ଦୁଇରୁ ତିନି ମାସରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଶିକ୍ଷିତ ହେବେ ଏକ ଲକ୍ଷରୁ ଅଧିକ ଯୁବକଯୁବତୀ : ପ୍ରଧାନମନ୍ତ୍ରୀ
26ଟି ରାଜ୍ୟର 111ଟି କେନ୍ଦ୍ରରୁ 6ଟି ଅନୁକୂଳ କୋର୍ସ ଆରମ୍ଭ
ଭୂତାଣୁ ଉପସ୍ଥିତ ରହିଛି ଏବଂ ଏହା ରୂପ ବଦଳାଇବାର ସମ୍ଭାବନା ଅଛି, ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ
କରୋନା ସମୟ କୌଶଳ, ପୁନଃକୌଶଳ ଓ ଅତିରିକ୍ତ କୌଶଳ ହାସଲର ଗୁରୁତ୍ବକୁ ପ୍ରମାଣିତ କରିଛି : ପ୍ରଧାନମନ୍ତ୍ରୀ
ଏହି ମହାମାରୀ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ର, ସଂସ୍ଥା, ସମାଜ, ପରିବାର ଓ ବ୍ୟକ୍ତିବିଶେଷଙ୍କ ସାମର୍ଥ୍ୟର ପରୀକ୍ଷା ନେଇଛି : ପ୍ରଧାନମନ୍ତ୍ରୀ
ଜୁନ 21 ତାରିଖ ଠାରୁ 45 ବର୍ଷରୁ କମ ବୟସ୍କ ଲୋକମାନଙ୍କୁ 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକମାନଙ୍କ ଭଳି ଟିକାକରଣ ସୁବିଧା ଯୋଗାଇ ଦିଆଯିବ : ପ୍ରଧାନମନ୍ତ୍ରୀ
ଗ୍ରାମାଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ନିୟୋଜିତ ଆଶା, ଏଏନଏମ, ଅଙ୍ଗନଓ୍ବାଡ଼ି ଓ ସ୍ବାସ୍ଥ୍ୟ କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ’ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ 26ଟି ରାଜ୍ୟର 111ଟି କେନ୍ଦ୍ରରେ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି 1 ଲକ୍ଷ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ, ଆହୁରି ବହୁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ, ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରୋନା ବିରୋଧୀ ଲଢ଼େଇରେ ଏକ ଗୁରୁତ୍ବପୂର୍ଣ୍ଣ ପରବର୍ତ୍ତୀ ପଦକ୍ଷେପ। ଭୂତାଣୁ ଉପସ୍ଥିତ ରହିଛି ଏବଂ ଏହା ରୂପ ବଦଳାଇବାର ସମ୍ଭାବନା ଅଛି, ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ। ମହାମାରୀର ଦ୍ବିତୀୟ ଲହରୀ ଆମକୁ ଏହା ଦର୍ଶାଇ ଦେଇଛି ଯେ ଏହି ଭୂତାଣୁ ଆମ ସାମ୍ନାରେ କିଭଳି ସମସ୍ୟା ଛିଡ଼ା କରାଇପାରେ। ଦେଶ ଏହି ସବୁ ସମସ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ। ଏକ ଲକ୍ଷରୁ ଅଧିକ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଏ ଦିଗରେ ଏକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଆମକୁ ସ୍ମରଣ କରାଇ କହିଥିଲେ ଯେ ଏହି ମହାମାରୀ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ର, ସଂସ୍ଥା, ସମାଜ, ପରିବାର ଓ ବ୍ୟକ୍ତିବିଶେଷଙ୍କ ସାମର୍ଥ୍ୟର ପରୀକ୍ଷା ନେଇଛି। ଏଥିସହିତ ବିଜ୍ଞାନ, ସରକାର, ସମାଜ, ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ଭାବେ ଆମର ସାମର୍ଥ୍ୟ ବଢ଼ାଇବା ଲାଗି ଏହା ଆମକୁ ସତର୍କ କରାଇ ଦେଇଛି। ଭାରତ ଏହି ଆହ୍ବାନକୁ ଗ୍ରହଣ କରିଛି ଏବଂ ଦେଶର ପ୍ରୟାସ କୋଭିଡ ଚିକିତ୍ସା ଓ ଯତ୍ନ ଲାଗି ବ୍ୟବହୃତ ହେଉଥିବା ପିପିଇ କିଟ୍ସ, ଟେଷ୍ଟିଂ ଓ ଅନ୍ୟ ଚିକିତ୍ସା ଭିତ୍ତିଭୂମିର ସ୍ଥିତିରୁ ପ୍ରମାଣିତ ହୋଇଛି। ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ ଦୂରବର୍ତ୍ତୀ ଇଲାକାରେ ଥିବା ଡାକ୍ତରଖାନାଗୁଡ଼ିକୁ ଭେଣ୍ଟିଲେଟର ଓ ଅକ୍ସିଜେନ କନସେଣ୍ଟ୍ରେଟର ଯୋଗାଇ ଦିଆଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ 1500ରୁ ଅଧିକ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଏ ସମସ୍ତ ପ୍ରୟାସ ମଧ୍ୟରେ, ଦକ୍ଷ ମାନବ ସମ୍ବଳ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଏବଂ କରୋନା ଯୋଦ୍ଧାମାନଙ୍କର ବର୍ତ୍ତମାନର ସାମର୍ଥ୍ୟକୁ ବଢ଼ାଇବା ଲାଗି