‘‘ଏସୀୟ କ୍ରୀଡ଼ାରେ ଆମ କ୍ରୀଡ଼ାବିତ୍‌ଙ୍କ ଅସାଧାରଣ ପ୍ରଦର୍ଶନ ଯୋଗୁ ସାରା ଦେଶ ଆନନ୍ଦରେ ଅଧୀର ହୋଇପଡ଼ିଛି’’
‘‘ବର୍ତ୍ତମାନ ସୁଦ୍ଧା ଏହା ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆମେ ସଠିକ ମାର୍ଗରେ ଅଗ୍ରସର ହେବା ଏକ ଆତ୍ମସନ୍ତୋଷର ବିଷୟ’’
‘‘ଅଧିକାଂଶ କ୍ରୀଡ଼ା ପ୍ରତିଯୋଗିତାରେ, ଆପଣମାନଙ୍କ ଶ୍ରେଷ୍ଠ ପ୍ରୟାସ କାରଣରୁ ସଫଳତା ପାଇଁ ବହୁ ଦଶନ୍ଧିର ପ୍ରତୀକ୍ଷା ଶେଷ ହୋଇଛି’’
‘‘ଅଧିକାଂଶ କ୍ରୀଡ଼ା ବର୍ଗରେ ଆପଣମାନେ କେବଳ ଖାତା ଖୋଲିନାହାନ୍ତି ବରଂ ଏପରି ଏକ ଛାପ ଛାଡ଼ି ଯାଇଛନ୍ତି ଯାହା ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ’’
‘‘ଭାରତର ଝିଅମାନେ ୧ ନମ୍ବର ସ୍ଥାନ ଠାରୁ କମରେ ସନ୍ତୁଷ୍ଟ ହେବାକୁ ପ୍ରସ୍ତୁତ ନାହାନ୍ତି’’
‘‘ଆମର ଟପ୍ସ ଓ ଖେଲୋ ଇଣ୍ଡିଆ ଯୋଜନା ଯୁଗାନ୍ତକାରୀ ପ୍ରମାଣିତ ହୋଇଛି’’
‘‘ଆମର ଖେଳାଳୀମାନେ ହେଉଛନ୍ତି ଦେଶ ପାଇଁ ‘ଜିଓଏଟି’ ଅର୍ଥାତ୍‌ ଗ୍ରେଟେଷ୍ଟ ଅଫ୍‌ ଅଲଟାଇମ୍ସ’’
‘‘ପଦକ ବିଜେତାଙ୍କ ମଧ୍ୟରେ ଯୁବ କ୍ରୀଡ଼ାବିତ୍‌ଙ୍କ ଉପସ୍ଥିତି ଏକ କ୍ରୀଡ଼ା ରାଷ୍ଟ୍ରର ପ୍ରତୀକ ପାଲଟିଛି’’
‘‘ଯୁବ ଭାରତର ନୂଆ ଚିନ୍ତାଧାରା ଆଉ କେବଳ ଭଲ ପ୍ରଦର୍ଶନରେ ସନ୍ତୁଷ୍ଟ ହେବ ନାହିଁ ବରଂ ଏହା ପଦକ ଓ ବିଜୟ ଚାହୁଁଛି’’
‘‘ନିଶାଦ୍ରବ୍ୟର ମୁକାବିଲା କରିବା ଏବଂ ଶ୍ରୀଅନ୍ନ ଓ ପୋଷଣ ମିଶନକୁ ପ୍ରୋତ୍ସାହିତ କରିବା ଲାଗି ସହଯୋଗ କରନ୍ତୁ’’
‘‘ଅର୍ଥାଭାବ କେବେ ଆପଣଙ୍କ ପ୍ରୟାସରେ ବାଧକ ସାଜି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ କ୍ରୀଡ଼ାବିତ୍‌ଙ୍କ ସହ ମତ ବିନିମୟ କରିଥିଲେ। ଭାରତ ଚଳିତ ବର୍ଷ ଏସୀୟ କ୍ରୀଡ଼ା ୨୦୨୨ରେ ୧୦୭ଟି ପଦକ ଜିତିଛି ଯେଉଁଥିରେ ୨୮ଟି ସ୍ୱର୍ଣ୍ଣ ପଦକ ସାମିଲ ରହିଛି । ଏହା ବର୍ତ୍ତମାନ ସୁଦ୍ଧା ଏସୀୟ କ୍ରୀଡ଼ାରେ ଭାରତ ପାଇଁ ସର୍ବାଧିକ ପଦକ ବିଜୟ ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ କ୍ରୀଡ଼ାବିତ୍‌ଙ୍କ ସହ ମତ ବିନିମୟ କରିଥିଲେ। ଭାରତ ଚଳିତ ବର୍ଷ ଏସୀୟ କ୍ରୀଡ଼ା ୨୦୨୨ରେ ୧୦୭ଟି ପଦକ ଜିତିଛି ଯେଉଁଥିରେ ୨୮ଟି ସ୍ୱର୍ଣ୍ଣ ପଦକ ସାମିଲ ରହିଛି । ଏହା ବର୍ତ୍ତମାନ ସୁଦ୍ଧା ଏସୀୟ କ୍ରୀଡ଼ାରେ ଭାରତ ପାଇଁ ସର୍ବାଧିକ ପଦକ ବିଜୟ ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

 

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଖେଳାଳୀଙ୍କୁ ଦେଶର ପ୍ରତ୍ୟେକ ନାଗରିକଙ୍କ ତରଫରୁ ସ୍ୱାଗତ କରିଥିଲେ ଏବଂ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ, ଏସୀୟ କ୍ରୀଡ଼ାର ଉଦଘାଟନୀ ସଂସ୍କରଣ ୧୯୫୧ ମସିହାର ଏହି ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା ଯାହାକି ଏକ ସଂଯୋଗର ବିଷୟ। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, କ୍ରୀଡ଼ାବିତ୍‌ଙ୍କ ସାହସ ଓ ପ୍ରତିବଦ୍ଧତା ଦେଶର ପ୍ରତ୍ୟେକ କୋଣଅନୁକୋଣରେ ପହଞ୍ଚିବା ସହିତ ସବୁ ଦେଶବାସୀଙ୍କୁ ଆନନ୍ଦରେ ଅଧୀର କରି ଦେଇଛି। ୧୦୦ରୁ ଅଧିକ ପଦକ ଲକ୍ଷ୍ୟ ହାସଲ ପଛରେ ରହିଥିବା ପରିଶ୍ରମ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ଦେଶ ଏଥିରେ ଗୌରବାନ୍ୱିତ ହୋଇପଡ଼ିଛି। ସେ ମଧ୍ୟ ପ୍ରଶିକ୍ଷକ ଓ ତାଲିମଦାତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶାରୀରିକ ପ୍ରଶିକ୍ଷକ ଓ ଅନ୍ୟ ଅଧିକାରୀମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ସବୁ କ୍ରୀଡ଼ାବିତଙ୍କ ମାତାପିତାଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ପରିବାରର ଅବଦାନ ଓ ବଳିଦାନକୁ ଉଲ୍ଲେଖ କରିଥିଲେ । ପ୍ରଶିକ୍ଷଣ କ୍ଷେତ୍ର ଠାରୁ ଆରମ୍ଭ କରି ପୋଡିୟମ ପର୍ଯ୍ୟନ୍ତ, ମାତାପିତାଙ୍କ ସହାୟତା ବିନା ଏହି ଯାତ୍ରା ସମ୍ଭବ ହୋଇନଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଆପଣମାନେ ଇତିହାସ ସୃଷ୍ଟି କରିଛନ୍ତି। ଚଳିତ ଏସୀୟ କ୍ରୀଡ଼ାର ପଦକ ଓ ଉପଲବ୍ଧି ଭାରତର ସଫଳତାର ପ୍ରମାଣ ଦେଉଛି । ବର୍ତ୍ତମାନ ସୁଦ୍ଧା ଏହା ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆମେ ସଠିକ ମାର୍ଗରେ ଅଗ୍ରସର ହେବା ଏହା ଏକ ଆତ୍ମସନ୍ତୋଷର ବିଷୟ। ପୂର୍ବରୁ କରୋନା ଟିକାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରାଯାଉଥିଲା। କିନ୍ତୁ ଆମେ ଏଥିରେ ସଫଳ ହେବା ସହିତ ଲୋକଙ୍କ ଜୀବନ ବଞ୍ଚାଇବା ସହିତ ୧୫୦ରୁ ଅଧିକ ଦେଶକୁ ସହାୟତା କରିଛୁ। ସଠିକ୍‌ ମାର୍ଗରେ ଗତି କରିବାର ସମାନ ଅନୁଭବ ସେହି ସମୟରେ ହୋଇଥିଲା।

 

ସର୍ବାଧିକ ପଦକ ତାଲିକା ବିଷୟରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ବନ୍ଧୁକ ଚାଳନା, ସ୍କ୍ୱାଶ, ରୋଇଂ, ମହିଳା ବକ୍ସିଂ ଏବଂ ମହିଳା ଓ ପୁରୁଷ କ୍ରିକେଟ୍‌ ଓ ସ୍କ୍ୱାଶ ପ୍ରତିଯୋଗିତାରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଷୟରେ କହିଥିଲେ। ସେ ମଧ୍ୟ ଆହୁରି କହିଥିଲେ, ଆମକୁ କେତେକ ପ୍ରତିଯୋଗିତାରେ ଦୀର୍ଘ ବର୍ଷ ପରେ ପଦକ ମିଳିଛି। ମହିଳା ସଟପୁଟ୍‌ରେ ୭୨ ବର୍ଷ ପରେ, ଚାରି ଗୁଣା ୧୦୦ ମିଟରରେ ୬୧ ବର୍ଷ ପରେ, ଅଶ୍ୱଚାଳନାରେ ୪୧ ବର୍ଷ ପରେ ଏବଂ ପୁରୁଷ ବ୍ୟାଡମିଣ୍ଟନରେ ୪୦ ବର୍ଷ ପରେ ପଦକ ମିଳିଛି । ଆପଣମାନଙ୍କ ପ୍ରୟାସ ଯୋଗୁ ଏତେ ବର୍ଷର ପ୍ରତୀକ୍ଷାର ଅନ୍ତ ବୋଲି ବୋଲି ପ୍ରଧାନମନ୍ତ୍ରୀ ଖେଳାଳୀମାନଙ୍କୁ କହିଥିଲେ।

 


ଭାରତ ଅଂଶଗ୍ରହଣ କରିଥିବା ପ୍ରାୟ ସବୁ ଖେଳରେ ପଦକ ଜିତିଥିବାରୁ ଏହି ସଫଳତାକୁ ଆହୁରି ବିସ୍ତାରିତ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଅତିକମରେ ୨୦ଟି ଖେଳରେ ଭାରତ ପୂର୍ବରୁ କେବେ ପଦକ ଜିତିପାରିନଥିଲା। ଆପଣମାନେ କେବଳ ଏଥିରେ ଖାତା ଖୋଲିନାହାନ୍ତି ବରଂ ଯୁବପିଢ଼ିଙ୍କୁ ମଧ୍ୟ ଅନୁପ୍ରାଣିତ କରିଛନ୍ତି ବୋଲି ସେ କହିଥିଲେ। ଏହା ଏସୀୟ କ୍ରୀଡ଼ା ଠାରୁ ଆହୁରି ଆଗକୁ ଯିବ ଏବଂ ଆମର ଅଲିମ୍ପିକ୍ସ ଯାତ୍ରାକୁ ଏକ ନୂଆ ଆତ୍ମବିଶ୍ୱାସ ଦେବ ବୋଲି ସେ ଉଲ୍ଲେଖ କରିଥିଲେ।

 

ମହିଳା ଖେଳାଳୀଙ୍କ ଉଲ୍ଲେଖନୀୟ ଯୋଗଦାନକୁ ନେଇ ପ୍ରଧାନମନ୍ତ୍ରୀ ଗର୍ବ ଅନୁଭବ କରୁଥିବା କହିଥିଲେ। ଏହା ଭାରତର ଝିଅମାନଙ୍କ ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି ବୋଲି ସେ କହିଥିଲେ। ସେ ସୂଚନା ଦେଇ କହିଥିଲେ ଯେ ଭାରତ ହାସଲ କରିଥିବା ସବୁ ପଦକ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ମହିଳା ଖେଳାଳୀମାନେ ଜିତିଛନ୍ତି ଏବଂ ମହିଳା କ୍ରିକେ୍‌ ଦଳ ହିଁ ପ୍ରଥମେ ଏହି ସଫଳତାର ପର୍ଯ୍ୟାୟ ଆରମ୍ଭ କରିଥିଲା। ସେ ମହିଳା ଦୌଡ଼କୁଦ ଦଳକୁ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ସେ କହିଥିଲେ, ଦୌଡ଼କୁଦ ଖେଳାରେ ଭାରତର ଝିଅମାନେ ୧ ନମ୍ବର ସ୍ଥାନ ଠାରୁ କିଛି କମରେ ସନ୍ତୁଷ୍ଟ ହେଉନାହାନ୍ତି। ଏହା ନୂତନ ଭାରତର ଉତ୍ସାହ ଓ ସାମର୍ଥ୍ୟକୁ ପ୍ରମାଣିତ କରୁଛି। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଚୂଡ଼ାନ୍ତ ହ୍ୱିସିଲ୍‌ ନବାଜିବା ଏବଂ ବିଜେତା ଘୋଷଣା ନହେବା ପର୍ଯ୍ୟନ୍ତ ଭାରତ କେବେ ଅଟକି ନାହିଁ। ନୂତନ ଭାରତ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ପ୍ରୟାସ କରିଛି ବୋଲି ସେ କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ କେବେ ବି ପ୍ରତିଭାର ଅଭାବ ନଥିଲା ଏବଂ କ୍ରୀଡ଼ାବିତ୍‌ମାନେ ଅତୀତରେ ଭଲ ପ୍ରଦର୍ଶନ କରୁଥିଲେ। ତେବେ ବିଭିନ୍ନ ସମସ୍ୟା କାରଣରୁ ଆମେ ପଦକ ଠାରୁ ପଛରେ ପଡ଼ିଯାଇଥିଲୁ। ୨୦୧୪ ପରେ ହୋଇଥିବା ଆଧୁନିକୀକରଣ ଏବଂ ରୂପାନ୍ତରଣକାରୀ ପ୍ରୟାସ ବିଷୟରେ ସେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭାରତ ନିଜର କ୍ରୀଡ଼ାବିତମାନଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷଣ ସୁବିଧା ଦେବା ଲାଗି ପ୍ରୟାସ ଜାରି ରଖିଛି। ସେହିପରି ଖେଳାଳୀମାନଙ୍କୁ ସର୍ବାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସୁଯୋଗ ଦିଆଯାଉଛି। ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ସହିତ ଗ୍ରାମାଞ୍ଚଳର ପ୍ରତିମାନଙ୍କୁ ସର୍ବାଧିକ ସୁଯୋଗ ଦେବାକୁ ଚେଷ୍ଟା କରାଯାଉଛି। ୯ବର୍ଷ ପୂର୍ବର ସମୟ ତୁଳନାରେ କ୍ରୀଡ଼ା ବଜେଟ୍‌ ପରିମାଣ ତିନି ଗୁଣା ବୃଦ୍ଧି ପାଇଛି। ଆମର ଟପ୍ସ ଓ ଖେଲୋ ଇଣ୍ଡିଆ ଯୋଜନା ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ଖେଲୋ ଗୁଜରାଟ କିଭଳି ରାଜ୍ୟରେ ଖେଳର ସଂସ୍କୃତିକୁ ବଦଳାଇ ଦେଇଥିଲା ସେ ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଏସୀୟ କ୍ରୀଡ଼ାର ପ୍ରାୟ ୧୨୫ ଜଣ କ୍ରୀଡ଼ାବିତ୍‌ ଖେଲୋ ଇଣ୍ଡିଆ ଅଭିଯାନରୁ ଆସିଛନ୍ତି ଏମାନଙ୍କ ମଧ୍ୟରୁ ୪୦ ଜଣ ପଦକ ଜିତିଛନ୍ତି । ‘‘ଏତେ ସଂଖ୍ୟକ ଖେଲୋ ଇଣ୍ଡିଆ କ୍ରୀଡ଼ାବିତଙ୍କ ସଫଳତା ଏହି ଅଭିଯାନ ସଠିକ୍‌ ମାର୍ଗରେ ଯାଉଛି ବୋଲି ପ୍ରମାଣିତ କରୁଛି,’’ ସେ କହିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ଯେ, ୩ହଜାର କ୍ରୀଡ଼ାବିତାଙ୍କୁ ଖେଲୋ ଇଣ୍ଡିଆ ଅଧୀନରେ ତାଲିମ ଦିଆଯାଉଛି। ଏହି ଖେଳାଳୀମାନଙ୍କୁ ପ୍ରତି ବର୍ଷ ୬ ଲକ୍ଷ ଟଙ୍କାରୁ ଅଧିକ ବୃତ୍ତି ମିଳୁଛି। ଏହି ଯୋଜନା ଅଧୀନରେ, ୨୫ଶହ କୋଟି ଟଙ୍କାରୁ ଅଧିକ ସହାୟତା ଖେଳାଳୀମାନଙ୍କୁ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ, ଅର୍ଥାଭାବ କେବେ ଆପଣଙ୍କ ପ୍ରୟାସରେ ବାଧକ ସାଜିବ ନାହିଁ ବୋଲି ମୁଁ ଆଶ୍ୱାସନା ଦେଉଛି। ସରକାର ଆସନ୍ତ ପାଞ୍ଚ ବର୍ଷ ମଧ୍ୟରେ ଖେଳାଳୀ ଓ ଖେଳ ଉପରେ ଆଉ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଖେଳାଳୀମାନଙ୍କ ପାଇଁ ଦେଶର ପ୍ରତି କୋଣଅନୁକୋଣରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ।

