ଭାରତର ଇଲେକ୍ଟ୍ରୋନିକ୍ସ ରପ୍ତାନି ଶୀର୍ଷ ୩ଟି ସ୍ଥାନ ମଧ୍ୟରେ ସାମିଲ

ଇଲେକ୍ଟ୍ରୋନିକ୍ସ ରପ୍ତାନି ଭାରତର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ରପ୍ତାନି ବିଶ୍ୱସ୍ତରରେ ଶୀର୍ଷ ୩ଟି ସ୍ଥାନ ମଧ୍ୟରେ ପହଞ୍ଚଛି । ଅଭିନବ ଯୁବ ଶକ୍ତିଙ୍କୁ ଶ୍ରୀ ମୋଦୀ ଏହାର ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ଏକ ଗତି ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନାପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନ ବୈଷ୍ଣବ ଏକ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ଯେ, ଭାରତର ଇଲେକ୍ଟ୍ରୋନିକ୍ସ ରପ୍ତାନି ବର୍ତ୍ତମାନ ଶ୍ରେଷ୍ଠ ୩ ମଧ୍ୟରେ ରହିଛି । ସେ ମଧ୍ୟ ବିଜିନେସ୍ ଷ୍ଟାଣ୍ଡାର୍ଡ ଖବରକାଗଜର ଏକ ସମ୍ବାଦ ଅଂଶକୁ ଶେୟାର କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ଭାରତରୁ ଆପଲ୍ ଆଇଫୋନ୍ ରପ୍ତାନିରେ ହୋଇଥିବା ଅଭିବୃଦ୍ଧି ଯୋଗୁଁ ଇଲେକ୍ଟ୍ରୋନିକ୍ସ ରପ୍ତାନି ରତ୍ନ ଅଳଙ୍କାରକୁ ପଛରେ ପକାଇ ୨୦୨୪-୨୫ (ଆର୍ôଥକ ବର୍ଷ ୨୫)ର ଏପ୍ରିଲ-ଜୁନ୍ ତ୍ରୟମାସିକ (୧ମ ତ୍ରୟମାସିକ) ଶେଷ ସୁଦ୍ଧା ଭାରତର ଶ୍ରେଷ୍ଠ ୧୦ ରପ୍ତାନି ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଛି ।

କେନ୍ଦ୍ର ମନ୍ତ୍ରୀଙ୍କର ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

“ଏହା ବାସ୍ତବରେ ଏକ ବଡ ଆନନ୍ଦର ବିଷୟ । ଇଲେକ୍ଟ୍ରୋନିକ୍ସରେ ଭାରତର ପ୍ରବୃତ୍ତି ଆମର ଯୁବ ଶକ୍ତି ଦ୍ୱାରା ପରିଚାଳିତ। ସଂସ୍କାର ଉପରେ ଆମର ଗୁରୁତ୍ୱ ଏବଂ ମେକଇନ୍‌ଇଣ୍ଡିଆକୁ ବୃଦ୍ଧି କରିବା ମଧ୍ୟ ଏକ ପ୍ରମାଣ ।

ଭବିଷ୍ୟତରେ ଏହି ଗତି ଜାରି ରଖିବାକୁ ଭାରତ ପ୍ରତିବଦ୍ଧ ରହିଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen