ନିଜର ମନ୍ କୀ ବାତ୍ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କୋଭିଡ-19 ସଙ୍କଟ ସମୟରେ ଦେଶର କୃଷକମାନେ ଅସାଧାରଣ ସହନଶୀଳତାର ପ୍ରଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି କୃଷି କ୍ଷେତ୍ର ସୁଦୃଢ଼ ରହିବ ତା’ହେଲେ ଆତ୍ମନିର୍ଭର ଭାରତର ମୂଳଦୁଆ ସୁଦୃଢ଼ ହେବ। ସେ ଉଲ୍ଲେଖ କରିଥିଲେ ଯେ ନିକଟ ଅତୀତରେ ଏହି କ୍ଷେତ୍ର ବହୁ କଟକଣାରୁ ମୁକ୍ତ ହୋଇଛି ଏବଂ ଅନେକ ଭ୍ରାନ୍ତ ଧାରଣାରୁ ବାହାରିବା ଲାଗି ଚେଷ୍ଟା କରିଛି। ସେ ହରିୟାଣାର ଜଣେ କୃଷକ ଶ୍ରୀ କନୱର ଚୌହାନଙ୍କ ଉଦାହରଣ ଦେଇଥିଲେ, ଯିଏକି ନିଜର ଉତ୍ପାଦିତ ଫଳ ଓ ପରିବାକୁ ମଣ୍ଡି ବାହାରେ ବିକ୍ରି କରିବା ଲାଗି ନାନା ଅସୁବିଧା ଭୋଗୁଥିଲେ। ମାତ୍ର 2014ରେ ଫଳ ଓ ପନପରିବାକୁ ଏପିଏମସି ଆଇନରୁ ବାଦ ଦିଆଯିବା ପରେ ସେ ବିଶେଷ ଲାଭବାନ ହୋଇଥିଲେ। ସେ ଏକ କୃଷି ଉତ୍ପାଦକ ସଂଗଠନ ଗଠନ କରିଛନ୍ତି। ଏବେ ସେ ଓ ତାଙ୍କ ଗ୍ରାମର କୃଷକମାନେ ସେମାନଙ୍କ ଉତ୍ପାଦିତ ମକା ଓ ମିଠାମକା ସିଧାସଳଖ ଦିଲ୍ଲୀର ଆଜାଦପୁର ମଣ୍ଡିକୁ ଯୋଗାଣ କରୁଛନ୍ତି। ସେଠାରକୁ ବଡ଼ ରିଟେଲ ବ୍ୟବସାୟୀ ଓ ପଞ୍ଚତାରକା ହୋଟେଲ ସେମାନଙ୍କ ଉତ୍ପାଦ କ୍ରୟ କରିବା ଫଳରେ ସେମାନେ ବହୁ ପରିମାଣରେ ଲାଭ ପାଇପାରୁଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଏହି କୃଷକମାନଙ୍କ ନିକଟରେ ଯେକୌଣସି ସ୍ଥାନରେ ଏବଂ ଯାହାକୁ ଚାହିଁବେ ସେମାନଙ୍କର ପରିବା ଓ ଫଳ ବିକ୍ରି କରିବାର କ୍ଷମତା ରହିଛି। ଏହା ସେମାନଙ୍କର ପ୍ରଗତୀର ଅଧାର ସାଜିଛି। ବର୍ତ୍ତମାନ ଏହି କ୍ଷମତା ସାରା ଦେଶର ସମସ୍ତ କୃଷକମାନଙ୍କ ପାଇଁ, ସମସ୍ତ କୃଷି ଉତ୍ପାଦର ବିକ୍ରି ଲାଗି ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର କୃଷି ଉତ୍ପାଦକ ସଂଗଠନ ଶ୍ରୀ ସ୍ୱାମୀ ସମର୍ଥ କୃଷି ଉତ୍ପାଦ କମ୍ପାନୀ ଲିଃର ଉଦାହରଣ ଦେଇଥିଲେ ଏବଂ ଏପିଏମସିର ପରିଧିରୁ ଫଳ ଓ ପନିପରିବାଗୁଡ଼ିକୁ ବାଦ ଦିଆଯିବ କାରଣରୁ କୃଷକମାନେ ପାଉଥିବା ଲାଭ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପୁଣେ ଓ ମୁମ୍ବାଇରେ କୃଷକ ନିଜେ ସାପ୍ତାହିକ ବଜାର ଚଳାଉଛନ୍ତି ଏବଂ ଦଲାଲଙ୍କ ବିନା ନିଜ ଉତ୍ପାଦ ସିଧାସଳଖ ବିକ୍ରି କରିପାରୁଛନ୍ତି। ସେ କୃଷକମାନଙ୍କର ଏକ ଗୋଷ୍ଠୀ-ତାମିଲନାଡ଼ୁ ବନାନା ଫାର୍ମର ପ୍ରଡ୍ୟୁସ କମ୍ପାନୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଏହି କମ୍ପାନୀ ଲକଡାଉନ ସମୟରେ ନିକଟସ୍ଥ ଗ୍ରାମଗୁଡ଼ିକରୁ ଶତାଧିକ ମେଟ୍ରିକ ଟନ ପରିବା, ଫଳ ଏବଂ କଦଳୀ କିଣିଥିଲା ଏବଂ ଚେନ୍ନାଇରେ ଏଗୁଡ଼ିକୁ ପରିବା କମ୍ବୋ କିଟ ଆକାରରେ ବିକ୍ରି କରିଥିଲା। ସେ ଲକ୍ଷ୍ନୌର ‘ଇରାଦା ଫାର୍ମର ପ୍ରଡ୍ୟୁସର’ ଗ୍ରୁପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଏହି ସଂଗଠନ ଲକଡାଉନ ସମୟରେ କୃଷକମାନଙ୍କ କ୍ଷେତରୁ ସିଧାସଳଖ ଫଳ ଓ ପନିପରିବା କିଣିଥିଲା ଓ ଦଲାଲଙ୍କ ଠାରୁ ମୁକ୍ତ ହୋଇ ସିଧାସଳଖ ଲକ୍ଷ୍ନୌର ବଜାରରେ ଏଗୁଡ଼ିକୁ ବିକ୍ରି କରିଥିଲା।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ନବୋନ୍ମେଷ ଓ ନୂଆ ଜ୍ଞାନକୌଶଳର ଅନୁପ୍ରୟୋଗ ମାଧ୍ୟମରେ କୃଷି କ୍ଷେତ୍ରର ବିକାଶ ହେବ। ସେ ଗୁଜରାଟର ଜଣେ କୃଷକ ଇସମାଇଲ ଭାଇଙ୍କ ଉଦାହରଣ ଦେଇଥିଲେ, ଯିଏକି ନିଜ ପରିବାର ଠାରୁ ସମର୍ଥନ ନମିଳିଲେ ମଧ୍ୟ ଚାଷ କରିଥିଲେ। ସେ ଡ୍ରିପ ଜଳସେଚନ ଜ୍ଞାନକୌଶଳର ଉପଯୋଗ କରି ଆଳୁ ଚାଷ କରିଥିଲେ। ଉଚ୍ଚଗୁଣବତ୍ତା ବିଶିଷ୍ଟ ଆଳୁ ତାଙ୍କର ପରିଚୟ ପାଲଟିଗଲା। ଯାହାକୁ ସେ ଦଲାଲାଙ୍କ ବିନା ବଡ଼ କମ୍ପାନୀଗୁଡ଼ିକୁ ସିଧାସଳଖ ବିକ୍ରି କରି ଲାଭ ପାଇପାରୁଛନ୍ତି। ପ୍ରଧାନମନ୍ତ୍ରୀ ମଣିପୁରରର ସୁଶ୍ରୀ ବିଜୟ ଶାନ୍ତିଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ ପଦ୍ମ ନାଡ଼ରୁ ସୂତା ବିକଶିତ କରିବା ଲାଗି ଏକ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ପ୍ରୟାସ ଓ ନବୋନ୍ମେଷ କାରଣରୁ ପଦ୍ମ ଚାଷ ଏବଂ କପଡ଼ା କ୍ଷେତ୍ରରେ ନୂଆ ଅବସର ସୃଷ୍ଟି ହୋଇଛି।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Macron To Busch, What European Leaders' Big Presence At AI Impact Summit 2026 Means For India

Media Coverage

From Macron To Busch, What European Leaders' Big Presence At AI Impact Summit 2026 Means For India
NM on the go

Nm on the go

Always be the first to hear from the PM. Get the App Now!
...
PM greets the people of Arunachal Pradesh on the occasion of their Statehood Day
February 20, 2026

Prime Ministed Shri Narendra Modi greeted the people of Arunachal Pradesh on the occasion of their Statehood Day today.

PM lauded Arunachal Pradesh as a shining example of harmony between tradition and nature. He noted that its spirited and industrious citizens play a vital role in strengthening the nation’s progress.

In a post on X, Shri Modi said:

“Warm wishes to the people of Arunachal Pradesh on the occasion of their Statehood Day.

Blessed with majestic landscapes and an extraordinary cultural diversity, Arunachal Pradesh stands as a shining example of harmony between tradition and nature. Its spirited and industrious citizens play a vital role in strengthening the nation’s progress. At the same time, the state’s diverse tribal ethos adds immense richness to our nation.

May the state continue to scale new heights of development in the times to come.”