ପ୍ରଧାନମନ୍ତ୍ରୀ ଏହି ପୁରସ୍କାର ବିଜେତାଙ୍କ ସହ ଖୋଲାଖୋଲି ବାର୍ତ୍ତାଳପ କଲେ
ପିଲାମାନେ ସେମାନଙ୍କ ଉପଲବ୍ଧିର ବିବରଣୀ ସେୟାର କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ନିଜ ଆବାସ, ୭ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍‌ଆର୍‌ବିପି) ପୁରସ୍କାର ବିଜେତାଙ୍କ ସହ କଥା ହୋଇଛନ୍ତି ।

 

ପ୍ରଧାନମନ୍ତ୍ରୀ ପ୍ରତି ପୁରସ୍କାର ବିଜେତାଙ୍କୁ ସ୍ମୃତି ଚିହ୍ନ ଉପହାର କରିଥିଲେ ଏବଂ ସେମାନଙ୍କ ସହ ଖୋଲାଖୋଲି କଥା ହୋଇଥିଲେ । ପିଲାମାନେ ନିଜ ନିଜର ଉପଲବ୍ଧିର ବିବରଣୀ ସେୟାର କରିଥିଲେ, ଯେଉଁଥିପାଇଁ ସେମାନେ ପୁରସ୍କୃତ ହୋଇଥିଲେ । ସଙ୍ଗୀତ, ସଂସ୍କୃତି, ସୌର ଶକ୍ତି, ବ୍ୟାଡମିଣ୍ଟନ, ଚେସ୍ ଭଳି କ୍ରୀଡ଼ା ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

 

ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଯେଉଁଥିରେ ଗୋଟିଏର ଉତ୍ତର ଦେଇ ସେ ସବୁପ୍ରକାର ସଙ୍ଗୀତରେ ନିଜ ରୁଚି ବାବଦରେ କହିଥିଲେ ଏବଂ ପ୍ରକାଶ କରିଥିଲେ ଯେ କିପରି ତାହା ତାଙ୍କୁ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ସହାୟକ ହୋଇଥାଏ । କାଲି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ ବାବଦରେ ପ୍ରଶ୍ନ କରାଯିବାରେ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସୌରଶକ୍ତିର ଉପଯୋଗ ପାଇଁ ତାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ କଥା ମନେ ପକାଇଥିଲେ । ଏହା ମଧ୍ୟ କହିଥିଲେ ଯେ ଏହି ଯୋଜନାରେ କିପରି ଲୋକଙ୍କୁ ଲାଭ ହେବ । ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ  ଏହି ଦିନର ମହତ୍ତ୍ୱ ବାବଦରେ ଚର୍ଚ୍ଚା କରିଥିଲେ ଏବଂ ସେମାନଙ୍କୁ ପରାକ୍ରମ ଦିବସ ବାବଦରେ ମଧ୍ୟ କହିଥିଲେ । ସରକାର କିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶକୁ ସମ୍ମାନ ଦେଉଛନ୍ତି ତାହା ମଧ୍ୟ କହିଥିଲେ ।

 

ଭାରତ ସରକାର କଳା ଏବଂ ସଂସ୍କୃତି, ବାହାଦୂରୀ, ନବସୃଜନ, ବିଜ୍ଞାନ ଏବଂ ଟେକ୍ନୋଲୋଜି, ସାମାଜିକ ସେବା, ଖେଳ, ପରିବେଶ ଭଳି ୭ କ୍ଷେତ୍ରରେ ଅସାଧାରଣ ଉପଲବ୍ଧି ପାଇଁ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ କରିଥାନ୍ତି । ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପଦକ, ପ୍ରମାଣପତ୍ର ଏବଂ ପ୍ରଶସ୍ତି ପୁସ୍ତିକା ପ୍ରଦାନ କରାଯାଇଥାଏ । ଏହି ବର୍ଷ ବିଭିନ୍ନ ଶ୍ରେଣୀରେ ସାରା ଦେଶରୁ ୧୯ ପିଲାଙ୍କୁ ପିଏମ୍‌ଆର୍‌ବିପି-୨୦୨୪ ପାଇଁ ମନୋନୀତ କରାଯାଇଛି । ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରେ ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୯ ବାଳକ ଏବଂ ୧୦ ବାଳିକା ରହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph