ସଶକ୍ତ ଉତ୍ତରାଖଣ୍ଡ ; ଆଣ୍ଡ୍ ଦ ବ୍ରାଣ୍ଡ ହାଉସ୍ ଅଫ୍ ହିମାଳୟଜ୍ ପୁସ୍ତକକୁ କଲେ ଉନ୍ମୋଚନ
“ଉତ୍ତରାଖଣ୍ଡ ଏପରି ଏକ ରାଜ୍ୟ ଯେଉଁଠି ଆମେ ଉଭୟ ଦେବତ୍ୱ ଓ ବିକାଶକୁ ଏକାଠି ଅନୁଭବ କରୁଛୁ”
“ଭାରତର ଏସ୍‌ଡବ୍ଲ୍ୟୁଓଟି ବିଶ୍ଳେଷଣ ଅନେକ ଆକାଂକ୍ଷା, ଆଶା, ଆତ୍ମବିଶ୍ୱାସ, ନବସୃଜନ ଏବଂ ସୁଯୋଗକୁ ପ୍ରତିଫଳିତ କରିବ”
“ଆକାଂକ୍ଷୀ ଭାରତ ଅସ୍ଥିର ପରିବର୍ତ୍ତେ ଏକ ସ୍ଥିର ସରକାର ଚାହୁଁଛି”
“ଉତ୍ତରାଖଣ୍ଡ ସରକାର ଓ ଭାରତ ସରକାର ପରସ୍ପରର ପ୍ରୟାସକୁ ଆଗକୁ ବଢ଼ାଉଛନ୍ତି”
'ମେକ୍ ଇନ୍ ଇଣ୍ଡିଆ' ଭଳି 'ୱେଡ୍ ଇନ୍ ଇଣ୍ଡିଆ' ଆନ୍ଦୋଳନ ଆରମ୍ଭ କରନ୍ତୁ
"ଉତ୍ତରାଖଣ୍ଡରେ ମଧ୍ୟବିତ୍ତ ସମାଜର ଶକ୍ତି ଏକ ବିଶାଳ ବଜାର ସୃଷ୍ଟି କରୁଛି"
"ହାଉସ୍ ଅଫ୍ ହିମାଳୟ ଆମର ଭୋକାଲ୍ ଫର୍ ଲୋକାଲ ଆଣ୍ଡ୍ ଲୋକାଲ ଫର୍ ଗ୍ଲୋବାଲର ଧାରଣାକୁ ଆହୁରି ସୁଦୃଢ଼ କରିଛି"
" ଦୁଇ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ମୁଁ ସଂକଳ୍ପ କରୁଛି"
“ଏହା ହେଉଛି ସମୟ, ଉପଯୁକ୍ତ ସମୟ । ଏହା ହେଉଛି ଭାରତର ସମୟ“

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଜଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩କୁ ଉଦ୍‌ଘାଟନ କରିଛନ୍ତି । ଶ୍ରୀ ମୋଦୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଏବଂ ଆଧାରଶୀଳା ସ୍ଥାପନ ଫଳକକୁ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ‘ସଶକ୍ତ ଉତ୍ତରାଖଣ୍ଡ : ଆଣ୍ଡ୍ ଦ ବ୍ରାଣ୍ଡ ହାଉସ୍ ଅଫ୍ ହିମାଳୟଜ୍‌’ ନାମକ ପୁସ୍ତକର ଉନ୍ମୋଚନ କରିଥିଲେ । ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି 'ସମୃଦ୍ଧି ପାଇଁ ଶାନ୍ତି' ।

ଏହି ଅବସରରେ ଶିଳ୍ପପତିମାନେ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ । ଅଦାନୀ ଗ୍ରୁପର ନିର୍ଦ୍ଦେଶକ ତଥା ପରିଚାଳନା ନିର୍ଦେଶକ (କୃଷି, ତୈଳ ଓ ଗ୍ୟାସ) ଶ୍ରୀ ପ୍ରଣବ ଅଦାନୀ କହିଛନ୍ତି ଯେ ନିକଟ ଅତୀତରେ ଏକକ ପଏଣ୍ଟ ମଞ୍ଜୁରୀ, ପ୍ରତିଯୋଗିତାମୂଳକ ଜମି ମୂଲ୍ୟ, ସୁଲଭ ବିଦ୍ୟୁତ୍ ଓ ଦକ୍ଷ ବଣ୍ଟନ, ଅତ୍ୟନ୍ତ ଦକ୍ଷ ମାନବ ସମ୍ବଳ ଏବଂ ଜାତୀୟ ରାଜଧାନୀର ନିକଟତମ ସ୍ଥାନ ଏବଂ ଏକ ଅତ୍ୟନ୍ତ ଶୃଙ୍ଖଳିତ ଆଇନ ଶୃଙ୍ଖଳା ପରିବେଶର ଅଭୂତପୂର୍ବ ମିଶ୍ରଣ ସହିତ ଅଭିବୃଦ୍ଧି ଓ ବିକାଶ ପ୍ରତି ରାଜ୍ୟର ଆଭିମୁଖ୍ୟ ଯୋଗୁଁ ଉତ୍ତରାଖଣ୍ଡ ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ପାଇଁ ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି । ରାଜ୍ୟରେ ଉଦ୍ୟୋଗ ସମ୍ପ୍ରସାରଣ ଏବଂ ଅଧିକ ପୁଞ୍ଜି ନିବେଶ ଓ ନିଯୁକ୍ତି ଆଣିବା ପାଇଁ ତାଙ୍କର ଯୋଜନା ବିଷୟରେ ବିସ୍ତୃତ ଭାବରେ ଶ୍ରୀ ଅଦାନୀ ବର୍ଣ୍ଣନା କରିଥିଲେ । ଉତ୍ତରାଖଣ୍ଡ ରାଜ୍ୟକୁ ତାଙ୍କର ନିରନ୍ତର ସମର୍ଥନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ଭାରତବାସୀ ତାଙ୍କ ଉପରେ ଅଭୂତପୂର୍ବ ବିଶ୍ୱାସ ରଖିଛନ୍ତି ଓ ବିଶ୍ୱାସ ପ୍ରକଟ କରିଛନ୍ତି । 

 

ଜେଏସଡବ୍ଲ୍ୟୁର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଜ୍ଜନ ଜିନ୍ଦଲ କେଦାରନାଥ ଏବଂ ବଦ୍ରିନାଥର ବିକାଶ ପ୍ରକଳ୍ପ ସମୟରେ ଉତ୍ତରାଖଣ୍ଡ ରାଜ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କ ଉପରେ ତାଙ୍କର ଅନୁଭବ ଉପରେ ଆଲୋକପାତ କରିଥିଲେ । ଦେଶର ଚେହେରା ବଦଳାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଜିଡିପି ଅଭିବୃଦ୍ଧିର ମାପଦଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ମତ ରଖିଥିଲେ । ବିଶ୍ୱ ମହାଶକ୍ତି ହେବା ଦିଗରେ ଭାରତର ଯାତ୍ରାରେ ନେତୃତ୍ୱ ପାଇଁ ଶ୍ରୀ ଜିନ୍ଦଲ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ସାରା ଦେଶରେ ତୀର୍ଥସ୍ଥଳୀକୁ ସଂଯୋଗ କରିବା କ୍ଷେତ୍ରରେ ଉନ୍ନତି ଆଣିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ସେ ଉତ୍ତରାଖଣ୍ଡରେ ପାଖାପାଖି ୧୫,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା ପାଇଁ କମ୍ପାନୀର ଯୋଜନା ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ ଏବଂ ନଭେମ୍ବର ମାସରେ ଆରମ୍ଭ ହୋଇଥିବା'ସ୍ୱଚ୍ଛ କେଦାରନାଥ ପ୍ରକଳ୍ପ' ବିଷୟରେ ମଧ୍ୟ କହିଥିଲେ । ସବୁ କ୍ଷେତ୍ରରେ ସମର୍ଥନ ପାଇଁ ସେ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତର ବିକାଶ ଯାତ୍ରାରେ କମ୍ପାନୀର ନିରନ୍ତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । 

ଆଇଟିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ପୁରୀ ଜି -୨୦ ଶିଖର ସମ୍ମିଳନୀର ସଫଳତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରୀୟ ପ୍ରତିଷ୍ଠା ଏବଂ ଦକ୍ଷିଣ ବିଶ୍ୱ ପାଇଁ ତାଙ୍କର ସମର୍ଥନକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଅନେକ ଉଦ୍ଦେଶ୍ୟମୂଳକ ନୀତିଗତ ପଦକ୍ଷେପ ଭାରତକୁ ବହୁମୁଖୀ ଆହ୍ୱାନ ଗୁଡିକର ସମ୍ମୁଖୀନ ହେଉଥିବା ବିଶ୍ୱରେ ଅନୁକୂଳ ସ୍ଥିତିରେ ରଖିଛି । ଅର୍ଥବ୍ୟବସ୍ଥାର ଅନେକ କ୍ଷେତ୍ରର ପରିବର୍ତ୍ତନ ଏବଂ ଜିଡିପି ସଂଖ୍ୟା ନିଜ କଥା କହୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏପରି ଏକ ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ ବିଶ୍ୱସ୍ତରରେ ଚଳିତ ଦଶନ୍ଧିକୁ ଭାରତର ସମୟ ବୋଲି କୁହାଯାଉଛି ।

 

ପତଞ୍ଜଳିର ପ୍ରତିଷ୍ଠାତା ତଥା ଯୋଗ ଗୁରୁ ଶ୍ରୀ ବାବା ରାମଦେବ ପ୍ରଧାନମନ୍ତ୍ରୀଙ୍କୁ'ବିକଶିତ ଭାରତ'ର ଦୂରଦର୍ଶୀ ଏବଂ ୧୪୦ କୋଟି ଭାରତୀୟ ନାଗରିକ ତଥା ସାରା ବିଶ୍ୱବାସୀଙ୍କ ପରିବାରର ସଦସ୍ୟ ବୋଲି କହିଥିଲେ । ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି, ତାହା ଉପରେ ସେ ଆଲୋକପାତ କରିଥିଲେ ଏବଂ ପୁଞ୍ଜି ନିବେଶ ଆଣିବା ତଥା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ପତଞ୍ଜଳିର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ଭବିଷ୍ୟତରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଏବଂ ଆଗାମୀ ଦିନରେ ୧୦,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବେ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ନୂତନ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଓ ଇଚ୍ଛା ଶକ୍ତିକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ଏବଂ ରାଜ୍ୟରେ ଅତିକମରେ ଗୋଟିଏ ଲେଖାଏଁ ୟୁନିଟ୍ ପ୍ରତିଷ୍ଠା କରିବାକୁ କର୍ପୋରେଟ୍ ହାଉସ୍ ଗୁଡ଼ିକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଯୋଗାଯୋଗ ଏବଂ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ବିକାଶକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଭାରତକୁ ବିଶ୍ୱ ଅର୍ଥବ୍ୟବସ୍ଥାରେ ଶକ୍ତିଶାଳୀ କରିବା ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସୁଦୃଢ଼ କରିବାକୁ ସେ ନିବେଶକ ମାନଙ୍କୁ ନିବେଦନ କରିଥିଲେ ।

ଏମାର ଇଣ୍ଡିଆର ସିଇଓ ଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ଦେଶର ବିକାଶ ପାଇଁ ଦିଗ, ଦୂରଦୃଷ୍ଟି ଏବଂ ଦୃଷ୍ଟିକୋଣ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଯାତ୍ରାରେ ଅଂଶୀଦାର ହେବା ପାଇଁ କର୍ପୋରେଟ ଜଗତର ପ୍ରତିବଦ୍ଧତାକୁ ସେ ପ୍ରକାଶ କରିଥିଲେ । ସେ ଭାରତ - ୟୁଏଇ ସମ୍ପର୍କରେ ନୂଆ ଉଜ୍ଜ୍ୱଳତା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ଏମାରର ମୁଖ୍ୟ କାର୍ଯ୍ୟାଳୟ ୟୁଏଇରେ ରହିଛି । ଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ମଧ୍ୟ ଭାରତ ପ୍ରତି ବିଶ୍ୱ ଦୃଷ୍ଟିକୋଣରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ସେ ଜିଏସ୍‌ଟି ଏବଂ ଫିନଟେକ୍ ବିପ୍ଳବ ଭଳି ଅନେକ ନୀତିଗତ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ ଯାହା ଶିଳ୍ପ ଜଗତ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି । 

 

ଟିଭିଏସ୍ ଯୋଗାଣ ଶୃଙ୍ଖଳା ସମାଧାନର ଅଧ୍ୟକ୍ଷ ଶ୍ରୀ ଆର୍‌. ଦୀନେଶ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ସେ ଉତ୍ତରାଖଣ୍ଡର ଅଭିବୃଦ୍ଧି କାହାଣୀରେ ସଂଗଠନର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଟାୟାର ଏବଂ ଅଟୋ ଯନ୍ତ୍ରାଂଶର ଉତ୍ପାଦନ ୟୁନିଟ୍ ଏବଂ ଲଜିଷ୍ଟିକ୍ସ ଏବଂ ଅଟୋ ସେକ୍ଟରରେ ସେବାର ଉଦାହରଣ ଦେଇଥିଲେ । ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଏବଂ ଗୋଦାମ ଗୃହ ନିର୍ମାଣ କ୍ଷମତା ବୃଦ୍ଧି କରିବା ନିମନ୍ତେ କଂପାନୀର ଯୋଜନା ସମ୍ପର୍କରେ ସେ ବିସ୍ତାର ଭାବେ କହିଥିଲେ, ଯାହା ଦ୍ୱାରା ଟିଭିଏସ୍‌ର ସମସ୍ତ କମ୍ପାନୀରେ ୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି ।

ପରିବର୍ତ୍ତିତ ବର୍ତ୍ତମାନର ବିଶ୍ୱ ପରିଦୃଶ୍ୟ ଯୋଗୁଁ ଡିଜିଟାଲ ଏବଂ ସ୍ଥିରତା ପରିବର୍ତ୍ତନରେ ଆର୍ôଥକ ସହାୟତା ଏବଂ ଉନ୍ନତି ପ୍ରଦାନ କରି ଅଟୋ ବଜାର କ୍ଷେତ୍ରରେ ଅଂଶୀଦାର ମାନଙ୍କୁ ସହାୟତା କରିବାକୁ କମ୍ପାନୀର ତତ୍ପରତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସିଆଇଆଇର ଅଧ୍ୟକ୍ଷ ଭାବରେ ସେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ପରାମର୍ଶ ଏବଂ ସହାୟତା ପ୍ରଦାନ କରିବା ପାଇଁ ୧୦ଟି ମଡେଲ କ୍ୟାରିୟର କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ ସୂଚନା ଦେଇଥିଲେ ଯେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏକ ସ୍ପେଶାଲିଟି ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର/ ବିଶେଷ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ, ଯେଉଁଥିରେ ଆତିଥ୍ୟ, ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ୧୦,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । 

 

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଦେବଭୂମି ଉତ୍ତରାଖଣ୍ଡରେ ଉପସ୍ଥିତ ଥିବାରୁ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଶତାବ୍ଦୀର ତୃତୀୟ ଦଶନ୍ଧି ହେଉଛି ଉତ୍ତରାଖଣ୍ଡ ର ଦଶନ୍ଧି ବୋଲି ତାଙ୍କ ବକ୍ତବ୍ୟକୁ ମନେ ପକାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଏହି ବକ୍ତବ୍ୟ ଏହି ମାଟିରେ ସାକାର ହେବା ସନ୍ତୋଷର ବିଷୟ । ସିଲ୍କୟାରା ଟନେଲରୁ ଶ୍ରମିକଙ୍କ ସଫଳ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ଏବଂ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । 

ଉତ୍ତରାଖଣ୍ଡ ସହିତ ତାଙ୍କର ଘନିଷ୍ଠ ସମ୍ପର୍କକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରାଖଣ୍ଡ ହେଉଛି ଏପରି ଏକ ରାଜ୍ୟ ଯେଉଁଠାରେ ଜଣେ ଏକା ସାଙ୍ଗରେ ଦେବତ୍ୱ ଏବଂ ବିକାଶ ଅନୁଭବ କରେ । ଏହି ଭାବନାକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଏକ କବିତା ପାଠ କରିଥିଲେ । 

