ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ପରିପୂର୍ଣ୍ଣତା ଆଭିମୁଖ୍ୟ ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି; ଯାହା ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ସହିତ ଭେଦଭାବକୁ ରୋକିଥାଏ
ସେବା ଯୋଗାଣରେ ଆପଣମାନେ ସ୍ପିଡ୍ ବ୍ରେକର ହେବେ ନା ସୁପରଫାଷ୍ଟ ହାଇୱେ ହେବେ, ତାହା ଆପଣମାନଙ୍କ ପସନ୍ଦ: ପ୍ରଧାନମନ୍ତ୍ରୀ
ଅଧିକାରୀମାନଙ୍କୁ ଉତପ୍ରେରକ ମାଧ୍ୟମ ହେବା ତଥା ସେମାନଙ୍କ ଆଖି ସାମ୍ନାରେ ଯେତେବେଳେ କିଛି ପରିବର୍ତ୍ତନ ଘଟୁଥିବା ଦେଖିବେ, ସେତେବେଳେ ସନ୍ତୁଷ୍ଟ ଅନୁଭବ କରିବାକୁ କହିଲେ ପ୍ରଧାନମନ୍ତ୍ରୀ
ରାଷ୍ଟ୍ର ପ୍ରଥମ ହେଉଛି ଜୀବନର ଲକ୍ଷ୍ୟ ଏବଂ ସମସ୍ତ ଅଧିକାରୀଙ୍କୁ ଏହି ଯାତ୍ରାରେ ତାଙ୍କ ସହ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
ସହକାରୀ ସଚିବ କାର୍ଯ୍ୟକ୍ରମ ପଛର ଉଦ୍ଦେଶ୍ୟ ହେଉଛି ପ୍ରଶାସନିକ ପିରାମିଡର ଉପରୁ ତଳ ପର୍ଯ୍ୟନ୍ତ ଯୁବ ଅଧିକାରୀମାନଙ୍କୁ ଅଭିଜ୍ଞତାମୂଳକ ଶିକ୍ଷାର ସୁଯୋଗ ପ୍ରଦାନ କରିବା: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନ ଠାରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସହକାରୀ ସଚିବ ଭାବେ ନିୟୋଜିତ ୨୦୨୨ ବ୍ୟାଚର ୧୮୧ ଜଣ ଶିକ୍ଷାନବୀସ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଆଲୋଚନା ସମୟରେ ବିଭିନ୍ନ ଅଧିକାରୀ ସେମାନଙ୍କ ପ୍ରଶିକ୍ଷଣର ଅଭିଜ୍ଞତାକୁ ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ୨୦୨୨ର ଆରମ୍ଭ କାର୍ଯ୍ୟକ୍ରମ ସମୟରେ ସେମାନଙ୍କ ସହ ତାଙ୍କର ପୂର୍ବର କଥାବାର୍ତ୍ତାକୁ ସେମାନଙ୍କୁ ସ୍ମରଣ କରାଇ ଦେଇଥିଲେ । ସହକାରୀ ସଚିବ କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ ଯେ ପ୍ରଶାସନିକ ପିରାମିଡର ଉପରୁ ତଳ ପର୍ଯ୍ୟନ୍ତ ଯୁବ ଅଧିକାରୀମାନଙ୍କୁ ଅଭିଜ୍ଞତାମୂଳକ ଶିକ୍ଷାର ସୁଯୋଗ ପ୍ରଦାନ କରିବା ହେଉଛି ଏହା ପଛର ଉଦ୍ଦେଶ୍ୟ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ଅବହେଳିତ ଆଭିମୁଖ୍ୟରେ ସନ୍ତୁଷ୍ଟ ନୁହେଁ ଏବଂ ଏହା ଅଧିକ ସକ୍ରିୟତା ଆବଶ୍ୟକ କରେ । ସେମାନେ ସମସ୍ତ ନାଗରିକଙ୍କୁ ସର୍ବୋତ୍ତମ ସମ୍ଭବ ଶାସନ, ଉତ୍ପାଦନର ଗୁଣବତ୍ତା ଓ ଜୀବନର ଗୁଣବତ୍ତା ପ୍ରଦାନ କରିବାକୁ ପ୍ରୟାସ କରିବା ଉଚିତ୍ । ଲଖପତି ଦିଦି, ଡ୍ରୋନ୍ ଦିଦି, ପିଏମ୍ ଆବାସ ଯୋଜନା ଆଦି ଯୋଜନା ସମ୍ପର୍କରେ ସେ କହିଥିଲେ ଯେ, ଏହି ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ । ସେ କହିଥିଲେ ଯେ ଏହି ଆଭିମୁଖ୍ୟ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିଥାଏ ଏବଂ ଭେଦଭାବକୁ ରୋକିଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ ସେବା ଯୋଗାଣ କ୍ଷେତ୍ରରେ ବର୍ତ୍ତମାନ ସେମାନେ ଧୀର ଗତିରେ ଚାଲିବେ (ସ୍ପିଡ୍ ବ୍ରେକର ହେବେ) ନା ଦ୍ରୁତ ଗତିରେ ଦୌଡ଼ିବାର ରାଜପଥ (ସୁପରଫାଷ୍ଟ ହାଇୱେ) ହେବେ, ତାହା ସେମାନଙ୍କ ରୁଚି ଉପରେ ନିର୍ଭର କରେ । ସେ ଆହୁରି ମଧ୍ୟ କହିଥିଲେ ଯେ ସେମାନେ ଉତପ୍ରେରକ ମାଧ୍ୟମ ହେବାର ଇଚ୍ଛା ରଖିବା ଉଚିତ ଏବଂ ଯେତେବେଳେ ସେମାନେ ସେମାନଙ୍କ ଆଖି ସାମ୍ନାରେ କିଛି ପରିବର୍ତ୍ତନ ଘଟୁଥିବା ଦେଖିବେ, ସେତେବେଳେ ସେମାନେ ସନ୍ତୁଷ୍ଟ ଅନୁଭବ କରିବେ ।

ରାଷ୍ଟ୍ର ପ୍ରଥମ କେବଳ ଏକ ନାରା ନୁହେଁ, ବରଂ ତାଙ୍କ ଜୀବନର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ଯାତ୍ରାରେ ତାଙ୍କ ସହ ଚାଲିବାକୁ ଅଧିକାରୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ଆଇଏଏସ୍ ଭାବେ ମନୋନିତ ହେବା ପରେ ସେମାନେ ଯେଉଁ ପ୍ରଶଂସା ପାଇଛନ୍ତି, ତାହା ଅତୀତର କଥା ଏବଂ ସେମାନେ ଅତୀତରେ ରହିବା ପରିବର୍ତ୍ତେ ଭବିଷ୍ୟତ ଆଡ଼କୁ ଆଗେଇ ଚାଲିବା ଉଚିତ ବୋଲି ସେ କହିଥିଲେ ।

 

 

ଏହି ଆଲୋଚନା ସମୟରେ ରାଷ୍ଟ୍ର ମନ୍ତ୍ରୀ (କାର୍ମିକ) ଶ୍ରୀ ଜିତେନ୍ଦ୍ର ସିଂହ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି. କେ. ମିଶ୍ର, କ୍ୟାବିନେଟ୍ ସଚିବ ଶ୍ରୀ ରାଜୀବ ଗଉବା ଏବଂ ସଚିବ (ଗୃହ ଓ ଡିଓପିଟି) ଶ୍ରୀ ଏ.କେ.ଭଲ୍ଲା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi