1000 କୋଟି ଟଙ୍କାର ଷ୍ଟାର୍ଟଅପ୍‍ ଇଣ୍ଡିଆ ସିଡ୍‍ ଫଣ୍ଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ସାଂପ୍ରତିକ ବ୍ୟବସାୟର ଜନସାଂଖ୍ୟିକ ଚରିତ୍ରକୁ ଷ୍ଟାର୍ଟଅପ୍‍ ବଦଳାଉଛି: ପ୍ରଧାନମନ୍ତ୍ରୀ
‘ଯୁବକଙ୍କ ଦ୍ୱାରା, ଯୁବକଙ୍କ ପାଇଁ ଓ ଯୁବକଙ୍କ’ର ଏକ ଷ୍ଟାର୍ଟଅପ୍‍ ପରିବେଶ ତିଆରି କରିବାକୁ ଭାରତ ଉଦ୍ୟମ କରୁଛି: ପ୍ରଧାନମନ୍ତ୍ରୀ
8 ହଜାର ଷ୍ଟାର୍ଟଅପ୍‍ ଜେଇଏମ୍‍ରେ ପଞ୍ଜୀକୃତ ହୋଇଛି ଏବଂ 23 ହଜାର କୋଟି ଟଙ୍କାର କାରବାର କରାଯାଇଛି: ଶ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍‍ ଉଦ୍ୟୋଗୀଙ୍କ ସହ ମତବିନିମୟ କରିବା ସହ ଷ୍ଟାର୍ଟଅପ୍‍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ‘ପ୍ରାରମ୍ଭ’ରେ ଶନିବାର ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏଥିରେ ବିମ୍‍ଷ୍ଟେକ୍‍ ରାଷ୍ଟ୍ରଗୁଡିକର ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାୱେଡକର, ଶ୍ରୀ ପୀୟୂଷ ଗୋଏଲ ଏବଂ ଶ୍ରୀ ସୋମପ୍ରକାଶ ଉପସ୍ଥିତ ଥିଲେ । ତାଙ୍କ ଉଦ୍‍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍‍ଗୁଡିକ ଆଜିକାର ବ୍ୟବସାୟର ଜନସାଂଖ୍ୟିକ ଚରିତ୍ରକୁ ବଦଳାଉଛି । ସେ କହିଛନ୍ତି ଯେ 44 ଶତାଂଶ ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍‍ର ନିର୍ଦେଶକଙ୍କ ମଧ୍ୟରେ ମହିଳା ଅଛନ୍ତି ଓ ଏସବୁଥିରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବହୁ ଅଧିକ । ସେହିଭଳି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡିକରେ 45 ଶତାଂଶ ଷ୍ଟାର୍ଟଅପ୍‍ ରହିଛି ଏବଂ ସେସବୁ ସ୍ଥାନୀୟ ସାମଗ୍ରୀର ବ୍ରାଣ୍ଡ ଆମ୍ବାସାଡରଭାବେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ରାଜ୍ୟ ସ୍ଥାନୀୟ ସମ୍ଭାବନା ଓ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ଷ୍ଟାର୍ଟଅପ୍‍ଗୁଡିକୁ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି । ଷ୍ଟାର୍ଟଅପ୍‍ ଇଣ୍ଡିଆ ମିଶନରେ ଦେଶର 80 ଶତାଂଶ ଜିଲା ସାମିଲ ହୋଇଛି । ଏହି ପରିବେଶରେ ବିଭିନ୍ନ ପୃଷ୍ଠଭୂମିର ଯୁବକଯୁବତୀ ନିଜକୁ ସାମିଲ କରି ନିଜ ଦକ୍ଷତାର ଉପଯୋଗ କରୁଛନ୍ତି । ଏହାର ଫଳସ୍ୱରୂପ ଚାକିରି ଅନ୍ୱେଷଣ ମନୋଭାବ ବଦଳି ଚାକିରି ସୃଷ୍ଟିର ବିଚାର ଗୁରୁତ୍ୱ ପାଇଛି । ସେ କହିଛନ୍ତି ଯେ ଆଗରୁ କୁହାଯାଉଥିଲା ଯେ ଚାକିରି କାହିଁକି କରୁନୁ, ଷ୍ଟାର୍ଟଅପ୍‍ରେ କାହିଁକି ମାତୁଛୁ । ଏବେ କିନ୍ତୁ କୁହାଯାଉଛି ଚାକିରି କରିଛୁ ଠିକ୍‍ ଅଛି । ତେବେ ନିଜର କାହିଁକି ଏକ ଷ୍ଟାର୍ଟଅପ୍‍ କରୁନୁ । ସେ କହିଛନ୍ତି ଯେ 2014ରେ ମାତ୍ର 4ଟି ଭାରତୀୟ ଷ୍ଟାର୍ଟଅପ୍‍ ୟୁନିକର୍ଣ୍ଣ କ୍ଲବରେ ସ୍ଥାନ ପାଇଥିଲା । ଏବେ ସେ ସଂଖ୍ୟା 30ରୁ ଅଧିକରେ ପହଞ୍ଚିଛି ଏବଂ ସେମାନଙ୍କର କାରବାର 1 ବିଲିୟନରୁ ଅଧିକ ହୋଇଛି ।

ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ 2020 କରୋନା ମହାମାରୀ ସମୟରେ 11ଟି ଭାରତୀୟ ଷ୍ଟାର୍ଟଅପ୍‍ ୟୁନିକର୍ଣ୍ଣ କ୍ଲବରେ ସାମିଲ ହୋଇଥିଲେ ଏବଂ ସେହି ସଂକଟକାଳରେ ଆତ୍ମନିର୍ଭରତା ହାସଲରେ ସେମାନଙ୍କର ଅବଦାନ ଉଲ୍ଲେଖନୀୟ ଥିଲା । ଏସବୁ ଷ୍ଟାର୍ଟଅପ୍‍ ସାନିଟାଇଜର, ପିପିଇ କିଟ୍‍ ଓ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ ଏବଂ ଯୋଗାଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ସେମାନେ ମଧ୍ୟ ଦୋକାନ ସଉଦା, ଔଷଧପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସଂକଟକାଳରେ ଲୋକଙ୍କ ଦ୍ୱାରମୁହଁରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ଏହାଛଡା କରୋନା ଲଢେଇର ସମ୍ମୁଖ ଯୋଦ୍ଧାଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା, ପିଲାଙ୍କୁ ପାଠ୍ୟୋପକରଣ ଯୋଗାଇବା ଆଦି କ୍ଷେତ୍ରରେ ଭୂମିକା ପ୍ରଶଂସନୀୟ ଥିଲା । ଏହି ଷ୍ଟାର୍ଟଅପ୍‍ଗୁଡିକର ପ୍ରତିକୂଳ ପରିସ୍ଥିତିରେ ନୂଆ ସୁଯୋଗ ଓ ସୁବିଧା ସୃଷ୍ଟି କରିବାର ମନୋଭାବ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ପ୍ରାରମ୍ଭ’ର ଯଥାର୍ଥ ଅର୍ଥ ଆଜି ହିଁ ଆରମ୍ଭ କର । ଆଜି ମଧ୍ୟ ବିମ୍‍ଷ୍ଟେକ୍‍ ରାଷ୍ଟ୍ରଗୁଡିକର ଷ୍ଟାର୍ଟଅପ୍‍ ସମ୍ମିଳନୀ ଆରମ୍ଭ ହୋଇଛି । ସେହିଭଳି ଷ୍ଟାର୍ଟଅପ୍‍ ଇଣ୍ଡିଆ ଅଭିଯାନ ଏହାର 5 ବର୍ଷର ସଫଳ ଯାତ୍ରା ପୂରଣ କରିଛି । ଏହା ସହିତ ଭାରତରେ ବିଶ୍ୱର ସର୍ବବୃହତ୍‍ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି । ଏହି ଗୋଟିଏ ଦିନ ଆମ ବୈଜ୍ଞାନିକ, ଯୁବଶକ୍ତି, ଉଦ୍ୟୋଗୀ, ଚିକିତ୍ସକ, ନର୍ସ, ସ୍ୱାସ୍ଥ୍ୟସେବା କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଦକ୍ଷତା ଦେଖିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିମ୍‍ଷ୍ଟେକ୍‍ ଅନ୍ତର୍ଭୁକ୍ତ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ଭାରତ, ନେପାଳ, ଶ୍ରୀଲଙ୍କା, ମ୍ୟାଁମାର ଓ ଥାଇଲାଣ୍ଡରେ ଷ୍ଟାର୍ଟଅପ୍‍ ପାଇଁ ଅପୂର୍ବ ସୁବିଧା ସୁଯୋଗ ଓ ବାତାବରଣ ରହିଛି । ଏହି ଶତାବ୍ଦୀ ଡିଜିଟାଲ ଆନ୍ଦୋଳନର ଶତାବ୍ଦୀ ଏବଂ ନୂଆ ଯୁଗର ନବସୃଜନ ଏହି ଶତାବ୍ଦୀର ଆବଶ୍ୟକତା ପାଲଟିଛି । ଏହା ମଧ୍ୟ ଏସିଆର ଶତାବ୍ଦୀ । ଅତଏବ ନୂଆ ଟେକ୍‍ନୋଲଜି ଓ ଉଦ୍ୟମିତା ଏହି ଅଞ୍ଚଳରୁ ହିଁ ସୃଷ୍ଟି ହେବା ଉଚିତ ଏବଂ ଏହା ସମୟର ଆହ୍ୱାନ । ଏ କ୍ଷେତ୍ରରେ ସବୁ ଏସୀୟ ରାଷ୍ଟ୍ରମାନେ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ବିମ୍‍ଷ୍ଟେକ ମେଣ୍ଟଭୁକ୍ତ ଦେଶରେ ବିଶ୍ୱ ଜନସଂଖ୍ୟାର ଏକ ପଞ୍ଚମାଂଶ ଲୋକ ବସବାସ କରୁଥିବାରୁ ଏ କ୍ଷେତ୍ରରେ ଆମର ବିଶେଷ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଭୋଲ୍ୟୁସନ ଅଫ୍‍ ଷ୍ଟାର୍ଟଅପ୍‍ ଇଣ୍ଡିଆ ବୁକ୍‍ଲେଟକୁ ଉନ୍ମୋଚନ କରିଥିଲେ । ଷ୍ଟାର୍ଟଅପ୍‍ କ୍ଷେତ୍ରରେ ଭାରତର 5 ବର୍ଷର ଯାତ୍ରା ବିଷୟରେ ଏଥିରେ ଉଲ୍ଲେଖ ରହିଛି । ପ୍ରାରମ୍ଭରେ କିଛି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ସଫଳତାର ସହ ଯେଉଁ ଷ୍ଟାର୍ଟଅପ୍‍ ପରିବେଶ ତିଆରି କରିଥିଲା ତାହା ବିଶ୍ୱର ସର୍ବବୃହତ୍‍ ଷ୍ଟାର୍ଟଅପ୍‍ ବ୍ୟବସ୍ଥାର ମାନ୍ୟତା ପାଇଛି । ଏଥିରେ 41 ହଜାର ଷ୍ଟାର୍ଟଅପ୍‍ ରହିଛି । ସେଥିମଧ୍ୟରୁ 5700 ଆଇଟି କ୍ଷେତ୍ରର, 3600 ସ୍ୱାସ୍ଥ୍ୟ କ୍ଷେତ୍ରର ଏବଂ 1700 କୃଷି କ୍ଷେତ୍ରରେ କାର୍ଯ୍ୟରତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ଓ କୃଷି କ୍ଷେତ୍ରରେ ଅଧିକ ଷ୍ଟାର୍ଟଅପ୍‍ର ସମ୍ଭାବନା ରହିଛି । ଲୋକେ ଏବେ ସେମାନଙ୍କର ଖାଦ୍ୟାଭ୍ୟାସ ନେଇ ବିଶେଷ ସଚେତନ ରହୁଥିବାରୁ ଏ କ୍ଷେତ୍ରରେ ଷ୍ଟାର୍ଟଅପ୍‍ର ଆବଶ୍ୟକତା ବଢିଛି । ଏହି କ୍ଷେତ୍ରର ଅଭିବୃଦ୍ଧି ଦେଖି ଭାରତ ଏହା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛି । ସେଥିପାଇଁ 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ସୃଷ୍ଟି କରାଯାଇଛି । ଏହି ନୂଆ ସୁବିଧା ସୁଯୋଗ ମାଧ୍ୟମରେ ଷ୍ଟାର୍ଟଅପ୍‍ଗୁଡିକ ଚାଷୀମାନଙ୍କ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଛନ୍ତି । ସେମାନେ ଚାଷୀଙ୍କଠାରୁ ଖାଦ୍ୟଶସ୍ୟ ଓ ପନିପରିବା କିଣି ତାହାକୁ ନୂଆ ଉପାୟରେ ମୂଲ୍ୟମିଶ୍ରଣ କରି ଲୋକଙ୍କୁ ଖାଦ୍ୟ ଆକାରରେ ଯୋଗାଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍‍ ଜଗତର ସବୁଠୁ ବଡ଼ ୟୁଏସ୍‍ପି ହେଲା ଏହାର ଆଧୁନିକୀକରଣ ଏବଂ ବିବିଧାୟନ ଦକ୍ଷତା । ଆଧୁନିକୀକରଣରେ ନୂଆ ନୂଆ ଟେକ୍‍ନୋଲଜି ଓ ନୂଆ ଜ୍ଞାନକୌଶଳ ସର୍ବଦା ଗୁରୁତ୍ୱ ପାଏ । ଏହା ନୂଆ ବାଟ ବତାଇବା ସହ ସମୟର ଆବଶ୍ୟକତା ପୂରଣ କରେ । ସେହିଭଳି ଗୋଟିଏ ସାମଗ୍ରୀରେ ସୀମିତ ନ ରହି ବିଭିନ୍ନ କ୍ଷେତ୍ରରେ ମନୋନିବେଶ କରି ନୂଆ ନୂଆ ସାମଗ୍ରୀ ଉତ୍ପାଦନ କରିବା ଷ୍ଟାର୍ଟଅପ୍‍ର ଆଉ ଏକ ବଡ ବିଶେଷତ୍ୱ। ଏହି ଦୁଇ କ୍ଷେତ୍ରରେ ଯେଉଁ ଷ୍ଟାର୍ଟଅପ୍‍ ଯେତେ ଭଲ କରିପାରିବ ତାହାର ଭବିଷ୍ୟତ ସେତେ ଉଜ୍ଜ୍ୱଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସେ ଭିମ୍‍ ୟୁପିଆଇର ଉଦାହରଣ ଦେଇ କହିଥିଲେ ଯେ ଏହା ପେମେଣ୍ଟ ସିଷ୍ଟମରେ ବିପ୍ଳବ ଆଣିଛି । କେବଳ 2020 ଡିସେମ୍ବର ମାସରେ ଏହି ୟୁପିଆଇ ମାଧ୍ୟମରେ ଭାରତରେ 4 ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ସେହିଭଳି ସୌରଶକ୍ତି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ପ୍ରଗତି କଥା ସେ ମନେ ପକାଇ ଦେଇଛନ୍ତି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ବ୍ୟବସ୍ଥା ବା ଡିବିଟି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଗରିବ ଲୋକ, ଚାଷୀ ଓ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଅର୍ଥ ତାଙ୍କ ବ୍ୟାଙ୍କଖାତାରେ ଯୋଗାଇ ଦିଆଯାଉଛି । ଏହାଦ୍ୱାରା ସେମାନେ ଜଞ୍ଜାଳମୁକ୍ତ ହେବା ସହିତ ଏହି ପ୍ରକ୍ରିୟାରେ ବାଟମାରଣା ହେଉଥିବା 1.75 ଲକ୍ଷ କୋଟି ଟଙ୍କା ବଞ୍ଚିପାରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲ ଜେଇଏମ୍‍ରେ 8 ହଜାର ଷ୍ଟାର୍ଟଅପ୍‍ ପଞ୍ଜୀକୃତ ହୋଇଛନ୍ତି ଏବଂ ଏଗୁଡିକ ଏହା ମାଧ୍ୟମରେ 23 ହଜାର କୋଟି ଟଙ୍କା ବ୍ୟବସାୟ କରିଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ସାମଗ୍ରୀର କ୍ରୟ ଏବଂ ପ୍ରୋତ୍ସାହନ ପାଇଁ ଜେଇଏମ୍‍ ପକ୍ଷରୁ ଉଦ୍ୟମ କରାଯିବ । ଏହାଦ୍ୱାରା ଷ୍ଟାର୍ଟଅପ୍‍ଗୁଡିକ ଲାଭବାନ ହେବେ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଷ୍ଟାର୍ଟଅପ୍‍ ଇଣ୍ଡିଆ ସିଡ୍‍ ଫଣ୍ଡ ବିଷୟରେ ଘୋଷଣା କରିଥିଲେ । ଏହି ପାଣ୍ଠି ନିମନ୍ତେ 1ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଷ୍ଟାର୍ଟଅପ୍‍ଗୁଡିକ ପାଇଁ ଆଉ ସିଡ୍‍ ମନିର ଅଭାବ ରହିବ ନାହିଁ । ଏହା ନୂଆ ଷ୍ଟାର୍ଟଅପ୍‍କୁ ବଢିବାରେ ସାହାଯ୍ୟ କରିବ । ଏହି ଫଣ୍ଡ ଅଫ୍‍ ଫଣ୍ଡ ସ୍କିମ୍‍ ଷ୍ଟାର୍ଟଅପ୍‍ଗୁଡିକୁ ଇକ୍ୟୁଟି କ୍ୟାପିଟାଲ ସଂଗ୍ରହ କରିବାରେ ସାହାଯ୍ୟ କରୁଛି । ଆହୁରି ମଧ୍ୟ ଷ୍ଟାର୍ଟଅପ୍‍ଗୁଡିକ ପୁଞ୍ଜି ସଂଗ୍ରହରେ ସାହାଯ୍ୟ କରିବା ପାଇଁ ସରକାର ଗ୍ୟାରେଣ୍ଟର ହେବାକୁ ମଧ୍ୟ ଘୋଷଣା କରିଛନ୍ତି । ଯୁବକଙ୍କ ପାଇଁ, ଯୁବକଙ୍କ ଦ୍ୱାରା ଓ ଯୁବକଙ୍କର ଏହି ମନ୍ତ୍ରକୁ ଆଧାର କରି ଭାରତ ଏକ ଷ୍ଟାର୍ଟଅପ୍‍ ପରିବେଶ ସୃଷ୍ଟି କରିବାକୁ କାର୍ଯ୍ୟ କରୁଛି । ଆମକୁ ଆସନ୍ତା 5 ବର୍ଷ ପାଇଁ ଆମକୁ ଆମର ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପଡିବ । ସେହି ସମୟ ମଧ୍ୟରେ ଆମ ଷ୍ଟାର୍ଟଅପ୍‍, ଆମ ୟୁନିକର୍ଣ୍ଣ ଯେପରି ବିଶ୍ୱସ୍ତରର ହୋଇ ଫିଚ୍ୟୁରିଷ୍ଟିକ୍‍ ଟେକ୍‍ନୋଲଜି କ୍ଷେତ୍ରରେ ନେତୃତ୍ୱ ନେବ ତାହାକୁ ନିଶ୍ଚିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre's Nasha Mukt Bharat campaign reaches 34.54 crore people

Media Coverage

Centre's Nasha Mukt Bharat campaign reaches 34.54 crore people
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”