ଭାରତରେ ହେଉଥିବା ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ତାଲିକା ଦେଲେ
“ଖୋଲାପଣ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ । ଅନୁରୂପ ଭାବେ, କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଏହି ଖୋଲାପଣର ଅପବ୍ୟବହାର କରିବାକୁ ଦିଆଯିବା ଉଚିତ୍ ନୁହେଁ”
“ଭାରତୀୟ ଡିଜିଟାଲ ବିପ୍ଳବର ମୂଳଦୁଆ ଆମ ଗଣତନ୍ତ୍ର, ଆମ ଜନସାଂଖ୍ୟିକ ବିବିଧତା ଏବଂ ଆମ ଅର୍ଥବ୍ୟବସ୍ଥାର ବ୍ୟାପକତାରେ ରହିଛି”
“ଆମେ ଡାଟାକୁ ଜନଗଣଙ୍କ ସଶକ୍ତିକରଣର ଉତ୍ସ ଭାବେ ବ୍ୟବହାର କରୁଛୁ । ବ୍ୟକ୍ତିଗତ ଅଧିକାରର ଦୃଢ଼ ସୁନିଶ୍ଚିତତା ସହିତ ଏକ ଗଣତାନ୍ତ୍ରିକ ଢାଞ୍ଚାରେ ଏପରି କରିବାର ଅତୁଳନୀୟ ଅଭିଜ୍ଞତା ଭାରତ ପାଖରେ ରହିଛି”
“ଭାରତର ଗଣତାନ୍ତ୍ରିକ ପରମ୍ପରା ପ୍ରାଚୀନ; ଏହାର ଆଧୁନିକ ସଂସ୍ଥା ବେଶ୍ ସୁଦୃଢ଼ । ଆହୁରି, ଆମେ ସବୁବେଳେ ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିଥାଉ”
ଜାତୀୟ ଅଧିକାରକୁ ମାନ୍ୟତା ଦେବା ସହିତ ବାଣିଜ୍ୟ, ନିବେଶ ଏବଂ ସାମଗ୍ରିକ ଜନ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଗଣତନ୍ତ୍ରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଏକ ରୋଡମ୍ୟାପ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ
“ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର କ୍ରିପ୍ଟୋ-କରେନ୍ସି ଉପରେ ମିଳିତ ଭାବେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଖରାପ ଲୋକଙ୍କ ହାତରେ ପଡ଼ି ଆମ ଯୁବପିଢ଼ିଙ୍କୁ ନଷ୍ଟ କରିଦେବା ଉଚିତ୍ ନୁହେଁ”

ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ,

ବନ୍ଧୁଗଣ,

ନମସ୍କାର !

ଭାରତବାସୀଙ୍କ ନିମନ୍ତେ ଏକ ସମ୍ମାନର ବିଷୟ ଯେ ଆପଣମାନେ ମତେ ସିଡନୀ ଡାଏଲଗର ଉଦଘାଟନୀ ଦୀକ୍ଷାନ୍ତ ଭାଷଣ ପାଇଁ ଆମନ୍ତ୍ରଣ କରିଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ କ୍ରମବର୍ଦ୍ଧିଷ୍ଣୁ ଡିଜିଟାଲ ବିଶ୍ୱରେ ଭାରତର ମୁଖ୍ୟ ଭୂମିକାର ସ୍ୱୀକୃତି ସ୍ୱରୂପ ଏହି ଆମନ୍ତ୍ରଣକୁ ମୁଁ ବିବେଚନା କରୁଛି । ଦୁଇ ଦେଶ ମଧ୍ୟରେ ବିସ୍ତୃତ ରଣନୀତିକ ଅଂଶୀଦାରିତା, ଆଞ୍ଚଳିକ ଓ ବିଶ୍ୱର ହିତ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ବୋଲି ମୁଁ ମନେ କରେ । ଧରାପୃଷ୍ଠରେ ପାଦ ଦେଇଆସୁଥିବା ସାଇବର ବୈଷୟିକ ଜ୍ଞାନ ଉପରେ ଆଲୋକପାତ କରୁଥିବାରୁ ମୁଁ ସିଡନୀ ଡାଏଲଗକୁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଆମେ ଏପରି ଗୋଟେ ପରିବର୍ତ୍ତିତ ସମୟ ଦେଇ ଗତି କରୁଛେ, ଯାହା ଗୋଟିଏ ଯୁଗରେ କେବେ କେମିତି ଦେଖାଦେଇଥାଏ । ଡିଜିଟାଲ ଯୁଗ ପାଇଁ ଆମ ଆଖପାଖର ସବୁର ପରିବର୍ତ୍ତନ ଘଟୁଛି । ଏହା ରାଜନୀତି, ଅର୍ଥନୀତି ଓ ସମାଜର ପରିଭାଷା ବଦଳାଇ ଦେଇଛି । ସାର୍ବଭୌମତ୍ୱ, ପ୍ରଶାସନ, ଆଇନ, ନୈତିକତା, ଅଧିକାର ଓ ସୁରକ୍ଷା ଉପରେ ଏହା ନୂତନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଆନ୍ତର୍ଜାତିକ ପ୍ରତିଯୋଗିତା, ଶକ୍ତି ନେତୃତ୍ୱର ସ୍ୱରୂପର ପରିବର୍ତ୍ତନ କରିଛି । ପ୍ରଗତି ଓ ସମୃଦ୍ଧି ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିଛି । ତଥାପି ଆମେ ନୂଆ ପ୍ରକାର ବିପଦ ଓ ସମୁଦ୍ରତଟଠାରୁ ସାଇବର ଓ ମହାକାଶ ପର୍ଯ୍ୟନ୍ତ ବିବିଧ ଆତଙ୍କର ସାମ୍ନା କରୁଛୁ । ପ୍ରଯୁକ୍ତିବିଦ୍ୟା ବୈଶ୍ୱିକ ପ୍ରତିଯୋଗୀତାର ଏକ ମୁଖ୍ୟ ଉପକରଣ ଓ ଭବିଷ୍ୟତ ଆନ୍ତର୍ଜାତିକ ବ୍ୟବସ୍ଥାର ଅସ୍ତ୍ର ହୋଇ ଉଠିଛି । ପ୍ରଯୁକ୍ତି ବିଦ୍ୟା ଓ ତଥ୍ୟ ନୂତନ ଅସ୍ତ୍ର ହୋଇଛି । ଗଣତନ୍ତ୍ରର ସବୁଠାରୁ ବଡ ଶକ୍ତି ହେଉଛି ମୁକ୍ତ ବାତାବରଣ । ମାତ୍ର ଏହି ମୁକ୍ତ ବାତାବରଣକୁ ଅପବ୍ୟବହାର ନିମନ୍ତେ ଆମେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ସୁଯୋଗ ଦେବା ଅନୁଚିତ ।

ବନ୍ଧୁଗଣ,

ଗଣତନ୍ତ୍ର ଓ ଡିଜିଟାଲ ନେତା ହିସାବରେ ଭାରତ ପାରସ୍ପରିକ ସମୃଦ୍ଧି ଓ ସୁରକ୍ଷା ପାଇଁ ନିଜର ଅଂଶୀଦାରମାନଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ । ଭାରତୀୟ ଡିଜିଟାଲ ବିପ୍ଳବ ଆମର ଗଣତନ୍ତ୍ର, ଜନସଂଖ୍ୟା ଓ ଅର୍ଥନୀତି ଦ୍ୱାରା ମଜଭୁତ ହୋଇଛି । ଏହା ଆମର ଉଦ୍ୟୋଗ ଓ ଯୁବଗୋଷ୍ଠୀର ଉଦ୍ଭାବନ ଦ୍ୱାରା ଶକ୍ତିଶାଳୀ ହୋଇଛି । ଅତୀତରେ ଆମ ସମ୍ମୁଖରେ ଉଭା ହୋଇଥିବା ଆହ୍ୱାନଗୁଡିକରୁ ଶିକ୍ଷାଲାଭ କରି ଆମେ ଭବିଷ୍ୟତକୁ ଲମ୍ଫ ପ୍ରଦାନ କରିଛୁ । ଭାରତରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଅବସ୍ଥାନ୍ତର ଘଟିଛି । ପ୍ରଥମ ଆମେ ବିଶ୍ୱର ସବୁଠାରୁ ବିସ୍ତୃତ ଜନସାଧାରଣ ତଥ୍ୟ ଭିତ୍ତିଭୂମୀ ଗଠନ କରିଛୁ । ୧.୩ ବିଲିୟନରୁ ଅଧିକ ଭାରତୀୟଙ୍କ ଏକକ ଡିଜିଟାଲ ପରିଚୟ ବନିପାରିଛି । ଆମେ ଦେଶର ଛଅ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ସେବା ଦ୍ୱାରା ଯୋଡିବା କାର୍ଯ୍ୟରେ ଲାଗିଛୁ । ବିଶ୍ୱର ସବୁଠାରୁ ଦକ୍ଷ ଦେୟ ପଇଠ ଭିତ୍ତିଭୂମୀ ୟୁପିଆଇ ଆମେ ତିଆରି କରିଛୁ । ଆଠଶହ ନିୟତରୁ ଅଧିକ ଭାରତୀୟ ଆଜି ଇଣ୍ଟରନେଟ ବ୍ୟବହାର କରୁଥିବାବେଳେ ୭୫୦ ନିୟୁତ ଲୋକ ସ୍କାର୍ଟଫୋନ ବ୍ୟବହାର କରୁଛନ୍ତି । ଆମେ ବିଶ୍ୱର ମୁଣ୍ଡପିଛା ସର୍ବାଧିକ ଡାଟା ବ୍ୟବହାର କରୁଥିବା ବେଳେ ସବୁଠାରୁ କମ ଦରରେ ଏହା କରୁଛୁ । ଦ୍ୱିତୀୟ ପ୍ରଶାସନ, ଅନ୍ତର୍ଭୁକ୍ତିକରଣ, ସଶକ୍ତୀକରଣ ସଂଯୋଗ, ସୁବିଧା ହସ୍ତାନ୍ତରଣ ଓ କଲ୍ୟାଣ ଦିଗରେ ଡିଜିଟାଲ ବୈଷୟିକ ଜ୍ଞାନ ପ୍ରୟୋଗ କରି ଆମେ ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିଛୁ । ପ୍ରତ୍ୟେକ ଭାଗରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ବ୍ୟାଙ୍କ ସେବା ଓ ଡିଜିଟାଲ ଦେୟ ପଇଠ ବିପ୍ଳବ ସମ୍ପର୍କରେ ଅବଗତ ଅଛନ୍ତି । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଆମେ ନିକଟରେ ୧.୧ ବିଲିୟନ ମାତ୍ରା ଟୀକା ପ୍ରଦାନ କରିଛୁ । ଆରୋଗ୍ୟ ସେତୁ ଓ କୋୱିନ ପ୍ଲାଟଫର୍ମ ଉପଯୋଗ କରି ଭୌଗଳିକ ଦୃଷ୍ଟି ବିଶାଳ ବିବିଧତାପୂର୍ଣ୍ଣ ଭାରତ ବର୍ଷରେ ଏହା କରାଯାଇପାରିଛି । ଆମର ଏକ ବିଲିୟନରୁ ଅଧିକ ଜନସାଧାରଣଙ୍କ ପାଇଁ କମ ବ୍ୟୟସାପେକ୍ଷ ଓ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆମେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ତିଆରି କରିଛୁ । ଆମର ଗୋଟିଏ ଦେଶ, ଗୋଟିଏ କାର୍ଡ ଦେଶର ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ କୋଟି କୋଟି ଶ୍ରମିକଙ୍କୁ ସୁବିଧା ହସ୍ତାନ୍ତର କରିବ । ତୃତୀୟତଃ ଭାରତରେ ବିଶ୍ୱର ତୃତୀୟ ବୃହତ ଓ  ଦୃତ ଗତିରେ ବୃଦ୍ଧି ପାଇଥିବା ଷ୍ଟାର୍ଟଅପ ପଦ୍ଧତି ରଖିଛୁ । ନୂତନ (କାହାଣୀ) ୟୁନିକର୍ଣ୍ଣ ପ୍ରତି ସପ୍ତାହରେ ଆଗକୁ ଆସୁଛି । ସ୍ୱାସ୍ଥ୍ୟରୁ ଆରମ୍ଭ କରି ଶିକ୍ଷା ଓ ଜାତୀୟ ସୁରକ୍ଷା ଦିଗରେ ସେସବୁ ସମାଧାନର ସୂତ୍ର ପ୍ରଦାନ କରୁଛନ୍ତି ।

ଚତୁର୍ଥ, ଭାରତର ଶିଳ୍ପ ଓ ସେବା କ୍ଷେତ୍ର, ଏପରିକି କୃଷି ମଧ୍ୟ ବିଶାଳ ଡିଜିଟାଲ ଅବସ୍ଥାନ୍ତର ଦେଇ ଗତି କରୁଛି । ସ୍ୱଚ୍ଛ ଇନ୍ଧନ ଅବସ୍ଥାନ୍ତର ନିମନ୍ତେ ମଧ୍ୟ ଆମେ ଡିଜିଟାଲ ପ୍ରଯୁକ୍ତି ଜ୍ଞାନର ଉପଯୋଗ କରି ସମ୍ବଳର ବିନିଯୋଗ ଓ ରୂପାନ୍ତର ସହ ଜୈବ ବିବିଧତା ନିରାପତ୍ତା ମଧ୍ୟ ରକ୍ଷା କରୁଛୁ । ପଞ୍ଚମ, ଭବିଷ୍ୟତ ପାଇଁ ଭାରତକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ଏକ ବିରାଟ ଉଦ୍ୟମ ଚାଲିଛି । ଦୂର ସଂଚାର ବୈଷିୟକ ଜ୍ଞାନ ଯଥା ୫-ଜି ଓ ୬-ଜି ପାଇଁ ଆମେ ଦେଶୀୟ ସାମର୍ଥ୍ୟ ବୃଦ୍ଧିରେ ଲାଗି ପଡିଛୁ । ଭାରତ ବିଶ୍ୱର କୃତ୍ରିମ ମେଧା ଓ ମେସିନ ଶିକ୍ଷା ବିଶେଷ କରି ମାନବକୈନ୍ଦି୍ରକ ଓ ନୀତିଗତ କୃତ୍ରିମ ମେଧା କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ପରିଚିତ । ଆମେ କ୍ଲାଉଡ ପ୍ଲାଟଫର୍ମ ଏବଂ କ୍ଲାଉଡ କଂପ୍ୟୁଟିଂ କ୍ଷେତ୍ରରେ ନିଜର ସାମର୍ଥ୍ୟ ବୃଦ୍ଧି ମଧ୍ୟ କରୁଛୁ । ଡିଜିଟାଲ ସାର୍ବଭୌମତ୍ୱ ଓ ନମନିୟତାର ଏହା ହେଉଛି ଚାବିକାଠି । ଆମେ ବିଶ୍ୱସ୍ତରୀୟ ସାମର୍ଥ୍ୟ ସୃଷ୍ଟି କରୁଛୁ ।

ଦୃତ କଂପ୍ୟୁଟିଂ କ୍ଷେତ୍ରରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ଆମର ଅର୍ଥନୀତି ଓ ସୁରକ୍ଷା ଏକ ମୁଖ୍ୟ ଅଙ୍ଗ । ବର୍ତ୍ତମାନ ଏହା ଉଦ୍ଭାବନ, ପୁଞ୍ଜି ବିନିଯୋଗ ଓ ଘରୋଇ କ୍ଷେତ୍ର ନିମନ୍ତେ ମଧ୍ୟ ଉନ୍ମୁକ୍ତ । ଭାରତ ଏବେ ବିଶ୍ୱରେ ବାଣିଜିକ କ୍ଷେତ୍ରରୁ ସାଇବର ସୁରକ୍ଷା ଦେଶ ଦିଗରେ ଏକ କେନ୍ଦ୍ର ପାଲଟିଛି । ଭାରତକୁ ସାଇବର ସୁରକ୍ଷାର ଏକ ବୈଶ୍ୱିକ ବଳୟରେ ପରିଣତ କରିବା ପାଇଁ ଆମେ ଏକ ଟାସ୍କାଫୋର୍ସ ଗଠନ କରିଛୁ । ଆମ ପାଖରେ ନିଜସ୍ୱ କୌଶଳ ଓ ବୈଶ୍ୱିକ ଆସ୍ଥା ରହିଛି । ବର୍ତ୍ତମାନ ଆମେ ହାର୍ଡଓୟାର ଉପରେ ଧ୍ୟାନ କେନ୍ଦ୍ରୀତ କରିଛୁ । ସେମି-କଣ୍ଟକ୍ଟର ନିର୍ମାଣରେ ପ୍ରମୁଖ ହେବା ଲାଗି ଆମେ ଏକ ପ୍ରୋତ୍ସାହନ ପ୍ୟାକେଜ ପ୍ରସ୍ତୁତ କରୁଛୁ । ଇଲେକଟ୍ରୋନିକ୍ସ ଓ ଦୂରସଞ୍ଚାର କ୍ଷେତ୍ରରେ ଆମର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ସ୍ଥାନୀୟ ଓ ବୈଶ୍ୱିକ ସ୍ତରରେ ନିବେଶକମାନଙ୍କୁ ଭାରତରେ ନିଜସ୍ୱ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଆକର୍ଷିତ କରୁଛି ।

ବନ୍ଧୁଗଣ,

ବୈଷୟିକ ଜ୍ଞାନର ସବୁଠାରୁ ବଡ ଉପାଦାନ ହେଉଛି ତଥ୍ୟ । ଆମେ ଭାରତରେ ତଥ୍ୟର ସୁରକ୍ଷା, ଗୋପନୀୟତା ଓ ନିରାପତ୍ତା ନିମନ୍ତେ ଏକ ମଜବୁତ ବ୍ୟବସ୍ଥା କରିଛୁ । ଏଥିସହ ତଥ୍ୟକୁ ଆମେ ଜନସାଧାରଣଙ୍କୁ ସଶକ୍ତ କରିବା ଦିଗରେ ମଧ୍ୟ ବ୍ୟବହାର କରୁଛୁ । ବ୍ୟକ୍ତିଗତ ଅଧିକାରର ଶକ୍ତିଶାଳୀ ଗ୍ୟାରେଣ୍ଟି ସହ ଗଣତାନ୍ତ୍ରିତ ବ୍ୟବସ୍ଥା ମଧ୍ୟରେ ଏହା କରିବା ପାଇଁ ଭାରତର ଅସାଧାରଣ ଅଭିଜ୍ଞତା ରହିଛି ।

ବନ୍ଧୁଗଣ,

ଗୋଟିଏ ଦେଶ କିପରି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବ ତାହା ସେ ଦେଶର ମୂଲ୍ୟବୋଧ ଓ ଦୂରଦୃଷ୍ଟି ଉପରେ ନିର୍ଭରଶୀଳ । ଭାରତର ଗଣତାନ୍ତ୍ରିକ ପରମ୍ପରା ଖୁବ ପ୍ରାଚୀନ ଓ ଏହାର ଆଧୁନିକ ଅନୁଷ୍ଠାନଗୁଡିକ ମଧ୍ୟ ଶକ୍ତିଶାଳୀ । ଆମେ ସବୁବେଳେ ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରୁ । ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟାଧାରକମାନେ ବୈଶ୍ୱିକ ଡିଜିଟାଲ ଅର୍ଥନୀତିର ସୂତ୍ରଧର । ଏହା ୱାଇ୨କେ ସମସ୍ୟା ସମାଧାନ ଦିଗରେ ସାହାଯ୍ୟ କରିଛି । ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ପ୍ରଯୁକ୍ତି ବିଦ୍ୟା ଓ ସେବା ଦିଗରେ ଏହା ଯଥେଷ୍ଟ ସାହାଯ୍ୟ କରିଛି । ଆମେ ଆଜି ସମଗ୍ର ବିଶ୍ୱକୁ ବିନା ମୂଲ୍ୟରେ କୋୱିନ ପ୍ଳାଟଫର୍ମ ଦେବା ସହ ଏହାକୁ ମୁକ୍ତ ସଫ୍ଟଓୟାର ଉତ୍ସ କରିଛୁ । ଭାରତର ପ୍ରଯୁକ୍ତି ବିଦ୍ୟା ବ୍ୟବହାରରେ ସମୃଦ୍ଧ ଅଭିଜ୍ଞତା ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ପଦ୍ଧତି ବିକାଶମୁଖୀ ଦେଶଗୁଡିକ ନିମନ୍ତେ ଖୁବ ଉପାଦେୟ ହୋଇପାରିବ । ଆମେ ମିଳିମିଶି କାମ କରି ଦେଶ ଓ ଦେଶବାସୀଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଶତାବ୍ଦୀର ବିଭିନ୍ନ ସୁଯୋଗର ଫାଇଦା ଉଠାଇବା ପାଇଁ ପ୍ରସ୍ତୁତ କରିପାରିବା । ବିଶ୍ୱର ଭବିଷ୍ୟତ ପାଇଁ ମଧ୍ୟ ଆମର ଗଣତାନ୍ତ୍ରିକ ଆଦର୍ଶ ଓ ମୂଲ୍ୟବୋଧ ଅନୁସରଣ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ଆମର ନିଜସ୍ୱ ଜାତୀୟ ସୁରକ୍ଷା ଓ ସମୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ସେ ଦୃଷ୍ଟିରୁ ଗଣତାନ୍ତ୍ରିକ ରାଷ୍ଟ୍ରସମୂହ ଏକାଠି କାର୍ଯ୍ୟକରିବା ଜରୁରୀ । ଏକାଠି ପୁଞ୍ଜିନିବେଶ ବୈଷୟିକ ଗବେଷଣା ଓ ବିକାଶ କ୍ଷେତ୍ରରେ କରିବା ଦରକାର; ନିର୍ମାଣ ଓ ଯୋଗାଣର ନିର୍ଭରଶୀଳ ବ୍ୟବସ୍ଥା କରିବା ଦରକାର; ସାଇବର ସୁରକ୍ଷା ଦିଗରେ ଗୁପ୍ତତଥ୍ୟ ଆଦାନ ପ୍ରଦାନରେ ସହଭାଗୀ ହେବା ଦରକାର; ଗୁରୁତର ତଥ୍ୟ  ଭିତ୍ତିଭୂମୀର ନିରାପତ୍ତା ଦରକାର; ଜନମତର କାରସାଦିପୂର୍ଣ୍ଣ କାର୍ଯ୍ୟକୁ ରୋକିବା ଦରକାର; ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁସାରେ ପ୍ରଯୁକ୍ତି ଓ ପ୍ରଶାସନିକ ମାନ ନିର୍ଦ୍ଧାରଣ କରିବା ଦରକାର ଓ ସର୍ବୋପରି ଦରିଆପାରି ତଥ୍ୟ ଆଦାନପ୍ରଦାନର ବିଶ୍ୱସନୀୟତା ଓ ସୁରକ୍ଷା ମଧ୍ୟ ଦରକାର । ଏହା ଜାତୀୟ ଅଧିକାରକୁ ସ୍ୱୀକୃତି ଦେବା ସହ ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଜନକଲ୍ୟାଣକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଯେପରି ଅସାଧୁଙ୍କ ହାତରେ ପଡି ଆମର ଯୁବସମାଜକୁ ଭ୍ରମିତ ନକରେ ସେଥିପାଇଁ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଏକାଠି ହୋଇ କାର୍ଯ୍ୟ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ଆମେ ବାଛିବାର ଏକ ଐତିହାସିକ କ୍ଷଣରେ ଉପନୀତ । ପ୍ରଯୁକ୍ତି ବିଦ୍ୟାର ସମସ୍ତ ଆଶ୍ଚର୍ଯ୍ୟ ଜନକ ଶକ୍ତି ସହଯୋଗର ନା ବିବାଦର ହେବ, ବାଧ୍ୟବାଧକତା ନା ନିଜସ୍ୱ ବିଚାରର ହେବ, ବିସ୍ତାରବାଦ ନା ବିକାଶର ହେବ, ଶୋଷଣ ନା ସୁଯୋଗର ହେବ ତାହା ଦେଖିବାର କଥା । ଭାରତ, ଅଷ୍ଟ୍ରେଲିଆ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ଅନ୍ୟମାନେ ଆମ ସମୟର ଡାକ ନିଶ୍ଚୟ ଶୁଣିପାରୁଥିବେ । ଆମେ ଆମ ଦାୟିତ୍ୱ ନିର୍ବାହ ପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରିବା ଆବଶ୍ୟକ  । ମୁଁ ଦୃଢ଼ ନିଶ୍ଚିତ ଯେ ସିଡନ ଡାଏଲଗ ଏକ ଚମତ୍କାର ମଞ୍ଚ ଯାହା ଆମର ଅଂଶୀଦାରିତା ରକ୍ଷା କରିବା ସହ ଆମ ଦେଶ ଓ ବିଶ୍ୱ ପାଇଁ ଆମର ଦାୟିତ୍ୱ ତୁଲାଇବାର ମଧ୍ୟ ସୁଯୋଗ ଦେବ ।

ଧନ୍ୟବାଦ ।   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ONGC starts India's first deepwater exploration well off Odisha coast

Media Coverage

ONGC starts India's first deepwater exploration well off Odisha coast
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets all CRPF personnel on their Raising Day
July 27, 2026

Prime Minister Shri Narendra Modi today extended his greetings to all CRPF personnel on their Raising Day. He stated that the CRPF has distinguished itself through its unwavering courage and commitment to duty.

Shri Modi noted that from safeguarding internal security to serving citizens during challenging situations, CRPF personnel have always placed the nation first. He highlighted that their efforts in eliminating the menace of Maoism are particularly notable and have contributed to peace and progress in the lives of several people.

In a post on X, the Prime Minister shared:

"Greetings to all CRPF personnel on their Raising Day. The CRPF has distinguished itself through its unwavering courage and commitment to duty. From safeguarding internal security to serving citizens during challenging situations, CRPF personnel have always placed the nation first. Their efforts in eliminating the menace of Maoism are particularly notable and have contributed to peace and progress in the lives of several people.

@crpfindia"