India believes in the philosophy of ‘Vasudhaiva Kutumbakam’ – that the entire world is one family, says PM Modi at Islamic Heritage Conference
Every Indian is proud of the rich diversity the country has: PM Modi
Indian democracy is a celebration of our age old plurality: PM Narendra Modi
In India, we believe in taking everyone together in the journey towards development: PM Modi

ମହାମାନ୍ୟ ଜୋର୍ଡାନ ନରେଶ ଜନାବ ଅବଦୁଲା ଇବନ ଅଲ ହୁସେନ ମହୋଦୟ,

ମହାମହିମ,

ଏଠାରେ ଉପସ୍ଥିତ ଧାର୍ମିକ ବିଦ୍ୱାନ ଏବଂ ତୁଙ୍ଗ ନେତୃମଣ୍ଡଳୀ,

ସମ୍ମାନନୀୟ ଅତିଥିବୃନ୍ଦ,

ମୋ ପାଇଁ ଏହା ବହୁତ ଖୁସୀ ଏବଂ ଗର୍ବର କଥା କି ଆଜି, ଜୋର୍ଡାନ ରାଜା, ଭାରତର କିଛି ବଛାବଛା ଧାର୍ମିକ ବିଦ୍ୱାନ ଆଉ ନେତାଗଣଙ୍କ ଏହି ସମୂହ ମଧ୍ୟରେ ଉପସ୍ଥିତ ଅଛନ୍ତି ।

ଆପଣଙ୍କ ବିଷୟରେ କିଛି କହିବା ଶବ୍ଦର ପରିସର ବାହାରେ । ଇସଲାମ୍‌କୁ ପ୍ରକୃତ ପରିଚୟ ଦେବାରେ ଆପଣମାନଙ୍କର ଭୂମିକା ସଂପର୍କରେ ମଧ୍ୟ ବର୍ଣ୍ଣନା କରାଯାଇ ନ ପାରେ, ତାକୁ କେବଳ ଅନୁଭବ କରାଯାଇ ପାରେ ।

ମହାମାନ୍ୟ, ଯୁବରାଜ ଗାଜିଙ୍କ ଯେଉଁ ପୁସ୍ତକ ବିଷୟରେ ଏବେ ଆଲୋଚନା କରାଗଲା, ତାହା ମଧ୍ୟ ଜୋର୍ଡାନରେ ଆପଣଙ୍କ ସାମ୍ରାଜ୍ୟରେ ହୋଇଥିବା ପ୍ରୟାସର ହେଉଛି ପରିଣାମ ।

ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି କି ଜିଜ୍ଞାସୁମାନଙ୍କୁ ଇସଲାମ୍‌କୁ ବୁଝିବାରେ ଏହା ବଡ଼ ସାହାଯ୍ୟ କରିବ ଏବଂ ତାହାକୁ ସାରା ଦୁନିଆର ଯୁବକ ପଢିବେ ।

ଯେଭଳି ସହଜରେ, ଯେଭଳି ସରଳରେ ଏବଂ ସାବଲୀଳ ଭାବରେ ଆପଣ ଏହି ସମାରୋହକୁ ଆସିବା ପାଇଁ ମୋ ଅନୁରୋଧକୁ ଗ୍ରହଣ କଲେ, ସେଥିରେ ଭାରତ ପ୍ରତି ଏବଂ ଏଠାକାର ଲୋକଙ୍କ ପ୍ରତି ଆପଣଙ୍କର ବହୁତ ଆକର୍ଷଣର ଝଲକ୍‌ ପରିସ୍କାର ଦେଖିବାକୁ ମିଳୁଛି ।

ମହାମାନ୍ୟ,

ଆପଣଙ୍କ ଜନ୍ମଭୂମୀ ଆଉ ଆମର ବନ୍ଧୁ ଦେଶ ଜୋର୍ଡାନ ଇତିହାସର ଗ୍ରନ୍ଥରେ ଏବଂ ଧର୍ମ ଗ୍ରନ୍ଥରେ ହେଉଛି ଏକ ଅଲିଭା ନାମ ।

ଜୋର୍ଡାନ ଏପରି ଏକ ପବିତ୍ର ଭୂମିରେ ସୃଷ୍ଟି ଯେଉଁଠାରୁ ଭଗବାନଙ୍କ ସନ୍ଦେଶ ପୈଗମ୍ବର ଏବଂ ସନ୍ଥଙ୍କ ସ୍ୱର ହୋଇ ସାରା ଦୁନିଆରେ  ଗୁଂଜରିତ ହେଲା ।

ମହାମାନ୍ୟ,

ଆପଣ ସ୍ୱୟଂ ହେଉଛନ୍ତି ଜଣେ ବିଦ୍ୱାନ ଏବଂ ଭାରତ ସହିତ ଭଲ ଭାବେ ପରିଚିତ । ଆପଣ ଭଲ ଭାବରେ ଜାଣିଛନ୍ତି କି ଦୁନିଆର ସମସ୍ତ ବଡ଼ ଧର୍ମ ଭାରତରୁ ଜନ୍ମ ନେଇ ବିକାଶ ଳାଭ କରିଛି ।

ସାରା ଦୁନିଆର ଧର୍ମ ଓ ମତବାଦ ଭାରତ ମାଟିରୁ ଜନ୍ମ ନେଇଛି । ଏଠାକାର ପାଣି ପବନରେ ସେମାନେ ଜୀବନ୍ୟାସ ପାଇଛନ୍ତି, ନିଶ୍ୱାସ ପ୍ରଶ୍ୱାସ ନେଇଛନ୍ତି ।

ସେ ଅଢେଇ ହଜାର ବର୍ଷ ପୂର୍ବ ଭଗବାନ ବୁଦ୍ଧ ହୁଅନ୍ତୁ ଅବା ବିଗତ ଶତାବ୍ଦୀ ରେ ମହାତ୍ମା ଗାନ୍ଧୀ ।

ଶାନ୍ତି ଏବଂ ପ୍ରେମ ବାର୍ତ୍ତାର ସୁଗନ୍ଧ ଭାରତ ଭୂଇଁରୁ ସାରା ଦୁନିଆକୁ ସଂପ୍ରସାରିତ ହୋଇଛି । ଏଠାକାର ସନ୍ଦେଶର ଆଲୋକ ଶତାବ୍ଦୀ ଶତାବ୍ଦୀ ଧରି ଆମକୁ ସଠିକ୍ ମାର୍ଗ ଦେଖାଇଛି ।

ଏହି ସନ୍ଦେଶର ଶୀତଳତା କ୍ଷତ ସ୍ଥାନରେ ମଲମ ଲଗାଇଛି । ଦର୍ଶନ ଏବଂ ଶାନ୍ତିର କଥା ଛାଡନ୍ତୁ । ଭାରତର ଜନମାନସରେ ମଧ୍ୟ ଏହି ବିଶ୍ୱାସ ଭରି ରହିଛି କି ସମସ୍ତଙ୍କ ପାଖରେ ସେହି ଗୋଟିଏ ଆଲୋକ ରହିଛି । ପ୍ରତ୍ୟେକଙ୍କ ପାଖରେ ଗୋଟିଏ ଆଲୋକର ଝଲକ ରହିଛି ।

ମହାମାନ୍ୟ,

ଭାରତର ଏହି ରାଜଧାନୀ, ପୁରାତନ ମାନ୍ୟତାରେ ହେଉଛି ଇନ୍ଦ୍ରପ୍ରସ୍ଥ । ଏହା ମଧ୍ୟ ହେଉଛି ସୁଫିୟାନା କଲାମର ଜନ୍ମଭୂମି ।

ଜଣେ ବହୁତ ପ୍ରସିଦ୍ଧ ସୁଫି ସନ୍ଥ ହଜରତ ନିଜାମୁଦ୍ଦିନ ଔଲିୟା, ଯାହାଙ୍କ ବିଷୟରେ କିଛି ସମୟ ପୂର୍ବରୁ ଆଲୋଚନା କରାଯାଉଥିଲା, ତାଙ୍କର ଦରଘା ଏଠାରୁ କିଛି ଦୂରରେ ଅଛି । ଦିଲ୍ଳୀର ନାମ ‘ଦେହଲିଜ୍’ ଶବ୍ଦରୁ ଉତ୍ପତ୍ତି ହୋଇଛି ।

ଗଙ୍ଗା-ଯମୁନାର ଦୁଇଭାଗରେ ଥିବା ଏହି ଭୂମି ଭାରତ, ଗଙ୍ଗା ଯମୁନା ସଂସ୍କୃତିର ମିଳତ ପ୍ରବେଶ ପଥ । ଏଠାରୁ ଭାରତର ପ୍ରାଚୀନ ଦର୍ଶନ ଆଉ ସୁଫିମାନଙ୍କର ପ୍ରେମ ଏବଂ ମାନବତାର ସମ୍ମିଳିତ ପରମ୍ପରା ମାନବସମାଜକୁ ମୌଳିକ ଏକତାର ସନ୍ଦେଶ ଦେଇଛି ।

ମାନବତାର ଏକାତ୍ମତା – ଏହି ଭାବନା ଭାରତକୁ ‘ବସୁଧୈବ କୁଟୁମ୍ବକମ୍’ର ଦର୍ଶନ ଦେଇଛି । ଅର୍ଥାତ ଭାରତ ଏବଂ ଭାରତୀୟମାନେ ସମଗ୍ର ଦୁନିଆକୁ ଗୋଟିଏ ପରିବାର ଭାବି ସେଥିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ସାଂସ୍କୃତିକ ଏବଂ ସାମାଜିକ ବିବିଧତା ଏବଂ ବହୁଳତା, ଆଉ ଆମ ଦୃଷ୍ଟିଭଙ୍ଗୀରେ ଉନ୍ମୁକ୍ତ ଭାବ ଏହା ହେଉଛି ଭାରତର ପରିଚୟ । ଭାରତର ସ୍ୱତନ୍ତ୍ରତା । ପ୍ରତ୍ୟେକ ଭାରତୀୟ ନିଜର ଏହି ସ୍ୱତନ୍ତ୍ରତା ପାଇଁ ଗର୍ବ କରନ୍ତି । ନିଜ ପରମ୍ପରାର ବିବିଧତା ଉପରେ, ଆଉ ବିବିଧତାର ପରମ୍ପରା ଉପରେ । ସେ ଯେ କୌଣସି ଭାଷା କହୁଥାଉ । ସେ ମନ୍ଦିରରେ ଦୀପ ଜଳାଉଥାଉ କିମ୍ବା ମସଜିଦରେ ନମାଜ ପଢୁଥାଉ, ସେ ଚର୍ଚ୍ଚରେ ପ୍ରାର୍ଥନା କରୁ ଅବା ଗୁରୁଦ୍ୱାରାରେ ବାଣୀ ଗାଉଥାଉ ।

ମହାମାନ୍ୟ,

ଏବେ ଭାରତରେ ହୋଲିର ରଙ୍ଗରେ ପରିପୂର୍ଣ୍ଣ ଉତ୍ସବ ପାଳନ କରାଯାଉଛି । କିଛି ଦିନ ପୂର୍ବରୁ ବୌଦ୍ଧ ନବ ବର୍ଷ ଆରମ୍ଭ ହୋଇଛି ।

ଏହି ମାସ ଶେଷରେ ଶୁଭ ଶୁକ୍ରବାର ଏବଂ କିଛି ସପ୍ତାହ ପରେ ବୁଦ୍ଧ ଜୟନ୍ତୀ ସାରା ଦେଶରେ ପାଳନ କରାଯିବ ।

ପୁଣି କିଛି ସମୟ ପରେ ରମଜାନର ପବିତ୍ର ମାସ ଆସିବ, ଯାହାର ଶେଷରେ ଇଦ୍‌-ଉଲ-ଫିତର ଆମକୁ ତ୍ୟାଗ ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ଏବଂ ସାମଞ୍ଜସ୍ୟକୁ ସ୍ମରଣ କରାଇବ ।

ଏହା ହେଉଛି କିଛି ଉଦାହରଣ ସେହି ଅନେକ ଭାରତୀୟ ପର୍ବପର୍ବାଣୀର ଯାହା ହେଉଛି ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପର୍ବ ।

ବନ୍ଧୁଗଣ,

ଦୁନିଆର ସବୁଠାରୁ ବଡ଼ ଲୋକତନ୍ତ୍ର, ଭାରତରେ ଗଣତନ୍ତ୍ର ଏକ ରାଜନୈତିକ ବ୍ୟବସ୍ଥା ନୁହେଁ ବରଂ ସମତା, ବିବିଧତା ଏବଂ ସାମଞ୍ଜସ୍ୟର ମୂଳ ଆଧାର ।

ଭାରତୀୟ ଗଣତନ୍ତ୍ର ହେଉଛି ଆମର ବହୁ ପ୍ରାଚୀନ ମାନ୍ୟତାର ସମାହାର । ଏହା ହେଉଛି ସେହି ଶକ୍ତି ଯାହା ବଳରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ନିଜର ଗୌରବଶାଳୀ ଅତୀତ ପ୍ରତି ଆଦର ରହିଛି, ବର୍ତ୍ତମାନ ପ୍ରତି ବିଶ୍ୱାସ ରହିଛି ଏବଂ ଭବିଷ୍ୟତ ପ୍ରତି ଭରସା ରହିଛି ।

ବନ୍ଧୁଗଣ,

ଆମର ପରମ୍ପରାର ସମୃଦ୍ଧ ବିବିଧତା ଆମକୁ ଏହି ସମ୍ବଳ ଦେଇଥାଏ କି ଯାହା ଆଜିର ଅନିଶ୍ଚିତତା ଏବଂ ଆଶଙ୍କାରେ ଭରି ରହିଥିବା ବିଶ୍ୱରେ, ଏବଂ ହିଂସା ଏବଂ ଦ୍ୱେଷରେ ପ୍ରଦୂଷିତ ସଂସାରରେ, ଆତଙ୍କବାଦ ଏବଂ ଉଗ୍ରବାଦ ଭଳି ଆହ୍ୱାନ ସହିତ ଲଢ଼ିବା ପାଇଁ ହେଉଛି ବହୁତ ଆବଶ୍ୟକ ।

ଆମର ଏହି ପରମ୍ପରା ଆଉ ମୂଲ୍ୟବୋଧ, ଆମ ଧର୍ମର ସନ୍ଦେଶ ଏବଂ ସେଗୁଡ଼ିକରେ ଥିବା ମହତ୍ୱର ଶକ୍ତି ରହିଛି ଯାହା ବଳରେ ଆମେ ହିଂସା ଆଉ ଆତଙ୍କବାଦ ଭଳି ଆହ୍ୱାନଗୁଡ଼ିକୁ ମୁକାବିଲା କରି ପାରୁଛୁ ।

ବନ୍ଧୁଗଣ,

ମାନବିକତା ବିରୁଦ୍ଧରେ ଆତଙ୍କ ଚଳାଇଥିବା/ଖେଳାଇଥିବା ଗୋଷ୍ଠୀ ବୋଧହୁଏ ଏହା ଜାଣିପାରୁନାହାନ୍ତି ଯେ ସେମାନେ ସେହି ଧର୍ମର କ୍ଷତି କରୁଛନ୍ତି ଯାହା ପାଇଁ ଠିଆ ହୋଇଥିବାର ସେମାନେ ଦାବି କରନ୍ତି ।

ଆତଙ୍କବାଦ ଆଉ ଉଗ୍ରବାଦ ବିରୁଦ୍ଧରେ, ମୌଳବାଦ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନ କୌଣସି ଧର୍ମ ବିରୁଦ୍ଧରେ ନୁହେଁ । ଏହା ହେଉଛି ସେହି ମାନସିକତା ବିରୁଦ୍ଧରେ ଯାହା ଆମର ଯୁବକମାନଙ୍କୁ ଭ୍ରମିତ କରି ନିରୀହମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଆଗଭର ହୋଇଥାଏ ।

ମହାମାନ୍ୟ,

ଭାରତରେ ଆମର ଏହି ପ୍ରୟାସ ରହିଛି କି ସମସ୍ତଙ୍କ ବିକାଶ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା କାରଣ ସମସ୍ତ ଦେଶର ଭବିଷ୍ୟତ ସମସ୍ତ ସହରର ବିକାଶ ସହିତ ଯୋଡ଼ି ହୋଇଛି । କାରଣ କୌଣସି ଦେଶର ସୁଖ ଶାନ୍ତି ସହିତ ପ୍ରତ୍ୟେକଙ୍କର ସୁଖ ଶାନ୍ତିର ସମ୍ବନ୍ଧ ରହିଥାଏ ।

ମହାଶୟ,

ଆପଣଙ୍କ ଏତେ ବଡ଼ ସଂଖ୍ୟାରେ ଏଠାରେ ଉପସ୍ଥିତ ହେବା ଏହି କଥାର ସଙ୍କେତ ଦେଉଛି କି ଆଗାମୀ ପିଢିକୁ ମାର୍ଗ ଦେଖାଇବାରେ ଆପଣଙ୍କ ମନରେ କେତେ ସମ୍ବେଦନା ରହିଛି, କେତେ ଉତ୍ସାହ ରହିଛି ।

ଏହା ମଧ୍ୟ ଏହି କଥାର ପ୍ରତୀକ ହୋଇଛି କି ଆପଣଙ୍କ ହୃଦୟରେ ଯୁବକମାନଙ୍କର ଉନ୍ନତି ଉପରେ ନୁହେଁ, ସେମାନଙ୍କୁ ମାନବିକତାର ମୂଲ୍ୟବୋଧର ତାଲିମ ଉପରେ ହିଁ ଗୁରୁତ୍ୱ ଦିଆ ଯାଉଛି ।

ସଂପୂର୍ଣ୍ଣ ସୁଖ ଶାନ୍ତି, ସମଗ୍ର ବିକାଶ ସେତେବେଳେ ସମ୍ଭବ ଯେତେବେଳେ ଆପଣ ଏହା ଦେଖିବେ କି ମୁସଲମାନ ଯୁବକଙ୍କ ଗୋଟିଏ ହାତରେ କୋରାନ ସରୀଫ୍ ଗ୍ରନ୍ଥ ଥିବ ତ ଅନ୍ୟ ଗୋଟିଏ ହାତରେ କମ୍ପ୍ୟୁଟର ରହିଥିବ ।

ଧର୍ମର ଅର୍ଥ ଅମାନବୀୟ ହୋଇ ପାରେ ନାହିଁ । ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ସମ୍ପ୍ରଦାୟ, ପ୍ରତ୍ୟେକ ପରମ୍ପରା, ମାନବିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ହିଁ ରହିଥାଏ ।

ତେଣୁ, ଆଜି ସବୁଠାରୁ ଅଧିକ ଆବଶ୍ୟକତା ରହିଛି କି ଆମର ଯୁବକ ଗୋଟିଏ ପଟେ ମାନବିକ ଇସଲାମ ସହିତ ଯୋଡ଼ି ହୋଇ ରୁହନ୍ତୁ ଆଉ ଅନ୍ୟ ପକ୍ଷରେ ଆଧୁନିକ ବିଜ୍ଞାନ ଏବଂ ଉନ୍ନତିର ସାଧନ ଗୁଡ଼ିକର ପ୍ରୟୋଗ ମଧ୍ୟ କରି ପାରନ୍ତୁ ।

ମହାମାନ୍ୟ,

ଆପଣଙ୍କ ମାର୍ଗ ଦର୍ଶନରେ ଯେଉଁ ପଦକ୍ଷେପମାନ ଉଠାଯାଉଛି ତାହା କ୍ରୁରତାର ଅଗ୍ନି ଉପରେ ନିୟନ୍ତ୍ରଣ ପାଇବାରେ ହେଉଛି ବହୁତ ସାହାଯ୍ୟକାରୀ ।