ଏହି ଅବସରରେ ଉପସ୍ଥିତ ନିବେଶକ ମାନଙ୍କୁ ଶିଳ୍ପକ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବହୁରାଷ୍ଟ୍ରୀୟ କଂପାନୀଗୁଡ଼ିକ ଦ୍ୱାରା କରାଯାଇଥିବା ଏସ୍‌ଡବ୍ଲ୍ୟୁଓଟି ବିଶ୍ଳେଷଣର ଉଦାହରଣ ଦେଇଥିଲେ ଏବଂ ଦେଶ କ୍ଷେତ୍ରରେ ଏହି କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏସ୍‌ଡବ୍ଲ୍ୟୁଓଟି ବିଶ୍ଳେଷଣର ଫଳାଫଳ ଦେଶରେ ଆକାଂକ୍ଷା, ଆଶା, ଆତ୍ମବିଶ୍ୱାସ, ଅଭିନବତା ଏବଂ ସୁଯୋଗର ପ୍ରଚୁରତା ସୂଚାଇବ ବୋଲି ସେ ଆଲୋକପାତ କରିଥିଲେ । ସେ ନୀତି ଭିତ୍ତିକ ଶାସନର ସୂଚକ ଏବଂ ରାଜନୈତିକ ସ୍ଥିରତା ପାଇଁ ନାଗରିକ ମାନଙ୍କର ସଂକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ଆଲୋକପାତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, "ଆକାଂକ୍ଷୀ ଭାରତ ଅସ୍ଥିର ପରିବର୍ତ୍ତେ ଏକ ସ୍ଥିର ସରକାର ଚାହୁଁଛି" ଏବଂ ଲୋକମାନେ ଉତ୍ତମ ଶାସନ ପ୍ରଦାନ କରୁଥିବା ଏବଂ ଭଲ କାର୍ଯ୍ୟ କରୁଥିବା ସରକାରଙ୍କୁ ଭୋଟ ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । କୋଭିଡ୍ ମହାମାରୀ ଏବଂ ଅସ୍ଥିର ଭୂ - ରାଜନୈତିକ ପରିସ୍ଥିତି ସତ୍ତ୍ୱେ ଦେଶର ରେକର୍ଡ ଗତିରେ ଆଗକୁ ବଢ଼ିବାର କ୍ଷମତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କରୋନା ଟିକା ହେଉ କିମ୍ବା ଆର୍ଥିକ ନୀତି, ଭାରତର ନିଜର ସାମର୍ଥ୍ୟ ଓ ନୀତି ଉପରେ ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଫଳରେ ବିଶ୍ୱର ଅନ୍ୟ ବୃହତ ଅର୍ଥବ୍ୟବସ୍ଥା ମାନଙ୍କ ତୁଳନାରେ ଭାରତ ନିଜର ଏକ ଲିଗ୍‌ରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉତ୍ତରାଖଣ୍ଡ ସମେତ ଭାରତର ପ୍ରତ୍ୟେକ ରାଜ୍ୟ ଏହି ଶକ୍ତିର ଫାଇଦା ଉଠାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଡବଲ ଇଞ୍ଜିନ ସରକାରର ଲାଭ ବିଷୟରେ ଦୋହରାଇ ଥିଲେ ଯାହାର ଦ୍ୱିଗୁଣିତ ପ୍ରୟାସ ସବୁଠି ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ । ରାଜ୍ୟ ସରକାର ସ୍ଥାନୀୟ ବାସ୍ତବତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାର ଉତ୍ତରାଖଣ୍ଡରେ ଅଭୂତପୂର୍ବ ପୁଞ୍ଜି ନିବେଶ କରୁଛନ୍ତି । ଉଭୟ ସ୍ତରରେ ସରକାର ପରସ୍ପରର ପ୍ରୟାସକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି । ଗ୍ରାମାଞ୍ଚଳରୁ ଚାରି ଧାମକୁ ଯାଉଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ଦିଲ୍ଲୀ - ଡେରାଡୁନ ମଧ୍ୟରେ ଦୂରତା ଅଢେଇ ଘଣ୍ଟାର ଯାତ୍ରାକୁ ହ୍ରାସ ପାଇବ । ଡେରାଡୁନ୍ ଓ ପନ୍ତନଗର ବିମାନବନ୍ଦର ସମ୍ପ୍ରସାରଣ ବିମାନ ଯୋଗାଯୋଗକୁ ସୁଦୃଢ଼ କରିବ । ରାଜ୍ୟରେ ହେଲି - ଟ୍ୟାକ୍ସି ସେବାର ସମ୍ପ୍ରସାରଣ କରାଯାଉଛି ଏବଂ ରେଳ ସଂଯୋଗକୁ ସୁଦୃଢ଼ କରାଯାଉଛି । ଏସବୁ କୃଷି, ଶିଳ୍ପ, ଲଜିଷ୍ଟିକ୍ସ, ଷ୍ଟୋରେଜ୍ , ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି ।

ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ସ୍ଥାନ ଗୁଡ଼ିକୁ ସୀମିତ ପ୍ରବେଶ ଅନୁମତି ପ୍ରଦାନ କରିଥିବା ପୂର୍ବ ସରକାର ମାନଙ୍କ ଆଭିମୁଖ୍ୟକୁ ବିରୋଧ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଶର ପ୍ରଥମ ଗ୍ରାମ ଭାବରେ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ବିକାଶ ମାନଦଣ୍ଡରେ ପଛରେ ଥିବା ଗ୍ରାମ ଏବଂ ଅଞ୍ଚଳ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଶ୍ରୀ ମୋଦୀ ଉତ୍ତରାଖଣ୍ଡର ଅବ୍ୟବହୃତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ ଏବଂ ନିବେଶକ ମାନଙ୍କୁ ଏହାର ସଦୁପଯୋଗ କରିବାକୁ ଅନୁରୋଧ କରିଥିଲେ । 

ଡବଲ ଇଞ୍ଜିନ ସରକାରଙ୍କ ଲାଭ ଉଠାଇଥିବା ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ଗସ୍ତ ପାଇଁ ସାରା ବିଶ୍ୱ ତଥା ଦେଶର ଲୋକଙ୍କ ଉତ୍ସାହ ବିଷୟରେ ଉଲ୍ଲେଖ କରିଥିଲେ । ପର୍ଯ୍ୟଟକଙ୍କୁ ପ୍ରକୃତି ତଥା ଭାରତର ଐତିହ୍ୟ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଷୟବସ୍ତୁ ଭିତ୍ତିକ ପର୍ଯ୍ୟଟନ ସର୍କିଟ୍ ସୃଷ୍ଟି ସମ୍ପର୍କରେ ସେ ସୂଚନା ଦେଇଥିଲେ । ପ୍ରକୃତି, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଗଠିତ ଉତ୍ତରାଖଣ୍ଡ ଏକ ବ୍ରାଣ୍ଡ ଭାବେ ଉଭା ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯୋଗ, ଆୟୁର୍ବେଦ, ତୀର୍ଥ ଏବଂ ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଅନୁସନ୍ଧାନ ଏବଂ ସୁଯୋଗ ସୃଷ୍ଟି କରିବାକୁ ନିବେଶକ ମାନଙ୍କୁ ପ୍ରାଥମିକତା ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ଧନୀ, ସମ୍ପନ୍ନ ବ୍ୟକ୍ତି ଓ ଯୁବବର୍ଗଙ୍କୁ ମେକ୍ ଇନ୍ ଇଣ୍ଡିଆ ଭଳି'ୱେଡ୍ ଇନ୍ ଇଣ୍ଡିଆ' (ଭାରତରେ ବିବାହ) ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରାଖଣ୍ଡରେ ଅତି କମ୍‌ରେ ଗୋଟିଏ ବିବାହ ସମାରୋହ କରିବା ଏବଂ ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି । "ଯଦି ଉତ୍ତରାଖଣ୍ଡରେ ୧ ବର୍ଷରେ ୫୦୦୦ ବିବାହ ହୁଏ, ତେବେ ଏକ ନୂତନ ଭିତ୍ତିଭୂମି ସୃଷ୍ଟି ହେବ ଏବଂ ରାଜ୍ୟକୁ ବିଶ୍ୱ ପାଇଁ ଏକ ବିବାହ ସ୍ଥଳରେ ପରିଣତ କରିବ", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ, ଯେକୌଣସି ସଂକଳ୍ପ ହାସଲ କରିବା ପାଇଁ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ପରିବର୍ତ୍ତନର ଏକ ପ୍ରବଳ ସ୍ରୋତ ବହିବାରେ ଲାଗିଛି । ବିଗତ ୧୦ ବର୍ଷ ମଧ୍ୟରେ ଏକ ଆକାଂକ୍ଷୀ ଭାରତ ସୃଷ୍ଟି ହୋଇଛି । ପୂର୍ବରୁ ବଞ୍ଚିତ ଜନସଂଖ୍ୟାର ଏକ ବଡ଼ ଅଂଶକୁ ଯୋଜନା ଏବଂ ସୁଯୋଗ ସହିତ ଯୋଡାଯାଉଛି । କୋଟି କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ଅର୍ଥବ୍ୟବସ୍ଥାକୁ ନୂଆ ଗତି ଦେଉଛନ୍ତି । ଉଭୟ ନୂତନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀ ଅଧିକ ଖର୍ଚ୍ଚ କରୁଛନ୍ତି"ଆମକୁ ଭାରତର ମଧ୍ୟବିତ୍ତ ଶ୍ରେଣୀ ଭିତରେ ରହିଥିବା ସମ୍ଭାବନାକୁ ବୁଝିବାକୁ ପଡିବ । ଉତ୍ତରାଖଣ୍ଡରେ ସମାଜର ଏହି ଶକ୍ତି ଆପଣଙ୍କ ପାଇଁ ଏକ ବିଶାଳ ବଜାର ମଧ୍ୟ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

ହାଉସ ଅଫ୍ ହିମାଳୟ ବ୍ରାଣ୍ଡର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଉତ୍ତରାଖଣ୍ଡର ସ୍ଥାନୀୟ ଉତ୍ପାଦକୁ ବିଦେଶୀ ବଜାରକୁ ନେବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ । ଶ୍ରୀ ମୋଦୀ କହିଥିଲେ, "ହାଉସ୍ ଅଫ୍ ହିମାଳୟ’ ଆମର ଭୋକାଲ୍ ଫର୍ ଲୋକାଲ ଆଣ୍ଡ୍ ଲୋକାଲ ଫର୍ ଗ୍ଲୋବାଲ୍ (ସ୍ଥାନୀୟ ଜିନିଷର ବ୍ୟବହାର ଏବଂ ସ୍ଥାନୀୟ ଜିନିଷକୁ ବିଶ୍ୱରେ ପହଞ୍ଚାଇବା) ର ଧାରଣାକୁ ଆହୁରି ସୁଦୃଢ଼ କରିଛି । ଭାରତର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକର ଉତ୍ପାଦ ଗୁଡ଼ିକ ବିଶ୍ୱସ୍ତରୀୟ ହେବାର ସମ୍ଭାବନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ମହଙ୍ଗା ମାଟି ବାସନ ତିଆରି ହୋଇ ବିଦେଶରେ ସ୍ୱତନ୍ତ୍ର ଉପାୟରେ ଉପସ୍ଥାପିତ ହେବାର ଉଦାହରଣ ଦେଇଥିଲେ । ପାରମ୍ପରିକ ଭାବରେ ଏଭଳି ଅନେକ ଉତ୍କୃଷ୍ଟ ଉତ୍ପାଦ ତିଆରି କରୁଥିବା ଭାରତର ବିଶ୍ୱକର୍ମା ମାନଙ୍କର ଦକ୍ଷତା ଏବଂ କାରିଗରୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏଭଳି ସ୍ଥାନୀୟ ଉତ୍ପାଦ ପାଇଁ ବିଶ୍ୱ ବଜାର ଅନୁସନ୍ଧାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିବେଶକ ମାନଙ୍କୁ ବିଭିନ୍ନ ଜିଲ୍ଲାରେ ଏଭଳି ଉତ୍ପାଦ ଚିହ୍ନଟ କରିବାକୁ ଅନୁରୋଧ କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଏବଂ ଏଫ୍‌ପିଓ ମାନଙ୍କ ସହ ଯୋଗାଯୋଗ କରିବାର ସମ୍ଭାବନା ଖୋଜିବାକୁ ସେ ଅନୁରୋଧ କରିଥିଲେ। "ସ୍ଥାନୀୟକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହା ଏକ ଚମତ୍କାର ଭାଗିଦାରୀ ହୋଇପାରେ" ବୋଲି ସେ କହିଥିଲେ । ଲକ୍ଷପତି ଦିଦି ଅଭିଯାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶର ଗ୍ରାମାଞ୍ଚଳରୁ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ତାଙ୍କର ସଂକଳ୍ପ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ହାଉସ୍ ଅଫ୍ ହିମାଳୟ ବ୍ରାଣ୍ଡ୍‌ର ଶୁଭାରମ୍ଭ ସହିତ ଏହି ପଦକ୍ଷେପ ତ୍ୱରାନ୍ୱିତ ହେବ । ଏହି ପଦକ୍ଷେପ ପାଇଁ ସେ ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। 

ଜାତୀୟ ଚରିତ୍ରକୁ ସୁଦୃଢ଼ କରିବା ପାଇଁ ଲାଲକିଲ୍ଲାରୁ ତାଙ୍କ ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଥିଲେ, "ଆମେ ଯାହା ବି କରୁ, ତାହା ବିଶ୍ୱର ଶ୍ରେଷ୍ଠ ହେବା ଉଚିତ୍ । ଆମର ମାନଦଣ୍ଡକୁ ବିଶ୍ୱ ଅନୁସରଣ କରିବା ଉଚିତ୍ । ଆମର ଉତ୍ପାଦନ ଶୂନ୍ୟ ପ୍ରଭାବ, ଶୂନ୍ୟ ତ୍ରୁଟି ନୀତି ଉପରେ ଆଧାରିତ ହେବା ଉଚିତ୍ । ଏବେ ରପ୍ତାନି ଭିତ୍ତିକ ଉତ୍ପାଦନକୁ କିପରି ବୃଦ୍ଧି କରା ଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସେ କହିଛନ୍ତି ଯେ ଉଚ୍ଚାକାଂକ୍ଷୀ ପିଏଲଆଇ ଅଭିଯାନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକ ପାଇଁ ଏକ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାର ସଂକଳ୍ପ ପ୍ରଦର୍ଶନ କରିଥାଏ । ନୂତନ ନିବେଶ ଦ୍ୱାରା ସ୍ଥାନୀୟ ଯୋଗାଣ ଶୃଙ୍ଖଳା ଏବଂ ଏମ୍ଏସ୍ଏମ୍‌ଇ ଗୁଡିକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । 

ଶସ୍ତା ରପ୍ତାନି ମାନସିକତାରୁ ବାହାରକୁ ଆସିବାର ଏବଂ ଦକ୍ଷତା ବିକାଶକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ପେଟ୍ରୋଲିୟମ୍ ପାଇଁ ୧୫ ଲକ୍ଷ କୋଟି ଟଙ୍କାର ଆମଦାନୀ ବିଲ୍ ଏବଂ କୋଇଲା ପାଇଁ ୪ ଲକ୍ଷ କୋଟି ଟଙ୍କାର ଆମଦାନୀ ବିଲ୍ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଆଜି ବି ଭାରତ ୧୫ ହଜାର କୋଟି ଟଙ୍କାର ଡାଲି ଆମଦାନୀ କରୁଥିବାରୁ ଡାଲି ଓ ତୈଳବୀଜ ଆମଦାନୀ ହ୍ରାସ କରିବାର ପ୍ରୟାସ ସମ୍ପର୍କରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। 

ଭାରତ ମିଲେଟ୍ସ ଭଳି ପୁଷ୍ଟିକର ଖାଦ୍ୟରେ ସମୃଦ୍ଧ ହୋଇଥିବା ବେଳେ ପୋଷଣ ନାମରେ ପ୍ୟାକେଜ୍ ହୋଇଥିବା ଖାଦ୍ୟ ବିରୋଧରେ ପ୍ରଧାନମନ୍ତ୍ରୀ ସତର୍କ କରାଇଥିଲେ । ଆୟୁଷ ସମ୍ବନ୍ଧିତ ଜୈବିକ ଖାଦ୍ୟର ସମ୍ଭାବନା ଏବଂ ରାଜ୍ୟର କୃଷକ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଏହା ପ୍ରଦାନ କରୁଥିବା ସୁଯୋଗ ଉପରେ ସେ ଆଲୋକପାତ କରିଥିଲେ । ଏପରିକି ପ୍ୟାକେଟ୍‌ ହୋଇ ବିକ୍ରି ହେଉଥିବା ଖାଦ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାରେ ସାହାଯ୍ୟ କରିବାକୁ ସେ ଉପସ୍ଥିତ ଜନତାଙ୍କୁ କହିଥିଲେ । 

 

ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଭାରତ ପାଇଁ, ଏହାର କମ୍ପାନୀ ଏବଂ ଏହାର ନିବେଶକମାନଙ୍କ ପାଇଁ ଏକ ଅଭୂତପୂର୍ବ ସମୟ । ସ୍ଥିର ସରକାର, ସହାୟକ ନୀତି ବ୍ୟବସ୍ଥା, ସଂସ୍କାରର ମାନସିକତା ଏବଂ ପରିବର୍ତ୍ତନ ଓ ବିକାଶ କ୍ଷେତ୍ରରେ ଆତ୍ମବିଶ୍ୱାସର ମିଶ୍ରଣକୁ ଶ୍ରେୟ ଦେଇ ସେ କହିଥିଲେ, "ଭାରତ ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି" । ଏହା ହେଉଛି ଠିକ ସମୟ, ଉପଯୁକ୍ତ ସମୟ । ଏହା ହେଉଛି ଭାରତର ସମୟ", ପ୍ରଧାନମନ୍ତ୍ରୀ ନିବେଶକ ମାନଙ୍କୁ ଉତ୍ତରାଖଣ୍ଡ ସହିତ ଆଗକୁ ବଢ଼ିବାକୁ ଏବଂ ଏହାର ବିକାଶ ଯାତ୍ରାରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡ ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

'ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩ ହେଉଛି ଉତ୍ତରାଖଣ୍ଡକୁ ଏକ ନୂତନ ନିବେଶ ସ୍ଥଳ ଭାବରେ ପ୍ରତିଷ୍ଠା କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ । ୨୦୨୩ ଡିସେମ୍ବର ୮ ଓ ୯ ତାରିଖରେ'ସମୃଦ୍ଧି ପାଇଁ ଶାନ୍ତି' ଶୀର୍ଷକରେ ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି ।

ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ହଜାର ହଜାର ନିବେଶକ ଓ ପ୍ରତିନିଧି ଯୋଗ ଦେଇଛନ୍ତି। ଏଥିରେ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସମେତ ଅଗ୍ରଣୀ ଶିଳ୍ପପତିମାନେ ଯୋଗ ଦେଇଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
12 Years Of Digital Revolution: How PM Modi’s Vision Democratised Technology For India’s Weakest Sections

Media Coverage

12 Years Of Digital Revolution: How PM Modi’s Vision Democratised Technology For India’s Weakest Sections
NM on the go

Nm on the go

Always be the first to hear from the PM. Get the App Now!
...
Prime Minister attends the Defence Investiture Ceremony 2026 (Phase-1)
June 08, 2026

Prime Minister Shri Narendra Modi today attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel.

The Prime Minister expressed pride in their extraordinary courage, commitment and selfless service to the nation.

The Prime Minister posted on X:

"Attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel. We are proud of their extraordinary courage, commitment and selfless service to the nation."