ପ୍ରଧାନମନ୍ତ୍ରୀ ଏକ ଅଭିନବ ଉପାୟରେ ବାର୍ତ୍ତାଳାପ କରିଛନ୍ତି, ବ୍ୟକ୍ତିଗତ ଭାବରେ ଅଂଶଗ୍ରହଣକାରୀଙ୍କ ସହ ଏକ ମୁକ୍ତ ପରିବେଶରେ ଆଲୋଚନା କରିଛନ୍ତି
ପ୍ରଧାନମନ୍ତ୍ରୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ର ବାର୍ତ୍ତା ଉପରେ ଆଲୋକପାତ କରିଥିଲେ, ଅଂଶଗ୍ରହଣକାରୀମାନଙ୍କୁ ଅନ୍ୟ ରାଜ୍ୟର ଲୋକଙ୍କ ସହ ବାର୍ତ୍ତାଳାପ କରିବାକୁ ଅନୁରୋଧ କରିଥିଲେ
ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ ଦେଇଛନ୍ତି, ବିକଶିତ ଭାରତର ସ୍ୱପ୍ନ ହାସଲ ପାଇଁ କର୍ତ୍ତବ୍ୟ ପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ଥିବା ଏନସିସି କ୍ୟାଡେଟ୍, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ଆଦିବାସୀ ଅତିଥି ଏବଂ ପ୍ରଜ୍ଞାପନ ମେଢ କଳାକାରମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ବାର୍ତ୍ତାଳାପ ପରେ ଭାରତର ସମୃଦ୍ଧ ସଂସ୍କୃତି ଓ ବିବିଧତାକୁ ପ୍ରଦର୍ଶିତ କରି ଜୀବନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ପୂର୍ବ ବ୍ୟବସ୍ଥାକୁ ବଦଳାଇ ପ୍ରଧାନମନ୍ତ୍ରୀ ଅଭିନବ ଢଙ୍ଗରେ ଅଂଶଗ୍ରହଣକାରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେ ଅଂଶଗ୍ରହଣକାରୀମାନଙ୍କ ସହ ଏକ ଅନୌପଚାରିକ, ମୁକ୍ତ ବାର୍ତ୍ତାଳାପରେ ନିୟୋଜିତ ହୋଇଥିଲେ।

 

ପ୍ରଧାନମନ୍ତ୍ରୀ ଜାତୀୟ ଏକତା ଏବଂ ବିବିଧତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ରାଜ୍ୟର ଲୋକଙ୍କ ସହ ଯୋଗାଯୋଗ କରିବାକୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ । ସେ ଆଲୋକପାତ କରିଥିଲେ ଯେ କିପରି ଏଭଳି ବାର୍ତ୍ତାଳାପ ବୁଝାମଣା ଏବଂ ଏକତାକୁ ପ୍ରୋତ୍ସାହିତ କରେ, ଯାହା ଦେଶର ପ୍ରଗତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଦାୟିତ୍ୱବାନ ନାଗରିକ ଭାବରେ କର୍ତ୍ତବ୍ୟ ପାଳନ କରିବା ହେଉଛି ବିକଶିତ ଭାରତର ସ୍ୱପ୍ନ ହାସଲ କରିବାର ଚାବିକାଠି । ସାମୂହିକ ପ୍ରୟାସ ମାଧ୍ୟମରେ ଦେଶକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଏକଜୁଟ୍ ରହିବାକୁ ସେ ଆହ୍ୱାନ ଦେଇଥିଲେ। ମାଇଁ ଭାରତ ପୋର୍ଟାଲରେ ପଞ୍ଜୀକୃତ ହେବା ଏବଂ ଦେଶ ନିର୍ମାଣରେ ଯୋଗଦାନ କରୁଥିବା କାର୍ଯ୍ୟକଳାପରେ ସକ୍ରିୟ ଭାବରେ ସାମିଲ ହେବାକୁ ସେ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ଶୃଙ୍ଖଳା, ସମୟାନୁବର୍ତ୍ତୀତା ଏବଂ ଶୀଘ୍ର ଉଠିବା ଭଳି ଭଲ ଅଭ୍ୟାସ ଗ୍ରହଣ କରିବାର ମହତ୍ତ୍ୱ ବିଷୟରେ ମଧ୍ୟ ସେ କହିଥିଲେ ଏବଂ ଡାଏରୀ ଲେଖିବାକୁ ଉତ୍ସାହିତ କରିଥିଲେ ।