ଆମ ପାଇଁ ଏହା ହେଉଛି ଖୁସିର କଥା ଯେ ଶାନ୍ତି ବୁଝାମଣା ପତ୍ରରେ ଦସ୍ତଖତ କରିବା ଲୋକଙ୍କ ମଧ୍ୟରେ ଦୁଇ ଜଣ ମଧ୍ୟ ଭାରତୀୟ ଅଛନ୍ତି ଆଉ ସେମାନେ ଏ ସମୟରେ ଆମମାନଙ୍କ ଗହଣରେ ଅଛନ୍ତି ।

ଆମର ଏହି ଚେଷ୍ଟା ରହିଛି କି ଆପଣଙ୍କ ଭଳି ପ୍ରଭାବଶାଳୀ ନେତାମାନଙ୍କ ସହିତ ମିଶି, ଜୋର୍ଡାନ ଭଳି ବନ୍ଧୁଙ୍କ ସହିତ ଆଉ ସମସ୍ତ ସମ୍ପ୍ରଦାୟର, ଧର୍ମର ନେତାମାନଙ୍କ ସହଯୋଗରେ ଏକ ଏଭଳି ଦାୟିତ୍ୱପୂର୍ଣ୍ଣ ଜାଗରଣ ସୃଷ୍ଟି ହେଉ ଯାହା ସମସ୍ତ ମାନବିକତାକୁ ପଥ ପ୍ରଦର୍ଶନ କରୁ ।

ଏହି ବିଷୟରେ ଆମର ସମସ୍ତ ଚେଷ୍ଟାରେ ଆପଣଙ୍କର ଉପସ୍ଥିତିରେ ଆହୁରି ମଧ୍ୟ ଶକ୍ତି ମିଳିବ । ମୌଳବାଦର ମୂଳୋତ୍ପାଟନ ଉପରେ ଆପଣ ଯେଉଁ କାମ କରିଛନ୍ତି, ସେହି ପ୍ରକାରର ପ୍ରୟାସରେ ଭାରତ ଆପଣଙ୍କ ସହିତ ପାଦ ସହିତ  ପାଦ ମିଳାଇ ଚାଲିବାକୁ ଚାହିଁବ ।

ହଜାରେରୁ ଅଧିକ ସଂଖ୍ୟାରେ ଭାରତର ଉଲେମା, ଧାର୍ମିକ ବିଦ୍ୱାନ ଏବଂ ନେତା, ଏହି କଥାର ବିଶ୍ୱାସ ଦେବା ପାଇଁ ଆଜି ଏହିଠାରେ ଉପସ୍ଥିତ ଅଛନ୍ତି । ସେମାନେ ଏଠାରେ ଏଥିପାଇଁ ମଧ୍ୟ ଉପସ୍ଥିତ ଅଛନ୍ତି କି ଯାହା ଦ୍ୱାରା ଆପଣଙ୍କର ଚିନ୍ତାଧାରାକୁ ଶୁଣି ପାରିବେ । କାରଣ ଆପଣଙ୍କର ପଦକ୍ଷେପ ଦ୍ଵାରା ଆମମାନଙ୍କୁ ସାହସ ମିଳିବ, ଆଉ ପଥ ମଧ୍ୟ । ମୁଁ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ କି ଆପଣ ଏଠାକୁ ଆସିବାର ଅନୁରୋଧକୁ ଗ୍ରହଣ କଲେ ।

ମହାଶୟ,

ଏହି ପର୍ବରେ ସାମିଲ ହୋଇଥିବାରୁ ମୁଁ ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଅର୍ପଣ କରୁଛି ।

ବହୁତ-ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's first privately developed orbital rocket Vikram-1 set for maiden launch on July 18

Media Coverage

India's first privately developed orbital rocket Vikram-1 set for maiden launch on July 18
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.