ଦେଶରେ ଅଗ୍ରଣୀ ଅମ୍ଳଜାନ ଉତ୍ପାଦନକାରୀ ସଂସ୍ଥାଗୁଡିକ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଆଲୋଚନା କରିଛନ୍ତି । ବର୍ତ୍ତମାନ ସମୟରେ କେବଳ ଆହ୍ୱାନର ସମ୍ମୁଖୀନ ହେବା ନୁହେଁ ବରଂ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନର ପନ୍ଥା ବାହାର କରିବା ମଧ୍ୟ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ସରକାର ଓ ଅମ୍ଳଜାନ ଉତ୍ପାଦନକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାଆରୋପ କରିଛନ୍ତି ।

ଗତ କିଛି ସପ୍ତାହ ମଧ୍ୟରେ ଉତ୍ପାଦନକାରୀ ସଂସ୍ଥା ଉତ୍ପାଦନ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ତରଳ ଅମ୍ଳଜାନ  ଉତ୍ପାଦନ  ବୃଦ୍ଧି ଯୋଗୁଁ ସେ ତାହାର ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ ମଧ୍ୟ ଶିଳ୍ପଗତ ଅମ୍ଳଜାନକୁ ଡାକ୍ତରୀ ଚିକିତ୍ସାରେ ଉପଯୋଗ କରିଥିବାରୁ ଶିଳ୍ପସଂସ୍ଥାଗୁଡିକୁ ଧନ୍ୟବାଦ ଜଣାଇଥିଲେ ।

ପରିସ୍ଥିତିରେ ଅଧିକ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ଅଧିକ ଅମ୍ଳଜାନର ଆବଶ୍ୟକତା ଦୃଷ୍ଟିରୁ ସମସ୍ତ ସାଧନ ଖଟାଇ ଅଧିକ ଉତ୍ପାଦନ ଉପରେ ଜୋର ଦେଇଥିଲେ । ଅଧିକ ସିଲିଣ୍ଡର ଓ ଉତ୍ପାଦନ ଓ ପରିବହନ ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟାନ୍ୟ ଗ୍ୟାସ ପରିବହନ ପାଇଁ ବ୍ୟବହୃତ ଟ୍ୟାଙ୍କରକୁ ଅମ୍ଳଜାନ ପରିବହନ ନିମନ୍ତେ ଉପଯୋଗ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ରାଜ୍ୟଗୁଡିକର ଅମ୍ଳଜାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେପରି ଉତ୍ପାଦନ ସ୍ଥାନରେ ଟ୍ୟାଙ୍କର  ସହଜରେ ପହଞ୍ଚିପାରିବ, ସେଥିପାଇଁ ସରକାର ରେଳବାଇ ଓ ବାୟୁସେନାର ସାହାଯ୍ୟ ନେବାକୁ ଚିନ୍ତା କରୁଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ସରକାର, ରାଜ୍ୟ ଓ ଶିଳ୍ପଜଗତ ପରିବହନକାରୀ ଓ ସମସ୍ତ ହସପିଟାଲ ଏଥିପାଇଁ ମିଳିମିଶି କାର୍ଯ୍ୟ କରିବା ଦରକାର । ସମନ୍ୱୟ ଯେତେ ଅଧିକ ହେବ ଏ ଆହ୍ୱାନର ମୁକାବିଲା ସେତେ ସହଜ ହେବ ବୋଲି ସେ କହିଛନ୍ତି ।

ଅମ୍ଳଜାନ ପ୍ରସ୍ତୁତ କର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତି ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିଥିବା ତଥା ଦେଶ ସମନ୍ୱୟ ଯୋଗୁଁ ଜଟିଳ ପରିସ୍ଥିତିର ମୁକାବିଲା ସହଜରେ କରିପାରିବ ବୋଲି କହିଥିଲେ ।

            RIL ଅଧ୍ୟକ୍ଷ ଶ୍ରୀ ମୁକେଶ ଅମ୍ବାନୀ, SAIL ଅଧ୍ୟକ୍ଷ ସୋମା ମଣ୍ଡଳ, JSWର ସଜନ୍ ଜିନ୍ଦଲ, ଟାଟା ଷ୍ଟିଲର ଶ୍ରୀ ନରେନ୍ଦ୍ରନ୍‌, JSPL ଶ୍ରୀ ନବୀନ ଜିନ୍ଦଲ, AMNSର ଦିଲୀପ ଉମେନ, LINDE ର ଶ୍ରୀ ଏମ୍ ବାନାର୍ଜୀ, INOXର ଶ୍ରୀ ସିଦ୍ଧାର୍ଥ ଜୈନ, AIR Water ଜାମସେଦପୁରର ଶ୍ରୀ ନରିୟୋ ସିବୁୟା, ନ୍ୟାସନାଲ ଅକ୍ସିଜେନ ଲିମିଡେଟର ଶ୍ରୀ ରାଜେଶ କୁମାର ସରାଫ୍ ଏବଂ ଶ୍ରୀ ସାକେତ ଟିକୁ ସର୍ବଭାରତୀୟ ଶିଳ୍ପ ଗ୍ୟାସ ପ୍ରସ୍ତୁତ ସଂସ୍ଥାର ସଭାପତି ଏଥିରେ ଅଂଶଗ୍ରହଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Inspiration For Millions': PM Modi Gifts Putin Russian Edition Of Bhagavad Gita

Media Coverage

'Inspiration For Millions': PM Modi Gifts Putin Russian Edition Of Bhagavad Gita
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
December 05, 2025

Prime Minister Narendra Modi will share 'Mann Ki Baat' on Sunday, December 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.