 

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ସରକାରଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଯାହା ଲୋକଙ୍କ ଜୀବନକୁ ଉନ୍ନତ କରିବାରେ ସହାୟକ ହେଉଛି । ୩ କୋଟି "ଲଖପତି ଦିଦି" ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତୀକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ । ଜଣେ ଅଂଶଗ୍ରହଣକାରୀ ଏହି ଯୋଜନାରେ ଉପକୃତ ହୋଇଥିବା ତାଙ୍କ ମା'ଙ୍କ କାହାଣୀ ସେୟାର କରିଥିଲେ, ଯାହା ଦ୍ୱାରା ତାଙ୍କ ଉତ୍ପାଦ ରପ୍ତାନି କରିବାକୁ ସକ୍ଷମ ହୋଇଥିଲେ। ଭାରତର ସୁଲଭ ଡାଟା ହାର କିପରି ଯୋଗାଯୋଗରେ ପରିବର୍ତ୍ତନ ଆଣିଛି ଏବଂ ଡିଜିଟାଲ ଇଣ୍ଡିଆକୁ ଶକ୍ତି ପ୍ରଦାନ କରିଛି, ଲୋକଙ୍କୁ ଯୋଗାଯୋଗରେ ରହିବାରେ ସାହାଯ୍ୟ କରିଛି ଏବଂ ସୁଯୋଗ ବୃଦ୍ଧି କରିଛି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।

 

ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ୧୪୦ କୋଟି ଭାରତୀୟ ସ୍ୱଚ୍ଛତା ବଜାୟ ରଖିବାକୁ ସଂକଳ୍ପ କରନ୍ତି, ତେବେ ଭାରତ ସର୍ବଦା ସ୍ୱଚ୍ଛ ରହିବ । ଏକ ପେଡ୍ ମା' କେ ନାମ ଅଭିଯାନର ମହତ୍ତ୍ୱ ବିଷୟରେ ସେ କହିଥିଲେ ଏବଂ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ। ସେ ଫିଟ୍ ଇଣ୍ଡିଆ ଅଭିଯାନ ବିଷୟରେ ଆଲୋଚନା କରିଥିଲେ ଏବଂ ଯୋଗ କରିବା ପାଇଁ ସମୟ ବାହାର କରି ଫିଟ୍ ନେସ୍ ଏବଂ କଲ୍ୟାଣ ଉପରେ ଧ୍ୟାନ ଦେବାକୁ ସମସ୍ତଙ୍କୁ କହିଥିଲେ, ଯାହା ଏକ ଶକ୍ତିଶାଳୀ ଏବଂ ସୁସ୍ଥ ରାଷ୍ଟ୍ର ପାଇଁ ଜରୁରୀ ।

 

ବିଦେଶୀ ଅଂଶଗ୍ରହଣକାରୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଂଶଗ୍ରହଣକାରୀମାନେ ଆନନ୍ଦ ପ୍ରକାଶ କରିବା ସହ ଭାରତର ଆତିଥ୍ୟକୁ ପ୍ରଶଂସା କରିବା ସହିତ ସେମାନଙ୍କ ଗସ୍ତର ସକାରାତ୍ମକ ଅନୁଭୂତି ବାଣ୍ଟିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 14, 2026
September 14, 2026

PM Modi Brought the Train to Aizawl and Bharat to the BRICS Table