SVAMITVA Scheme helps in making rural India self-reliant: PM Modi
Ownership of land and house plays a big role in the development of the country. When there is a record of property, citizens gain confidence: PM
SVAMITVA Scheme will help in strengthening the Panchayati Raj system for which efforts are underway for the past 6 years: PM

ସ୍ଵାମିତ୍ଵ ଯୋଜନା ଅଧିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିତାଧିକାରୀମାନଙ୍କୁ ଭିଡିଓ କନଫରେନ୍ସ ଜରିଆରେ ସିଧାସଳଖ ସମ୍ପତ୍ତି କାର୍ଡ ପ୍ରଦାନର ଶୁଭାରମ୍ଭ କରିଛନ୍ତି ।

ସ୍ଵାମିତ୍ଵ ଯୋଜନାର ହିତାଧିକାରୀ ଯେଉଁମାନେ ସମ୍ପତ୍ତି କାର୍ଡ ପାଇଛନ୍ତି ବର୍ତ୍ତମାନ ସେମାନଙ୍କ ଘରର ଅଧିକାର ଓ ଆଇନଗତ ନଥି ପାଇଲେ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଦେଶର ଗ୍ରାମଗୁଡିକରେ ଏହି ଯୋଜନା ଐତିହାସିକ ପରିବର୍ତ୍ତନ ଆଣିବ । ଆତ୍ମନିର୍ଭର ଭାରତ ପଥରେ ଆଗେଇବା ପାଇଁ ଦେଶ ଆଉ ଗୋଟିଏ ବିଶେଷ ପଦକ୍ଷେପ ନେଇଛି ଓ ଗ୍ରାମୀଣ ଭାରତକୁ ଆତ୍ମନିର୍ଭର କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର 1 ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କ ଘରର ଆଇନଗତ ନଥି ହସ୍ତାନ୍ତର କରାଯାଇଛି ଓ ଏହି କାର୍ଡ ଆଗାମୀ 3ରୁ 4 ବର୍ଷ ମଧ୍ୟରେ ଗ୍ରାମାଞ୍ଚଳର ସବୁ ଘରକୁ ଯୋଗାଇ ଦିଆଯିବ । ଜୟ ପ୍ରକାଶ ନାରାୟଣ ଓ ନାନାଜୀ ଦେଶମୁଖଙ୍କ ଭଳି ଦୁଇ ମହାନ ନେତାଙ୍କ ଜନ୍ମଦିନରେ ଏହି ସମ୍ପତ୍ତି କାର୍ଡ ପ୍ରଦାନ କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଏହି ଦୁଇ ମହାନ ରଥୀଙ୍କ ଜନ୍ମ ଦିବସ କେବଳ ଗୋଟିଏ ଦିନରେ ପଡୁନାହିଁ, ବରଂ ସେମାନଙ୍କ ସଂଗ୍ରାମ ଓ ଚିନ୍ତାଧାରା ମଧ୍ୟ ଏକାଭଳି ଥିଲା । ଉଭୟ ନାନାଜୀ ଓ ଜୟପ୍ରକାଶ ସେମାନଙ୍କ ସାରା ଜୀବନ ଗ୍ରାମୀଣ ଭାରତ ଓ ଗରିବଙ୍କ ସଶକ୍ତିକରଣ ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି, ଶ୍ରୀ ମୋଦୀ ତାହାର ସ୍ମୃତିଚାରଣ କରିଥିଲେ । ଯେତେବେଳେ ଗ୍ରାମାଞ୍ଚଳର ଜନସାଧାରଣ ଗଣ୍ଡଗୋଳରେ ଛନ୍ଦି ହୋଇଯାଇଛନ୍ତି, ସେତେବେଳେ ସେମାନଙ୍କର ବା ସମାଜର ବିକାଶ ସମ୍ଭବ ନୁହେଁ ବୋଲି ନାନାଜୀଙ୍କ ବକ୍ତବ୍ୟର ସ୍ମୃତିଚାରଣ କରି ଶ୍ରୀ ମୋଦୀ କହିଥିଲେ ଯେ, ଆମ ଗ୍ରାମଗୁଡିକରେ ଲୋକମାନଙ୍କୁ ଦିଆଯାଉଥିବା ଏହି ସ୍ଵାମିତ୍ଵ ସେମାନଙ୍କ ଅଧିକାଂଶ ସମସ୍ୟାର ଅନ୍ତ ଘଟାଇବା ପାଇଁ ଏକ ମାଧ୍ୟମ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜମି ଓ ଘରର ସତ୍ଵାଧିକାର ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ସମ୍ପତ୍ତିର ରେକର୍ଡ ଥିବ ନାଗରିକ ସେତେବେଳେ ଆଶ୍ଵସ୍ଥ ହେବା ସହ ପୁଞ୍ଜି ବିନିଯୋଗ ପାଇଁ ନୂତନ ରାହା ପାଇଥାଏ । ସମ୍ପତ୍ତିର ରେକର୍ଡ ଥିଲେ ବ୍ୟାଙ୍କରୁ ଋଣ ପାଇବା ସହଜ ହେବା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ଖୋଲିଥାଏ । ମାତ୍ର ଆଜିର ଅସୁବିଧା ହେଉଛି ଯେ, ସମଗ୍ର ବିଶ୍ଵ ଜନସଂଖ୍ୟାର ମାତ୍ର ଏକ ତୃତୀୟାଂଶ ସେମାନଙ୍କ ସମ୍ପତ୍ତିର ଆଇନଗତ ଅଧିକାର ପାଇଛନ୍ତି । ସମ୍ପତ୍ତି କାର୍ଡ ଯୋଗୁଁ ଜନସାଧାରଣ ବିନା ଅସୁବିଧାରେ ସେମାନଙ୍କ ସମ୍ପତ୍ତିର କିଣା ବିକା କରିପାରିବେ । ଏଥିରେ କୌଣସି ଗ୍ରାମବାସୀଙ୍କ ପକ୍ଷରୁ ସମସ୍ୟା ସୃଷ୍ଟି କରାଯାଇପାରିବ ନାହିଁ । ସେ ଆହୁରି କହିଛନ୍ତି ଯେ, ଆମ ଦେଶରେ ଅନେକ ଯୁବକ ଯୁବତୀ ଅଛନ୍ତି ଯେଉଁମାନେ କି ନିଜେ କିଛି ନା କିଛି କରିବାକୁ ଚାହୁଁଛନ୍ତି । ସମ୍ପତ୍ତି କାର୍ଡ ପାଇବା ପରେ ସେମାନେ ତାଙ୍କ ଘରକୁ ବନ୍ଧକ ରଖି ବ୍ୟାଙ୍କ ଋଣ ସହଜରେ ପାଇପାରିବେ । ଡ୍ରୋନ ଭଳି ନୂତନ ପ୍ରଯୁକ୍ତି ବିଦ୍ୟା ଯୋଗୁଁ ମ୍ୟାପ ଓ ସର୍ଭେ ସହିତ ନିର୍ଭୁଲ ଜମି ରେକର୍ଡ ପ୍ରତ୍ୟେକ ଗ୍ରାମରେ ସୃଷ୍ଟି କରାଯାଇପାରିବ । ନିର୍ଭୁଲ ଜମି ରେକର୍ଡ ଯୋଗୁଁ ଗ୍ରାମରେ ବିକାଶମୂଳକ କାର୍ଯ୍ୟ ସହଜ ହେବା ସହ ଏହି ସମ୍ପତ୍ତି କାର୍ଡ ଆଉ ଏକ ସୁବିଧା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ଵାମିତ୍ଵ ଯୋଜନା ଫଳରେ ପଞ୍ଚାୟତିରାଜ ପଦ୍ଧତି ସଶକ୍ତ ହେବ ଓ ଗତ 6 ବର୍ଷ ଧରି ଏଦିଗରେ କାର୍ଯ୍ୟ ଚାଲିଛି । ଗତ 6 ବର୍ଷ ଧରି ଗ୍ରାମପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହାର ଉଦାହରଣ ଦେଇ ଗ୍ରାମପଞ୍ଚାୟତଗୁଡ଼ିକର ପରିଚାଳନା ପୌରାଞ୍ଚଳ ଓ ପୌରନିଗମ ଭଳି ପଦ୍ଧତିରେ ହୋଇପାରିବ ବୋଲି ସେ କହିଛନ୍ତି । ଗତ 6 ବର୍ଷ ମଧ୍ୟରେ ଗ୍ରାମଗୁଡିକରେ ରହିଆସିଥିବା ଦୀର୍ଘ ଦିନର ଅସୁବିଧାଗୁଡିକୁ ଦୂର କରିବା ପାଇଁ ନୀରବଚ୍ଛିନ୍ନ ପ୍ରୟାସ ଚାଲିଛି ବୋଲି ସେ କହିଛନ୍ତି । ସ୍ଵାଧୀନତାର ଗତ 7 ଦଶନ୍ଧି ମଧ୍ୟରେ ଗ୍ରାମାଞ୍ଚଳର ବିକାଶରେ ଯାହା ହୋଇନଥିଲା ଗତ 6 ବର୍ଷ ମଧ୍ୟରେ ସେଥିରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି । ଗତ 6 ବର୍ଷ ଭିତରେ ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ବ୍ୟାଙ୍କ ଖାତା, ବିଦ୍ୟୁତ ଓ ଗ୍ୟାସ ସଂଯୋଗ, ପାଇଖାନା ଓ ପାନୀୟଜଳ ସୁବିଧା କରାଯାଇଥିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଦେଶର ପ୍ରତି ଗ୍ରାମକୁ ଅପ୍ଟିକାଲ ଫାଇବରରେ ଯୋଡିବା ପାଇଁ ଦ୍ରୁତ ଉଦ୍ୟମ ଚାଲିଛି । ବିରୋଧୀ ଦଳଗୁଡିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଆମ କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଚାହୁଁନାହାନ୍ତି, କୃଷି କ୍ଷେତ୍ରରେ ସଂସ୍କାର ନେଇ ସେମାନଙ୍କର ବୋଧେ କୌଣସି ସମସ୍ୟା ରହିଛି । କ୍ଷୁଦ୍ର ଚାଷୀ, ଗାଈଆଳ, ମତ୍ସ୍ୟଜୀବୀମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ ପ୍ରବର୍ତ୍ତନ ଯୋଗୁଁ ଦଲାଲ ଓ ମଧ୍ୟସ୍ଥିମାନଙ୍କ ବେଆଇନ ଆୟ ବନ୍ଦ ହୋଇଯାଇଛି । ନିମଯୁକ୍ତ ୟୁରିଆ, ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଇତ୍ୟାଦି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଉଦାହରଣ ଦେଇ ଯେଉଁମାନେ ପରିସ୍ଥିତିର ଫାଇଦା ଉଠାଉଥିଲେ ସେମାନେ ଆଜି କୃଷିଗତ ସଂସ୍କାରକୁ ବିରୋଧ କରୁଛନ୍ତି ବୋଲି ସେ କହିଥିଲେ । ସେମାନଙ୍କ ଯୋଗୁଁ ଦେଶର ବିକାଶ ବନ୍ଦ ହେବ ନାହିଁ । ସରକାର ଗ୍ରାମ ଓ ଗରିବ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ଧାରା ଅବ୍ୟାହତ ରଖିବେ । ଏହି ସଂକଳ୍ପକୁ ସାକାର କରିବା ପାଇଁ ସ୍ଵାମିତ୍ଵ ଯୋଜନାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"