍‌ଘାଟିତ ହୋଇଥିବା ସଂଯୋଗୀକରଣ ପ୍ରକଳ୍ପ ଗୁଡିକ ଉପରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ସୂଚନା ଦେଇଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ମେଘାଳୟ ରାଜ୍ୟରେ ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ସେହି ସମୟରେ ନିର୍ମିତ ହୋଇଥିବା ଗ୍ରାମୀଣ ରାସ୍ତା ସଂଖ୍ୟା ବହୁତ ଅଧିକ ଅଟେ । ମେଘାଳୟରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧୀନରେ ପୂର୍ବ ୨୦ ବର୍ଷରେ ନିର୍ମିତ ହୋଇଥିବା ସଡକ ତୁଳନାରେ ଏହା ସାତ ଗୁଣ ଅଧିକ ଅଟେ ।

ଉତ୍ତର- ପୂର୍ବର ଯୁବକ ମାନଙ୍କ ପାଇଁ ବୃଦ୍ଧି ପାଉଥିବା ଡିଜିଟାଲ ସଂଯୋଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ତୁଳନାରେ ଉତ୍ତର - ପୂର୍ବାଂଚଳରେ ଅପ୍ଟିକାଲ ଫାଇବର କଭରେଜ ୪ ଗୁଣ ଏବଂ ମେଘାଳୟରେ ୫ ଗୁଣ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଅଂଚଳର ପ୍ରତ୍ୟେକ ଅଂଶକୁ ମୋବାଇଲ୍ ସଂଯୋଗ ପ୍ରଦାନ କରିବା ପାଇଁ ୬ ହଜାର ମୋବାଇଲ୍ ଟାୱାର ନିର୍ମାଣ କରାଯାଉଛି । “ଏହି ଭିତ୍ତିଭୂମି ମେଘାଳୟର ଯୁବକ ମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଶିକ୍ଷା ଭିତ୍ତିଭୂମି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଇଆଇଏମ୍ ଏବଂ ଟେକ୍ନୋଲୋଜି ପାର୍କ ଶିକ୍ଷା ସହିତ ଏହି ଅଂଚଳରେ ରୋଜଗାରର ସୁଯୋଗ ମଧ୍ୟ୍ର ବୃଦ୍ଧି ପାଇବ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଉତ୍ତର- ପୂର୍ବାଂଚଳରେ ୧୫୦ ରୁ ଅଧିକ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରା ଯାଉଛି , ସେଥି ମଧ୍ୟରୁ ୩୯ ଟି ମେଘାଳୟରେ ରହିଛି ।

ପ୍ରଧାନମନ୍ତ୍ରୀ ପର୍ବତମାଳା ଯୋଜନାର ଉଦାହରଣ ଦେଇଛନ୍ତି ଯାହାକି ରୋପୱେର ନେଟୱାର୍କ ନିର୍ମାଣ କରୁଛି ଏବଂ ପିଏମ୍ ଡିଭାଇନ୍ ଯୋଜନା ଯାହା ବୃହତ ବିକାଶ ପ୍ରକଳ୍ପ ଗୁଡିକର ସହଜ ଅନୁମୋଦନ ସୁନିଶ୍ଚିତ କରି ଉତ୍ତର ପୂର୍ବାଂଚଳର ବିକାଶରେ ଏକ ନୂତନ ଉତ୍ସାହ ସୃଷ୍ଟି କରିବ । ସେ ଆହୁରି ମଧ୍ୟ କହିଛନ୍ତି, ପିଏମ - ଡିଭାଇନ୍ ଅଧୀନରେ ଆସନ୍ତା ୩ ରୁ ୪ ବର୍ଷ ପାଇଁ ୬,୦୦୦ କୋଟି ଟଙ୍କା ବଜେଟ୍ ସ୍ଥିର କରାଯାଇଛି ।”

ଉତ୍ତର ପୂର୍ବାଂଚଳ ପାଇଁ ପୂର୍ବରୁ ଶାସନରେ ଥିବା ସରକାରଙ୍କ ‘ବିଭାଜନ’ ଆଭିମୁଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆମ ସରକାର ‘ଐଶ୍ୱରୀୟ ଉଦ୍ଦେଶ୍ୟ’ ନେଇ କାର୍ଯ୍ୟ କରୁଛି । “ଏହା ବିଭିନ୍ନ ସମ୍ପ୍ରଦାୟ ହେଉ କିମ୍ବା ବିଭିନ୍ନ ଅଂଚଳ ହେଉ, ଆମେ ସମସ୍ତ ପ୍ରକାର ବିଭାଜନ ଗୁଡିକୁ ଦୂର କରୁଛୁ । ଆଜି ଉତ୍ତର ପୂର୍ବାଂଚଳରେ ଆମେ ବିବାଦର ସୀମା ନୁହେଁ, ବିକାଶର କରିଡର ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ଅନେକ ସଂଗଠନ ହିଂସା ପଥରୁ ଦୂରେଇ ରହିଛନ୍ତି ଏବଂ ସ୍ଥାୟୀ ଶାନ୍ତିର ଆଶ୍ରୟ ନେଇଛନ୍ତି । ଉତ୍ତର ପୂର୍ବାଂଚଳରେ ଏଏଫ୍‌ଏସ୍‌ପିଏର ଅନାବଶ୍ୟକତା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନେକ ଦଶନ୍ଧି ଧରି ଚାଲି ଆସୁଥିବା ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ବିବାଦର ସମାଧାନ ହେଉଥିବାବେଳେ ରାଜ୍ୟ ସରକାରଙ୍କ ସହାୟତାରେ ସ୍ଥିତିରେ ଅନେକ ଉନ୍ନତି ଆସିବାରେ ଲାଗିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଉତ୍ତର- ପୂର୍ବ ସୀମାନ୍ତ କେବଳ ଏକ ସୀମା ଅଂଚଳ ପରିବର୍ତ୍ତେ ସୁରକ୍ଷା ଏବଂ ସମୃଦ୍ଧତାର ଦ୍ୱାର ଅଟେ । ପ୍ରଧାନମନ୍ତ୍ରୀ ଜୀବନ୍ତ ଗ୍ରାମ ଯୋଜନା ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ଅନୁଯାୟୀ ସୀମାବର୍ତ୍ତୀ ଗ୍ରାମ ଗୁଡ଼ିକୁ ଉନ୍ନତ ସୁବିଧା ଯୋଗାଇ ଦିଆ ଯାଉଛି । ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେ ଶତ୍ରୁକୁ ଲାଭ ମିଳିବାର ଭୟ ଥିବାରୁ ସୀମାନ୍ତବର୍ତ୍ତୀ ଅଂଚଳ ଗୁଡ଼ିକରେ ସଂଯୋଗର ବିସ୍ତାର ହୋଇ ପାରିନାହିଁ । “ଆଜି ଆମେ ସାହସର ସହିତ ସୀମାନ୍ତରେ ନୂତନ ରାସ୍ତା, ନୂତନ ଟନେଲ, ନୂତନ ସେତୁ, ନୂତନ ରେଳ ଲାଇନ ଏବଂ ଏୟାରଷ୍ଟ୍ରିପ୍ ନିର୍ମାଣ କରିବାରେ ଲାଗିଛୁ । ନିଛାଟିଆ ସୀମାନ୍ତ ଗ୍ରାମ ଗୁଡ଼ିକ ଧୀରେ ଧୀରେ ଜୀବନ୍ତ ହେବାରେ ଲାଗିଛି । ଆମ ସହର ଗୁଡିକ ପାଇଁ ଆବଶ୍ୟକ ହେଉଥିବା ଗତି ମଧ୍ୟ ଆମ ସୀମା ପାଇଁ ଆବଶ୍ୟକ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ପୋପ୍‌ଙ୍କ ସହିତ ତାଙ୍କର ସାକ୍ଷାତକୁ ମନେ ପକାଇ କହିଛନ୍ତି ଯେ ସେମାନେ ଆଜି ସମଗ୍ର ମାନବ ଜାତି ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକ ଉପରେ ଆଲୋଚନା କରିଥିଲେ ଏବଂ ସେଗୁଡିକର ମୁକାବିଲା ପାଇଁ ମିଳିତ ପ୍ରୟାସ ନିମନ୍ତେ ସହମତି ପ୍ରକାଶ କରିଥିଲେ । ଆମକୁ ଏହି ଭାବନାକୁ ଦୃଢ଼ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।”

ସରକାର ଗ୍ରହଣ କରିଥିବା ଶାନ୍ତି ଏବଂ ବିକାଶର ରାଜନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ସବୁଠାରୁ ବଡ ହିତାଧିକାରୀ ହେଉଛନ୍ତି ଆମର ଆଦିବାସୀ ସମାଜ । ଆଦିବାସୀ ସମାଜର ପରମ୍ପରା, ଭାଷା ଏବଂ ସଂସ୍କୃତି ବଜାୟ ରଖିବା ସହିତ ଆଦିବାସୀ କ୍ଷେତ୍ରର ବିକାଶ ସରକାରଙ୍କ ପ୍ରାଥମିକତା ଅଟେ । ବାଉଁଶ ଅମଳ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଶେଷ କରିବାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଏହା ବାଉଁଶ ସହିତ ଜଡିତ ଆଦିବାସୀ ଦ୍ରବ୍ୟ ଉତ୍ପାଦନକୁ ଉତ୍ସାହିତ କରିଛି । “ଜଙ୍ଗଲରୁ ମିଳୁଥିବା ଉତ୍ପାଦ ଗୁଡ଼ିକରେ ମୂଲ୍ୟ ଯୋଗ ପାଇଁ ଉତ୍ତର ପୂର୍ବରେ ୮୫୦ ବନ ଧନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ସହ ଜଡିତ, ସେମାନଙ୍କ ମଧ୍ୟରୁ ଅନେକ ଆମର ଭଉଣୀ ବୋଲି ସେ ପ୍ରକାଶ କରିଥିଲେ ।

ଶ୍ରୀ ମୋଦୀ କହିଛନ୍ତି ଯେ ଘର, ଜଳ ଏବଂ ବିଦ୍ୟୁତ୍ ଭଳି ସାମାଜିକ ଭିତ୍ତିଭୂମି ସଂରଚନା ଉତ୍ତର- ପୂର୍ବରେ ବ୍ୟାପକ ଲାଭ ପହଂଚାଇଛି । ବିଗତ କିଛି ବର୍ଷ ମଧ୍ୟରେ ୨ ଲକ୍ଷ ନୂତନ ପରିବାର ଗୁଡିକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି । ଗରିବ ଲୋକ ମାନଙ୍କ ପାଇଁ ୭୦ ହଜାରରୁ ଅଧିକ ଘର ଅନୁମୋଦିତ ହୋଇଛି ଏବଂ ୩ ଲକ୍ଷ ପରିବାର ନଳ ମାଧ୍ୟମରେ ଜଳ ସଂଯୋଗ ପାଇଛନ୍ତି । ସେ କହିଛନ୍ତି, “ଆମର ଆଦିବାସୀ ପରିବାର ଏହି ଯୋଜନା ଗୁଡ଼ିକର ସବୁଠାରୁ ବଡ଼ ହିତାଧିକାରୀ ଅଟନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପ୍ତ କରି ଏହି ଅଂଚଳର ବିକାଶର ନିରନ୍ତର ଗତି ପାଇଁ କାମନା କରିଥିଲେ ଏବଂ ଉତ୍ତର -ପୂର୍ବର ବିକାଶରେ ବ୍ୟବହାର କରା ଯାଉଥିବା ସମସ୍ତ ଶକ୍ତିର ଆଧାର ଭାବରେ ଲୋକ ମାନଙ୍କର ଆଶୀର୍ବାଦକୁ ଶ୍ରେୟ ଦେଇଥିଲେ । ଆଗାମୀ ଖ୍ରୀଷ୍ଟମାସ ପାଇଁ ସେ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।

ମେଘାଳୟର ମୁଖ୍ୟମନ୍ତ୍ରୀ ଶ୍ରୀ କନରାଡ କେ. ସାଙ୍ଗମା, ମେଘାଳୟର ରାଜ୍ୟପାଳ ବ୍ରିଗେଡିଅର (ଡଃ) ବି ଡି ମିଶ୍ର (ଅବସରପ୍ରାପ୍ତ), କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି କିଶାନ ରେଡ୍ଡୀ, ଶ୍ରୀ କିରେନ ରିଜିଜୁ ଏବଂ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବି ଏଲ୍ ବର୍ମା , ମଣିପୁରର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍ ବିରେନ ସିଂ , ମିଜୋରାମର ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରାମଥାଙ୍ଗା, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ସରମା, ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନିଫିଉ ରିଓ, ସିକ୍କିମର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମ ସିଂହ ତମାଙ୍ଗ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖଣ୍ଡୁ ଏବଂ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଣିକ ସାହା ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଏହି କ୍ଷେତ୍ରରେ ଟେଲିକମ୍ ସଂଯୋଗକୁ ଆହୁରି ବୃଦ୍ଧି କରିବା ଦିଗରେ ଏକ ପଦକ୍ଷେପ ଅନୁଯାୟୀ ପ୍ରଧାନମନ୍ତ୍ରୀ ୪ଜି ମୋବାଇଲ୍ ଟାୱାରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଯେଉଁଥିରୁ ୩୨୦ ରୁ ଅଧିକ କାର୍ଯ୍ୟ ସମାପ୍ତ ହୋଇ ସାରିଛି ଏବଂ ପ୍ରାୟ ୮୯୦ଟିର ନିର୍ମାଣ କାର୍ଯ୍ୟ ଚାଲିଛି । ସେ ଉମସାୱଲିରେ ଆଇଆଇଏମ୍ ଶିଲଂର ନୂତନ କ୍ୟାମ୍ପସ୍ ଉଦ୍‌ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଶିଲଂ - ଡିଏଙ୍ଗପାସୋ ରୋଡକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି, ଯାହାକି ନୂତନ ଶିଲଂ ସାଟେଲାଇଟ୍ ଟାଉନସିପ ଏବଂ ଶିଲଂକୁ ଉନ୍ନତ ସଂଯୋଗ ଯୋଗାଇବ । ସେ ତିନୋଟି ରାଜ୍ୟ ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ଅନ୍ୟ ଚାରିଟି ସଡକ ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିଲେ । 

ପ୍ରଧାନମନ୍ତ୍ରୀ ମେଘାଳୟର ଛତୁ ବିକାଶ କେନ୍ଦ୍ରରେ ସ୍ପନ୍ ଲାବୋରେଟୋରୀକୁ ଉଦ୍‌ଘାଟନ କରିଥିଲେ, ଯାହା ଛତୁ ଉତ୍ପାଦନକୁ ବୃଦ୍ଧି କରିବା ସହ କୃଷକ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ ଦକ୍ଷତା ତାଲିମ ମଧ୍ୟ ପ୍ରଦାନ କରିବ । ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟା ଉନ୍ନୟନ ମାଧ୍ୟମରେ ମହୁମାଛି ପାଳନ କରୁଥିବା କୃଷକ ମାନଙ୍କର ଜୀବିକା ନିର୍ବାହ ପାଇଁ ସେ ମେଘାଳୟ ଠାରେ ଏକୀକୃତ ମହୁମାଛି ବିକାଶ କେନ୍ଦ୍ରର ଉଦଘାଟନ କରିଥିଲେ । ସେ ଆହୁରି ମଧ୍ୟ ମିଜୋରାମ, ମଣିପୁର, ତ୍ରିପୁରା ଏବଂ ଆସାମରେ ୨୧ ଟି ହିନ୍ଦୀ ଲାଇବ୍ରେରୀର ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଆସାମ, ମେଘାଳୟ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ରାଜ୍ୟରେ ୬ଟି ସଡକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ତୁରା ଏବଂ ଶିଲଂ ଟେକ୍ନୋଲୋଜି ପାର୍କ ପର୍ଯ୍ୟାୟ – ୨ ସମନ୍ୱିତ ଆତିଥ୍ୟ ଏବଂ ସମ୍ମିଳନୀ କେନ୍ଦ୍ରର ଶିଳାନ୍ୟାସ କରିଥିଲେ । ଟେକ୍ନୋଲୋଜି ପାର୍କ ପର୍ଯ୍ୟାୟ -୨ ରେ ପ୍ରାୟ ୧.୫ ଲକ୍ଷ ବର୍ଗଫୁଟର ଏକ ବିଲ୍ଟ- ଅପ୍ କ୍ଷେତ୍ର ରହିବ । ଏହା ବୃତ୍ତିଧାରକ ମାନଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିବ ଏବଂ ୩୦୦୦ ରୁ ଅଧିକ ଚାକିରି ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ସମନ୍ୱିତ ଆତିଥ୍ୟ ଏବଂ ସମ୍ମିଳନୀ କେନ୍ଦ୍ରରେ ଏକ ସମ୍ମିଳନୀ ହବ୍‌, ଗେଷ୍ଟ ରୁମ୍‌, ଫୁଡ୍ କୋର୍ଟ ଇତ୍ୟାଦି ରହିବ । ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଏହି ଅଂଚଳରେ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଯୋଗାଇବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.