ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନୂଆଦିଲ୍ଲୀଠାରେ ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହ ଆଲୋଚନା କରିଥିଲେ । ଲେହ, କାଶ୍ମୀର, ଆନ୍ଧ୍ର ପ୍ରଦେଶ ସହିତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା 15 ଜଣ ମହିଳା ଆଚିଭର ପ୍ରଧାନମନ୍ତ୍ରୀଙ୍କ ସହିତ ନିଜ ସମସ୍ୟା, ସଂଘର୍ଷଗୁଡିକ ବିଷୟରେ ଆଲୋଚନା କରିଥିଲେ ଏବଂ ନିଜର ଲକ୍ଷ୍ୟ କିଭଳି ଭାବେ ହାସଲ କରିଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅନୁଭୂତି ଜଣାଇଥିଲେ ।

ଏହି ଆଚିଭରମାନଙ୍କ ମଧ୍ୟରେ 103 ବୟସର ସୁଶ୍ରୀ ମନ କୌର ମଧ୍ୟ ସାମିଲ ହୋଇଥିଲେ ଯିଏକି 93 ବର୍ଷ ବୟସରେ ଆଥଲେଟିକ୍ସ ଆରମ୍ଭ କରିଥିଲେ ଏବଂ ପୋଲାଣ୍ଡରେ ଆୟୋଜିତ ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ଫିଲ୍ଡ ଏବଂ ଟ୍ରାକ ଶ୍ରେଣୀରେ 4ଟି ସ୍ୱର୍ଣ୍ଣ ପଦକ ଜିଣିଥିଲେ ।

ଜମ୍ମୁ ଏବଂ କଶ୍ମୀରର ଆସିଫା ଜାନ ନୁଗ୍ଧା ହାଣ୍ଡିକ୍ରାଫସର ସଂସ୍ଥାପକ ଏବଂ ତାଙ୍କୁ ନୁଗ୍ଧା ହସ୍ତଶିଳ୍ପର ବିଲୁପ୍ତପ୍ରାୟ ଗୌରବର ପୁନରୁଦ୍ଧାର କରିବାର ଗୌରବ ହାସଲ କରିଥିଲେ । ସେ କଶ୍ମୀରରେ 100ରୁ ଅଧିକ ମହିଳାମାନଙ୍କୁ ପ୍ରଶିକ୍ଷିତ କରିବା ଏବଂ ବିଲୁପ୍ତ ପ୍ରାୟ ହସ୍ତଶିଳ୍ପକୁ ଉଜ୍ଜିବୀତ କରିବାର ନିଜର ଅନୁଭୂତି ବାଣ୍ଟିଥିଲେ ।

ଭାରତୀୟ ବାୟୁ ସେନାର ପ୍ରଥମ ମହିଳା ଯୁଦ୍ଧ ପାଇଲଟ, ମୋହନା ସିଂହ, ଭାବନା କଂଠ ଏବଂ ଅବନୀ ଚତୁର୍ବେଦୀ ମଧ୍ୟ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ତିନିଜଣଙ୍କୁ ଭାରତ ସରକାରଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ ଭାରତୀୟ ବାୟୁ ସେନାରେ ଫାଇଟର କ୍ଷେତ୍ର ଖୋଲାଯିବାର ନିଷ୍ପତ୍ତି ପରେ ଭାରତୀୟ ବାୟୁସେନାର ଫାଇଟର ସ୍କ୍ୱାର୍ଡନରେ ସାମିଲ କରାଯାଇଥିଲା । ସେମାନେ 2018ରେ ମିଗ-21ରେ ସୋଲୋ ପାଇଲଟ ଥିବା ପ୍ରଥମ ମହିଳା ପାଇଲଟ ହୋଇପାରିଲେ ।

ପଡାଲା ଭୁଦେବୀ ଆନ୍ଧ୍ର ପ୍ରଦେଶର ଏକ ଜନଜାତି ମହିଳା କୃଷକ ଏବଂ ଗ୍ରାମୀଣ ଉଦ୍ୟୋଗୀ । ସେହିଭଳି ବିହାରର ବିନା ଦେବୀ ମୁଙ୍ଗେର ଯିଏକି ଛତୁ ଚାଷକୁ ଲୋକପ୍ରିୟ କରାଇବା ପାଇଁ ପ୍ରଚେଷ୍ଟା କରିଥିଲେ ସେଥିପାଇଁ ତାଙ୍କୁ ‘ମସରୁମ ମହିଳା’ ବୋଲି ଶ୍ରଦ୍ଧାରେ ଅନେକେ କହନ୍ତି । ଏହି ଦୁଇଜଣ ମହିଳା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଚାଷ ବିଷୟରେ ଅନୁଭୂତି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

