ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ମାନ୍ୟବର ଲୋକସଭା ବାଚସ୍ପତି ନିନ୍ଦା କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଶ୍ରୀ ମୋଦୀ ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି:

“ମୁଁ ଖୁସି ଯେ ମାନ୍ୟବର ବାଚସ୍ପତି ଜରୁରୀକାଳୀନ ସ୍ଥିତିକୁ ଦୃଢ଼ତାର ସହ ନିନ୍ଦା କରିଛନ୍ତି, ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ଗୁରୁତ୍ୱ ଦେଇଛନ୍ତି ଏବଂ କିପରି ଗଣତନ୍ତ୍ରକୁ ଦଳିମକଚି ଦିଆଯାଇଥିଲା ତାହା ଉଲ୍ଲେଖ କରିଛନ୍ତି । ସେ ସମୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସମ୍ମାନରେ ନିରବତାର ସହ ଦଣ୍ଡାୟମାନ ହେବା ମଧ୍ୟ ଏଭ ଅଦ୍ଭୁତ ଭାବନା ଆଣିଛି ।

ଜରୁରୀକାଳୀନ ସ୍ଥିତି ଆଜିକୁ ୫୦ ବର୍ଷ ତଳେ ଲାଗୁ ହୋଇଥିଲା, କିନ୍ତୁ ଆଜିର ଯୁବପିଢ଼ି ଏ ସମ୍ପର୍କରେ ଜାଣିବା ଜରୁରୀ, କାରଣ ସମ୍ବିଧାନକୁ ଦଳିମକଚି ଦେଲେ, ଜନସାଧାରଣଙ୍କ ମତକୁ ଚାପିଦିଆଗଲେ, ସଂସ୍ଥାଗତ ଢାଞ୍ଚାକୁ ନଷ୍ଟ କରିଦିଆଗଲେ କ’ଣ ହୁଏ ଏହା ତାହାର ଉପଯୁକ୍ତ ଉଦାହରଣ । ଏକଛତ୍ରବାଦ କ’ଣ ତାହା ଜରୁରୀକାଳୀନ ସ୍ଥିତି ସମୟରେ ହୋଇଥିବା ଘଟଣାରୁ ଜଣାପଡ଼େ” ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi