ନୂଆ ସ୍ୱପ୍ନ, ନୂଆ ସଂକଳ୍ପ ଓ ନିରନ୍ତର ସଫଳତାର ସମୟ ଆସିଛି
'ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ର ନୀତି ଏବେ ବିଶ୍ୱ କଲ୍ୟାଣ ପାଇଁ ଏକ ପ୍ରାଥମିକତା ପାଲଟିଛି
ଦ୍ରୁତ ଗତିରେ ବଦଳୁଥିବା ବିଶ୍ୱରେ ବିଶ୍ୱ ମିତ୍ର ଭୂମିକାରେ ଭାରତ ଆଗକୁ ବଢୁଛି
ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ବିଶ୍ୱସ୍ତରୀୟ ଅନୁଷ୍ଠାନ ଗୁଡ଼ିକ ଉତ୍ସାହିତ ଅଛନ୍ତି
ବିଗତ ୧୦ ବର୍ଷ ମଧ୍ୟରେ ଢାଞ୍ଚାଗତ ସଂସ୍କାର ଅର୍ଥନୀତିର ସାମର୍ଥ୍ୟ, ଦକ୍ଷତା ଏବଂ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିର ଠାରେ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ ୨୦୨୪ର ଦଶମ ସଂସ୍କରଣକୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ନିମନ୍ତେ ସମ୍ମିଳନୀର ବିଷୟବସ୍ତୁ ହେଉଛି 'ଗେଟ୍ ୱେ ଟୁ ଦି ଫ୍ୟୁଚର’  ('ଭବିଷ୍ୟତର ପ୍ରବେଶ ଦ୍ୱାର' ) ଏବଂ ଏଥିରେ ୩୪ଟି ଅଂଶୀଦାର ଦେଶ ଏବଂ ୧୬ଟି ଅଂଶୀଦାର ସଂଗଠନ ଅଂଶଗ୍ରହଣ କରିଛନ୍ତି । ଉତ୍ତର - ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏହି ଶିଖର ସମ୍ମିଳନୀକୁ ଉତ୍ତର - ପୂର୍ବାଞ୍ଚଳରେ ପୁଞ୍ଜି ନିବେଶ ସୁଯୋଗ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବେ ବ୍ୟବହାର କରୁଛି ।

ଏହି ଅବସରରେ ଶିଳ୍ପ କ୍ଷେତ୍ରର ଅନେକ ମୁଖିଆ ଉଦ୍‌ବୋଧନ ଦେଇଥିଲେ । ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ, ଜାପାନର ସୁଜୁକି ମୋଟର କର୍ପୋରେସନର ସଭାପତି ତୋଶିହିରୋ ସୁଜୁକି, ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଆମେରିକାର ମାଇକ୍ରୋନ୍ ଟେକ୍ନୋଲୋଜିର ସିଇଓ ସଞ୍ଜୟ ମେହରୋତ୍ରା, ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ, ଦକ୍ଷିଣ କୋରିଆର ସିମଟେକ୍‌ର ସିଇଓ ଜେଫ୍ରି ଚୁନ୍‌, ଟାଟା ସନ୍ସ ଲିମିଟେଡ୍‌ର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌, ଡିପି ୱାର୍ଲ୍ଡର ଅଧ୍ୟକ୍ଷ ସୁଲତାନ ଅହମ୍ମଦ ବିନ୍ ସୁଲେୟମ୍‌,  ନଭିଡିଆ ବରିଷ୍ଠ ଭିପି ଶ୍ରୀ ଶଙ୍କର ତ୍ରିବେଦୀ ଏବଂ ଜିରୋଧାର ପ୍ରତିଷ୍ଠାତା ତଥା ସିଇଓ ନିଖିଲ କାମାତ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ବ୍ୟବସାୟିକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ବ୍ୟବସାୟୀ ନେତୃତ୍ୱମାନେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ ।

 

ଜାପାନର ଆନ୍ତର୍ଜାତିକ ବ୍ୟାପାର ଉପମନ୍ତ୍ରୀ ଶ୍ରୀ ସିନ୍ ହୋସାକା, ସାଉଦି ଆରବର ସହକାରୀ ନିବେଶ ମନ୍ତ୍ରୀ ଇବ୍ରାହିମ୍ ୟୁସେଫ୍ ଅଲ୍ ମୁବାରକ, ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା, ଦକ୍ଷିଣ ଏସିଆ, ରାଜ୍ୟ ଗୋଷ୍ଠୀ ଏବଂ ବ୍ରିଟେନ୍‌ର ରାଷ୍ଟ୍ର ମନ୍ତ୍ରୀ ତାରିକ୍ ଅହମ୍ମଦ, ଆର୍ମେନିଆର ଅର୍ଥନୀତି ମନ୍ତ୍ରୀ ବାହାନ୍ କେରୋବିୟାନ୍‌, ଅର୍ଥନୈତିକ ବ୍ୟାପାର ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଟିଇଟ୍ ରିସାଲୋ,  ମରେକ୍କୋର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ରୟାଦ ମେଜୋର, ନେପାଳର ଅର୍ଥ ମନ୍ତ୍ରୀ ପ୍ରକାଶ ଶରଣ ମହାତ, ଭିଏତନାମର ଉପପ୍ରଧାନମନ୍ତ୍ରୀ ଟ୍ରାନ ଲୁଉ କ୍ୱାଙ୍ଗ, ଚେକ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ପେଟର ଫିୟାଲା ଏବଂ ମୋଜାମ୍ବିକର ରାଷ୍ଟ୍ରପତି ଫିଲିପ ନ୍ୟୁସି, ତିମୋର ଲେଷ୍ଟର ସଭାପତି ଜୋସେ ରାମୋସ - ହୋର୍ଟା ପ୍ରମୁଖ ମଧ୍ୟ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀରେ ଉପସ୍ଥିତ  ରହି ଉଦ୍‌ବୋଧନ ଦେଇଥିଲେ । ସଂଯୁକ୍ତ ଆରବ ଏମିରେଟ୍ସର ସଭାପତି ତଥା ଆବୁଧାବିର ଶାସକ ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାୟାନ୍ ମଧ୍ୟ ଶିଖର ସମ୍ମିଳନୀ ଆରମ୍ଭରେ ନିଜର ଅଭିଭାଷଣ ରଖିଥିଲେ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ୨୦୨୪ ପାଇଁ ଶୁଭେଚ୍ଛା ଜଣାଇ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ । ଆଗାମୀ ୨୫ ବର୍ଷକୁ ଦେଶର 'ଅମୃତ କାଳ' କରି ୨୦୪୭ ସୁଦ୍ଧା ଭାରତକୁ 'ବିକଶିତ' କରିବାକୁ ସେ ସଂକଳ୍ପ ଦୋହରାଇ ଥିଲେ । ନୂଆ ସ୍ୱପ୍ନ, ନୂଆ ସଂକଳ୍ପ ଏବଂ ନିରନ୍ତର ସଫଳତାର ସମୟ ଆସିଛି ବୋଲି ସେ କହିଥିଲେ । 'ଅମୃତ କାଳ' ର ପ୍ରଥମ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ମହତ୍ତ୍ୱ ବିଷୟରେ ସେ ଉଲ୍ଲେଖ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାୟାନ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବାର ବିଶେଷ କାରଣ ହେଉଛି ଏହା ଭାରତ ଏବଂ ୟୁଏଇ ମଧ୍ୟରେ ଗଭୀର ସମ୍ପର୍କକୁ ସୂଚିତ କରେ । ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ଅର୍ଥନୈତିକ ବିକାଶ ଏବଂ ପୁଞ୍ଜି ନିବେଶ ସମ୍ବନ୍ଧୀୟ ଆଲୋଚନା ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ପାଲଟିଛି ବୋଲି ଉଲ୍ଲେଖ କରିବା ସହିତ ଭାରତ ପ୍ରତି ତାଙ୍କର ଚିନ୍ତାଧାରା ଏବଂ ସମର୍ଥନ ଉଷ୍ମତା ଏବଂ ସଦିଚ୍ଛାରେ ପରିପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ର, ଅଭିନବ ସ୍ୱାସ୍ଥ୍ୟ ସେବା ଏବଂ ଭାରତର ବନ୍ଦର ଭିତ୍ତିଭୂମିରେ ଅନେକ ବିଲିୟନ ଡଲାରର ପୁଞ୍ଜି ନିବେଶ ପାଇଁ ଭାରତ - ୟୁଏଇ ଭାଗିଦାରୀ ଉପରେ ସେ ଆଲୋକପାତ କରିଥିଲେ । ସେ ଗିଫ୍ଟ  ସିଟିରେ ୟୁଏଇର ସୋଭେରେନ୍ ୱେଲ୍‌ଥ ଫଣ୍ଡ (ସାର୍ବଭୌମ ସମ୍ପତ୍ତି ପାଣ୍ଠି) ଦ୍ୱାରା ପରିଚାଳନା ଆରମ୍ଭ କରିବା ଏବଂ ଟ୍ରାନ୍ସୱାର୍ଲ୍ଡ କମ୍ପାନୀଗୁଡିକ ଦ୍ୱାରା ବିମାନ ଏବଂ ଜାହାଜ ଲିଜ୍ କାର୍ଯ୍ୟକଳାପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଭାରତ ଏବଂ ୟୁଏଇ ସମ୍ପର୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାୟାନଙ୍କୁ ବଡ଼ ଶ୍ରେୟ ଦେଇଛନ୍ତି ।

ଆଇଆଇଏମ୍ ଅହମ୍ମଦାବାଦର ପୂର୍ବତନ ଛାତ୍ର ମୋଜାମ୍ବିକ୍‌ର ରାଷ୍ଟ୍ରପତି ଶ୍ରୀ ଫିଲିପ ନ୍ୟୁସିଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ଅଧ୍ୟକ୍ଷତା କାଳରେ ଆଫ୍ରିକୀୟ ସଂଘ ଅଫ୍ ଜି - ୨୦ର ସ୍ଥାୟୀ ସଦସ୍ୟତା ଅନ୍ତର୍ଭୁକ୍ତ ହୋଇଥିବାରୁ ଗର୍ବ ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ ରାଷ୍ଟ୍ରପତି ନ୍ୟୁସିଙ୍କ ଉପସ୍ଥିତି ଭାରତ - ମୋଜାମ୍ବିକ୍ ଏବଂ ଭାରତ - ଆଫ୍ରିକା ସମ୍ପର୍କକୁ ଗଭୀର କରିଛି ।

 

 

ଚେକ୍ ରିପବ୍ଲିକ୍ ପ୍ରଧାନମନ୍ତ୍ରୀ ଶ୍ରୀ ପିଟର ଫିୟାଲାଙ୍କର ନିଜ ଦେଶର ପ୍ରଧାନମନ୍ତ୍ରୀ ଭାବରେ ପ୍ରଥମ ଭାରତ ଗସ୍ତ ଭାରତ ସହିତ ଚେକ୍ ରିପବ୍ଲିକର ପୁରୁଣା ସମ୍ପର୍କ ଏବଂ ଭାଇବ୍ରାଣ୍ଟ ଗୁଜରାଟ ସହିତ ପୁରୁଣା ସମ୍ପର୍କକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଅଟୋମୋବାଇଲ, ପ୍ରଯୁକ୍ତି ବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରରେ ସହଯୋଗ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ନୋବେଲ ବିଜେତା ତଥା ତିମୋର ଲେଷ୍ଟର ରାଷ୍ଟ୍ରପତି ଶ୍ରୀ ଜୋସେ ରାମୋସ୍ - ହୋର୍ଟାଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କ ଦେଶର ସ୍ୱାଧୀନତା ସଂଗ୍ରାମ ସହିତ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିର ବ୍ୟବହାର ଉପରେ ଆଲୋକପାତ କରିଥିଲେ ।

ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀର ୨୦ତମ ବାର୍ଷିକୀ ଅବସରରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଶିଖର ସମ୍ମିଳନୀ ନୂତନ ଚିନ୍ତାଧାରା ପ୍ରଦର୍ଶନ କରିଛି ଏବଂ ପୁଞ୍ଜି ନିବେଶ ଏବଂ ଏହାର ଫଳାଫଳ ପାଇଁ ନୂତନ ପ୍ରବେଶ ଦ୍ୱାର ସୃଷ୍ଟି କରିଛି । ଚଳିତ ବର୍ଷର ବିଷୟବସ୍ତୁ 'ଭବିଷ୍ୟତର ପ୍ରବେଶ ଦ୍ୱାର' ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଳିତ ପ୍ରୟାସ ଦ୍ୱାରା ଏକବିଂଶ ଶତାବ୍ଦୀର ଭବିଷ୍ୟତ ଉଜ୍ଜ୍ୱଳ ହେବ । ଭାରତର ଜି - ୨୦ ଅଧ୍ୟକ୍ଷତା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ଉପସ୍ଥାପିତ ହୋଇଛି ଏବଂ ଏହାକୁ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀର ଦୃଷ୍ଟିକୋଣ ଦ୍ୱାରା ଆଗେଇ ନିଆଯାଉଛି । 'ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ନୀତି ସହିତ ଆଇ୨ୟୁ୨ (ଭାରତ, ଇସ୍ରାଏଲ୍‌, ସାଉଦି ଆରବ ଏମିରେଟ୍ସ, ଆମେରିକା)  ଏବଂ ଅନ୍ୟ ବହୁପାକ୍ଷିକ ସଂଗଠନ ଗୁଡ଼ିକ ସହିତ ଭାଗିଦାରୀକୁ ସୁଦୃଢ଼ କରିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଯାହା ବର୍ତ୍ତମାନ ବିଶ୍ୱ କଲ୍ୟାଣ ପାଇଁ ଏକ ପ୍ରାଥମିକତା ପାଲଟିଛି ।

ଦ୍ରୁତ ଗତିରେ ବଦଳୁଥିବା ବିଶ୍ୱରେ ବିଶ୍ୱ ମିତ୍ର ଭୂମିକାରେ ଭାରତ ଆଗକୁ ବଢୁଛି । ଆଜି ଭାରତ ସାଧାରଣ ସାମୂହିକ ଲକ୍ଷ୍ୟ ହାସଲ ପାଇଁ ବିଶ୍ୱକୁ ଆତ୍ମବିଶ୍ୱାସ ପ୍ରଦାନ କରିଛି । ବିଶ୍ୱ କଲ୍ୟାଣ ପାଇଁ ଭାରତର ପ୍ରତିବଦ୍ଧତା, ପ୍ରୟାସ ଏବଂ କଠିନ ପରିଶ୍ରମ ବିଶ୍ୱକୁ ସୁରକ୍ଷିତ ଏବଂ ସମୃଦ୍ଧ କରୁଛି । ବିଶ୍ୱ ଭାରତକୁ ସ୍ଥିରତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଦେଖୁଛି । ଜଣେ ବନ୍ଧୁ ଯାହାକୁ ବିଶ୍ୱାସ କରା ଯାଇପାରିବ, ଜଣେ ବନ୍ଧୁ , ଲୋକାଭିମୁଖୀ ବିକାଶରେ ବିଶ୍ୱାସ କରୁଥିବା ଅଂଶୀଦାର, ବିଶ୍ୱର ମଙ୍ଗଳରେ ବିଶ୍ୱାସ କରୁଥିବା ସ୍ୱର, ବିଶ୍ୱ ଅର୍ଥନୀତିରେ ଅଭିବୃଦ୍ଧିର ଇଞ୍ଜିନ, ସମାଧାନ ଖୋଜିବା ପାଇଁ ଟେକ୍ନୋଲୋଜି ହବ ହୋଇଥିବ, ପ୍ରତିଭାସମ୍ପନ୍ନ ଯୁବକ ମାନଙ୍କର ଏକ ଶକ୍ତି କେନ୍ଦ୍ର  ଏବଂ ଏକ ଗଣତନ୍ତ୍ର ଯାହା କାମ କରିଥାଏ  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଭାରତର ୧.୪ ବିଲିୟନ ନାଗରିକଙ୍କ ପ୍ରାଥମିକତା ଏବଂ ଆକାଂକ୍ଷା ଏବଂ ମାନବ - କେନ୍ଦ୍ରିତ ବିକାଶରେ ସେମାନଙ୍କର ବିଶ୍ୱାସ ଏବଂ ଅନ୍ତର୍ଭୁକ୍ତିକରଣ ଏବଂ ସମାନତା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ବିଶ୍ୱ ସମୃଦ୍ଧି ଏବଂ ବିକାଶର ଏକ ପ୍ରମୁଖ ଦିଗ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ୧୦ ବର୍ଷ ପୂର୍ବେ ଏହା ୧୧ତମ ସ୍ଥାନରେ ଥିଲା । ବିଶ୍ୱର ବିଭିନ୍ନ ରେଟିଂ ଏଜେନ୍ସିର ପୂର୍ବାନୁମାନ ଅନୁଯାୟୀ ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହୋଇଯିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । "ବିଶେଷଜ୍ଞମାନେ ଏହାର ବିଶ୍ଳେଷଣ କରିପାରିବେ, କିନ୍ତୁ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ" । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ବିଶ୍ୱ ଏକାଧିକ ଭୂ - ରାଜନୈତିକ ଅସ୍ଥିରତା ଦେଖିଛି ସେତେବେଳେ ଭାରତ ବିଶ୍ୱ ପାଇଁ ଏକ ଆଶାର କିରଣ ପାଲଟିଛି । ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀରେ ଭାରତର ପ୍ରାଥମିକତା ବିଷୟରେ ପ୍ରତିଫଳନ କରି ପ୍ରଧାନମନ୍ତ୍ରୀ ସ୍ଥାୟୀ ଶିଳ୍ପ, ଉତ୍ପାଦନ ଏବଂ ଭିତ୍ତିଭୂମି, ନୂତନ ଯୁଗର ଦକ୍ଷତା, ଭବିଷ୍ୟତ ପ୍ରଯୁକ୍ତି, ଏଆଇ ଏବଂ ଉଦ୍ଭାବନ, ସବୁଜ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି ଏବଂ ସେମିକଣ୍ଡକ୍ଟର ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟରେ ହେବାକୁ ଥିବା ଏହି ବାଣିଜ୍ୟ ପ୍ରଦର୍ଶନୀକୁ ଆସିବା ପାଇଁ କହିଥିଲେ, ବିଶେଷ କରି ସ୍କୁଲ  ଓ କଲେଜ ଛାତ୍ରଛାତ୍ରୀଙ୍କୁ ଏହା ଦେଖିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଗତକାଲି ଏହି ବାଣିଜ୍ୟ ପ୍ରଦର୍ଶନୀରେ ନ୍ୟୁସି ଏବଂ ରାମୋସ ହୋର୍ଟାଙ୍କ ସହ ସମୟ ବିତାଇବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବାଣିଜ୍ୟ ପ୍ରଦର୍ଶନୀରେ ଇ - ମୋବିଲିଟି, ଷ୍ଟାର୍ଟ ଅପ୍‌, ନୀଳ ଅର୍ଥନୀତି, ସବୁଜ ଶକ୍ତି ଏବଂ ସ୍ମାର୍ଟ ଇନଫ୍ରାଷ୍ଟ୍ରକଚର ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଉତ୍ପାଦକୁ ପ୍ରଦର୍ଶିତ କରାଯାଇଛି । ଏହି ସବୁ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ କ୍ରମାଗତ ଭାବେ ନୂଆ ସୁଯୋଗ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି ।

ଏହି ସଂସ୍କାର ଗୁଡ଼ିକ ଅର୍ଥନୀତିର ସାମର୍ଥ୍ୟ, ଦକ୍ଷତା ଏବଂ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିଥିବାରୁ ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଗତିର ଆଧାର ଭାବରେ ଢାଞ୍ଚାଗତ ସଂସ୍କାର ଉପରେ ସରକାରଙ୍କ ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ପୁନଃପୁଞ୍ଜିକରଣ ଏବଂ ଆଇବିସି ଦ୍ୱାରା ଏକ ସୁଦୃଢ଼ ବ୍ୟାଙ୍କିଂ ବ୍ୟବସ୍ଥା ସୃଷ୍ଟି ହୋଇଛି, ପ୍ରାୟ ୪୦ ହଜାର ଅନୁପାଳନ ଉଚ୍ଛେଦ ଯୋଗୁଁ ବ୍ୟବସାୟ ସହଜ ହୋଇଛି, ଜିଏସ୍‌ଟି ଟିକସର ଭୁଲ୍ ବୁଝାମଣା ଦୂର କରିଛି, ବିଶ୍ୱ ଯୋଗାଣ ଶୃଙ୍ଖଳାର ବିବିଧତା ପାଇଁ ଉନ୍ନତ ପରିବେଶ, ନିକଟରେ ୟୁଏଇ ସମେତ ୩ଟି ଏଫ୍‌ଟିଏ ସ୍ୱାକ୍ଷରିତ ହୋଇଛି; ସ୍ୱୟଂଚାଳିତ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନେକ କ୍ଷେତ୍ର ଖୋଲିବା, ଭିତ୍ତିଭୂମିରେ ରେକର୍ଡ ପୁଞ୍ଜି ନିବେଶ ଏବଂ କ୍ୟାପେକ୍ସରେ ୫ ଗୁଣ ବୃଦ୍ଧି ହୋଇଛି । ଶକ୍ତିର ସବୁଜ ଏବଂ ବିକଳ୍ପ ଉତ୍ସରେ ଅଭୂତପୂର୍ବ ଅଗ୍ରଗତି, ଅକ୍ଷୟ ଶକ୍ତି କ୍ଷମତାରେ ୩ ଗୁଣ ବୃଦ୍ଧି, ସୌର ଶକ୍ତି କ୍ଷମତାରେ ୨୦ ଗୁଣ କ୍ଷମତା, ସୁଲଭ ଡାଟା ମୂଲ୍ୟ ଡିଜିଟାଲ ଅନ୍ତର୍ଭୁକ୍ତିକରଣ, ପ୍ରତ୍ୟେକ ଗାଁକୁ ଅପ୍ଟିକାଲ ଫାଇବର, ୫ଜି ସେବା ପ୍ରଦାନ, ୧.୧୫ ଲକ୍ଷ ପଞ୍ଜୀକୃତ ଷ୍ଟାର୍ଟଅପ୍ ସହିତ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥା ଆରମ୍ଭ କରିବା ବିଷୟରେ ସେ ଉଲ୍ଲେଖ କରିଥିଲେ । ରପ୍ତାନିରେ ସାମଗ୍ରିକ ରେକର୍ଡ ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ସେ ସ୍ପର୍ଶ କରିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇଛନ୍ତି ଯେ ଭାରତରେ ଘଟୁଥିବା ପରିବର୍ତ୍ତନ ଲୋକମାନଙ୍କ ପାଇଁ ସହଜ ଜୀବନଧାରଣ ସୃଷ୍ଟି କରୁଛି ଏବଂ ସେମାନଙ୍କୁ ସଶକ୍ତ କରୁଛି । ଗତ ୫ ବର୍ଷ ମଧ୍ୟରେ ୧୩.୫ କୋଟିରୁ ଅଧିକ ଲୋକ ଦାରିଦ୍ର‌୍ୟମୁକ୍ତ ହୋଇଥିବା ବେଳେ ମଧ୍ୟବିତ୍ତଙ୍କ ହାରାହାରି ଆୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ମହିଳା କର୍ମଚାରୀଙ୍କ ଅଂଶଗ୍ରହଣରେ ରେକର୍ଡ ବୃଦ୍ଧିକୁ ମଧ୍ୟ ସେ ସ୍ପର୍ଶ କରିଥିଲେ ଯାହା ଭାରତର ଭବିଷ୍ୟତ ପାଇଁ ଏକ ବଡ଼ ସଙ୍କେତ । ଏହି ଭାବନା ସହିତ ମୁଁ ଆପଣ ମାନଙ୍କୁ ଭାରତର ନିବେଶ ଯାତ୍ରାର ଅଂଶ ହେବାକୁ ନିବେଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଲଜିଷ୍ଟିକ୍ ଏବଂ ପରିବହନ ଦିଗରେ ଆଧୁନିକ ନୀତିଗତ ଉନ୍ନତି ଉପରେ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ ଏକ ଦଶନ୍ଧି ମଧ୍ୟରେ ବିମାନ ବନ୍ଦର ସଂଖ୍ୟା ୭୪ ରୁ ୧୪୯ କୁ ବୃଦ୍ଧି, ଭାରତର ଜାତୀୟ ରାଜପଥ ନେଟୱାର୍କକୁ ଦ୍ୱିଗୁଣିତ କରିବା, ମେଟ୍ରୋ ନେଟୱାର୍କକୁ ତିନି ଗୁଣା କରିବା, ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ଜାତୀୟ ଜଳପଥ, ବନ୍ଦର ପରିବର୍ତ୍ତନ ସମୟ ବୃଦ୍ଧି ଏବଂ ଜି - ୨୦ ସମୟରେ ଘୋଷଣା କରାଯାଇଥିବା ଭାରତ - ମଧ୍ୟ ପୂର୍ବ- ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋକପାତ କରିଥିଲେ । "ଏହା ଆପଣଙ୍କ ସମସ୍ତଙ୍କ ପାଇଁ ବିପୁଳ ପୁଞ୍ଜି ନିବେଶର ସୁଯୋଗ", ବୋଲି ସେ ମଧ୍ୟ କହିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର କୋଣ ଅନୁକୋଣରେ ନିବେଶକଙ୍କ ପାଇଁ ନୂଆ ସମ୍ଭାବନା ରହିଛି ଏବଂ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ଏଥିପାଇଁ ଏକ ପ୍ରବେଶ ଦ୍ୱାର, ଭବିଷ୍ୟତର ପ୍ରବେଶ ଦ୍ୱାର ପରି । ଆପଣ କେବଳ ଭାରତରେ ପୁଞ୍ଜି ନିବେଶ କରୁନାହାଁନ୍ତି ବରଂ ଏକ ନୂତନ ପିଢ଼ିର ଯୁବ ନିର୍ମାତା ଏବଂ ଉପଭୋକ୍ତାଙ୍କୁ ମଧ୍ୟ ଆକାର ଦେଉଛନ୍ତି । ଭାରତର ଆକାଂକ୍ଷୀ ଯୁବପିଢ଼ିଙ୍କ ସହ ଆପଣଙ୍କର ଭାଗିଦାରୀ ଏପରି ଫଳାଫଳ ଆଣିପାରିବ ଯାହା ଆପଣ କଳ୍ପନା ମଧ୍ୟ କରି ନଥିବେ ।

 

ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାୟାନ୍‌, ମୋଜାମ୍ବିକ୍‌ର ରାଷ୍ଟ୍ରପତି ଫିଲିପ୍ ନ୍ୟୁସି, ତିମୋର ଲେଷ୍ଟର ଜୋସେ ରାମୋସ୍ – ହୋର୍ଟା, ଚେକ୍ ରିପବ୍ଲିକ୍‌ର ପ୍ରଧାନମନ୍ତ୍ରୀ ଶ୍ରୀ ପେଟର ଫିୟାଲା, ଭିଏତନାମର ଉପପ୍ରଧାନମନ୍ତ୍ରୀ ଶ୍ରୀ ଟ୍ରାନ୍ ଲୁଉ କ୍ୱାଙ୍ଗ, ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ,  ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ୨୦୦୩ ମସିହାରେ ପରିକଳ୍ପିତ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ ସାମଗ୍ରିକ ଅଭିବୃଦ୍ଧି ଏବଂ ନିରନ୍ତର ବିକାଶ ପାଇଁ ବ୍ୟବସାୟିକ ସହଯୋଗ, ଜ୍ଞାନ ଆଦାନପ୍ରଦାନ ଏବଂ ରଣନୈତିକ ଭାଗିଦାରୀ ପାଇଁ ଅନ୍ୟତମ ପ୍ରତିଷ୍ଠିତ ବିଶ୍ୱ ମଞ୍ଚ ଭାବରେ ବିକଶିତ ହୋଇଛି । ଗୁଜରାଟର ଗାନ୍ଧୀନଗର ଠାରେ ୧୦ରୁ ୧୨ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀର ଦଶମ ସଂସ୍କରଣରେ 'ଭବିଷ୍ୟତର ପ୍ରବେଶ ଦ୍ୱାର' ଶୀର୍ଷକରେ "ଭାଇବ୍ରାଣ୍ଟ ଗୁଜରାଟର ୨୦ ବର୍ଷର ସଫଳତାର ଶିଖର ସମ୍ମିଳନୀ"  ଭାବରେ ପାଳନ କରାଯାଇଛି ।

ଚଳିତ ବର୍ଷର ଶିଖର ସମ୍ମିଳନୀ ପାଇଁ ୩୪ଟି ଅଂଶୀଦାର ଦେଶ ଏବଂ ୧୬ଟି ଅଂଶୀଦାର ସଂଗଠନ ରହିଛି । ଏହାବ୍ୟତୀତ ଉତ୍ତର - ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ ବ୍ୟବହାର କରି ଉତ୍ତର - ପୂର୍ବାଞ୍ଚଳରେ ପୁଞ୍ଜି ନିବେଶର ସୁଯୋଗ ପ୍ରଦର୍ଶିତ କରିବ ।

ଏହି ଶିଖର ସମ୍ମିଳନୀରେ ଶିଳ୍ପ ୪.୦, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ, ସ୍ଥାୟୀ ଉତ୍ପାଦନ, ସବୁଜ ହାଇଡ୍ରୋଜେନ, ଇଲେକ୍ଟ୍ରିକ୍ ମୋବିଲିଟି ଏବଂ ନବୀକରଣୀୟ ଶକ୍ତି ଏବଂ ସ୍ଥାୟୀତା ଦିଗରେ ପରିବର୍ତ୍ତନ ଭଳି ବିଶ୍ୱସ୍ତରୀୟ ପ୍ରାସଙ୍ଗିକ ବିଷୟ ଉପରେ ସେମିନାର ଏବଂ ସମ୍ମିଳନୀ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electronics exports up 11.62% to $5.09 billion in May

Media Coverage

India’s electronics exports up 11.62% to $5.09 billion in May
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights India's defence transformation over the last decade
June 17, 2026

The Prime Minister, Shri Narendra Modi has highlighted the significant transformation witnessed in India’s defence capabilities over the last decade.

Shri Modi said that India’s defence capabilities have undergone a major transformation, guided by the vision of self-reliance and powered by innovation, technology and indigenous manufacturing.

The Prime Minister noted that the progress made in the defence sector over the last 12 years reflects India’s growing focus on strengthening national security through self-reliance.

The Prime Minister further stated that India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

The Prime Minister wrote on X;

“India’s defence capabilities have witnessed significant transformation over the last decade, guided by the vision of self-reliance and powered by innovation, technology and indigenous manufacturing.

This thread gives a glimpse of the strides India has made in the defence sector over the last 12 years.

#12YearsOfSurakshitBharat”

“This thread explains how India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

#12YearsOfSurakshitBharat”