ଉଭୟ ୟୁରିଆ ଓ ନାନୋ ୟୁରିଆ ବ୍ୟବହାର କରି ସାରର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବାକୁ ମୁଁ ଦେଶର କୃଷକ ମାନଙ୍କୁ ଅନୁରୋଧ କରୁଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ ।

୧୦୨ ବର୍ଷ ପୁରୁଣା ସମବାୟ ଗୋଷ୍ଠୀର ଆନ୍ଧ୍ରପ୍ରଦେଶ ସଦସ୍ୟ ନନ୍ଦୟାଲାର ସଇଦ ଖ୍ୱାଜା ମଇଉଦ୍ଦିନ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ତ୍ତମାନର ସରକାରଙ୍କ ପଦକ୍ଷେପ ପରେ ନାବାର୍ଡ ଏହି ଗ୍ରୁପକୁ କୃଷି ଭିତ୍ତିଭୂମି ଯୋଜନା ଅଧୀନରେ ଷ୍ଟୋରେଜ୍ ପାଇଁ ତିନି କୋଟି ଟଙ୍କାର ଋଣ ପ୍ରଦାନ କରିଛି । ଏହା ଦ୍ୱାରା ଗ୍ରୁପ୍ ପାଞ୍ଚଟି ଗୋଦାମ ନିର୍ମାଣ କରିବାରେ ସକ୍ଷମ ହୋଇଥିଲା । ଯେଉଁ କୃଷକମାନେ ନିଜର ଶସ୍ୟ ଗଚ୍ଛିତ କରି ରଖିଥାନ୍ତି , ସେମାନେ ଇଲେକ୍ଟ୍ରୋନିକ୍ ଗୋଦାମ ରସିଦ ପାଇଥାନ୍ତି ଯାହା ଦ୍ୱାରା ସେମାନେ ବ୍ୟାଙ୍କରୁ କମ୍ ସୁଧରେ ଋଣ ପାଇ ପାରିବେ ।

ବହୁମୁଖୀ ସୁବିଧା କେନ୍ଦ୍ର କୃଷକ ମାନଙ୍କୁ ଇ - ମଣ୍ଡି ଏବଂ ଇ - ନାମ ସହିତ ସଂଯୋଗ କରେ ଯାହା କୃଷକ ମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ସର୍ବୋତ୍ତମ ମୂଲ୍ୟ ସୁନିଶ୍ଚିତ କରେ । ଏହା ଦ୍ୱାରା ଦଲାଲ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଥାଏ ବୋଲି ସେ କହିଛନ୍ତି । ମହିଳା କୃଷକ ଓ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ମିଶାଇ ତାଙ୍କ ଦଳରେ ୫୬୦୦ ଜଣ କୃଷକ ରହିଛନ୍ତି ।

୧୦୦ ବର୍ଷରୁ ଅଧିକ ସମୟ ଧରି ଏକ ଗୋଷ୍ଠୀ ଚଳାଉଥିବାରୁ ପ୍ରଧାନମନ୍ତ୍ରୀ ସ୍ଥାନୀୟ କୃଷକମାନଙ୍କ ମନୋବଳକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ , ସ୍ଥାନୀୟ କୃଷକମାନେ ସମବାୟ ବ୍ୟାଙ୍କ ଏବଂ ରେଜିଷ୍ଟ୍ରାର ଏବଂ ଷ୍ଟୋରେଜ୍ ମାଧ୍ୟମରେ କୃଷି ଭିତ୍ତିଭୂମି ପାଣ୍ଠି ବିଷୟରେ ଜାଣିବାକୁ ପାଇଥିଲେ,  ଯାହା କ୍ଷୁଦ୍ର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ସର୍ବୋତ୍ତମ  ମୂଲ୍ୟ ପ୍ରଦାନ କରିବାରେ ସକ୍ଷମ କରିଛି । ଉଦ୍ୟୋଗୀ ସୂଚନା ଦେଇଛନ୍ତି ଯେ ଗତ ୧୦ ବର୍ଷର ପଦକ୍ଷେପ ପ୍ରକୃତରେ ତାଙ୍କ କାର୍ଯ୍ୟରେ ପରିବର୍ତ୍ତନ ଆଣିଛି , କାରଣ ସେ ଏକ କିଷାନ ସମୃଦ୍ଧି କେନ୍ଦ୍ର ମଧ୍ୟ ଚଳାଉଛନ୍ତି, ସେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଅନେକ ସୁବିଧା ଯଥା କିଷାନ କ୍ରେଡିଟ୍ କାର୍ଡ ଏବଂ ଏଫପିଓ ମାଧ୍ୟମରେ ମୂଲ୍ୟ ସଂଯୋଜନ ପ୍ରଦାନ କରୁଛନ୍ତି ।

ପ୍ରାକୃତିକ ଚାଷର ଧାରା ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷକ ମାନଙ୍କୁ ସାର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ କହିଥିଲେ କାରଣ ଅନେକ ଲୋକ ୟୁରିଆ ବ୍ୟବହାରରେ ନାନୋ ୟୁରିଆ ମିଶାଉଛନ୍ତି । କୃଷକମାନଙ୍କ ମଧ୍ୟରେ ନିରନ୍ତର ସଚେତନତା ସୃଷ୍ଟି କରାଯାଉଛି ଏବଂ ସାର ବ୍ୟବହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ମୃତ୍ତିକା ପରୀକ୍ଷା ମଧ୍ୟ ଚାଲିଛି ଏବଂ କୃଷକ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ମୁଁ ଦେଶର କୃଷକମାନଙ୍କୁ ଅନୁରୋଧ କରୁଛି , ଯେ ଉଭୟ ୟୁରିଆ ଏବଂ ନାନୋ ୟୁରିଆ ବ୍ୟବହାର କରନ୍ତୁ ନାହିଁ , ଯେଉଁଠାରେ ଉପଲବ୍ଧ ଅଛି ସେଠାରେ ନାନୋ ୟୁରିଆ ବ୍ୟବହାର କରନ୍ତୁ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ,  ଯେତେବେଳେ ସରକାର  'ସବକା ସାଥ, ସବକା ବିକାଶ' ର ଭାବନା ନେଇ କାମ କରନ୍ତି, ସେତେବେଳେ ଅନ୍ତିମ ବ୍ୟକ୍ତିଙ୍କ ପାଖରେ ସବୁ ଯୋଜନା ପହଞ୍ଚିଥାଏ । ଏହା ପରେ ବି ଯଦି କେହି ଏଥିରୁ ବାଦ୍ ପଡି ଯାଆନ୍ତି, 'ମୋଦି କି ଗ୍ୟାରେଣ୍ଟି କି ଗାଡ଼ି' ତାହାକୁ ପରିସରଭୁକ୍ତ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏସି ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସରକାର ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ୨ ଲକ୍ଷ ଷ୍ଟୋରେଜ୍ ୟୁନିଟ୍ ସୃଷ୍ଟି କରିବାକୁ ତାଙ୍କର ଯୋଜନା ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India