'ୱତନ କୋ ଜାନୋ - ଯୁବ ବିନିମୟ କାର୍ଯ୍ୟକ୍ରମ ୨୦୨୩' ଅଧୀନରେ ଛାତ୍ରଛାତ୍ରୀମାନେ ଦିଲ୍ଲୀ ଗସ୍ତ କରିଛନ୍ତି
ଜାମ୍ମୁ ଏବଂ କାଶ୍ମୀରର ଯୁବପିଢ଼ି ଯେକୌଣସି କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାର ସାମର୍ଥ୍ୟ ରଖିଛନ୍ତି : ପ୍ରଧାନମନ୍ତ୍ରୀ
ଦେଶର ବିକାଶ ଦିଗରେ ଯୋଗଦାନ ଦିଅନ୍ତୁ ଏବଂ ବିକଶିତ ଭାରତ @୨୦୪୭ର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରନ୍ତୁ: ପ୍ରଧାନମନ୍ତ୍ରୀ
ଜାମ୍ମୁ ଏବଂ କାଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ନିର୍ମାଣ ହେଲେ ଏହି ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆସିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀ ମାନଙ୍କର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି । ଏହି ଅନୌପଚାରିକ ଆଲୋଚନାରେ ଜାମ୍ମୁ ଏବଂ କାଶ୍ମୀରର ସମସ୍ତ ଜିଲ୍ଲାରୁ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

 

ଭାରତ ସରକାରଙ୍କ 'ୱତନ କୋ ଜାନୋ - ଯୁବ ବିନିମୟ କାର୍ଯ୍ୟକ୍ରମ - ୨୦୨୩' ଅଧୀନରେ ଏହି ଛାତ୍ରଛାତ୍ରୀମାନେ ଜୟପୁର, ଆଜମେର ଓ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି । ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାରେ ଦେଶର ସାଂସ୍କୃତିକ ଓ ସାମାଜିକ ବିବିଧତାକୁ ଜାମ୍ମୁ ଏବଂ କାଶ୍ମୀରର ଯୁବକ ମାନଙ୍କ ନିକଟରେ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ଏହି ଗସ୍ତ କରାଯାଇଛି ।

 

ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଯାତ୍ରା ଅନୁଭୂତି ଏବଂ ସେମାନେ ପରିଦର୍ଶନ କରିଥିବା ପ୍ରସିଦ୍ଧ ସ୍ଥାନ ବିଷୟରେ ପଚାରିଥିଲେ । ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ସମୃଦ୍ଧ କ୍ରୀଡ଼ା ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ ଏବଂ କ୍ରିକେଟ, ଫୁଟବଲ ଇତ୍ୟାଦି କ୍ରୀଡ଼ାରେ ସେମାନଙ୍କ ଅଂଶଗ୍ରହଣ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ହାଙ୍ଗଜୋ ଠାରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସରେ ତିନୋଟି ପଦକ ଜିତିଥିବା ଜାମ୍ମୁ ଓ କାଶ୍ମୀରର ଯୁବ ତୀରନ୍ଦାଜ ଶୀତଲ ଦେବୀଙ୍କ ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ଯୁବକ ମାନଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ ସେମାନେ ଯେକୌଣସି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିବାର ସାମର୍ଥ୍ୟ ରଖିଛନ୍ତି ବୋଲି କହିଥିଲେ ।

 

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଦେଶର ବିକାଶ ଦିଗରେ କାର୍ଯ୍ୟ କରିବା ଏବଂ ଯୋଗଦାନ କରିବା ଏବଂ ବିକଶିତ ଭାରତ @୨୦୪୭ର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଜାମ୍ମୁ ଓ କାଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ନିର୍ମାଣ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏହି ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବ ।

 

ପ୍ରଧାନମନ୍ତ୍ରୀ ଚନ୍ଦ୍ରାୟନ - ୩ ଏବଂ ଆଦିତ୍ୟ – ଏଲ୍‌୧ ମିଶନର ସଫଳତା ବିଷୟରେ ଆଲୋଚନା କରି କହିଥିଲେ ଯେ ଏହି ବୈଜ୍ଞାନିକ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ।

 

ଚଳିତ ବର୍ଷ ଜାମ୍ମୁ ଏବଂ କାଶ୍ମୀରକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାମ୍ମୁ ଏବଂ କାଶ୍ମୀରରେ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଚୁର ସୁଯୋଗ ରହିଛି । ପ୍ରଧାନମନ୍ତ୍ରୀ ଯୋଗର ଉପକାରିତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଦିନ ଏହାକୁ ଅଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ । କାଶ୍ମୀରରେ ଜି - ୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ଏବଂ ଦେଶକୁ ସ୍ୱଚ୍ଛ କରିବାର ପ୍ରୟାସ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi