ଉନ୍ମୋଚିତ ହେଲା ‘ଅମୃତ କାଳ ଭିଜନ ୨୦୪୭' – ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ବ୍ଲୁ ପ୍ରିଣ୍ଟ
୨୩,୦୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ଗୁଜରାଟର ଦୀନଦୟାଲ ବନ୍ଦର ପ୍ରାଧିକରଣରେ ଟୁନା ଟେକ୍ରା ଡିପ୍ ଡ୍ରାଫ୍ଟ ଟର୍ମିନାଲର ଶିଳାନ୍ୟାସ
ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ଏବଂ ଜାତୀୟ ସହଭାଗିତା ପାଇଁ ୩୦୦ ରୁ ଅଧିକ ବୁଝାମଣାପତ୍ର ସମର୍ପିତ
ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥାରେ ବିଶ୍ୱ ନୂତନ ଆକାଂକ୍ଷା ନେଇ ଭାରତ ଆଡକୁ ଚାହିଁ ବସିଛି
ସରକାରଙ୍କ ସ୍ୱପ୍ନ "ସମୃଦ୍ଧି ପାଇଁ ବନ୍ଦର ଏବଂ ପ୍ରଗତି ପାଇଁ ବନ୍ଦର” ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ”
“ ଆମ ମନ୍ତ୍ର ହେଉଛି ‘ମେକ୍ ଇନ୍ ଇଣ୍ଡିଆ - ମେକ୍ ଫର୍ ଦି ୱାର୍ଲ୍ଡ”
" ଆମେ ଏଭଳି ଏକ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛୁ ଯେଉଁଠାରେ ନୀଳ ଅର୍ଥନୀତି ଏକ ସବୁଜ ଓ ସନ୍ତୁଳିତ ପୃଥିବୀ ସୃଷ୍ଟି କରିବାର ମାଧ୍ୟମ ହେବ ”
ଭାରତ ନିଜର ଅତ୍ୟାଧୁନିକ ଭିତ୍ତିଭୂମି ମାଧ୍ୟମରେ ବିଶ୍ୱ କ୍ରୁଜ୍ କେନ୍ଦ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି
" ବିକାଶ, ଜନସଂଖ୍ୟା, ଗଣତନ୍ତ୍ର ଏବଂ ଚାହିଦାର ସମ୍ମିଶ୍ରଣ ନିବେଶକ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ "

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଏକ ବ୍ଲୁ ପ୍ରିଣ୍ଟ 'ଅମୃତ କାଳ ଭିଜନ ୨୦୪୭' କୁ ଉନ୍ମୋଚନ କରିଥିଲେ । ଆଗାମୀ ଭବିଷ୍ୟତରେ ଭାରତରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ‘ଅମୃତ କାଳ ଭିଜନ ୨୦୪୭' ସହିତ ସଂଯୁକ୍ତ ୨୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ କରିବା ସହ ତାହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ l ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି ।

 

ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ୨୦୨୧ରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବା ସମୟରେ ସମଗ୍ର ବିଶ୍ୱ କୋଭିଡ୍ ମହାମାରୀର ଅନିଶ୍ଚିତତା ଦ୍ୱାରା କିପରି ପ୍ରଭାବିତ ହୋଇଥିଲା ତାହାକୁ ମନେ ପକାଇ ସେ କହିଥିଲେ, ଆଜି ଏକ ନୂତନ ବିଶ୍ୱ ବ୍ୟବସ୍ଥା ଆକାର ନେଉଛି । ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥାରେ ବିଶ୍ୱ ନୂତନ ଆକାଂକ୍ଷା ନେଇ ଭାରତ ଆଡକୁ ଚାହିଁଛି l ଅର୍ଥନୈତିକ ସଙ୍କଟର ମୁକାବିଲା କରୁଥିବା ବିଶ୍ୱରେ ଭାରତର ଅର୍ଥନୀତି କ୍ରମାଗତ ଭାବରେ ସୁଦୃଢ଼ ହେଉଛି l ସେହି ଦିନ ଦୂର ନୁହେଁ ଯେତେବେଳେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବ ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ l ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସମୁଦ୍ର ପଥର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କରୋନା ପରବର୍ତ୍ତୀ ସମୟରେ ଏକ ନିର୍ଭରଯୋଗ୍ୟ ବିଶ୍ୱ ଯୋଗାଣ ଶୃଙ୍ଖଳାର ଆବଶ୍ୟକତା ରହିଥିବା କହିଥିଲେ l

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ସାମୁଦ୍ରିକ ସାମର୍ଥ୍ୟ ସର୍ବଦା ବିଶ୍ୱ ପାଇଁ ଲାଭଦାୟକ ହୋଇଛି । ଇତିହାସ ଏହାର ସାକ୍ଷୀ ହୋଇ ରହିଛି l ଗତ କିଛି ବର୍ଷ ମଧ୍ୟରେ ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ବିଭିନ୍ନ ଶୃଙ୍ଖଳିତ ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଥିଲେ । ପ୍ରସ୍ତାବିତ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ଉପରେ ଐତିହାସିକ ଜି - ୨୦ ସହମତିର ପରିବର୍ତ୍ତନକାରୀ ପ୍ରଭାବ ଉପରେ ସେ ଆଲୋକପାତ କରିଥିଲେ । ଅତୀତର ରେଶମ ମାର୍ଗ ଅନେକ ଦେଶର ଅର୍ଥନୀତିକୁ ବଦଳାଇ ଦେଇ ଥିବାରୁ ଏହି କରିଡର ମଧ୍ୟ ବିଶ୍ୱ ବାଣିଜ୍ୟର ଚିତ୍ରକୁ ବଦଳାଇଦେବ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ ପରବର୍ତ୍ତୀ ପିଢ଼ିର ବୃହତ୍ ବନ୍ଦର, ଅନ୍ତର୍ଜାତୀୟ କଣ୍ଟେନର ଟ୍ରାନ୍ସ - ଶିପମେଣ୍ଟ ବନ୍ଦର, ଦ୍ୱୀପ ବିକାଶ, ଆଭ୍ୟନ୍ତରୀଣ ଜଳପଥ ଏବଂ ମଲ୍ଟି - ମୋଡାଲ୍ ହବ୍ ଏହା ଅଧୀନରେ କାର୍ଯ୍ୟକ୍ଷମ ହେବ l ଏହାଦ୍ୱାରା ବ୍ୟବସାୟ ଖର୍ଚ୍ଚ ହ୍ରାସ ପାଇବ ଏବଂ ପରିବେଶ ଅବକ୍ଷୟ ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଅଭିଯାନରେ ସାମିଲ ହୋଇ ଭାରତ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ନିମନ୍ତେ ନିବେଶକ ମାନଙ୍କ ପାଖରେ ଏକ ଉତ୍ତମ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ।

 

ଆଗାମୀ ୨୫ବର୍ଷ ମଧ୍ୟରେ ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପକୁ ପୂରଣ କରିବା ପାଇଁ ଆଜିର ଭାରତ କାର୍ଯ୍ୟ କରୁଛି । ସରକାର ପ୍ରତ୍ୟେକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ l ଦେଶର ସାମୁଦ୍ରିକ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ କରାଯାଇଥିବା ଏକାଧିକ କାର୍ଯ୍ୟକ୍ରମ ବିଷୟରେ ସେ ଉଲ୍ଲେଖ କରିଥିଲେ l ଗତ ଦଶନ୍ଧି ମଧ୍ୟରେ ଭାରତର ପ୍ରମୁଖ ବନ୍ଦର ଗୁଡ଼ିକର କ୍ଷମତା ଦ୍ୱିଗୁଣିତ ହୋଇଛି l ବଡ଼ ଜାହାଜ ଗୁଡ଼ିକର ପରିବର୍ତ୍ତନ ସମୟ ୨୦୧୪ରେ ୪୨ ଘଣ୍ଟା ଥିବାବେଳେ ଏବେ ତାହା ୨୪ ଘଣ୍ଟାରୁ ମଧ୍ୟ କମ୍ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ବନ୍ଦର ସଂଯୋଗ ବୃଦ୍ଧି ପାଇଁ ନୂତନ ରାସ୍ତା ନିର୍ମାଣ ବିଷୟରେ ସେ ଉଲ୍ଲେଖ କରି ଉପକୂଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା କହିଥିଲେ l ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ପ୍ରୟାସ ନିଯୁକ୍ତି ସୁଯୋଗ ଏବଂ ସହଜ ଜୀବନଧାରଣକୁ ବହୁଗୁଣିତ କରୁଛି ।

ସରକାରଙ୍କ ଦୃଷ୍ଟିକୋଣ "ସମୃଦ୍ଧି ପାଇଁ ବନ୍ଦର ଏବଂ ପ୍ରଗତି ପାଇଁ ବନ୍ଦର” ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିଛି ଏବଂ 'ଉତ୍ପାଦକତା ପାଇଁ ବନ୍ଦର' ମନ୍ତ୍ରକୁ ପ୍ରୋତ୍ସାହିତ କରାଯାଉଛି । ଲଜିଷ୍ଟିକ୍ କ୍ଷେତ୍ରକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରି ଅର୍ଥନୈତିକ ଉତ୍ପାଦକତା ବୃଦ୍ଧି ପାଇଁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ । ଭାରତରେ ତଟୀୟ ଜାହାଜ ଚଳାଚଳ ବ୍ୟବସ୍ଥାର ଆଧୁନିକୀକରଣ କରାଯିବା ଉପରେ ସେ ଆଲୋକପାତ କରିଥିଲେ ଏବଂ ସୂଚନା ଦେଇଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଉପକୂଳ ମାଲ୍ ପରିବହନ ଦ୍ୱିଗୁଣିତ ହୋଇଛି, ଯାହା ଦ୍ୱାରା ଲୋକମାନଙ୍କ ପାଇଁ ଏକ ଶସ୍ତା ଲଜିଷ୍ଟିକ୍ ବିକଳ୍ପ ସୃଷ୍ଟି ହୋଇପାରିଛି l ଭାରତରେ ଆଭ୍ୟନ୍ତରୀଣ ଜଳପଥର ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜାତୀୟ ଜଳପଥରେ ମାଲ ପରିବହନ ଚାରି ଗୁଣ ବୃଦ୍ଧି ପାଇଛି । ଗତ ୯ ବର୍ଷ ମଧ୍ୟରେ ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ କ୍ଷେତ୍ରରେ ଭାରତର ଉନ୍ନତି ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଜାହାଜ ନିର୍ମାଣ ଏବଂ ମରାମତି କ୍ଷେତ୍ର ଉପରେ ଭାରତ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି l ସ୍ୱଦେଶୀ ବିମାନବାହୀ ଜାହାଜ ଆଇଏନ୍‌ଏସ୍ ବିକ୍ରାନ୍ତ ଭାରତର ସାମର୍ଥ୍ୟର ପ୍ରମା । ଆଗାମୀ ଦଶନ୍ଧିରେ ଭାରତ ଶ୍ରେଷ୍ଠ ପାଞ୍ଚଟି ଜାହାଜ ନିର୍ମାଣକାରୀ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି ବୋଲି ବୋଲି ସେ କହିଥିଲେ l

 

ଆମର ମନ୍ତ୍ର ହେଉଛି ‘ମେକ୍ ଇନ୍ ଇଣ୍ଡିଆ - ମେକ୍ ଫର୍ ଦି ୱାର୍ଲ୍ଡ' । ସାମୁଦ୍ରିକ କ୍ଲଷ୍ଟର ମାଧ୍ୟମରେ ଏହି କ୍ଷେତ୍ରର ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଅନେକ ସ୍ଥାନରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ନିର୍ମାଣ କରାଯିବ । ଜାହାଜ ରିସାଇକ୍ଲିଂ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ l ଏହି କ୍ଷେତ୍ର ପାଇଁ ନେଟ୍ ଶୂନ୍ୟ ରଣନୀତି ମାଧ୍ୟମରେ ଭାରତର ପ୍ରମୁଖ ବନ୍ଦର ଗୁଡ଼ିକୁ କାର୍ବନ ନ୍ୟୁଟ୍ରାଲ୍ କରିବାର ପ୍ରୟାସ ଜାରି ରଖିଛି l ଆମେ ଏମିତି ଏକ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛୁ ଯେଉଁଠାରେ ନୀଳ ଅର୍ଥନୀତି ଏକ ସବୁଜ ଓ ସନ୍ତୁଳିତ ପୃଥିବୀ ସୃଷ୍ଟି କରିବାର ମାଧ୍ୟମ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ l

ସାମୁଦ୍ରିକ କ୍ଷେତ୍ରର ବଡ଼ ବଡ଼ ପୁଞ୍ଜିପତିମାନଙ୍କୁ ଦେଶରେ ପ୍ରବେଶ କରାଇବା ପାଇଁ ଭାରତ ନିଜର ପ୍ରଚେଷ୍ଟା ଜାରି ରଖିଛି l ଅହମ୍ମଦାବାଦର ଗିଫ୍ଟ ସିଟି ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ଏକ ଆର୍ଥିକ ସେବା ଭାବରେ ଜାହାଜ ଲିଜ୍ ଆରମ୍ଭ କରିଥିବା ଏହି ସଂସ୍ଥା ଗ୍ରାହକଙ୍କୁ ଆକର୍ଷଣୀୟ ରିହାତି ପ୍ରଦାନ କରୁଛି । ଗିଫ୍ଟ ଆଇଏଫଏସସିରେ ବିଶ୍ୱର ୪ଟି ବୈଶ୍ୱିକ ଜାହାଜ ଲିଜିଂ କମ୍ପାନୀ ପଞ୍ଜୀକୃତ ହୋଇଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟ ଜାହାଜ ଲିଜିଂ କମ୍ପାନୀ ଗୁଡ଼ିକୁ ଗିଫ୍ଟ ଆଇଏଫଏସସିରେ ଯୋଗ ଦେବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ଭାରତରେ ଏକ ବିଶାଳ ସମୁଦ୍ର ତଟ, ସୁଦୃଢ଼ ନଦୀକୂଳ ପାରିବେଶିକ ବ୍ୟବସ୍ଥା ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି ଯାହା ସାମୁଦ୍ରିକ ପର୍ଯ୍ୟଟନ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଭାରତର ପାଖାପାଖି ୫ ହଜାର ବର୍ଷ ପୁରୁଣା ଲୋଥାଲ ଡକ୍‌ୟାର୍ଡ ବିଷୟରେ ଉଲ୍ଲେଖ କରିଥିଲେ, ଯାହା ଏକ ବିଶ୍ୱ ଐତିହ୍ୟ ଏବଂ ଏହାକୁ ‘କ୍ରେଡଲ୍ ଅଫ୍ ସିପିଂ' (ନୌପରିବହନର ପାଲଣା) ବୋଲି କହିଥିଲେ । ଏହି ବିଶ୍ୱ ଐତିହ୍ୟର ସଂରକ୍ଷଣ ପାଇଁ ମୁମ୍ବାଇ ନିକଟସ୍ଥ ଲୋଥାଲ ଠାରେ ଏକ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର ମଧ୍ୟ ନିର୍ମାଣ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ଏବଂ ସମ୍ପୂର୍ଣ୍ଣ ହେବା ପରେ ପରିଦର୍ଶନ କରିବାକୁ ନାଗରିକ ମାନଙ୍କୁ ଅନୁରୋଧ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଭାରତରେ ସାମୁଦ୍ରିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱର ସବୁଠାରୁ ଦୀର୍ଘ ନଦୀ କ୍ରୁଜ ସେବା ବିଷୟରେ ଉଲ୍ଲେଖ କରିଥିଲେ । ସେ ମୁମ୍ବାଇ ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ, ବିଶାଖାପାଟଣା ଏବଂ ଚେନ୍ନାଇ ଠାରେ ଆଧୁନିକ କ୍ରୁଜ୍ ଟର୍ମିନାଲ ବିଷୟରେ ସୂଚନା ଦେଇଥିଲେ । ଅତ୍ୟାଧୁନିକ ଭିତ୍ତିଭୂମି ମାଧ୍ୟମରେ ଭାରତ ଏକ ବିଶ୍ୱ କ୍ରୁଜ୍ କେନ୍ଦ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଶେଷ କରି କହିଥିଲେ ଯେ , ବିକାଶ, ଜନସଂଖ୍ୟା, ଗଣତନ୍ତ୍ର ଏବଂ ଚାହିଦାର ଏଭଳି ମିଶ୍ରଣ ଥିବା ଅଳ୍ପ କିଛି ଦେଶ ମଧ୍ୟରୁ ଭାରତ ଅନ୍ୟତମ । ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଭାରତରେ ପରିଣତ ହେବା ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ଶ୍ରୀ ମୋଦୀ କହିଛନ୍ତି ଏବଂ ସମଗ୍ର ବିଶ୍ୱର ନିବେଶକ ମାନଙ୍କୁ ଭାରତ ଆସି ବିକାଶ ପଥରେ ସାମିଲ ହେବାକୁ ସେ ଖୋଲାଖୋଲି ଆମନ୍ତ୍ରଣ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ମଧ୍ୟ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଦୀର୍ଘମିଆଦୀ ବ୍ଲୁ ପ୍ରିଣ୍ଟ 'ଅମୃତ କାଳ ଭିଜନ ୨୦୪୭' କୁ ଉନ୍ମୋଚନ କରିଥିଲେ । ବନ୍ଦର ସୁବିଧା ବୃଦ୍ଧି, ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ତର୍ଜାତୀୟ ସହଯୋଗକୁ ସୁଗମ କରିବା ଉଦ୍ଦେଶ୍ୟରେ ରଣନୀତିଗତ ପଦକ୍ଷେପର ରୂପରେଖ ଏହି ବ୍ଲୁ ପ୍ରିଣ୍ଟରେ ପ୍ରଦାନ କରାଯାଇଛି । ଏହି ଭବିଷ୍ୟତ ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ‘ଅମୃତ କାଳ ଭିଜନ ୨୦୪୭' ସହିତ ସଂଯୁକ୍ତ ୨୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିଲେ, ରାଷ୍ଟ୍ର ଉଦ୍ଦେଶ୍ୟରେ ସେଗୁଡିକୁ ସମର୍ପିତ କରିଥିଲେ ଏବଂ ସେସବୁର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଗୁଜରାଟର ଦୀନଦୟାଲ ବନ୍ଦର ପ୍ରାଧିକରଣରେ ୪,୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ଟୁନା ଟେକ୍ରା ସର୍ବକାଳୀନ ଡିପ୍ ଡ୍ରାଫ୍ଟ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି । ଏହି ଅତ୍ୟାଧୁନିକ ଗ୍ରୀନଫିଲ୍ଡ ଟର୍ମିନାଲକୁ ପିପିପି ମୋଡରେ ବିକଶିତ କରାଯିବ । ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର ଭାବେ ଉଭା ହେବାର ସମ୍ଭାବନା ଥିବା ଏହି ଟର୍ମିନାଲ ୧୮,୦୦୦ ଫୁଟ ସମକକ୍ଷ ୟୁନିଟ୍ (ଟିଆଇୟୁ) ରୁ ଅଧିକ ପରବର୍ତ୍ତୀ ପିଢ଼ିର ଜାହାଜ ଗୁଡିକୁ ପରିଚାଳନା କରିବ ଏବଂ ଭାରତ - ମଧ୍ୟପ୍ରାଚ୍ୟ - ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍‌ଇଇସି) ମାଧ୍ୟମରେ ଭାରତୀୟ ବାଣିଜ୍ୟ ପାଇଁ ଏକ ପ୍ରବେଶ ଦ୍ୱାର ଭାବେ କାର୍ଯ୍ୟ କରିବ । ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ଏବଂ ଜାତୀୟ ଭାଗିଦାରୀ ପାଇଁ ପ୍ରଧାନମନ୍ତ୍ରୀ ୭ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୩୦୦ ରୁ ଅଧିକ ବୁଝାମଣାପତ୍ର (ଏମଓୟୁ) ମଧ୍ୟ ଉତ୍ସର୍ଗ କରିଥିଲେ ।

ଏହି ଶିଖର ସମ୍ମିଳନୀ ଦେଶର ସର୍ବବୃହତ ସାମୁଦ୍ରିକ କାର୍ଯ୍ୟକ୍ରମ ଅଟେ ଏବଂ ଏଥିରେ ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକା ଏବଂ ଏସିଆ (ମଧ୍ୟ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ବିମ୍‌ଷ୍ଟେକ୍ ଅଞ୍ଚଳ ସମେତ) ଦେଶ ଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ସମଗ୍ର ବିଶ୍ୱର ମନ୍ତ୍ରୀମାନେ ଅଂଶଗ୍ରହଣ କରିବେ । ଏହି ଶିଖର ସମ୍ମିଳନୀରେ ବିଶ୍ୱର ସିଇଓ, ବ୍ୟବସାୟୀ ନେତୃତ୍ୱ, ନିବେଶକ, ଅଧିକାରୀ ଏବଂ ବିଶ୍ୱର ଅନ୍ୟ ଅଂଶୀଦାରମାନେ ମଧ୍ୟ ଯୋଗ ଦେବେ । ଏହା ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଭାରତର ଅନେକ ରାଜ୍ୟରୁ ମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରତିନିଧିତ୍ୱ କରିବେ ।

ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭବିଷ୍ୟତର ବନ୍ଦର : ଡିକାର୍ବନାଇଜେସନ୍ (ଅଙ୍ଗାରକ ଶୂନ୍ୟ କରିବା) ; ଉପକୂଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ ; ଜାହାଜ ନିର୍ମାଣ ; ମରାମତି ଏବଂ ପୁନଃଚକ୍ରଣ ; ଅର୍ଥ, ବୀମା ଏବଂ ମଧ୍ୟସ୍ଥତା ; ସାମୁଦ୍ରିକ କ୍ଲଷ୍ଟର ; ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା ; ସାମୁଦ୍ରିକ ନିରାପତ୍ତା ଓ ସୁରକ୍ଷା ; ଏବଂ ସାମୁଦ୍ରିକ ପର୍ଯ୍ୟଟନ, ସମେତ ସାମୁଦ୍ରିକ କ୍ଷେତ୍ରର ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିବ ।

ପ୍ରଥମ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୧୬ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୧ ରେ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.