 

ପଦକ ବିଜେତାଙ୍କ ମଧ୍ୟରେ ଅଧିକ ଯୁବ କ୍ରୀଡ଼ାବିତ୍‌ ରହିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଏହା ଏକ କ୍ରୀଡ଼ା ରାଷ୍ଟ୍ରର ପ୍ରତୀକ। ଏହି ଯୁବ ବିଜେତାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶ ପାଇଁ ଚମତ୍କାର ପ୍ରଦର୍ଶନ ଜାରି ରଖିବେ। ଯୁବ ଭାରତ ଭିତରେ ଏକ ନୂଆ ଚିନ୍ତାଧାରା ସୃଷ୍ଟି ହୋଇଛି ଏବଂ ଏହା କେବଳ ଭଲ ପ୍ରଦର୍ଶନରେ ସନ୍ତୁଷ୍ଟ ନୁହେଁ, ବରଂ ଏହା ପଦକ ଓ ବିଜୟ ଚାହୁଁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଯୁବପିଢ଼ିମାନେ ଏବେ ଗୋଟିଏ କଥା କହୁଛନ୍ତି - ‘‘ଦେଶ ପାଇଁ, ଆପଣମାନେ ହେଉଛନ୍ତି ଜିଓଏଟି- ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’’ (ସର୍ବକାଳୀନ ଶ୍ରେଷ୍ଠ)। ସେ କହିଥିଲେ ଯେ, କ୍ରୀଡ଼ାବିତମାନଙ୍କର ଉତ୍ସାହ, ସମର୍ପଣ ଏବଂ ପିଲାଦିନର କାହାଣୀ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଯୁବପିଢ଼ିଙ୍କ ଉପରେ ଖେଳାଳୀଙ୍କ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସକାରାତ୍ମକ ଶକ୍ତିକୁ ନେଇ ଅଧିକରୁ ଅଧିକ ମାତ୍ରାରେ ଯୁବପିଢ଼ିଙ୍କ ସହିତ ଅଧିକ ଯୋଡ଼ି ହେବାର ଆବଶ୍ୟକତା ରହିଛି। ପୂର୍ବରୁ ଖେଳାଳୀମାନଙ୍କୁ ସ୍କୁଲ ଯାଇ ପିଲାମାନଙ୍କ ସହିତ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନୁରୂପ ଭାବେ ଯୁବପିଢ଼ିଙ୍କ ମଧ୍ୟରେ ନିଶାଦ୍ରବ୍ୟର ବିପଦ ଏବଂ ଏହା ସେମାନଙ୍କ ଜୀବନକୁ କିଭଳି ବରବାଦ୍‌ କରୁଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସେ ଖେଳାଳୀମାନଙ୍କ ଆହ୍ୱାନ କରିଥିଲେ। ସେ କହିଥିଲେ, ଦେଶ ଏବେ ନିଶାଦ୍ରବ୍ୟ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ୁଛି। ଖେଳାଳୀମାନେ ଯେତେବେଳେ ସୁଯୋଗ ମିଳୁଛି ସେହି ସମୟରେ ନିଶାଦ୍ରବ୍ୟର ବିପଦ ଏବଂ କ୍ଷତିକାରକ ଔଷଧ ସେବନ ସମ୍ପର୍କରେ ଖୋଲାଖୋଲି କହିବା ତଥା ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଖେଳାଳୀମାନେ ନିଶାଦ୍ରବ୍ୟ ବିରୋଧୀ ଲଢ଼େଇକୁ ଦୃଢ଼ କରିବା ଏବଂ ନିଶାମୁକ୍ତ ଭାରତ ନିର୍ମାଣ ପାଇଁ ଆଗକୁ ଆସିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ।

 

ଫିଟନେସ ପାଇଁ ସୁପରଫୁଡ୍‌ର ଗୁରୁତ୍ୱ ଉପରେ ଆଲୋକପାତ କରି କ୍ରୀଡ଼ାବିତମାନଙ୍କୁ ଦେଶର ପିଲାମାନଙ୍କ ମଧ୍ୟରେ ପୋଷଣକୁ ପ୍ରାଥମିକତା ଦେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଖେଳାଳୀମାନେ ପିଲାଙ୍କ ସହିତ ଯୋଡ଼ି ହେବା ସହିତ ସଠିକ୍‌ ଖାଇବା ଅଭ୍ୟାସ ସମ୍ପର୍କରେ ସେମାନଙ୍କ ସହିତ କଥା ହେବା ଉଚିତ୍‌। ମିଲେଟ୍‌ ବା ଶ୍ରୀଅନ୍ନ ଆନ୍ଦୋଳନ ଏବଂ ପୋଷଣ ମିଶନକୁ ସଫଳ କରାଇବାରେ ଖେଳାଳୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କ୍ରୀଡ଼ା କ୍ଷେତ୍ରରେ ଏହି ସଫଳତାକୁ ଜାତୀୟ ସଫଳତା ଭାବେ ପ୍ରଧାନମନ୍ତ୍ରୀ ଅଭିହିତ କରିଥିଲେ। ସେ କହିଥିଲେ, ଆଜି, ଭାରତ ଯେତେବେଳେ ବିଶ୍ୱସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରୁଛି, ଆପଣମାନେ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ସେଭଳି ପ୍ରଦର୍ଶନ କରିଛନ୍ତି। ଆଜି, ଭାରତ ଯେତେବେଳେ ବିଶ୍ୱର ଶୀର୍ଷ ୩ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି, ଆମର ଯୁବକମାନେ ଏଥିରୁ ସିଧାସଳଖ ଲାଭ ପାଉଛନ୍ତି। ମହାକାଶ, ଷ୍ଟାର୍ଟଅପ୍‌ ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଉଦ୍ୟମିତା କ୍ଷେତ୍ରରେ ମଧ୍ୟ ଅନୁରୂପ ସଫଳତା ମିଳୁଛି। ଭାରତର ଯୁବ ସମ୍ଭାବନା ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଖେଳାଳୀଙ୍କ ଉପରେ ଦେଶର ଯଥେଷ୍ଟ ବିଶ୍ୱାସ ରହିଛି। ଚଳିତ ବର୍ଷ ଏସୀୟ କ୍ରୀଡ଼ାରେ ଆମ ଯୁବପିଢ଼ିଙ୍କ ବିଶ୍ୱାସ ‘୧୦୦ ପାର୍’ ବାର୍ତ୍ତା ଉପରେ ଆଧାରିତ ଥିଲା, ଆପଣମାନେ ଏହି ବିଶ୍ୱାସକୁ ସାକାର କରିଛନ୍ତି। ଆସନ୍ତା ସଂସ୍କରଣରେ ଏହି ରେକର୍ଡ ଆହୁରି ଆଗକୁ ଯିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପାଖେଇ ଆସୁଥିବାରୁ ଭଲ ଭାବେ ପ୍ରସ୍ତୁତି କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥର ସଫଳତା ପାଇନଥିବା ଖେଳାଳୀମାନଙ୍କୁ ଶାନ୍ତ୍ୱନା ଜଣାଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିଜ ଭୁଲରୁ ଶିକ୍ଷାଲାଭ କରି ନୂତନ ପ୍ରୟାସ କରିବାକୁ କହିଥିଲେ। ୨୨ ଅକ୍ଟୋବରରୁ ଆରମ୍ଭ ହେଉଥିବା ପାରା ଏସୀୟ କ୍ରୀଡ଼ା ପାଇଁ ପ୍ରଧାନମନ୍ତ୍ରୀ ସବୁ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ଏସୀୟ କ୍ରୀଡ଼ା ୨୦୨୨ରେ ଅସାଧାରଣ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତର ପ୍ରତିଯୋଗିତା ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକ୍ରମେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଚଳିତ ଏସୀୟ କ୍ରୀଡ଼ାରେ ଭାରତ ୨୦ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ୍‌ ୧୦୭ଟି ପଦକ ହାସଲ କରିଛି। ମୋଟ୍‌ ପଦକ ସଂଖ୍ୟା ଦୃଷ୍ଟିରୁ ଏହା ଭାରତର ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ଏସୀୟ କ୍ରୀଡ଼ା ପ୍ରଦର୍ଶନ।

ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଭାରତୀୟ ଖେଳାଳୀ, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ ସଂଘର ପଦାଧିକାରୀ, ଜାତୀୟ କ୍ରୀଡ଼ା ସଂଘଗୁଡ଼ିକର ପ୍ରତିନିଧି, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଅଧିକାରୀ ଗଣ ଉପସ୍ଥିତ ଥିଲେ। 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's first privately developed orbital rocket Vikram-1 set for maiden launch on July 18

Media Coverage

India's first privately developed orbital rocket Vikram-1 set for maiden launch on July 18
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.