ଏକ ଲକ୍ଷରୁ ଊର୍ଦ୍ଧ୍ବ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଶିକ୍ଷଣ ଦୁଇରୁ ତିନି ମାସ ମଧ୍ୟରେ ଶେଷ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଆଜିଠାରୁ ଆରମ୍ଭ ହୋଇଥିବା 6ଟି ପ୍ରଶିକ୍ଷଣ କୋର୍ସ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଦାବି ମୁତାବକ ଦେଶର ଶୀର୍ଷ ବିଶେଷଜ୍ଞମାନେ ଡିଜାଇନ୍ କରିଛନ୍ତି। ଛଅଟି ଅନୁକୂଳ କର୍ତ୍ତବ୍ୟ ଭୂମିକା ଯଥା ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଜରୁରିକାଳୀନ ଚିକିତ୍ସା ସହାୟତା, ନମୁନା ସଂଗ୍ରହ ସହାୟତା ଏବଂ ଚିକିତ୍ସା ସରଞ୍ଜାମ ପରିଚାଳନା ସହାୟତା ନିମନ୍ତେ ଏହି ପ୍ରଶିକ୍ଷଣ ଦିଆଯିବ। ଏଥିରେ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯିବ ଏବଂ ଏପରି କାର୍ଯ୍ୟରେ ପୂର୍ବରୁ କିଛି ପ୍ରଶିକ୍ଷଣ ପାଇଥିବା ଯୋଦ୍ଧାମାନଙ୍କୁ ଅତିରିକ୍ତ ପ୍ରଶିକ୍ଷଣ ମିଳିପାରିବ। ସ୍ବାସ୍ଥ୍ୟ କ୍ଷେତ୍ରରେ ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ଅଭିଯାନ ଏକ ନୂତନ ଉତ୍ସାହ ପ୍ରଦାନ କରିବ ଏବଂ ଆମର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ସମୟ କୌଶଳ, ପୁନଃକୌଶଳ ଓ ଅତିରିକ୍ତ କୌଶଳ ହାସଲର ଗୁରୁତ୍ବକୁ ପ୍ରମାଣିତ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ପ୍ରଥମ ଥର ପାଇଁ ସ୍କିଲ ଇଣ୍ଡିଆ ମିଶନ ଦେଶରେ ଭିନ୍ନ ଭାବେ ଆରମ୍ଭ ହୋଇଥିଲା, ଏକ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆରମ୍ଭ କରାଯାଇଥିଲା ଏବଂ ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଆଜି ସ୍କିଲ୍ ଇଣ୍ଡିଆ ମିଶନ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ସମୟର ଆବଶ୍ୟକତା ଅନୁଯାୟୀ ପ୍ରଶିକ୍ଷଣ ପ୍ରଦାନ କରୁଛି। ଗତବର୍ଷ ଠାରୁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଲକ୍ଷ ଲକ୍ଷ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମହାମାରୀ ମଧ୍ୟରେ ପ୍ରଶିକ୍ଷଣ ଦିଆଯାଇସାରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଜନସଂଖ୍ୟାର ଆକାରକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ବିଗତ ସାତ ବର୍ଷ ଧରି ଏ ଦିଗରେ ଲକ୍ଷ୍ୟବଦ୍ଧ ପ୍ରୟାସ କରାଯାଇଛି। ନୂଆ ଏମ୍ସ, ନୂଆ ମେଡ଼ିକାଲ କଲେଜ ଓ ନୂଆ ନର୍ସିଂ କଲେଜ ଖୋଲାଯାଇଛି। ସେହିପରି ଡାକ୍ତରୀ ଶିକ୍ଷା ଏବଂ ତତସଂକ୍ରାନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂସ୍କାରକୁ ପ୍ରୋତ୍ସାହନ ଦିଆଯାଉଛି। ଯେଉଁ ଗମ୍ଭୀରତା ଓ ଗତିରେ ସ୍ବାସ୍ଥ୍ୟ ପେସାଦାରମାନଙ୍କୁ ପ୍ରସ୍ତୁତ କରିବାର ଗତି ଜାରି ରହିଛି ତାହା ଅଭୂତପୂର୍ବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ନିୟୋଜିତ ଆଶା, ଏଏନଏମ, ଅଙ୍ଗନଓ୍ବାଡ଼ି ଓ ସ୍ବାସ୍ଥ୍ୟ କର୍ମୀମାନେ ଆମ ସ୍ବାସ୍ଥ୍ୟ କ୍ଷେତ୍ରର ଦୃଢ଼ ସ୍ତମ୍ଭ ଏବଂ ସେମାନଙ୍କୁ ସାଧାରଣତଃ ଆଲୋଚନା ପରିସରକୁ ଅଣାଯାଏ ନାହିଁ। ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନରେ ସହାୟତା କରିବା ଲାଗି ସଂକ୍ରମଣ ନିରାକରଣ କରିବା ଦିଗରେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ପ୍ରତ୍ୟେକ ଓ ସମସ୍ତ ଦେଶବାସୀଙ୍କ ସୁରକ୍ଷା ପାଇଁ ସମସ୍ତ ବାଧାବିଘ୍ନ ସତ୍ତ୍ବେ କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିଥିଲେ। ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳ, ପାର୍ବତ୍ୟ ଓ ଆଦିବାସୀ ଅଞ୍ଚଳରେ ସଂକ୍ରମଣ ପ୍ରତିହତ କରିବା ଲାଗି ସେମାନେ ବହୁତ ବଡ଼ ଭୂମିକା ଗ୍ରହଣ କରିଛନ୍ତି।

21 ଜୁନ୍ ଠାରୁ ଆରମ୍ଭ ହେବାକୁ ଯାଉଥିବା ଅଭିଯାନ ସଂକ୍ରାନ୍ତରେ ବହୁ ମାର୍ଗଦର୍ଶିକା ଜାରି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜୁନ 21 ତାରିଖ ପରେ 45 ବର୍ଷରୁ କମ ବୟସ୍କ ଲୋକମାନଙ୍କୁ 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକମାନଙ୍କ ଭଳି ଟିକାକରଣ ସୁବିଧା ଯୋଗାଇ ଦିଆଯିବ। କରୋନା ନିୟମ ପାଳନ ସହିତ ପ୍ରତ୍ୟେକ ନାଗରିକଙ୍କୁ ମାଗଣାରେ ଟିକା ଦାନ କରିବା ପ୍ରତି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ।

ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଦେବା ସହିତ ଆଶା ବ୍ୟକ୍ତ କରିଥିଲେ ଯେ ସେମାନଙ୍କର ଏହି ନୂଆ କୌଶଳ ଦେଶବାସୀଙ୍କ ଜୀବନ ରକ୍ଷା କ୍ଷେତ୍ରରେ ବିନିଯୋଗ ହୋଇପାରିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One App For 2,400-Plus Government Services: How UMANG Is Changing Access In India

Media Coverage

One App For 2,400-Plus Government Services: How UMANG Is Changing Access In India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister witnesses Surya Tilak at Shri Ram Janmabhoomi Mandir
March 27, 2026

The Prime Minister, Shri Narendra Modi, today, witnessed Surya Tilak at the Shri Ram Janmabhoomi Mandir, Ayodhya. “May the blessings of Prabhu Shri Ram always remain upon us”, Shri Modi stated.

Shri Modi posted on X:

“Earlier today, witnessed the Surya Tilak that took place at the Shri Ram Janmabhoomi Mandir, Ayodhya. May the blessings of Prabhu Shri Ram always remain upon us.”