“ଭୂକମ୍ପ ସମୟରେ ଭାରତର ତ୍ୱରିତ ପଦକ୍ଷେପ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି; ଏହା ଆମର ଉଦ୍ଧାର ଏବଂ ରିଲିଫ ଦଳଗୁଡ଼ିକର ପ୍ରସ୍ତୁତିର ପ୍ରତିଫଳନ”
“ଭାରତ ନିଜର ଆତ୍ମର୍ନିଭରଶୀଳତା ସହିତ ନିଜର ନିଃସ୍ୱାର୍ଥପରତାର ପ୍ରତିପାଳନ କରିଛି”
“ବିଶ୍ୱର ଯେଉଁଠାରେ ବିପର୍ଯ୍ୟୟ ଘଟେ, ଭାରତ ପ୍ରଥମେ ସହାୟତାର ହାତ ବଢ଼ାଇଥାଏ”
“ଆମେ ଯେଉଁଠି "ତିରଙ୍ଗା” ସହିତ ପହଞ୍ଚୁ, ସେଠାରେ ଏକ ନିଶ୍ଚିତତା ଅଛି ଯେ ବର୍ତ୍ତମାନ ଭାରତୀୟ ଦଳ ପହଞ୍ଚିଲେ ପରିସ୍ଥିତି ଭଲ ହେବା ଆରମ୍ଭ କରିବ”
“ଏନଡିଆରଏଫ୍‍ ଦେଶର ଲୋକଙ୍କ ମଧ୍ୟରେ ବହୁତ ଭଲ ପ୍ରତିଷ୍ଠା ସୃଷ୍ଟି କରିଛି । ଦେଶର ଲୋକମାନେ ଆପଣଙ୍କ ଉପରେ ବିଶ୍ୱାସ କରନ୍ତି”
“ଦୁନିଆର ସର୍ବୋତ୍ତମ ରିଲିଫ ଏବଂ ଉଦ୍ଧାରକାରୀ ଦଳ ଭାବରେ ଆମର ପରିଚୟକୁ ମଜବୁତ କରିବାକୁ ପଡିବ । ଆମର ନିଜସ୍ୱ ପ୍ରସ୍ତୁତି ଯେତେ ଭଲ ହେବ, ଆମେ ବିଶ୍ୱକୁ ସେବା କରିବାରେ ସେତେ ସକ୍ଷମ ହେବୁ”

ପ୍ରଧାନମନ୍ତ୍ରୀ ଭୂକମ୍ପ ପ୍ରଭାବିତ ତୁର୍କୀ ଏବଂ ସିରିଆରେ "ଅପରେସନ ଦୋସ୍ତ” ସହିତ ଜଡିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

କର୍ମଚାରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭୂକମ୍ପ ପ୍ରଭାବିତ ତୁର୍କୀ ଏବଂ ସିରିଆରେ "ଅପରେସନ ଦୋସ୍ତ” ରେ ସେମାନଙ୍କର ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ । ବସୁଧୈବ କୁଟୁମ୍ବକମର ସଂକଳ୍ପ ଉପରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ତୁର୍କୀ ଏବଂ ସିରିଆରେ ଭାରତୀୟ ଦଳ ଆମ ପାଇଁ ଗୋଟିଏ ପରିବାର ବୋଲି ସମଗ୍ର ବିଶ୍ୱର ଆବେଗକୁ ପ୍ରତିଫଳିତ କରିଛି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତ୍ୱରିତ ପଦକ୍ଷେପ ସମୟର ଗୁରୁତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ "ଗୋଲଡେନ ଆୱାର” ବିଷୟରେ କହିଥିଲେ ଏବଂ ତୁର୍କୀରେ ଏନଡିଆରଏଫ ଦଳର ତ୍ୱରିତ ପଦକ୍ଷେପ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ସେ କହିଛନ୍ତି ଯେ ତ୍ୱରିତ ପ୍ରତିକ୍ରିୟା ଦଳର ପ୍ରସ୍ତୁତି ଏବଂ ତାଲିମ ଦକ୍ଷତାକୁ ଆଲୋକପାତ କରିଥାଏ ।

ଜଣେ ମାତାଙ୍କ ପ୍ରତିଛବିକୁ ମନେ ପକାଇ ଯିଏ ଦଳର ସଦସ୍ୟମାନଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ଆଶୀର୍ବାଦ ଦେଇଥିଲେ, ପ୍ରଧାନମନ୍ତ୍ରୀ ଗର୍ବ ଅନୁଭବ କରିଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ କରାଯାଇଥିବା ଉଦ୍ଧାର ଓ ରିଲିଫ କାର୍ଯ୍ୟର ପ୍ରତ୍ୟେକ ପ୍ରତିଛବି ଦେଖିବା ପରେ ପ୍ରତ୍ୟେକ ଭାରତୀୟ ଏହା ଅନୁଭବ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଲଗା ବୃତ୍ତି ଏବଂ ମାନବ ସ୍ପର୍ଶ ଉପରେ ଆଲୋକପାତ କରି କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ଆଘାତ ସହ ମୁକାବିଲା କରେ ଏବଂ ସବୁକିଛି ହରାଇଥାଏ ସେତେବେଳେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଦଳ ଦ୍ୱାରା ଦେଖାଯାଇଥିବା କରୁଣାର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି ।

୨୦୦୧ ମସିହାରେ ଗୁଜୁରାଟରେ ହୋଇଥିବା ଭୂକମ୍ପ ଓ ସେଠାରେ ସ୍ୱେଚ୍ଛାସେବୀ ଭାବରେ ତାଙ୍କ ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଅଳିଆ ଆବର୍ଜନା ହଟାଇବା ଏବଂ ତଳେ ଥିବା ଲୋକଙ୍କୁ ଖୋଜିବା ତଥା ଭୁଜରେ ଡାକ୍ତରଖାନା ଭୁଶୁଡ଼ି ପଡ଼ିବାରୁ ସମଗ୍ର ଚିକିତ୍ସା ବ୍ୟବସ୍ଥା କିପରି କ୍ଷତିଗ୍ରସ୍ତ ହୋଇଥିଲା ତାହା ଉପରେ କହିଥିଲେ । ୧୯୭୯ ରେ ପ୍ରଧାନମନ୍ତ୍ରୀ ମଧ୍ୟ ମାଛୁ ଡ୍ୟାମ ଦୁଃଖଦ ଘଟଣାକୁ ମନେ ପକାଇଥିଲେ । ଏହି ବିପର୍ଯ୍ୟୟରେ ମୋର ଅନୁଭୂତି ଆଧାରରେ ମୁଁ ତୁମର କଠିନ ପରିଶ୍ରମ, ଆବେଗ ଏବଂ ଭାବନାକୁ ପ୍ରଶଂସା କରିପାରିବି । ଆଜି ମୁଁ ତୁମ ସମସ୍ତଙ୍କୁ ସାଲ୍ୟୁଟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ସୂଚାଇ ଦେଇଛନ୍ତି ଯେ ଯେଉଁମାନେ ନିଜକୁ ସାହାଯ୍ୟ କରିବାକୁ ସକ୍ଷମ ଅଟନ୍ତି ସେମାନଙ୍କୁ ଆତ୍ମର୍ନିଭରଶୀଳ କୁହାଯାଏ କିନ୍ତୁ ଯେଉଁମାନଙ୍କର ଆବଶ୍ୟକତା ସମୟରେ ଅନ୍ୟମାନଙ୍କର ସାହାଯ୍ୟ କରିବାର କ୍ଷମତା ଅଛି ସେମାନଙ୍କୁ ନିଃସ୍ୱାର୍ଥପର କୁହାଯାଏ । ଏହା କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ ବରଂ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ବୋଲି ସେ କହିଛନ୍ତି । ସେଥିପାଇଁ ବିଗତ କିଛି ବର୍ଷ ମଧ୍ୟରେ ଭାରତ ନିଜର ଆତ୍ମର୍ନିଭରଶୀଳତା ସହିତ ନିଜର ନିଃସ୍ୱାର୍ଥପରତା ପ୍ରତିପାଳନ କରିଛି । ୟୁକ୍ରେନରେ ତ୍ରିରଙ୍ଗାର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଯେଉଁଠାରେ "ତ୍ରିରଙ୍ଗା” ସହିତ ପହଞ୍ଚୁ ସେଠାରେ ଏକ ନିଶ୍ଚିତତା ଅଛି ଯେ ବର୍ତ୍ତମାନ ଭାରତୀୟ ଦଳ ପହଞ୍ଚିଲେ ପରିସ୍ଥିତି ଭଲ ହେବା ଆରମ୍ଭ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତ୍ରିରଙ୍ଗା ହାସଲ କରିଥିବା ସମ୍ମାନ ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ମନେ ପକାଇଲେ ଯେ ଅପରେସନ୍ ଗଙ୍ଗା ସମୟରେ ୟୁକ୍ରେନର ସମସ୍ତଙ୍କ ପାଇଁ ତ୍ରିରଙ୍ଗା କିପରି ସୁରକ୍ଷାର ଢାଲ ଭାବରେ କାମ କଲା । ସେହିଭଳି ଅପରେସନ୍ ଦେବୀ ଶକ୍ତିରେ ଆଫଗାନିସ୍ତାନରୁ ଅତ୍ୟଧିକ ପ୍ରତିକୂଳ ପରିସ୍ଥିତିରେ ସ୍ଥାନାନ୍ତର କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମାନ ପ୍ରତିବଦ୍ଧତା କରୋନା ମହାମାରୀ ସମୟରେ ଭାରତ ପ୍ରତ୍ୟେକ ନାଗରିକଙ୍କୁ ଘରକୁ ଫେରାଇ ଆଣି ଔଷଧ ଏବଂ ଟିକା ଯୋଗାଇ ବିଶ୍ୱବ୍ୟାପୀ ଶୁଭେଚ୍ଛା ଲାଭ କରିଥିଲା ।

ତୁର୍କୀ ଏବଂ ସିରିଆରେ ଭୂକମ୍ପ ଅନୁଭୂତ ହେବାପରେ ଭାରତ ପ୍ରଥମ ପଦକ୍ଷେପ ଗ୍ରହଣ କରିଥିବା ରାଷ୍ଟ୍ରଙ୍କ ମଧ୍ୟରୁ ଅନ୍ୟତମ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ "ଅପରେସନ ଡଷ୍ଟ” ମାଧ୍ୟମରେ ମାନବିକତା ପ୍ରତି ଭାରତର ପ୍ରତିବଦ୍ଧତାକୁ ସୂଚାଇ ଦେଇଛନ୍ତି । ସେ ନେପାଳରେ ହୋଇଥିବା ଭୂକମ୍ପ ଏବଂ ମାଳଦ୍ୱୀପ ଏବଂ ଶ୍ରୀଲଙ୍କାରେ ସଙ୍କଟ ବିଷୟରେ ଉଦାହରଣ ଦେଇ କହିଛନ୍ତି ଯେ ସାହାଯ୍ୟ କରିବାକୁ ଭାରତ ପ୍ରଥମେ ଆଗେଇ ଆସିଥିଲା । ସେ କହିଛନ୍ତି ଯେ ଭାରତୀୟ ସୈନ୍ୟବାହିନୀ ତଥା ଏନଡିଆରଏଫ ଉପରେ ମଧ୍ୟ ଅନ୍ୟ ଦେଶର ବିଶ୍ୱାସ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଏନ୍‍ଡିଆରଏଫ୍‍ ବର୍ଷ ବର୍ଷ ଧରି ଦେଶର ଲୋକଙ୍କ ମଧ୍ୟରେ ବହୁତ ଭଲ ପ୍ରତିଷ୍ଠା ସୃଷ୍ଟି କରିଛି । ସେ କହିଛନ୍ତି, ଦେଶର ଲୋକମାନେ ଏନଡିଆରଏଫ୍‍ ଉପରେ ବିଶ୍ୱାସ କରନ୍ତି । ଏନ୍‍ଡିଆରଏଫ୍‍ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକଙ୍କୁ ବିଶ୍ୱାସ ଏବଂ ଭରସା ଆଶ୍ୱାସନା ଦେଇଥାଏ ଏବଂ ଏହା ନିଜେ ଏକ ବଡ଼ ସଫଳତା । ଯେତେବେଳେ ଦକ୍ଷତା ସହିତ ଏକ ଶକ୍ତିରେ ସମ୍ବେଦନଶୀଳତା ଯୋଗ କରାଯାଏ ସେତେବେଳେ ସେହି ଶକ୍ତିର କ୍ଷମତା ବହୁଗୁଣିତ ହୁଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିପର୍ଯ୍ୟୟ ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଭାରତର କ୍ଷମତାକୁ ମଜବୁତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ବିଶ୍ୱର ସର୍ବୋତ୍ତମ ରିଲିଫ ଏବଂ ଉଦ୍ଧାରକାରୀ ଦଳ ଭାବରେ ଆମର ପରିଚୟକୁ ଦୃଢ କରିବାକୁ ପଡ଼ିବ । ଆମର ନିଜର ପ୍ରସ୍ତୁତି ଯେତେ ଭଲ ହେବ, ଆମେ ବିଶ୍ୱକୁ ସେବା କରିବାରେ ସେତେ ସକ୍ଷମ ହେବୁ । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଏନଡିଆରଏଫ ଦଳର ଉଦ୍ୟମ ଏବଂ ଅଭିଜ୍ଞତାକୁ ପ୍ରଶଂସା କରି କହିଛନ୍ତି ଯେ ଯଦିଓ ସେମାନେ ଏହି କ୍ଷେତ୍ରରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି, ତଥାପି ସେ ଗତ ୧୦ ଦିନ ମଧ୍ୟରେ ମନ ଓ ହୃଦୟ ମାଧ୍ୟମରେ ସେମାନଙ୍କ ସହ ଜଡିତ ଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Young must lead us to Viksit Bharat, Amrit Kaal is the era of hard work

Media Coverage

Young must lead us to Viksit Bharat, Amrit Kaal is the era of hard work
NM on the go

Nm on the go

Always be the first to hear from the PM. Get the App Now!
...
Minister for Foreign Affairs of Australia Senator Penny Wong meets Prime Minister
May 26, 2026

The Prime Minister, Shri Narendra Modi expressed happiness on meeting Senator Penny Wong, Minister for Foreign Affairs of Australia.

The two leaders discussed the growing India-Australia Comprehensive Strategic Partnership in areas such as defence, trade, technology and ensuring supply chain resilience.

They reaffirmed that India and Australia will continue to work together for a free, open, secure and prosperous Indo-Pacific.

In a X post, Shri Modi said;

“Happy to receive Senator Penny Wong, Minister for Foreign Affairs of Australia. We discussed the growing India-Australia Comprehensive Strategic Partnership in areas such as defence, trade, technology and ensuring supply chain resilience. India and Australia will continue to work for a free, open, secure and prosperous Indo-Pacific.

@SenatorWong”