କଳାବତୀ ଦେବୀ ଉତ୍ତର ପ୍ରଦେଶର କାନପୁର ଜିଲ୍ଲାର ଜଣେ ମହିଳା ରାଜମିସ୍ତ୍ରୀ କାମ କରନ୍ତି ଯିଏକି ସଂପୃକ୍ତ ଜିଲାରେ ଖୋଲାରେ ଶୌଚ କ୍ଷେତ୍ରରେ ହ୍ରାସ ଆଣିବା ନେଇ ପ୍ରେରଣାର ଉତ୍ସ ହୋଇଥିଲେ । ତାଙ୍କୁ କାନପୁର ଏବଂ ଆଖ ପାଖ କ୍ଷେତ୍ରଗୁଡିକରେ 4000ରୁ ଅଧିକ ଶୌଚାଳୟ ନିର୍ମାଣ କରିବାର ଶ୍ରେୟ ମିଳିଛି । ସେ ପ୍ରଧାନମନ୍ତ୍ରୀଙ୍କୁ ନିଜର ଅନୁଭୂତିଗୁଡିକ ବଖାଣି ଥିଲେ । ସେ କହିଥିଲେ ଯେ କିଭଳି ଭାବେ ସେ ଘର ଘର ବୁଲି ଏ ବିଷୟରେ ସଚେତନତା କରିଥିଲେ ଏବଂ ସେଥିପାଇଁ ଘଣ୍ଟା ଘଣ୍ଟା ଧରି ସେ କାନପୁରର ଆଖ ପାଖ ଅଂଚଳ ଯାତ୍ରା କରୁଥିଲେ ।

30,000ରୁ ଅଧିକ ମହିଳାମାନଙ୍କସହିତ 2800ରୁ ଅଧିକ ଗୋଷ୍ଠିଗଠନ କରିଥିବା ଉତ୍ସାହୀ ପର୍ଯ୍ୟାବରଣବିତ ଝାଡଖଣ୍ଡର ଚାମି ମୂର୍ମୂ ଉତ୍ପାଦନ ନ ହେଉଥିବା ଜମିରେ 25 ଲକ୍ଷରୁ ଅଧିକ ଗଛ ଲଗାଇବାର ଅନୁଭୂତି ବାଣ୍ଟିଥିଲେ ।

କେରଳର 98 ବର୍ଷିୟା କଧ୍ୟାୟଣୀ ଆମ୍ମା ଅଗଷ୍ଟ 2018ରେ ଚତୁର୍ଥ ଶ୍ରେଣୀ ସମକକ୍ଷ କେରଳ ସାକ୍ଷରତା ମିଶନର ଅକ୍ଷରାଲକ୍ଷମ ଯୋଜନାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଅନୁଭୂତି ବଖାଣି ଥିଲେ । ସେ ପ୍ରଥମ ସ୍ଥାନ ପ୍ରାପ୍ତ କରିଥିଲେ ଏବଂ 98 ପ୍ରତିଶତ ହାସଲ କରିଥିଲେ ।

ଉପସ୍ଥିତ ଜନ ସମୂହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାରୀ ଶକ୍ତି ପୁରସ୍କାର ବିଜେତାମାନେ ସମାଜର ନିର୍ମାଣ ଏବଂ ରାଷ୍ଟ୍ରକୁ ପ୍ରେରଣା ଦେବା କ୍ଷେତ୍ରରେ ମହାନ ଯୋଗଦାନ କରିଛନ୍ତି ।

ସେ କହିଥିଲେ ଯେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବିନା ଦେଶକୁ ଖୋଲା ଶୌଚ ମୁକ୍ତ ଦେଶ ଭାବେ ପରିଗଣିତ କରାଯାଇପାରିନଥାନ୍ତା । ସେ କହିଥିଲେ ଯେ ଏହିଭଳି ମହିଳାମାନଙ୍କର ବ୍ୟାପକ ଅଂଶୀଦାରୀତା ଯୋଗୁ କୁପୋଷଣ ସମସ୍ୟାର ମଧ୍ୟ ସମାଧାନ କରିହେବ ।

ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଜଳ ଜୀବନ ମିଶନ ରେ ମହିଳାମାନଙ୍କ ବ୍ୟାପକ ଭାଗିଦାରୀର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଅନୁଭୂତି ହାସଲ କରିଥିବା ମହିଳାମାନଙ୍କୁ (ଆଚିଭର୍ସ)କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ସେମାନଙ୍କୁ ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India auto sales cross 24 lakh in July, exports rise 25% as industry enters festive season

Media Coverage

India auto sales cross 24 lakh in July, exports rise 25% as industry enters festive season
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi